Blog

  • ୟୁଜର୍ସଙ୍କ ବିରୋଧ ପରେ ମା’ କାଳୀଙ୍କ ପୋଷ୍ଟ ଡିଲିଟ୍ କଲା ୟୁକ୍ରେନ

    ୟୁଜର୍ସଙ୍କ ବିରୋଧ ପରେ ମା’ କାଳୀଙ୍କ ପୋଷ୍ଟ ଡିଲିଟ୍ କଲା ୟୁକ୍ରେନ

    ସାରା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି ହିନ୍ଦୁ ବିରୋଧୀ ଘଟଣା। କେଉଁଠି ମନ୍ଦିର ଭଙ୍ଗା ଯାଉଛି ତ ପୁଣି କେଉଁଠି ହିନ୍ଦୁ ଦେବା ଦେବୀଙ୍କ ମୂର୍ତ୍ତି। ଏହି ସବୁ ଭିତରେ ରୁଷ ଓ ୟୁକ୍ରେନ ଭିତରେ ଜାରି ଯୁଦ୍ଧରେ ସର୍ବସ୍ବନ୍ତ ହୋଇସାରିଥିବା ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ହିନ୍ଦୁ ଦେବୀ ମା’ କାଳୀଙ୍କ ବିବାଦୀୟ ଛବି ସେୟାର କରାଯାଇଛି।  ମନ୍ତ୍ରଣାଳୟର ଟ୍ୱିଟରରେ ସେୟାର ହୋଇଥିବା ଫଟୋରେ ଧୂଆଁର ଆସ୍ତରଣକୁ କାଳୀଙ୍କ ସ୍କର୍ଟ ରୂପେ ଦେଖିବାକୁ ମିଳିଛି। ଅବଶ୍ୟ ପୋଷ୍ଟକୁ ନେଇ ବିରୋଧ ପରେ ସେହି ପୋଷ୍ଟକୁ ଡିଲିଟ କରି ଦିଆଯାଇଛି।

    ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟର ଟ୍ୱିଟରରେ ଦୁଇଟି ଫଟୋ ସେୟାର କରାଯାଇଥିଲା। ଗୋଟିଏରେ ଧୂଆଁର ବେଲୁନ ଦେଖିବାକୁ ମିଳିଥିବା ବେଳେ ଅନ୍ୟଟିରେ ଧୂଆଁ ଭିତରେ କାଳୀଙ୍କୁ ଦେଖିବାକୁ ମିଳିଛି, ଯେଉଁ ଧୂଆଁ କାଳିଙ୍କ ସ୍କର୍ଟ ଭାବେ ଦେଖାଯାଉଛି। କାଳୀଙ୍କ ଜିଭ ବାହାରି ଆସିଛି ଓ ବେକରେ ଲମ୍ବିଛି ମୁଣ୍ଡମାଳ। ମୁଣ଼୍ଡରେ ଅଳ୍ପ ଚୁଟି ଥିବା ବେଳେ ସେସବୁ ଉଡୁଛି। ଫଟୋ ସେୟାର କରିବା ସହ ମନ୍ତ୍ରଣାଳୟ ପକ୍ଷରୁ ୱାର୍କ ଅଫ ଆର୍ଟ କ୍ୟାପ୍ସନ ଲେଖାଯାଇଛି।

    ତେବେ ଏହି ପୋଷ୍ଟକୁ ନେଇ ୟୁଜର୍ସଙ୍କ ପ୍ରବଳ ବିରୋଧ ପରେ ମନ୍ତ୍ରଣାଳୟ ପକ୍ଷରୁ ପୋଷ୍ଟକୁ ଡିଲିଟ କରି ଦିଆଯାଇଛି।

