Blog

  • ରାଜ୍ୟକୁ ଆଉ ଦୁଇଟି ‘ବନ୍ଦେ ଭାରତ’ ଦେବାକୁ ନବୀନଙ୍କ ଦାବି

    ରାଜ୍ୟକୁ ଆଉ ଦୁଇଟି ‘ବନ୍ଦେ ଭାରତ’ ଦେବାକୁ ନବୀନଙ୍କ ଦାବି

    ଓଡ଼ିଶା ଦେଇ ଆଉ ଅଧିକ ଦୁଇଟି ବନ୍ଦେ ଭାରତ ଏକ୍ସେପ୍ରସ ଚଳାଚଳ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ଟ୍ରନ୍ ପୁରୀରୁ ସମ୍ବଲପୁର ରାସ୍ତାରେ ରାଉରକେଲା ଯିବ । ଅନ୍ୟଟି ଭୁବନେଶ୍ବରରୁ ହାଇଦ୍ରାବାଦ ମଧ୍ୟରେ ଚଳାଚଳ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

    ପୁରୀ ଓ କୋଣାର୍କ ମଧ୍ୟରେ ନୂଆ ରେଳ ଲାଇନ୍ କାମ କରିବାକୁ ମଧ୍ୟ ଦାବି କରିଛନ୍ତି ନବୀନ । ଏହା ରାଜ୍ୟର ପର୍ଯ୍ୟଟନ ବିକାଶକୁ ଆହୁରି ଆଗକୁ ନେବ । ଏଥିସହ ଅନୁଗୁଳ-ସୁକିନ୍ଦା ଏବଂ ହରିଦାସପୁର-ପାରାଦୀପ ଲାଇନରେ ପ୍ୟାସେଞ୍ଜର ଟ୍ରେନ୍ ଚଳାଚଳ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିସହ ପୁରୀ ଓ କଟକ ରେଳଷ୍ଟେସନର ପୁନର୍ବିକାଶ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି । ଏହି ଅବସରରେ ଅନୁଗୁଳ-ସୁକିନ୍ଦା ନୂଆ ରେଳଲାଇନ୍, ସମ୍ବଲପୁର-ଟିଟିଲାଗଡ଼ ଲାଇନ୍ ଦୋହରୀକରଣ ଏବଂ ଆଉ ଦୁଇଟି ରେଳଲାଇନ୍ ଲୋକାର୍ପିତ ହୋଇଛି । ରାଜ୍ୟରେ ରେଳ ଲାଇନର ଶହେ ପ୍ରତିଶତ ବିଦ୍ୟୁତକରଣ କାର୍ଯ୍ୟର ମଧ୍ୟ ଲୋକାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

    ରାଜ୍ୟ ସରକାର ପୁରୀକୁ ଐତିହ୍ୟ ନଗରୀ କରିବାକୁ କାମ ଆରମ୍ଭ କରିଛନ୍ତି । ଏଥିପାଇଁ ଭିତ୍ତିଭୂମି ବିକାଶ କାମ ଜାରି ରହିଛି । ଶହେ ପ୍ରତିଶତ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ପୁରୀ ଦେଶରେ ପ୍ରଥମ ସହର ହୋଇଛି । ତେଣୁ ପୁରୀ ଓ କୋଣାର୍କ ମଧ୍ୟରେ ରେଳ ସଂଯାଗ ନିହାତି ଜରୁରୀ ବୋଲି ସିଏମ୍ କହିଛନ୍ତି । ଏହାଦ୍ବାରା ଦୁଇ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଯାତାୟତ ଆହୁରି ସୁଗମ ଏବଂ ସହଜ ହୋଇପାରିବ ।

    ଖୁବଶୀଘ୍ର ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର କାମ ଆରମ୍ଭ ହେବ । ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଦେଇଥିବା ସମସ୍ତ ପ୍ରସ୍ତାବ କାର୍ଯ୍ୟକାରୀ କରାଯିବା ସହ ୪ ବର୍ଷ ମଧ୍ୟରେ ବିମାନ ବନ୍ଦର କାମ ସରି କାର୍ଯ୍ୟକ୍ଷମ ହେବ । ପୁରୀ-କୋଣାର୍କ ରେଳ ପ୍ରକଳ୍ପରେ ରାଜ୍ୟ ସରକାର ସବୁପ୍ରକାର ସହଯୋଗ କରିବେ । ପ୍ରକଳ୍ପର ୫୦ ପ୍ରତିଶତ ନିର୍ମାଣ ଖର୍ଚ୍ଚ ସହ ଜମି ଅଧିଗ୍ରହଣ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯାହା ରେଳବାଇ ପାଇଁ ଲାଭଜନକ ହେ । ତେଣୁ ଖୁବଶୀଘ୍ର ଏ ଦିଗରେ ପଦକ୍ଷେପ ନେବାକୁ ପିଏମଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

