Blog

  • ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିଆଯାଉଥିବା ବେଳେ ଅଧା ରାସ୍ତାରୁ କଏଦୀ ଚମ୍ପଟ

    ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିଆଯାଉଥିବା ବେଳେ ଅଧା ରାସ୍ତାରୁ କଏଦୀ ଚମ୍ପଟ

    ଯାଜପୁର ରୋଡ଼ ଉପ-କାରାଗାରରୁ ଜଣେ ବିଚାରାଧୀନ କଏଦୀ ଫେରାର। ମେଡ଼ିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିଆଯାଉଥିବା ବେଳେ କଏଦୀ ଜଣକ ଅଧା ରାସ୍ତାରୁ ଫେରାର ହୋଇଥିବା ନେଇ କୋରାଇ ଥାନାରେ ଅଭିଯୋଗ ହୋଇଛି। ଫେରାର କଏଦୀଙ୍କ ହେଲେ ରାଣା ପ୍ରତାପ ସିଂ, ତାଙ୍କ ଘର ପାଣିକୋଇଲି ଥାନା ଜହ୍ନା ଗାଁରେ।ରାଣା ପ୍ରତାପ ସିଂ କିଛିଦିନ ତଳେ ଏକ ଦୁଷ୍କର୍ମ ଓ ଯୁବତୀଙ୍କ ଫଟୋ ଭାଇରାଲ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ଅସୁସ୍ଥ ହେବାରୁ ଆଜି ତାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଜପୁର ରୋଡ଼ ଉପ-କାରାଗାର ରୁ ଯାଜପୁର ରୋଡ଼ ମେଡିକାଲକୁ ନିଆଯାଇଥିଲା।

    ମେଡିକାଲରୁ ସ୍ୱାସ୍ଥ୍ୟ ପରୀକ୍ଷା ସାରି ମେଡିସିନ କିଣିବା ବେଳେ ସେଠାରୁ ସେ ଚମ୍ପଟ୍‌ ମାରିଥିଲା।ଏନେଇ ଜେଲ୍ କତୃପକ୍ଷ କୋରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗ ଆଧାରରେ କୋରାଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଅନ୍ୟ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି କୋରାଇ ପୋଲିସ l

  • ନେଲୁଙ୍ଗରେ ମାଗେ ପର୍ବ ପାଳିତ

    ନେଲୁଙ୍ଗରେ ମାଗେ ପର୍ବ ପାଳିତ

    କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ନେଲୁଙ୍ଗ କନ୍ଧି ସାହିର ବିର୍ସା ମୁଣ୍ଡା ଯୁବ ପରିଷଦ କମିଟି ପକ୍ଷରୁ ବାର୍ଷିକ ମାଗେ ପର୍ବ ପାଳିତ ହୋଇଯାଇଛି । ଏହି ପର୍ବର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥିଭାବେ ନେଲୁଙ୍ଗ ପଞ୍ଚାୟତର ସରପଞ୍ଚ ଶ୍ରୀମୋତି ଚନ୍ଦ୍ରମଣି ସିଂହ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି

    ବିର୍ସା ମୁଣ୍ଡାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଧୂପ, ଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବରେ ଏହି ପର୍ବକୁ ଆରମ୍ଭ କରିଥିଲେ। ବର୍ଷ ସାରାର ରାଗ ରୁଷାକୁ ଭୁଲି ଆଦିବାସୀ ମହିଳା ପୁରୁଷ ଏକତ୍ରିତ ଭାବରେ କାନ୍ଧକୁ କାନ୍ଧ ମିଶେଇ ହାତକୁ ହାତ ଧରାଧରି ହୋଇ ରାତି ସାରା ନାଚ ଗୀତରେ ମଜି ଯାଇଥିବାବେଳେ ନେଲୁଁଙ୍ଗ ପଞ୍ଚାୟତର ସରପଞ୍ଚ ତାଙ୍କ ଗୀତର ତାଲ ଦେଇ ନାଚିଥିଲେ ତାହା ସ୍ଥାନୀୟ ଲୋକଙ୍କ ମନକୁ ଛୁଇଁଥିବା ବେଲ ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି।

    ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ପର୍ବ ତିନି ଦିନ ଧରି ପାଳନ କରାଯାଇଥିବା ବେଳେ ଉଦଯାପିତ ତଥା ଶେଷ ଦିନରେ ପୂର୍ବତନ ସଦର ବ୍ଲକ ଅଧକ୍ଷା କିରଣ ବାଳା ନାଏକ ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ସମାଜ ସେବୀ ମୁନା ମହାରଣା ଓ ଜିଲ୍ଲା ପରିଷଦ ରଥ ମୁଣ୍ଡା ଉପସ୍ଥିତ ରହି ମାଘେ ପର୍ବ ବିଷୟରେ ବିଭିନ୍ନ ବାର୍ତ୍ତା ଦେବା ସହ ମହିଳା ଓ ପୁରୁଷ ମାନଙ୍କ ସହିତ ନୃତ୍ୟ ପରିବେଷଣ କରିଥିଲେ ଏହି ପର୍ଵ ନବୀନ ମୁଣ୍ଡା,ବିଜୁ ମୁଣ୍ଡା,ରାନ ମୁଣ୍ଡା,ମିଥୁନ ମୁଣ୍ଡା,ସୁଶିଲ ମୁଣ୍ଡା ଓ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

    ତେବେ ମାଘ ମାସକୁ ବର୍ଷର ସବୁଠାରୁ ପବିତ୍ର ମାସ ଭାବେ ଗ୍ରହଣ କରି ଆଦିବାସୀ ମାନେ ନିଆରା ଢଙ୍ଗରେ ପାଳନ କରୁଥିବା ଏହି ପର୍ବରେ ଭୂମି ପୂଜା, ଏବଂ କୂଳ ପୂଜାକୁ ଗୁରୁତ୍ୱ ଦିଆ ଯାଇଥାଏ l ଆଦିବାସୀ ପୁରୁଷ, ମହିଳା ମାନଙ୍କ ପାରମ୍ପରିକ ମାଗେ ନୃତ୍ୟ ଏହି ପର୍ବର ମୁଖ୍ୟ ଆକର୍ଷଣ ହୋଇ ଥିବାବେଳେ ପର୍ବ ଦେଖିବାକୁ ଆଖ ପାଖ ଗ୍ରାମ ମାନଙ୍କରୁ ବିପୁଳ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି।

  • ମୋବାଇଲ ଗେମରେ ହାରି ନିଜ ବେକ କାଟିଲେ ଯୁବକ

    ମୋବାଇଲ ଗେମରେ ହାରି ନିଜ ବେକ କାଟିଲେ ଯୁବକ

    ମୋବାଇଲରେ ଗେମ୍ ଖେଳି ନିଜ ବେକ କାଟିଲେ ଯୁବକ । ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକଙ୍କ ଘର ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜେରେଙ୍ଗ ଗ୍ରାମର ହୋଇଥିବା ବେଳେ ୨୪ ବର୍ଷୀୟ ଯୁବକ ସୌମ୍ୟରଞ୍ଜନ ନାଏକ ବୋଲି ଜଣାପଡିଛି । ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗତକାଲି ମୋବାଇଲ ଫୋନରେ ଗେମ୍ ଖେଳୁଥିଲେ । ଆଉ ଖେଳରେ ହାରିଯିବାରୁ ନିଜ ବେକକୁ ଧାରୁଆ ଅସ୍ତ୍ରରେ କାଟିଥିଲେ ସୌମ୍ୟରଞ୍ଜନ । ଏହାପରେ ତୁରନ୍ତ ପରିବାର ଲୋକେ ଏବଂ ତାଙ୍କ ସାଙ୍ଗମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସୌମ୍ୟରଞ୍ଜନଙ୍କର ଏବେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି ।