  • ମନ୍‌ କି ବାତ୍‌ ଗଣଆନ୍ଦୋଳନର ରୂପ ନେଇଛି: ପ୍ରଧାନ ମନ୍ତ୍ରୀ

    ମନ୍‌ କି ବାତ୍‌ ଗଣଆନ୍ଦୋଳନର ରୂପ ନେଇଛି: ପ୍ରଧାନ ମନ୍ତ୍ରୀ

    ‘ମନ୍‌ କି ବାତ୍‌’ ଗୋଟାଏ କାର୍ଯ୍ୟକ୍ରମ ନୁହେଁ, ଏକ ବିଶ୍ବାସ, ଉପାସନା ଓ ଉପବାସ। ଦେବତୁଲ୍ୟ ଜନତା ଜନାର୍ଦ୍ଦନଙ୍କ ପାଦତଳେ ଥାଳିଏ ପ୍ରସାଦ ବୋଲି ୧୦୦ତମ ମନ କି ବାତ୍ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

    ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଥିଲେ କି,  ମନ୍‌ କି ବାତ୍‌କୁ ଏତେ ବର୍ଷ ବିତି ଗଲାଣି, ଏହା ମୋର ବିଶ୍ବାସ ହେଉନାହିଁ। ପ୍ରତି ସଂସ୍କରଣର ସ୍ୱତନ୍ତ୍ରତା ରହିଛି। ସାକାରାତ୍ମକ ପ୍ରସାରଣ ଓ ସମାଜର ମୂଳସ୍ତରରେ ପରିବର୍ତ୍ତନକାରୀଙ୍କୁ ସ୍ୱୀକୃତି ଦେବାରେ ଗୋଟାଏ ଉନ୍ନତ ପ୍ଲାଟ୍‌ଫର୍ମ।  ଏହି କାର୍ଯ୍ୟକ୍ରମ କୋଟି କୋଟି ଭାରତୀୟଙ୍କ ‘ହୃଦୟର କଥା’, ଅନୁଭୂତିର ପରିପ୍ରକାଶ।  କାର୍ଯ୍ୟକ୍ରମରେ ଉଲ୍ଲେଖ କରାଯାଇଥିବା ବ୍ୟକ୍ତିମାନେ ଏ କାର୍ଯ୍ୟକ୍ରମକୁ ଜୀବନ୍ୟାସ ଦେଇଛନ୍ତି। ମୋ ପାଇଁ ‘ମନ୍‌ କୀ ବାତ୍‌’ ହେଉଛି ଅନ୍ୟମାନଙ୍କ ଗୁଣାବଳିର ଉପାସନା।

    ‘ବେଟି ବଚାଓ, ବେଟି ପଢ଼ାଅ’ ଅଭିଯାନର ସଫଳତା ହରିୟାଣାରେ ଦେଖିବାକୁ ମିଳିଛି। ସେଠାରେ ଲିଙ୍ଗ ଅନୁପାତ ହ୍ରାସ ପାଇଛି। ‘କନ୍ୟା ସହିତ ସେଲ୍‌ଫି’ ଅଭିଯାନ ମତେ ଖୁବ୍‌ ପ୍ରଭାବିତ କରିଥିଲା ଯାହା ବିଶ୍ବପ୍ରସାରୀ ହୋଇଗଲା। ଝିଅଙ୍କ ଭୂମିକାକୁ ହୃଦୟଙ୍ଗମ କରାଇବା ହେଉଛି ଏହି ଅଭିଯାନର ଉଦ୍ଦେଶ୍ୟ।

    ମନ୍‌ କି ବାତ୍‌ ଦ୍ବାରା ଅନେକ ଗଣଆନ୍ଦୋଳନ ସୃଷ୍ଟ ହୋଇ ଗତିଶୀଳ ହୋଇଛି। ସେ ‘ସ୍ବଚ୍ଛ ଭାରତ’ ହେଉ, ‘ଖଦି’ ଅଥବା ‘ସ୍ବାଧୀନତାର ଅମୃତ ମହୋତ୍ସବ’, ସବୁ ପ୍ରଥମେ  ଆରମ୍ଭ ହୋଇ ଗଣଆନ୍ଦୋଳନରେ ପରିଣତ ହୋଇଛି। ଆଜି ଦେଶରେ ପର୍ଯ୍ୟଟନର ଦ୍ରୁତ ସମୃଦ୍ଧି ହେଉଛି। ଆମର ପ୍ରାକୃତିକ ସମ୍ବଳ ହେଉ, ଅଥବା ତୀର୍ଥସ୍ଥଳୀ, ସେସବୁକୁ ପରିଚ୍ଛନ ରଖିବା ଗୁରୁତ୍ବପୂର୍ଣ୍ଣ । ଭାରତର ପ୍ରାଚୀନ ପରମ୍ପରା କ୍ଷେତ୍ରରେ ଆଜି ଦେଶ ଯେଭଳି କାମ କରୁଛି ତାହା ବାସ୍ତବିକ ପ୍ରଶଂସାଯୋଗ୍ୟ। ମନ୍‌ କି ବାତ୍‌ ଗୋଟାଏ ମାଳା ଯାହା ପ୍ରତି ମାଳିକୁ ଏକତ୍ର ବାନ୍ଧି ରଖିଛି।