  • ଇମରାନ ଖାନଙ୍କୁ ସେନା ମୁଖ୍ୟଙ୍କ ଚେତାବନୀ, ଦେଶ ଛାଡିଦିଅ…ନହେଲେ ଆର୍ମି ଆକ୍ଟର ସମ୍ମୁଖୀନ ହୁଅ

    ଇମରାନ ଖାନଙ୍କୁ ସେନା ମୁଖ୍ୟଙ୍କ ଚେତାବନୀ, ଦେଶ ଛାଡିଦିଅ…ନହେଲେ ଆର୍ମି ଆକ୍ଟର ସମ୍ମୁଖୀନ ହୁଅ

    ପାକିସ୍ତାନରେ ଇମ୍ରାନ ଖାନ ଏବଂ ସରକାରଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଇମ୍ରାନଙ୍କୁ ଅଲ କାଦର ଟ୍ରଷ୍ଟ ମାମଲାରେ ମେ ୯ ତାରିଖରେ ଗିରଫ କରାଯାଇଥିଲା, ଯଦିଓ ୨ ଦିନ ପରେ ଜାମିନ ପାଇଥିଲେ । ଇମ୍ରାନ ଖାନଙ୍କ ଗିରଫ ପରେ ବିକ୍ଷୋଭକାରୀ ମାନେ ପାକିସ୍ତାନୀ ସେନାକୁ ଟାର୍ଗେଟ କରିଥିଲେ, ଯେଉଁଥିପାଇଁ ସେନା କ୍ରୋଧିତ ହୋଇଥିଲେ । ସେନା ଅଧିନିୟମ ଅନୁଯାୟୀ ପ୍ରଦର୍ଶନକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଘୋଷଣା କରାଯାଇଛି । ସୂଚନା ଅନୁସାରେ, ପାକିସ୍ତାନୀ ସେନା ଇମ୍ରାନ ଖାନଙ୍କୁ ଏକ ଅଫର ଦେଇଛି ।

    ପାକିସ୍ତାନୀ ସେନା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପାକିସ୍ତାନ ଛାଡିବାକୁ ପ୍ରସ୍ତାବ ଦେଇଛି ଏବଂ ନହେଲେ ସେନା ଆଇନକୁ ସାମ୍ନା କରିବାକୁ ପ୍ରସ୍ତୁତ ହେବା ଉଚିତ ବୋଲି କହିଛନ୍ତି । ଇମ୍ରାନ ଖାନଙ୍କୁ ସେନା ଦ୍ୱାରା ଦୁବାଇ ଏବଂ ଲଣ୍ଡନ ଯିବାକୁ ପ୍ରସ୍ତାବ ଦିଆଯାଇଛି । ଦେଶର ସେନା କହିଛି ଯେ, ଯଦି ଇମ୍ରାନ ପାକିସ୍ତାନ ଛାଡନ୍ତି ତେବେ ସେନା ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ କରିବ ନାହିଁ ।

    ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମରାନ ଖାନ ପାକିସ୍ତାନ ସେନା ଦେଇଥିବା ଅଫରକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି । ପାକିସ୍ତାନ ସେନାକୁ କଡ଼ା ଜବାବ ଦେଇ ସେ କହିଛନ୍ତି ଯେ, ଯାହା ଘଟୁ ପଛେ ସେ ପାକିସ୍ତାନ ଛାଡିବେ ନାହିଁ ।

    ଏହାପୂର୍ବରୁ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର୍ ଖୋଲାଖୋଲି ଭାବେ ଇମ୍ରାନ ଖାନଙ୍କ ସମର୍ଥକଙ୍କୁ ଧମକ ଦେଇଥିଲେ ଯେ, ଯଦି ପୁନର୍ବାର ୯ ତାରିଖ ଭଳି ଘଟଣା ଘଟେ ତେବେ ଆମେ ବରଦାସ୍ତ କରିବୁ ନାହିଁ । ସେ ସିୟାଲକୋଟ ଗେରିସନ ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି, ଯେଉଁଠାକୁ ସେ ଶହୀଦଙ୍କ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିବାକୁ ଯାଇଥିଲେ ।