  • ନାବାଳକର କଳା କାରନାମା

    ନାବାଳକର କଳା କାରନାମା

    ଯେଉଁ ବୟସରେ ପାଠ ପଢିବା କଥା ସେହି ବୟସରେ ଜଣେ ନାବାଳକ ଅତି ହୁସିାର ସହ ଦୋକାନରୁ ମୋବାଇଲ ଚୋରୀ କରିଛି । ସୂଚନା ଅନୁଯାୟୀ ଡେରାବିଶ ଚାନ୍ଦୋଳ ଫାଣ୍ଡି ଛକରେ ଥିବା ପ୍ରଧାନ ମୋବାଇଲ ଦୋକାନ କୁ ଜଣେ ନାବାଳକ ପ୍ରଥମେ ଯାଇ ଦୋକାନ କୁ ଭଲରେ ବୁଲିଥିଲା. କୋଉଠି କଣ ଅଛି ଦେଖିଥିଲେ. ପରେ ଦୋକାନୀ ଦୋକାନ ବାହାରକୁ ଯାଇଥିବା ବେଳେ ନୂଆ ମୋବାଇଲ ଫୋନ ଓ ଆଇ ଫୋନ କୁ ଅତି ଚତୁରତାର ସହ ସେଠୁ ନେଇ ଫେରାର ହୋଇଥିଲେ. ତବେ ସିସି ଫୁଟେଜରେ ଏହା ରେକର୍ଡ ହୋଇଥିଲା. ଏନେଇ ଚାନ୍ଦୋଳ ଫାଣ୍ଡି ରେ ଏତଲା ହେବାପରେ ଉକ୍ତ ନାବାଳକକୁ ଭୋଳ ଅଞ୍ଚଳ ରୁ ଆଣି ଅଟକ ରଖିଛି ପୋଲିସ।

  • କୁତୁଲୁସିଙ୍ଗା ମାତା ମଠରେ ରତ୍ନ ମୁଦ ଉତ୍ସବ ପାଳିତ

    କୁତୁଲୁସିଙ୍ଗା ମାତା ମଠରେ ରତ୍ନ ମୁଦ ଉତ୍ସବ ପାଳିତ

    ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମଇମୁରା ପଞ୍ଚାୟତର କୁତୁଲୁଶୀଙ୍ଗା ମାତା ମଠ ରେ ରତ୍ନ ମୁଦ ଉତ୍ସବ ପାଳିତ ହୋଇ ଯାଇଛି। ଏହି ଉତ୍ସବ ଅବସରରେ ପ୍ରଥମେ କଳସ ଶୋଭାଯାତ୍ରା ବାହାରି ଥିଲା। କଳସ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ସଙ୍କୀର୍ତ୍ତନରେ ବାହାରିଥିଲା । ଏହା ପରେ ଧାନ, ମୁଗ ବିରି ଆଦି ଶସ୍ୟ ଏବଂ ଅଷ୍ଟ ଧାତୁ ଦେଇ ମନ୍ଦିରର ମୁଣ୍ଡି ମରା ଯାଇଥିଲା । ଏହା ପରେ ଅନୁଷ୍ଠିତ ହୋଇଥିବା ହୋମ ଯଜ୍ଞ। ବ୍ରାହ୍ମଣଙ୍କ ମନ୍ତ୍ରପାଠରେ ସାରା ଅଞ୍ଚଳ ପବିତ୍ରତାରେ ଭରିଯାଇଥିଲା। ମଠକୁ ମଇମାରୁ ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ଯାରେ ଭକ୍ତଙ୍କ ସମାଗମ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ପୋରୁଧା ସାଜିଥିଲେ ମଳୟ କୁମାର ପ୍ରଧାନ ।ପ୍ରଫୁଲ୍ଲ କୁମାର ପ୍ରଧାନ, ଭୁବନ ପ୍ରଧାନ, ସତ୍ୟାନନ୍ଦ ରାଉତ, ଗୋପାଳ ରାଉତ ପ୍ରମୁଖ ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଭାଜପା ନେତା ସଞ୍ଜୀବ ସାହୁ, ବିଜେଡ଼ି ବରିଷ୍ଠ ନେତା ନଳିନୀ କାନ୍ତ ପ୍ରଧାନ ଏହି ମୁଦ ଉତ୍ସବରେ ଯୋଗଦେଇ ପ୍ରଭୁ କୃପା ଲାଭ କରିଥିଲେ।