  • ଆଦର୍ଶ କଲୋନୀ ପାଇଁ ନବୀନଙ୍କ ପ୍ୟାକେଜ ଘୋଷଣା

    ଆଦର୍ଶ କଲୋନୀ ପାଇଁ ନବୀନଙ୍କ ପ୍ୟାକେଜ ଘୋଷଣା

    କେନ୍ଦ୍ରାପଡ଼ା ସାତଭାୟା ବଗପାଟିଆ ଥଇଥାନ କଲୋନୀ ଏବେ ଆଦର୍ଶ କଲୋନୀ ହେବ । 5T ସଚିବ ଭି.କେ.ପାଣ୍ଡିଆନଙ୍କ ଗସ୍ତର ୨୪ ଘଣ୍ଟା ମଧ୍ୟରେ ୨୨ କୋଟି ୫୦ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ୨୭ ଓ ୨୮ ଦୁଇ ଦିନ ଧରି 5T ସଚିବ ଭି.କେ.ପାଣ୍ଡିଆନ କେନ୍ଦ୍ରପଡ଼ା ଗସ୍ତ କରିଥିଲେ । ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ ସାତଭାୟା ବଗପାଟିଆ ଅଞ୍ଚଳ ପରିଦର୍ଶନ କରି ବିସ୍ଥାପିତଙ୍କୁ ଭେଟିଥିଲେ 5T ସଚିବ । ସରକାରଙ୍କ ଯୋଜନା ବିଷୟରେ ଲୋକଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ।

    ସାତଭାୟା ବଗପାଟିଆ ଆଦର୍ଶ କଲୋନୀ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୨୨ କୋଟିରୁ ଅଧିକ ଟଙ୍କାର ପ୍ୟାକେଜ୍ ମଞ୍ଜୁର କରିଛନ୍ତି ନବୀନ । ଏହି ଅର୍ଥରେ ସେ ଅଞ୍ଚଳରେ ବନ୍ଧବାଡ଼ର ସୁଦୃଢ଼ୀକରଣ ସହିତ ହିତାଧିକାରୀଙ୍କ ବାସଗୃହ,ଜୀବିକା କାର୍ଯ୍ୟକ୍ରମ,ରାସ୍ତା,ପିଇବା ପାଣି,ବିଜୁଳି ଓ ପଞ୍ଚାୟତ ଗୃହ ଆଦି ଭିତ୍ତିଭୂମିର ବିକାଶ କରାଯିବ । ଏହା ସହିତ ଲୋକଙ୍କ ଆବଶ୍ୟକତା ଭିତ୍ତିରେ ସେମାନଙ୍କୁ ଚାଷ ଜମି ମଧ୍ୟ ଯୋଗାଇ ଦିଆଯିବ ।

    ପ୍ରସିଦ୍ଧ ପଞ୍ଚୁବରାହୀ ପୀଠରେ ଭିତ୍ତିଭୂମିର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କରାଯିବ । ଏଥିସହ ଲାଇଟ୍ ଆଣ୍ଡ ସାଉଣ୍ଡର ବ୍ୟବସ୍ଥା କରାଯାଇ ଏହାକୁ ଏକ ପ୍ରମୁଖ ପର୍ଯ୍ୟଟକ ସ୍ଥାନ ଭାବେ ବିକଶିତ କରିବା ପାଇଁ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସାତଭାୟା ଅଞ୍ଚଳ ସମୁଦ୍ରରେ ଲୀନ ହୋଇଯାଇଥିଲା । କ୍ଷତିଗ୍ରସ୍ତ ଲୋକଙ୍କୁ ବଗପାଟିଆରେ ଥଇଥାନ କରାଯାଉଛି । ପ୍ରଭାବିତ ଲୋକଙ୍କ ଥଇଥାନ ପାଇଁ ଏହା ଦେଶର ପ୍ରଥମ କଲୋନୀ ହେବ ।