    ଦୁଇ ଦିନ ପୂର୍ବେ ସେନା ଅଧିନିୟମ ଅନୁଯାୟୀ, ଗିରଫ ହୋଇଥିବା ବିକ୍ଷୋଭକାରୀଙ୍କ ବିରୁଦ୍ଧରେ କେସ ଚଳାଇବାକୁ ପାକିସ୍ତାନରେ ଅନୁମତି ଦିଆଯାଇଛି । ଦେଶର ଯେକୌଣସି ଆଭ୍ୟନ୍ତରୀଣ ପ୍ରସଙ୍ଗରେ ସେନାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପାକିସ୍ତାନୀ ସେନା ସରକାରଙ୍କୁ ଆର୍ମି ଆକ୍ଟ ଲାଗୁ କରିବାକୁ କହିଥିଲେ । ଆର୍ମି ଆକ୍ଟ, ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଭାବରେ ମଧ୍ୟ ଜଣାଶୁଣା । ଏହା ସାହାଯ୍ୟରେ ସେନା ତାଙ୍କ ତରଫରୁ ଗିରଫ ହୋଇଥିବା ଅପରାଧୀଙ୍କୁ ଗୁରୁତର ଦଣ୍ଡ ଦେଇପାରେ । ଏହି ଆଇନ ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଏବଂ ତାଙ୍କ କର୍ମଚାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ଆଜୀବନ କାରାଦଣ୍ଡ ମଧ୍ୟ ଦିଆଯାଇପାରେ ।

  • ସୈଫ ଅଲି ଖାନ ପ୍ରଥମ ଡେଟରେ ଅମୃତା ସିଂଙ୍କ ଘରେ ୨ ଦିନ ରହିଥିଲେ

    ସୈଫ ଅଲି ଖାନ ପ୍ରଥମ ଡେଟରେ ଅମୃତା ସିଂଙ୍କ ଘରେ ୨ ଦିନ ରହିଥିଲେ

    ବଲିଉଡ ଅଭିନେତା ସୈଫ ଅଲି ଖାନ ନିଜର ପ୍ରଖତ ଅଭିନୟ ପାଇଁ ଜଣାଶୁଣା । ସେ ତାଙ୍କର ପ୍ରତ୍ୟେକ ଚରିତ୍ର ସହିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରନ୍ତି । ବୃତ୍ତିଗତ ଜୀବନ ବ୍ୟତୀତ ସୈଫ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ଥର ହେଡଲାଇନରେ ରହିଛନ୍ତି । ପୂର୍ବତନ ପତ୍ନୀ ଅମୃତା ସିଂଙ୍କ ସହ ତାଙ୍କର ପ୍ରେମ କାହାଣୀ କାହାକୁ ଅଛପା ନୁହେଁ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସୈଫ ଅଲି ଖାନ ପ୍ରଥମ ଡେଟ୍ ପରେ ଦୁଇ ଦିନ ଅମୃତା ସିଂଙ୍କ ଘରେ ରହିଥିଲେ ।

    ଚଳଚ୍ଚିତ୍ର ନିର୍ମାତା ରାହୁଲ ରାୱେଲଙ୍କ ଦ୍ୱାରା ଆୟୋଜିତ ଫଟୋସୁଟ ସମୟରେ ସୈଫ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମୃତାଙ୍କ ପ୍ରଥମେ ସାକ୍ଷାତ ହୋଇଥିଲା । ସୈଫ ଅଲି ଖାନ ରାହୁଲଙ୍କ ଆଗାମୀ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିଲେ । ଅମୃତାଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବାରୁ ନିର୍ଦ୍ଦେଶକ ରାହୁଲ ଅଭିନେତ୍ରୀଙ୍କୁ ଫିଲ୍ମର ଷ୍ଟାରକାଷ୍ଟ ସହିତ ଫଟୋସୁଟ ପାଇଁ ନିମନ୍ତ୍ରଣ କରିଥିଲେ । ଏହି ସାକ୍ଷାତ ସମୟରେ ସୈଫ ଅଲି ଖାନ ଅମୃତାଙ୍କୁ ଭଲପାଇ ବସିଥିଲେ ।

    କିଛି ବର୍ଷ ପରେ ସୈଫ ଅଲି ଖାନ ଏବଂ ଅମୃତା ସିଂ, ସିମି ଗ୍ରବାଲଙ୍କ ଚାଟ୍ ସୋ Rendezvous with Simi Garewalରେ ଭାଗ ନେଇଥିଲେ । ଏହି ସମୟରେ ସୈଫ, ଅମୃତା ସିଂଙ୍କୁ ତାଙ୍କ ପ୍ରେମ କାହାଣୀ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ । ଚାଟ୍ ସୋ’ରେ ଅଭିନେତା କହିଛନ୍ତି ଯେ, ସେ ଅମୃତାଙ୍କୁ ଡିନର ଡେଟ ପାଇଁ ନିମନ୍ତ୍ରଣ କରିଥିଲେ । ଅଭିନେତ୍ରୀ କହିଥିଲେ, ‘ନା, ମୁଁ ବାହାରକୁ ଯିବାକୁ ପସନ୍ଦ କରେ ନାହିଁ, କିନ୍ତୁ ଆପଣ ଚାହିଁଲେ ମୋ ଘରକୁ ରାତ୍ରୀ ଭୋଜନ ପାଇଁ ଆସିପାରିବେ ।’

    ଏହାପରେ ସୈଫ, ଅମୃତା ସିଂଙ୍କ ଘରେ ପହଞ୍ଚିଥିଲେ । ସେଠାରେ ଅଭିନେତା ଅମୃତାଙ୍କୁ ମେକଅପ୍ ବିନା ଦେଖିଥିଲେ ଏବଂ ତାଙ୍କ ସୌନ୍ଦର୍ଯ୍ୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ସୈଫ ଅମୃତା ସିଂଙ୍କ ଘରେ ୨ ଦିନ ରହିଲେ । ଏହି ସମୟରେ ଉଭୟ ପରସ୍ପରକୁ ଭଲ ଭାବରେ ଜାଣିବାକୁ ଚେଷ୍ଟା କରିଥିଲେ । ଅବଶ୍ୟ ଗୋଟିଏ ଛାତ ତଳେ ଦୁହେଁ ରହୁଥିଲେ ହେଲେ ଉଭୟ ଅଲଗା କୋଠରୀରେ ଶୋଇଥିଲେ ।

    ଏହା ସମସ୍ତଙ୍କୁ ଜଣା ଯେ, ୧୯୯୧ ମସିହାରେ ସୈଫ ଅଲି ଖାନ ଅମୃତା ସିଂଙ୍କୁ ବିବାହ କରିଥିଲେ । ସେହି ସମୟରେ ଉଭୟଙ୍କ ବୟସରେ ୧୨ ବର୍ଷର ବ୍ୟବଧାନ ଥିଲା । ସୈଫଙ୍କୁ ସେତେବେଳେ ୨୧ ବର୍ଷ ହୋଇଥିବା ବେଳେ ଅମୃତାଙ୍କୁ ୩୩ ବର୍ଷ ହୋଇଥିଲା । ଅବଶ୍ୟ ଏହି ବିବାହ ବେଶୀ ଦିନ ରହିଲା ନାହିଁ ଏବଂ ତା’ପରେ ୨୦୦୪ ମସିହାରେ ସୈଫ-ଅମୃତା ପରସ୍ପରକୁ ଛାଡପତ୍ର ଦେଇ ଦେଇଥିଲେ । ବିବାହ ପରେ ଉଭୟଙ୍କର ଦୁଇଟି ସନ୍ତାନ ଥିଲେ । ଜଣେ ସାରା ଅଲି ଖାନ ଏବଂ ଅନ୍ୟ ଜଣେ ଇବ୍ରାହିମ ଅଲି ଖାନ ।

