ମନ୍‌ କି ବାତ୍‌ ଗଣଆନ୍ଦୋଳନର ରୂପ ନେଇଛି: ପ୍ରଧାନ ମନ୍ତ୍ରୀ

‘ମନ୍‌ କି ବାତ୍‌’ ଗୋଟାଏ କାର୍ଯ୍ୟକ୍ରମ ନୁହେଁ, ଏକ ବିଶ୍ବାସ, ଉପାସନା ଓ ଉପବାସ। ଦେବତୁଲ୍ୟ ଜନତା ଜନାର୍ଦ୍ଦନଙ୍କ ପାଦତଳେ ଥାଳିଏ ପ୍ରସାଦ ବୋଲି ୧୦୦ତମ ମନ କି ବାତ୍ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଥିଲେ କି,  ମନ୍‌ କି ବାତ୍‌କୁ ଏତେ ବର୍ଷ ବିତି ଗଲାଣି, ଏହା ମୋର ବିଶ୍ବାସ ହେଉନାହିଁ। ପ୍ରତି ସଂସ୍କରଣର ସ୍ୱତନ୍ତ୍ରତା ରହିଛି। ସାକାରାତ୍ମକ ପ୍ରସାରଣ ଓ ସମାଜର ମୂଳସ୍ତରରେ ପରିବର୍ତ୍ତନକାରୀଙ୍କୁ ସ୍ୱୀକୃତି ଦେବାରେ ଗୋଟାଏ ଉନ୍ନତ ପ୍ଲାଟ୍‌ଫର୍ମ।  ଏହି କାର୍ଯ୍ୟକ୍ରମ କୋଟି କୋଟି ଭାରତୀୟଙ୍କ ‘ହୃଦୟର କଥା’, ଅନୁଭୂତିର ପରିପ୍ରକାଶ।  କାର୍ଯ୍ୟକ୍ରମରେ ଉଲ୍ଲେଖ କରାଯାଇଥିବା ବ୍ୟକ୍ତିମାନେ ଏ କାର୍ଯ୍ୟକ୍ରମକୁ ଜୀବନ୍ୟାସ ଦେଇଛନ୍ତି। ମୋ ପାଇଁ ‘ମନ୍‌ କୀ ବାତ୍‌’ ହେଉଛି ଅନ୍ୟମାନଙ୍କ ଗୁଣାବଳିର ଉପାସନା।

‘ବେଟି ବଚାଓ, ବେଟି ପଢ଼ାଅ’ ଅଭିଯାନର ସଫଳତା ହରିୟାଣାରେ ଦେଖିବାକୁ ମିଳିଛି। ସେଠାରେ ଲିଙ୍ଗ ଅନୁପାତ ହ୍ରାସ ପାଇଛି। ‘କନ୍ୟା ସହିତ ସେଲ୍‌ଫି’ ଅଭିଯାନ ମତେ ଖୁବ୍‌ ପ୍ରଭାବିତ କରିଥିଲା ଯାହା ବିଶ୍ବପ୍ରସାରୀ ହୋଇଗଲା। ଝିଅଙ୍କ ଭୂମିକାକୁ ହୃଦୟଙ୍ଗମ କରାଇବା ହେଉଛି ଏହି ଅଭିଯାନର ଉଦ୍ଦେଶ୍ୟ।

ମନ୍‌ କି ବାତ୍‌ ଦ୍ବାରା ଅନେକ ଗଣଆନ୍ଦୋଳନ ସୃଷ୍ଟ ହୋଇ ଗତିଶୀଳ ହୋଇଛି। ସେ ‘ସ୍ବଚ୍ଛ ଭାରତ’ ହେଉ, ‘ଖଦି’ ଅଥବା ‘ସ୍ବାଧୀନତାର ଅମୃତ ମହୋତ୍ସବ’, ସବୁ ପ୍ରଥମେ  ଆରମ୍ଭ ହୋଇ ଗଣଆନ୍ଦୋଳନରେ ପରିଣତ ହୋଇଛି। ଆଜି ଦେଶରେ ପର୍ଯ୍ୟଟନର ଦ୍ରୁତ ସମୃଦ୍ଧି ହେଉଛି। ଆମର ପ୍ରାକୃତିକ ସମ୍ବଳ ହେଉ, ଅଥବା ତୀର୍ଥସ୍ଥଳୀ, ସେସବୁକୁ ପରିଚ୍ଛନ ରଖିବା ଗୁରୁତ୍ବପୂର୍ଣ୍ଣ । ଭାରତର ପ୍ରାଚୀନ ପରମ୍ପରା କ୍ଷେତ୍ରରେ ଆଜି ଦେଶ ଯେଭଳି କାମ କରୁଛି ତାହା ବାସ୍ତବିକ ପ୍ରଶଂସାଯୋଗ୍ୟ। ମନ୍‌ କି ବାତ୍‌ ଗୋଟାଏ ମାଳା ଯାହା ପ୍ରତି ମାଳିକୁ ଏକତ୍ର ବାନ୍ଧି ରଖିଛି।

Leave a Reply

Your email address will not be published. Required fields are marked *