  • ଅବସରପ୍ରାପ୍ତ ସେନା ଅଧିକାରୀ ରଚିଲେ ଇତିହାସ

    ଅବସରପ୍ରାପ୍ତ ସେନା ଅଧିକାରୀ ରଚିଲେ ଇତିହାସ

    ସମ୍ମାନଜନକ ଗୋଲ୍ଡେନ ଗ୍ଲୋବ ରେସ 2022ରେ ଜଣେ ଭାରତୀୟଙ୍କ ସଫଳତା। ଭାରତୀୟ ନୌସେନାର ଅବସର ପ୍ରାପ୍ତ ଅଧିକାରୀ ଅଭିଳାଷ ଟୋମି ପ୍ରଥମ ଭାରତୀୟ , ଯିଏ ଏକାକୀ ଜଳପଥରେ ବିଶ୍ୱ ପରିକ୍ରମା  ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରଚିଛନ୍ତି ଇତିହାସ। ଗତ ବର୍ଷ ସେପ୍ଟେମ୍ବର4 ତାରିଖରୁ ଫ୍ରାନ୍ସର ଲେସ ସାବ୍ଲେସ-ଡି ଓଲୋନ୍ନେରୁ ସେ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ। ଅଭିଳାଷଙ୍କ ପୂର୍ବରୁ ଦକ୍ଷିଣ ଆଫ୍ରିକାର କ୍ରିଷ୍ଟେନ ନ୍ୟୁଶ୍ଚେଫର  ଏପ୍ରିଲ 27 ତାରିଖରେ ପ୍ରତିଯୋଗିତା ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

    ଗୋଲ୍ଡେନ ଗ୍ଲୋବ ରେସ 2022ରେ 43 ବର୍ଷୀୟ ଭାରତୀୟ ପ୍ରତିଯୋଗୀ ରଷ୍ଟଲର 36 ବୟାନାଟ ଏକାକୀ ବିଶ୍ୱପରି ଭ୍ରମଣ କରିଥିବା ନେଇ ଆୟୋଜକଙ୍କ ଫେସବୁକ ପେଜରେ ସୂଚନା ଦିଆଯାଇଛି। ଆଭିଳାଷ ଫିନିସ ଲାଇନକୁ 0446 ୟୁଟିସିକୁ ଅତିକ୍ରମ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଏହା ତାଙ୍କର ଦ୍ୱିତୀୟ ଏକକ ପରିକ୍ରମା ଥିବା କୁହାଯାଇଛି। ସଫଳତା ପରେ ଟୋମି ଲେସ ସେବ୍ଲେସ ଓ ତାଙ୍କ ପ୍ରାୟୋଜକ ବୟାନାଟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

    ଅଭିଳାଷ ତାଙ୍କ ପ୍ରତିଯୋଗିତା ଶେଷ କରି ପ୍ରସିଦ୍ଧ ଲେସ ସାବ୍ଲେସ-ଡି ଓଲୋନ୍ନେ ଚାନେଲକୁ ଫେରି ଆସିଛନ୍ତି ଯେଉଁଠାରୁ ଯାତ୍ରା ଅରମ୍ଭ କରିଥିଲେ।  ସେଠାରେ ଅନ୍ୟାନ୍ୟ ଫର୍ମାଲିଟି ଶେଷ କରିବେ। ଏହି ପ୍ରତିଯୋଗିତା ପୂରଣ କରିବାକୁ ତାଙ୍କୁ 236 ଦିନ ଲାଗିଥିଲା। ଦୀର୍ଘ ଯାତ୍ରାର ସମାପ୍ତି ପରେ ସେ ଆସନ୍ତା ତିନି ଦିନ ପାଇଁ ବିଶ୍ରାମ ନେବାକୁ ଚାହୁଁଥିବା କହିଛନ୍ତି।

    2018ରେ ମଧ୍ୟ ଅଭିଳାଷ ଗୋଲ୍ଡେନ ଗ୍ଲୋବ ରେସରେ ଭାଗନେଇଥିଲେ। କିନ୍ତୁ ରେସର ତୃତୀୟସ୍ଥାନରେ ଥିବା ବେଳେ ଏକ ଦୁର୍ଘଟଣାର ଶିକାର ହେବାରୁ ଗୁରୁତର ଆହତ ହୋଇଯାଇଥିଲେ। ତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ବର୍ତ୍ତମାନ ସେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ପରେ ତାଙ୍କୁ ଭାରତୀୟ ଜଳସେନା ପକ୍ଷରୁ ଅଭିନନ୍ଦନ ଜଣାଯାଇଛି। ବିଭିନ୍ନ କ୍ଷେତ୍ରରୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି।   

  • ଭିତରକନିକାରେ ଲାଗିଲା ରୋକ୍, ମେ’୧ରୁ ଜୁଲାଇ ୩୧ ଯାଏ ବନ୍ଦ

    ଭିତରକନିକାରେ ଲାଗିଲା ରୋକ୍, ମେ’୧ରୁ ଜୁଲାଇ ୩୧ ଯାଏ ବନ୍ଦ

    ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଛି । ଏହାକୁ ନଜରରେ ରଖି ରାଜନଗର ବନ ବିଭାଗ ପକ୍ଷରୁ କଟକଣା ଲାଗୁ କରାଯାଇଛି । ମେ’୧ରୁ ଜୁଲାଇ ୩୧ ଯାଏ ୩ ମାସ ଧରି ଭିତରକନିକା ବନ୍ଦ ରହିବ । ଏହି ସମୟ ଭିତରେ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ପରିଭ୍ରମଣ ଓ ପ୍ରବେଶ ବନ୍ଦ ରହିବ ।

    ଏହି ୩ ମାସରେ ମା’ କୁମ୍ଭୀର ଅଣ୍ଡା ଦାନ ପ୍ରକ୍ରିୟା ଶେଷ କରିଥାନ୍ତି । ଉଭୟ ମା’ ଏବଂ ପୁରୁଷ କୁମ୍ଭୀର ହେନ୍ତାଳ ଓ ଖରଖରି ପତ୍ରରେ ଅଢ଼େଇରୁ ୩ ଫୁଟ ଉଚ୍ଚର ବସା ବାନ୍ଧିଥାନ୍ତି । ନଦୀକୂଳରୁ ଜୁଆର ଛୁଇଁ ପାରୁନଥିବା ନିରାପଦ ସ୍ଥାନରେ ବସା ବାନ୍ଧିଥାନ୍ତି । ଏଥିରେ ମା’ କୁମ୍ଭୀର ଅଣ୍ଡାଦାନ କରିଥାନ୍ତି । ୩ ମାସରେ ସେମାନଙ୍କ ପ୍ରଜନନ ପ୍ରକ୍ରିୟାଠୁଁ ଅଣ୍ଡାଦାନ ପର୍ଯ୍ୟନ୍ତ କୁମ୍ଭୀର ହିଂସ୍ର ହୋଇଥାନ୍ତି । ସେମାନଙ୍କ ଏହି ପ୍ରକ୍ରିୟାରେ ବାଧା ଦେଖାଦେଲେ ଆକ୍ରମଣ କରିବାକୁ ଉଦ୍ୟମ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ୩ ମାସ ଯାଏ ଭିତରକନିକାରେ ପ୍ରବେଶ ଓ ପରିଭ୍ରମଣ ପାଇଁ ରୋକ୍ ଲଗାଯାଇଛି ।

  • ଡଙ୍ଗା ବୁଡ଼ି ଘଟଣା, ପୋଲ ନିର୍ମାଣ ପ୍ରତିଶ୍ରୁତି ଦେଲେ ସରକାର

    ଡଙ୍ଗା ବୁଡ଼ି ଘଟଣା, ପୋଲ ନିର୍ମାଣ ପ୍ରତିଶ୍ରୁତି ଦେଲେ ସରକାର

    ଆଳି ଏକମାଣିଆ ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଘଟଣାକୁ ୪ ଦିନ ହେଲାଣି । ଆଜି ବି ଲୋକଙ୍କ ଆଖିରେ ଲୁହ । ପରିବାର ସଦସ୍ୟ ହରାଇ ସମସ୍ତେ କାନ୍ଦୁଛନ୍ତି । ହେଲେ କାହିଁକି ଏଭଳି ଘଟଣା ଘଟିଲା । ପୋଲଟିଏ ପାଇଁ ପଞ୍ଚାୟତବାସୀ କେତେ ନେହୁରା ହେଲେ କିନ୍ତୁ ସରକାର ଏ ଦିଗରେ ଅବହେଳା କଲେ । ସେଥିପାଇଁ ୨ଟି ନିରୀହ ଜୀବନ ଚାଲିଗଲା । ମୁଖ୍ୟମନ୍ତ୍ରୀଙ୍କ ପରେ 5T ସଚିବ କହିଛନ୍ତି ଖୁବଶୀଘ୍ର ପୋଲ ନିର୍ମାଣ କରାଯିବ ।

    ଗତ ୨୭ ତାରିଖରେ ଆଳି ଏକମାଣିଆ ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ନାବାଳକ ଓ ନାଉରିଆଙ୍କ ମୃତ୍ୟୁ ହୋଇଥିଲା । ପୁଅ କଥା ମନେ ପକାଇ ମା’ଆଖିରେ ଲୁହ ତ ସ୍ୱାମୀକୁ ହରାଇ କାନ୍ଦୁଛି ସ୍ତ୍ରୀ । ପୂର୍ବରୁ ଅନେକ ଥର ଏଭଳି ଦୁର୍ଘଟଣା ଘଟିଛି ଯେଉଁଥିରେ ହିରୋ ସାଜିଥିଲେ ଏହି ନାଉରିଆ ସୁଦର୍ଶନ । ଜୀବନକୁ ବାଜି ଲଗାଇ ଅନେକଙ୍କ ଜୀବନ ଉଦ୍ଧାର କରିଥିଲେ । କିନ୍ତୁ ଆଜି ସେ ନାହାଁନ୍ତି । ଡଙ୍ଗା ବୁଡ଼ି ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ଏଭଳି ସାହସୀ, ପରୋପକାରୀ ବ୍ୟକ୍ତିଙ୍କୁ ହରାଇଛନ୍ତି ଗାଁ ଲୋକେ । ଏବେ ତାଙ୍କୁ ସାହସିକତା ପୁରସ୍କାର ପ୍ରଦାନ ପାଇଁ ଅଞ୍ଚଳରେ ଦାବି ହୋଇଛି ।

    ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଏକମାଣିଆ ପଞ୍ଚାୟତବାସୀ ଆଜି ଅବହେଳିତ ଅବସ୍ଥାରେ ରହିଛି । ଚାରିପଟୁ ଘେରି ରହିଛି ବ୍ରାହ୍ମଣୀ, ହଂସୁଆ ଓ ଖରସ୍ରୋତା ନଦୀ । ଘରୁ ବାହାରିବାକୁ ହେଲେ ସମସ୍ତେ ଡଙ୍ଗା ଉପରେ ନିର୍ଭର କରିଥାନ୍ତି । ପଞ୍ଚାୟତବାସୀଙ୍କ ଦାବି ପରେ ମୁଖ୍ୟମନ୍ତ୍ରୀ ୨୦୧୬ ନଭେମ୍ବରରେ ପୋଲ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ଦୀର୍ଘ ୬ ବର୍ଷ ପରେ ମଧ୍ୟ କୌଣସି ପଦକ୍ଷେପ ନାହିଁ । ଏବେ ୨ ଜଣଙ୍କ ମୃତ୍ୟୁ ପରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏପରିକି 5T ସଚିବ ଭି.କେ.ପାଣ୍ଡିଆନଙ୍କ ରାଜନଗର କେରେଡ଼ାଗଡ଼ ଗସ୍ତ ବେଳେ ରାସ୍ତାରୋକ କରାଯାଇଥିଲା । ତେବେ 2 ମାସ ମଧ୍ୟରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ପ୍ରତିଶ୍ରୁତି ଦେଇଛନ୍ତି 5T ସେକ୍ରେଟାରୀ । ଖୁବଶୀଘ୍ର ବ୍ରାହ୍ମଣୀ ନଦୀ ଉପରେ ପୋଲ ନିର୍ମାଣ କରାଯିବ । ସରକାରଙ୍କ ଏହି ପ୍ରତିଶ୍ରୁତି କେବେ କାର୍ଯ୍ୟକାରୀ ହେବ ତାକୁ ଅଞ୍ଚଳବାସୀଙ୍କ ଅପେକ୍ଷା ।

  • ପାଣିରେ ବୁଡି ଜଣେ ଶିଶୁଙ୍କ ମୃତ୍ୟୁ

    ପାଣିରେ ବୁଡି ଜଣେ ଶିଶୁଙ୍କ ମୃତ୍ୟୁ

    କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ମାଳବିହାରୀପୁର ଗାଁରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଉଥିବା ବେଳେ ଜଣେ ଶିଷୁଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣକ ହେଉଛନ୍ତି ମନ୍ମଥ ବେହେରାଙ୍କ 8 ବର୍ଷୀୟ ପୁଅ ଅକ୍ଷୟ ବେହେରା ।

    ସୂଚନା ଅନୁଯାୟୀ, ଅକ୍ଷୟ ନିଜ ଜେଜେମଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ବେଳେ ହଠାତ ସେ ପାଣିରେ ବୁଡିବା ଆରମ୍ଭ କରିଥିଲେ । ଜେଜେମା ଉପାୟଶୂନ୍ୟ ହୋଇ ଲୋକଙ୍କୁ ଡାକ ପକାଇଥିଲେ । ଏହାପରେ ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଅକ୍ଷୟକୁ ଉଦ୍ଧାର କରି ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ । ଶିଶୁଟିର ମତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

  • ପଞ୍ଜାବର ଲୁଧିଆନାରେ ହୋଇଛି ଏକ ବଡ ଧରଣର ଗ୍ୟାସ ଦୁର୍ଘଟଣା, 9 ଜଣଙ୍କ ମୃତ୍ୟୁ

    ପଞ୍ଜାବର ଲୁଧିଆନାରେ ହୋଇଛି ଏକ ବଡ ଧରଣର ଗ୍ୟାସ ଦୁର୍ଘଟଣା, 9 ଜଣଙ୍କ ମୃତ୍ୟୁ

    ପଞ୍ଜାବର ଲୁଧିଆନାରେ ଗ୍ୟାସ ଲିକ ହେବାରୁ ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି । ଲୁଧିଆନାର ଗ୍ୟାସପୁରା ଠାରେ ହୋଇଥିବା ଏହି ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହା ବ୍ୟତିତ 10 ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପୋଲିସ ଟିମ୍ ପହଞ୍ଚି ପୂରା ଅଞ୍ଚଳକୁ ସିଲ୍ କରିଦେଇଛନ୍ତି ।

    ଏହା ବ୍ୟତିତ ଦମକଳ ବାହିନୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଆମ୍ବୁଲାନ୍ସ ଜରିଆରେ ଆହତଙ୍କୁ ମେଡିକଲରେ ଭର୍ତ୍ତି କରାଯାଇଛି । ମେଡିକାଲରେ ସେମାନଙ୍କର ଚିକିତ୍ସା ଚାଲିଛି ।

    ଲୁଧିଆନା ପୋଲିସର କହିବା ମୁତାବକ, ସହରର ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି । ଗ୍ୟାସ ଲିକ୍ ହେବା କାରଣରୁ ଅନେକ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । ସେମାନଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