  • କିରଣ ରିଜିଜୁଙ୍କ ସ୍ଥାନରେ ଅର୍ଜୁନ ରାମ ମେଘ୍ୱାଲ ଅବସ୍ଥାପିତ

    କିରଣ ରିଜିଜୁଙ୍କ ସ୍ଥାନରେ ଅର୍ଜୁନ ରାମ ମେଘ୍ୱାଲ ଅବସ୍ଥାପିତ

    arjun ram meghwal
    arjun ram meghwal appointed as new law minister of india

    ବଦଳିଲେ ଭାରତର ଆଇନ ମନ୍ତ୍ରୀ। କିରଣ ରିଜିଜୁଙ୍କ ହାତରୁ ଆଇନ ମନ୍ତ୍ରଣାଳୟକୁ କାଢିନେଇଛନ୍ତି କେନ୍ଦ୍ର ସରକାର। କିରଣ ରିଜିଜୁଙ୍କ ସ୍ଥାନରେ ଅର୍ଜୁନ ରାମ ମେଘ୍ୱାଲଙ୍କୁ ଅବସ୍ଥାପିତ କରାଯାଇଛି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ କୁହାଯାଇଛି କି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ କିରଣ ରିଜିଜୁଙ୍କ ସ୍ଥାନରେ ଅର୍ଜୁନ ରାମ ମେଘ୍ୱାଲଙ୍କୁ କେନ୍ଦ୍ର ଆଇନ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ମେଘ୍ୱାଲ ତାଙ୍କର ପୂର୍ବର ପୋର୍ଟଫୋଲିଓ ସହ ଏହି ବିଭାଗ ଅତିରିକ୍ତ ଭାବେ ଗ୍ରହଣ କରିଛନ୍ତି। ବର୍ତ୍ତମାନ ସେ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି।    

    କିରଣ ରିଜିଜୁଙ୍କ ହାତରୁ ଆଇ ମନ୍ତ୍ରଣାଳୟ କାଢି ନେଇ ତାଙ୍କୁ ଭୂତତ୍ତ୍ୱ ବିଜ୍ଞାନ ମନ୍ତ୍ରଣାଳୟ ଦିଆଯାଇଛି। କିରଣ ରିଜିଜୁ ଜୁଲାଇ ୨୦୨୧ରେ ରବି ଶଙ୍କର ପ୍ରସାଦଙ୍କ ସ୍ଥାନରେ ଆଇନ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ।  କିରଣ ରିଜିଜୁଙ୍କ ପୂର୍ବରୁ ଭୂତତ୍ତ୍ୱ ବିଜ୍ଞାନ ବିଭାଗରେ ଜିତେନ୍ଦ୍ର ସିଂହ ମନ୍ତ୍ରୀ ଥିଲେ। ବର୍ତ୍ତମାନ ମେଘ୍ୱାଲ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଆଇନ ମନ୍ତ୍ରଣାଳୟ ଅତିରିକ୍ତ ଭାବେ ଦିଆଯାଇଛି।

    ମେଘ୍ୱାଲ ରାଜସ୍ଥାନର ବିକାନେରରୁ ଆସିଥିବା ବେଳେ ତାଙ୍କ ଜନ୍ମ ୨୦ ଡିସେମ୍ବର ୧୯୫୩ରେ ହୋଇଥିଲା। ସେ ବିକାନେରର ଡୁଙ୍ଗାର କଲେଜରୁ ଆଇନରେ ସ୍ନାତକ ପାସ କରିଥିଲେ। ୧୯୭୭ରେ ଆଇନ ଲାଇସେନ୍ସ ହାସଲ କରିଥିଲେ। ଏହି ବିଜେପି ନେତା ଜଣେ ପୂର୍ବତନ ଆଇଏଏସ ଅଫିସର ମଧ୍ୟ ଥିଲେ। ସେ ବିକାନେର ସଂସଦୀୟ କ୍ଷେତ୍ରରୁ ୩ଥର ବିଜୟ ହାସଲ କରିଛନ୍ତି।

    ମେଘ୍ୱାଲ ୨୦୧୬ରୁ ୨୦୧୭ ମଧ୍ୟରେ କେନ୍ଦ୍ର ଫାଇନାନ୍ସ ଓ କର୍ପୋରେଟ ରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଥିଲେ। ଏହା ବ୍ୟତୀତ ସେ କେନ୍ଦ୍ର ଜଳ ସଂସାଧନ ରାଷ୍ଟ୍ରମନ୍ତ୍ରୀ, ନଦୀ ବିକାଶ ଓ ଗଙ୍ଗା କାୟା କଳ୍ପ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି। ଏହା ପରେ ସେ ଉଚ୍ଚ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି।

