ଭିତରକନିକାରେ ଲାଗିଲା ରୋକ୍, ମେ’୧ରୁ ଜୁଲାଇ ୩୧ ଯାଏ ବନ୍ଦ

ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଛି । ଏହାକୁ ନଜରରେ ରଖି ରାଜନଗର ବନ ବିଭାଗ ପକ୍ଷରୁ କଟକଣା ଲାଗୁ କରାଯାଇଛି । ମେ’୧ରୁ ଜୁଲାଇ ୩୧ ଯାଏ ୩ ମାସ ଧରି ଭିତରକନିକା ବନ୍ଦ ରହିବ । ଏହି ସମୟ ଭିତରେ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ପରିଭ୍ରମଣ ଓ ପ୍ରବେଶ ବନ୍ଦ ରହିବ ।

ଏହି ୩ ମାସରେ ମା’ କୁମ୍ଭୀର ଅଣ୍ଡା ଦାନ ପ୍ରକ୍ରିୟା ଶେଷ କରିଥାନ୍ତି । ଉଭୟ ମା’ ଏବଂ ପୁରୁଷ କୁମ୍ଭୀର ହେନ୍ତାଳ ଓ ଖରଖରି ପତ୍ରରେ ଅଢ଼େଇରୁ ୩ ଫୁଟ ଉଚ୍ଚର ବସା ବାନ୍ଧିଥାନ୍ତି । ନଦୀକୂଳରୁ ଜୁଆର ଛୁଇଁ ପାରୁନଥିବା ନିରାପଦ ସ୍ଥାନରେ ବସା ବାନ୍ଧିଥାନ୍ତି । ଏଥିରେ ମା’ କୁମ୍ଭୀର ଅଣ୍ଡାଦାନ କରିଥାନ୍ତି । ୩ ମାସରେ ସେମାନଙ୍କ ପ୍ରଜନନ ପ୍ରକ୍ରିୟାଠୁଁ ଅଣ୍ଡାଦାନ ପର୍ଯ୍ୟନ୍ତ କୁମ୍ଭୀର ହିଂସ୍ର ହୋଇଥାନ୍ତି । ସେମାନଙ୍କ ଏହି ପ୍ରକ୍ରିୟାରେ ବାଧା ଦେଖାଦେଲେ ଆକ୍ରମଣ କରିବାକୁ ଉଦ୍ୟମ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ୩ ମାସ ଯାଏ ଭିତରକନିକାରେ ପ୍ରବେଶ ଓ ପରିଭ୍ରମଣ ପାଇଁ ରୋକ୍ ଲଗାଯାଇଛି ।

Leave a Reply

Your email address will not be published. Required fields are marked *