  • ୟୁକ୍ରେନ ଡ୍ରୋନ ଆକ୍ରମଣରେ ରୁଷର ତୈଳ ଡିପୋ କ୍ଷତିଗ୍ରସ୍ତ

    ୟୁକ୍ରେନ ଡ୍ରୋନ ଆକ୍ରମଣରେ ରୁଷର ତୈଳ ଡିପୋ କ୍ଷତିଗ୍ରସ୍ତ

    ୟୁକ୍ରେନ୍‌ ଡ୍ରୋନ୍‌ ଆକ୍ରମଣରେ କ୍ରିମିଆର ସେଭାସ୍ତୋପୋଲ୍‌ ବନ୍ଦରରେ ଥିବା ତୈଳ ଡିପୋରେ ଶନିବାର ନିଆଁ ଲାଗିଯାଇଥିବା କ୍ରିମିଆରେ ମସ୍କୋ ନିଯୁକ୍ତ ଗଭର୍ଣ୍ଣର୍‌ ସୂଚନା ଦେଇଛନ୍ତି। ଗଭର୍ଣ୍ଣର୍‌ ମିହାଇଲ୍‌ ରା‌ଜ୍‌ଭୋଝାଏଭ୍‌ କହିଛନ୍ତି କି, ତୈଳ ଭଣ୍ଡାର ନିକଟରେ ଗୋଟିଏ ମାତ୍ର ଡ୍ରୋନ୍‌ ପହଞ୍ଚି ଥିବା ଯାଞ୍ଚ ପରେ ସ୍ପଷ୍ଟ ହୋଇଯାଇଛି। ତେବେ ଆଉ ଗୋଟାଏ ଡ୍ରୋନ୍‌କୁ ଗୁଳି ମାରି ଖସାଇ ଦିଆଯାଇଛି। ଏହି ଆକ୍ରମଣରେ କେହି ମୃତାହତ ହୋଇନାହାନ୍ତି।

    ଡ୍ରୋନ୍‌ ଆକ୍ରମଣ ପରେ ତୈଳ ଭଣ୍ଡାରରେ ନିଆଁ ଲାଗି ଆକାଶକୁ ଧୂଆଁ କୁଣ୍ଡଳି ଉଠିଥିଲା। କିନ୍ତୁ, ଦୁର୍ବିପାକ ଘଟିବା ଆଗରୁ ନିଆଁ ଲିଭାଇ ଦିଆଯାଇଥିଲା ବୋଲି ଗଭର୍ଣ୍ଣର୍‌ ମିହାଇଲ୍‌ ରା‌ଜ୍‌ଭୋଝାଏଭ୍‌ କହିଛନ୍ତି। ଅନ୍ୟପଟେ ୟୁକ୍ରେନ ପକ୍ଷରୁ ଆକ୍ରମଣ ହୋଇ ନ ଥିବା ୟୁକ୍ରେନର ଜଣେ ସେନା ଅଧିକାରୀ କହିଛନ୍ତି।

    ୟୁକ୍ରେନୀୟ ସାମରିକ ଗୁଇନ୍ଦାର ଜଣେ ଅଧିକାରୀଙ୍କ ବୟାନ ଆଧାରରେ ‘ଆର୍‌ବିସି ୟୁକ୍ରେନ୍‌’ ରିପୋର୍ଟରୁ ଜଣାପଡିଛି କି, କୃଷ୍ଣସାଗରରେ ଥିବା ରୁଷର ଯୁଦ୍ଧପୋତଗୁଡ଼ିକରେ ବ୍ୟବହାର ପାଇଁ  ଗଚ୍ଛିତ ଥିବା ୧୦ରୁ ଅଧିକ ଟ୍ୟାଙ୍କ୍‌ ତୈଳ ନଷ୍ଟ ହୋଇଯାଇଛି। ପ୍ରତି ଟ୍ୟାଙ୍କ୍‌ରେ ପ୍ରାୟ ୪୦,୦୦୦ ଟନ୍‌ ତୈଳ ଉତ୍ପାଦ ଧାରଣ କରିବାର ସାମର୍ଥ୍ୟ ଥିଲା।