  • ତାମିଲନାଡୁର ଜଲ୍ଲିକଟ୍ଟୁକୁ ସୁପ୍ରିମକୋର୍ଟର ହଁ

    ତାମିଲନାଡୁର ଜଲ୍ଲିକଟ୍ଟୁକୁ ସୁପ୍ରିମକୋର୍ଟର ହଁ

    ତାମିଲନାଡୁର ଜଲ୍ଲିକଟ୍ଟୁ ଖେଳକୁ ନେଇ ଅନେକ ବିବାଦ ଦେଖାଯାଇଥାଏ । ଅନେକ ସମସୟରେ ବହୁତ ଲୋକ ମୃତ୍ୟୁମୁଖରେ ପଡୁଥିବା ଦେଖିବାକୁ ମିଳିଥାଏ । ସେଥିପାଇଁ ଏହି ଖେଳକୁ ବ୍ୟାନ କରିବା ପାଇଁ ସୁପ୍ରିମକୋର୍ଟର ହସ୍ତକ୍ଷେପ ଲୋଡାଯାଇଥିଲା । ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ସଂସ୍କୃତି ଆଉ ପରମ୍ପାକୁ ଦୃଷ୍ଟିରେ ରଖି ରାୟ ଶୁଣାଇଛନ୍ତି । ତାମିଲନାଡୁରେ ପ୍ରତିବର୍ଷ ଆୟୋଜିତ ହେଉଥିବା କ୍ରୀଡା ଜଲ୍ଲିକଟ୍ଟୁକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି । ଏଥିସହିତ ଏହାକୁ ବନ୍ଦ କରିବାକୁ ମଧ୍ୟ ମନା କରି ଦେଇଛନ୍ତି । ତାମିଲନାଡୁରେ ଜଲ୍ଲିକଟ୍ଟୁକୁ ଅନୁମତି ଦେଇଥିବା ରାଜ୍ୟ ସରକାରଙ୍କ ନଷ୍ପତ୍ତିକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି । ଏହି ଖେଳରେ ଅଂଶଗ୍ରହଣ କରୁଥିବା ଷଣ୍ଢ ମାନଙ୍କ ପ୍ରିତି ହେଉଥିବା ବର୍ବୋରତାକୁ ଦର୍ଶାଇ ଏହି ଆଇନକୁ ରଦ୍ଦ କରିବାକୁ ଦାବି କରାଯାଇଥିଲା ।

    ତାମିଲନାଡୁରେ ଜଲ୍ଲିକଟ୍ଟୁକୁ ଅନୁମତି ନିୟମ, ସଂସଦରେ ପାରିତ ହୋଇଥିବା ପଶୁ କ୍ରୁରତା ନିରୋଧ ଆଇନର ଉଲ୍ଲଂଘନ କରୁଥିବା ଦର୍ଶାଯାଇଥିଲା । ସୁପ୍ରିମକୋର୍ଟ କହିଛନ୍ତି, ନୂତନ ନିୟମରେ କ୍ରୁରତାର ଦିଗ ପ୍ରତି ଧ୍ୟାନ ଦିଆଯାଇଛି । ଏହି ଖେଳ ଶତାବ୍ଦୀ ଶତାବ୍ଦୀ ଧରି ତାମିଲନାଡୁର ସଂସ୍କୃତିର ଏକ ଅଂଶ ହୋଇ ରହିଆସିଛି । ଏଥିରେ ବାଧା ସୃଷ୍ଟି କରାଯାଇପାରିବ ନାହିଁ । ଯଦି କେହି ପଶୁମାନଙ୍କ ପ୍ରତି ଅତ୍ୟାଚାର କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ୋଲି ସୁପ୍ରିମକୋର୍ଟ କହିଥିଲେ ।

  • ପୁରୀରୁ ଗଡ଼ିଲା ‘ବନ୍ଦେ ଭାରତ ଏକ୍ସପ୍ରେସ’, ଭର୍ଚୁଆଲରେ ଶୁଭାରମ୍ଭ କଲେ PM

    ପୁରୀରୁ ଗଡ଼ିଲା ‘ବନ୍ଦେ ଭାରତ ଏକ୍ସପ୍ରେସ’, ଭର୍ଚୁଆଲରେ ଶୁଭାରମ୍ଭ କଲେ PM

    ଆଜିଠାରୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ଏହାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

    ଗୁରୁବାରକୁ ଛାଡ଼ି ଅନ୍ୟ ସବୁଦିନ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ରହିଛି । ପୁରୀରୁ ଏହି ଟ୍ରେନ୍ ଦିନ ୧.୫୦ରେ ଛାଡ଼ି ରାତି ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ । ସେହିଭଳି ହାୱଡାରୁ ସକାଳ ୬ଟା ୧୦ରେ ବାହାରି ୧୨ଟା ୩୫ରେ ପୁରୀରେ ପହଞ୍ଚିବ ବନ୍ଦେ ଭାରତ ଏକ୍ସପ୍ରେସ୍ ।

    ପଶ୍ଚିମବଙ୍ଗ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀରୁ ହାୱଡା ମଧ୍ୟରେ ଏହା ସବୁଠୁ ଦ୍ରୁତଗାମୀ ଟ୍ରେନ୍ । ପୂର୍ବରୁ ପଶ୍ଚିମବଙ୍ଗରେ ହାୱଡା-ଜଲପାଇଗୁଡ଼ି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇସାରିଛି । ପାଖାପାଖି ୫୦୦ କିଲୋମିଟର ଦୂରତାକୁ ସାଢ଼େ ୬ ଘଣ୍ଟାରେ ଅତିକ୍ରମ କରିବ ଏହି ଟ୍ରେନ୍ । ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଯାତ୍ରା ଏପ୍ରିଲ୍ ୨୮ ତାରିଖରେ ହୋଇଥିଲା ।

    ଏହା ସାଧାରଣ ଟ୍ରେନ୍ ତୁଳନାରେ ବେଶ୍ ଆରାମଦାୟକ । ଟ୍ରେନର ସବୁ କୋଚ୍ ଏସି ଥିବାବେଳେ ଟ୍ରେନରେ ଜିପିଏସ୍ ଓ ଫାୟାର୍ ସେନ୍ସର ଲାଗିଛି । ୱାଇଫାଇ ସୁବିଧା ପାଇପାରିବେ ଯାତ୍ରୀ । ଖାଦ୍ୟପାନୀୟ ପାଇଁ ଡିପ୍ ଫ୍ରିଜର ମଧ୍ୟ ରହିଛି । ମୋବାଇଲ୍ ଚାର୍ଜିଂ ପଏଣ୍ଟ ଥିବାବେଳେ ଲଗେଜ୍ ରଖିବା ପାଇଁ ମଡ୍ୟୁଲାର ରାକ୍ ବ୍ୟବସ୍ଥା ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ୨୦୧୯ ଫେବ୍ରୁଆରୀ ୧୫ ତାରିଖରେ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିଥିଲେ । ଦେଶରେ ପ୍ରଥମ ଥର ପାଇଁ ଏହି ଟ୍ରେନ୍ ନୂଆଦିଲ୍ଲୀ ଠାରୁ ବାରଣାସୀକୁ ସେବା ଯୋଗାଇଥିଲା ।

  • କଟକ ବଡ ମେଡିକାଲ ପରିସରରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

    କଟକ ବଡ ମେଡିକାଲ ପରିସରରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

    rape in scb
    lady sweeper alleged rape by supervisor

    କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେମ ବା ଏସସିବି ପରିସରରେ  ଦୁଷ୍କର୍ମ ଅଭିଯୋଗ। ନିଜ ସହ ଦୁଷ୍କର୍ମ ହୋଇଥିବା ନେଇ ସାଂଘାତିକ ଅଭିଯୋଗ କରିଛନ୍ତି ହସ୍ପିଟାଲରେ କାର୍ଯ୍ୟରତ ଜଣେ ଅସ୍ଥାୟୀ ମହିଳା କର୍ମଚାରୀ। ପୀଡିତା ମେଡିକାଲରେ ଅସ୍ଥାୟୀ ଝାଡୁଦାର ଭାବେ କାମ କରୁଥିବା ବେଳେ ସୁପରଭାଇଜର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସୁପରଭାଇଜର ଦୁଷ୍କର୍ମ ପରେ ଧମକ ଦେବାକୁ ପଛାଇ ନାହିଁ। ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡିତା। ସେପଟେ ଅଭିଯୋଗ ପରେ ସୁପରଭାଇଜର ସେଠାରୁ ଫେରାର ହୋଇଯାଇଛି।

    ସୂଚନା ମୁତାବକ, ଏସସିବି ମେଡିକାଲର କାଜୁଆଲିଟିରେ ଜଣେ ମହିଳା ଝାଡୁଦାର  ଅସ୍ଥାୟୀ ଭାବେ କାମ କରନ୍ତି। ତେବେ ନିକଟରେ ଜନୈକ ସୁପରଭାଇଜର ମେଡିକାଲ ଏସଆର ହଷ୍ଟେଲର ରୁମ୍ ସଫା କରିବା ମହିଳାଙ୍କୁ କହିଥିଲେ। ମହିଳା ଝାଡୁଦାର ସେଠାକୁ ଯାଇ ରୁମ ସଫା କରୁଥିବା ବେଳେ ସୁପରଭାଇଜର ପହଞ୍ଚି ତାଙ୍କ ସହ ଜୋରଜବରଦସ୍ତି କରିବା ସହ ଦୁଷ୍କର୍ମ କରିଥିଲେ। ଖାଲି ସେତିକି ନୁହେଁ ଏବିଷୟରେ କାହାରିକୁ କହିଲେ ଜୀବନରୁ ମାରୁ ଦେବାକୁ ଧମକ ଦେବାକୁ ସୁପରଭାଇଜର ଜଣକ ପଛାଇ ନଥିବା ଅଭିଯୋଗ ହୋଇଛି।  

    ଅଭିଯୋଗରେ ଆହୁରି ଉଲ୍ଳେଖ ରହିଛି କି, ଏସମ୍ପର୍କରେ ମେଡିକାଲରେ ଝାଡୁଦାରଙ୍କୁ ନିଯୁକ୍ତି ଦେଉଥିବା  ଆଉଟସୋର୍ସିଂ ସଂସ୍ଥାର ମାଲିକଙ୍କୁ ପୀଡିତା ଜଣାଇଥିଲେ। ହେଲେ ସଂସ୍ଥାର ମାଲିକ ଅଭିଯୋଗ ପାଇ ମଧ୍ୟ ସୁପରଭାଇଜର ଉପରେ କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ରହିଥିଲେ। ତେଣୁ  ପୀଡିତା ବାଧ୍ୟ ହୋଇ ବୁଧବାର ସନ୍ଧ୍ୟାରେ ମଙ୍ଗଳବାଗ ଥାନାକୁ ଯାଇ ଅଭିଯୋଗ କରିଥିବା ସୂଚନା ରହିଛି।  ଅଭିଯୋଗ ପରେ ଉକ୍ତ ସୁପରଭାଇଜର ଫେରାର ହୋଇଯାଇଥିବା ବେଳେ ପୋଲିସ ଓ ସାଉଣ୍ଟିଫିକ୍ ଟିମ ଘଟଣାର ତଦନ୍ତ କରୁଛନ୍ତି।

    ତେବେ  ସୁପରଭାଇଜର ଫେରାର ହୋଇଯିବା ପରେ ମହିଳାଙ୍କ ଅଭିଯୋଗରେ ସତ୍ୟତା ଥିବା କୁହାଯାଉଛି। ସେପଟେ ମେଡିକାଲ ପରିସରରେ ଏପରି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଚାପା ଅସନ୍ତୋଷ ଦେଖିବାକୁ ମୁଳୁଛି। ରାଜ୍ୟ ସରକାର ଏସସିବିକୁ ବିଶ୍ୱସ୍ତରୀୟ ମେଡାକାଲ କରିବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ମେଡିକାଲ ପରିସରକୁ ଦୁର୍ନୀତିମୁକ୍ତ କରିବାକୁ ସବୁଠାରେ ସିସି ଟିଭି କ୍ୟାମେରା ଲଗାଇଥିବା ବେଳେ ଏପରି କାମ କରିବାକୁ ଜଣେ କିପରି ସାହସ କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

    ଅନ୍ୟପଟେ ସରକାର ରାଜ୍ୟର ଏହି ସର୍ବ ପୁରାତନ ଓ ବୃହତ ମେଡିକାଲ କଲେଜରେ ରାଜ୍ୟବାସୀଙ୍କୁ ମାଗଣାରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଓ ରୋଗୀଙ୍କୁ ଦଲାଲ ତଥା ମେଡାକାଲ ଷ୍ଟାଫଙ୍କ ଶୋଷଣରୁ ରକ୍ଷା କରିବାର ଡିଣ୍ଡିମ ପିଟୁଥିବା ବେଳେ ସେଠାରେ ରୋଗୀଙ୍କୁ ଦଲାଲଠାରୁ ଆରମ୍ଭ କରି ସେଠାକାର କର୍ମଚାରୀ ବିଭିନ୍ନ ସେବା ପାଇଁ ଜୋରଜବରଦସ୍ତ ଅର୍ଥ ଆଦାୟ କରୁଥିବାର ଅଭିଯୋଗ ମଧ୍ୟ ହୋଇଆସୁଛି। ଏହା ଉପରେ ସରକାର ରୋକ ଲଗାଇବାରେ ବିଫଳ ହୋଇଛନ୍ତି। ଏବେ ପୁଣି ଦୁଷ୍କର୍ମ ପରି ଅଭିଯୋଗ ଆସୁଛି।