କଟକ ବଡ ମେଡିକାଲ ପରିସରରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

rape in scb
lady sweeper alleged rape by supervisor

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେମ ବା ଏସସିବି ପରିସରରେ  ଦୁଷ୍କର୍ମ ଅଭିଯୋଗ। ନିଜ ସହ ଦୁଷ୍କର୍ମ ହୋଇଥିବା ନେଇ ସାଂଘାତିକ ଅଭିଯୋଗ କରିଛନ୍ତି ହସ୍ପିଟାଲରେ କାର୍ଯ୍ୟରତ ଜଣେ ଅସ୍ଥାୟୀ ମହିଳା କର୍ମଚାରୀ। ପୀଡିତା ମେଡିକାଲରେ ଅସ୍ଥାୟୀ ଝାଡୁଦାର ଭାବେ କାମ କରୁଥିବା ବେଳେ ସୁପରଭାଇଜର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ସୁପରଭାଇଜର ଦୁଷ୍କର୍ମ ପରେ ଧମକ ଦେବାକୁ ପଛାଇ ନାହିଁ। ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡିତା। ସେପଟେ ଅଭିଯୋଗ ପରେ ସୁପରଭାଇଜର ସେଠାରୁ ଫେରାର ହୋଇଯାଇଛି।

ସୂଚନା ମୁତାବକ, ଏସସିବି ମେଡିକାଲର କାଜୁଆଲିଟିରେ ଜଣେ ମହିଳା ଝାଡୁଦାର  ଅସ୍ଥାୟୀ ଭାବେ କାମ କରନ୍ତି। ତେବେ ନିକଟରେ ଜନୈକ ସୁପରଭାଇଜର ମେଡିକାଲ ଏସଆର ହଷ୍ଟେଲର ରୁମ୍ ସଫା କରିବା ମହିଳାଙ୍କୁ କହିଥିଲେ। ମହିଳା ଝାଡୁଦାର ସେଠାକୁ ଯାଇ ରୁମ ସଫା କରୁଥିବା ବେଳେ ସୁପରଭାଇଜର ପହଞ୍ଚି ତାଙ୍କ ସହ ଜୋରଜବରଦସ୍ତି କରିବା ସହ ଦୁଷ୍କର୍ମ କରିଥିଲେ। ଖାଲି ସେତିକି ନୁହେଁ ଏବିଷୟରେ କାହାରିକୁ କହିଲେ ଜୀବନରୁ ମାରୁ ଦେବାକୁ ଧମକ ଦେବାକୁ ସୁପରଭାଇଜର ଜଣକ ପଛାଇ ନଥିବା ଅଭିଯୋଗ ହୋଇଛି।  

ଅଭିଯୋଗରେ ଆହୁରି ଉଲ୍ଳେଖ ରହିଛି କି, ଏସମ୍ପର୍କରେ ମେଡିକାଲରେ ଝାଡୁଦାରଙ୍କୁ ନିଯୁକ୍ତି ଦେଉଥିବା  ଆଉଟସୋର୍ସିଂ ସଂସ୍ଥାର ମାଲିକଙ୍କୁ ପୀଡିତା ଜଣାଇଥିଲେ। ହେଲେ ସଂସ୍ଥାର ମାଲିକ ଅଭିଯୋଗ ପାଇ ମଧ୍ୟ ସୁପରଭାଇଜର ଉପରେ କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ରହିଥିଲେ। ତେଣୁ  ପୀଡିତା ବାଧ୍ୟ ହୋଇ ବୁଧବାର ସନ୍ଧ୍ୟାରେ ମଙ୍ଗଳବାଗ ଥାନାକୁ ଯାଇ ଅଭିଯୋଗ କରିଥିବା ସୂଚନା ରହିଛି।  ଅଭିଯୋଗ ପରେ ଉକ୍ତ ସୁପରଭାଇଜର ଫେରାର ହୋଇଯାଇଥିବା ବେଳେ ପୋଲିସ ଓ ସାଉଣ୍ଟିଫିକ୍ ଟିମ ଘଟଣାର ତଦନ୍ତ କରୁଛନ୍ତି।

ତେବେ  ସୁପରଭାଇଜର ଫେରାର ହୋଇଯିବା ପରେ ମହିଳାଙ୍କ ଅଭିଯୋଗରେ ସତ୍ୟତା ଥିବା କୁହାଯାଉଛି। ସେପଟେ ମେଡିକାଲ ପରିସରରେ ଏପରି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଚାପା ଅସନ୍ତୋଷ ଦେଖିବାକୁ ମୁଳୁଛି। ରାଜ୍ୟ ସରକାର ଏସସିବିକୁ ବିଶ୍ୱସ୍ତରୀୟ ମେଡାକାଲ କରିବାକୁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ମେଡିକାଲ ପରିସରକୁ ଦୁର୍ନୀତିମୁକ୍ତ କରିବାକୁ ସବୁଠାରେ ସିସି ଟିଭି କ୍ୟାମେରା ଲଗାଇଥିବା ବେଳେ ଏପରି କାମ କରିବାକୁ ଜଣେ କିପରି ସାହସ କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଅନ୍ୟପଟେ ସରକାର ରାଜ୍ୟର ଏହି ସର୍ବ ପୁରାତନ ଓ ବୃହତ ମେଡିକାଲ କଲେଜରେ ରାଜ୍ୟବାସୀଙ୍କୁ ମାଗଣାରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଓ ରୋଗୀଙ୍କୁ ଦଲାଲ ତଥା ମେଡାକାଲ ଷ୍ଟାଫଙ୍କ ଶୋଷଣରୁ ରକ୍ଷା କରିବାର ଡିଣ୍ଡିମ ପିଟୁଥିବା ବେଳେ ସେଠାରେ ରୋଗୀଙ୍କୁ ଦଲାଲଠାରୁ ଆରମ୍ଭ କରି ସେଠାକାର କର୍ମଚାରୀ ବିଭିନ୍ନ ସେବା ପାଇଁ ଜୋରଜବରଦସ୍ତ ଅର୍ଥ ଆଦାୟ କରୁଥିବାର ଅଭିଯୋଗ ମଧ୍ୟ ହୋଇଆସୁଛି। ଏହା ଉପରେ ସରକାର ରୋକ ଲଗାଇବାରେ ବିଫଳ ହୋଇଛନ୍ତି। ଏବେ ପୁଣି ଦୁଷ୍କର୍ମ ପରି ଅଭିଯୋଗ ଆସୁଛି।

Leave a Reply

Your email address will not be published. Required fields are marked *