ପାଣିରେ ବୁଡି ଜଣେ ଶିଶୁଙ୍କ ମୃତ୍ୟୁ

କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ମାଳବିହାରୀପୁର ଗାଁରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଉଥିବା ବେଳେ ଜଣେ ଶିଷୁଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣକ ହେଉଛନ୍ତି ମନ୍ମଥ ବେହେରାଙ୍କ 8 ବର୍ଷୀୟ ପୁଅ ଅକ୍ଷୟ ବେହେରା ।

ସୂଚନା ଅନୁଯାୟୀ, ଅକ୍ଷୟ ନିଜ ଜେଜେମଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ବେଳେ ହଠାତ ସେ ପାଣିରେ ବୁଡିବା ଆରମ୍ଭ କରିଥିଲେ । ଜେଜେମା ଉପାୟଶୂନ୍ୟ ହୋଇ ଲୋକଙ୍କୁ ଡାକ ପକାଇଥିଲେ । ଏହାପରେ ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଅକ୍ଷୟକୁ ଉଦ୍ଧାର କରି ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ । ଶିଶୁଟିର ମତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *