ଅବସରପ୍ରାପ୍ତ ସେନା ଅଧିକାରୀ ରଚିଲେ ଇତିହାସ

ସମ୍ମାନଜନକ ଗୋଲ୍ଡେନ ଗ୍ଲୋବ ରେସ 2022ରେ ଜଣେ ଭାରତୀୟଙ୍କ ସଫଳତା। ଭାରତୀୟ ନୌସେନାର ଅବସର ପ୍ରାପ୍ତ ଅଧିକାରୀ ଅଭିଳାଷ ଟୋମି ପ୍ରଥମ ଭାରତୀୟ , ଯିଏ ଏକାକୀ ଜଳପଥରେ ବିଶ୍ୱ ପରିକ୍ରମା  ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରଚିଛନ୍ତି ଇତିହାସ। ଗତ ବର୍ଷ ସେପ୍ଟେମ୍ବର4 ତାରିଖରୁ ଫ୍ରାନ୍ସର ଲେସ ସାବ୍ଲେସ-ଡି ଓଲୋନ୍ନେରୁ ସେ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ। ଅଭିଳାଷଙ୍କ ପୂର୍ବରୁ ଦକ୍ଷିଣ ଆଫ୍ରିକାର କ୍ରିଷ୍ଟେନ ନ୍ୟୁଶ୍ଚେଫର  ଏପ୍ରିଲ 27 ତାରିଖରେ ପ୍ରତିଯୋଗିତା ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଗୋଲ୍ଡେନ ଗ୍ଲୋବ ରେସ 2022ରେ 43 ବର୍ଷୀୟ ଭାରତୀୟ ପ୍ରତିଯୋଗୀ ରଷ୍ଟଲର 36 ବୟାନାଟ ଏକାକୀ ବିଶ୍ୱପରି ଭ୍ରମଣ କରିଥିବା ନେଇ ଆୟୋଜକଙ୍କ ଫେସବୁକ ପେଜରେ ସୂଚନା ଦିଆଯାଇଛି। ଆଭିଳାଷ ଫିନିସ ଲାଇନକୁ 0446 ୟୁଟିସିକୁ ଅତିକ୍ରମ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଏହା ତାଙ୍କର ଦ୍ୱିତୀୟ ଏକକ ପରିକ୍ରମା ଥିବା କୁହାଯାଇଛି। ସଫଳତା ପରେ ଟୋମି ଲେସ ସେବ୍ଲେସ ଓ ତାଙ୍କ ପ୍ରାୟୋଜକ ବୟାନାଟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅଭିଳାଷ ତାଙ୍କ ପ୍ରତିଯୋଗିତା ଶେଷ କରି ପ୍ରସିଦ୍ଧ ଲେସ ସାବ୍ଲେସ-ଡି ଓଲୋନ୍ନେ ଚାନେଲକୁ ଫେରି ଆସିଛନ୍ତି ଯେଉଁଠାରୁ ଯାତ୍ରା ଅରମ୍ଭ କରିଥିଲେ।  ସେଠାରେ ଅନ୍ୟାନ୍ୟ ଫର୍ମାଲିଟି ଶେଷ କରିବେ। ଏହି ପ୍ରତିଯୋଗିତା ପୂରଣ କରିବାକୁ ତାଙ୍କୁ 236 ଦିନ ଲାଗିଥିଲା। ଦୀର୍ଘ ଯାତ୍ରାର ସମାପ୍ତି ପରେ ସେ ଆସନ୍ତା ତିନି ଦିନ ପାଇଁ ବିଶ୍ରାମ ନେବାକୁ ଚାହୁଁଥିବା କହିଛନ୍ତି।

2018ରେ ମଧ୍ୟ ଅଭିଳାଷ ଗୋଲ୍ଡେନ ଗ୍ଲୋବ ରେସରେ ଭାଗନେଇଥିଲେ। କିନ୍ତୁ ରେସର ତୃତୀୟସ୍ଥାନରେ ଥିବା ବେଳେ ଏକ ଦୁର୍ଘଟଣାର ଶିକାର ହେବାରୁ ଗୁରୁତର ଆହତ ହୋଇଯାଇଥିଲେ। ତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ବର୍ତ୍ତମାନ ସେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ପରେ ତାଙ୍କୁ ଭାରତୀୟ ଜଳସେନା ପକ୍ଷରୁ ଅଭିନନ୍ଦନ ଜଣାଯାଇଛି। ବିଭିନ୍ନ କ୍ଷେତ୍ରରୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି।   

Leave a Reply

Your email address will not be published. Required fields are marked *