  • ଖଲିପତ୍ର ତୋଳିବା ବେଳେ ମହିଳାଙ୍କ ପେଟରେ ବାଜିଲା ଗୁଳି

    ଖଲିପତ୍ର ତୋଳିବା ବେଳେ ମହିଳାଙ୍କ ପେଟରେ ବାଜିଲା ଗୁଳି

    ଗୁଳି ବାଜି ମହିଳା ଖଲିପତ୍ର ତୋଳାଳି ଗୁରୁତର। ଜଙ୍ଗଲରେ ଖଲି ତୋଳୁଥିବା ବେଳେ ଗୁଳିମାଡ଼ ହୋଇଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ବେଡ଼ିଗୋବା ଗ୍ରାମରେ । ଗ୍ରାମର ଦୁଇ ଜଣ ମହିଳା ନିକଟରେ ଥିବା ଏକ ଜଙ୍ଗଲକୁ ଖଲି ପତ୍ର ତୋଳିବା ପାଇଁ ଯାଇଥିଲେ। ସେମାନେ ଖଲି ତୋଳିବା ବେଳେ କେହି ଦୃର୍ବୁତ୍ତ ଗୁଳିମାଡ଼ କରିଥିଲା । ଜଣଙ୍କ ଦେହରେ ଗୁଳି ବାଜିବା ପରେ ସେ ଗୁରୁତର ହୋଇପଡିଥିଲେ। ଖବର ପାଇ ପରିବାର ଲୋକେ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରିଥିଲେ । ମହିଳାଙ୍କ ପେଟରେ ଗୁଳି ବାଜିଛି । ଡାକ୍ତର ଗୁଳି ବାହାର କରି ମହିଳାଙ୍କ ଚିକିତ୍ସା କରୁଛନ୍ତି। ଗୁଳି ବାଜିଥିବା ମହିଳା ହେଲେ ଭଞ୍ଜନଗର ଥାନା ଦଦରାଲୁଣ୍ଡା ପଞ୍ଚାୟତ ବେଡିଗୋବା ଗ୍ରାମର ୩୪ ବର୍ଷୀୟା ସ୍ବପ୍ନା ସାହୁ। ତେବେ କିଏ ଓ କାହିଁକି ଗୁଳିମାଡ କଲା ତାହା ଜଣା ପଡି ନ ଥିବା ବେଳେ ବନ୍ୟ ଜୀବ ଶିକାରୀ ଏଭଳି କାଣ୍ଡ କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି।

  • ଜାଫରପୁର ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

    ଜାଫରପୁର ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

    ଯାଜପୁର ବ୍ଲକ ଜାଫରପୁର ପଂଚାୟତରେ “ଆମ ଓଡ଼ିଶା ନବୀନ ଓଡ଼ିଶା” ଅଧୀନରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା ବିଜେଡି ଉପସଭାପତି ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଶିବିରରେ ଯାଜପୁର ବିଧାୟକଙ୍କ ପ୍ରତିନିଧି ସତ୍ୟ ପ୍ରକାଶ ଦାସ, ଯାଜପୁର ବ୍ଲକ ଅଧକ୍ଷା ସ୍ବର୍ଣ୍ଣଲତା ପରିଡା, ବ୍ଲକ ବିଜେଡି ସଭାପତି ପରେଶ ବିଶ୍ୱାଳ, ଉପସଭାପତି ଗଣେଶ ମହାକୁଡ଼, ବିଚିତ୍ରପୁର ସରପଞ୍ଚ ଦେବାଶିଷ ପଣ୍ଡା ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିଥିଲେ।

    ଏହି ଅବସରରେ ଯାଜପୁର ବ୍ଲକର ପୂର୍ବତନ ଅଧକ୍ଷ୍ୟ ପ୍ରଦୀପ ନାୟକ, ସ୍ଥାନୀୟ ସରପଞ୍ଚ ସାଗରିକା ପାତ୍ର ଏବଂ ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଯୋଜନା ସବୁ କିଭଳି ସାଧାରଣ ଲୋକଙ୍କ କାମରେ ଆସୁଛି ସେସମ୍ପର୍କରେ ଆଲୋଚନା କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ରୂପରେଖ ଉପରେ ଉପସ୍ଥିତ ଜନସାଧାରଙ୍କୁ ସଚେତନ କରିଥିଲେ । ଏହି ଅବସରରେ ପଞ୍ଚୟତର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

  • ରେଳଧାରଣାରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ, ହତ୍ୟା ସନ୍ଦେହ

    ରେଳଧାରଣାରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ, ହତ୍ୟା ସନ୍ଦେହ

    ଚମ୍ପୁଆ ସୀମାନ୍ତ ଝାଡ଼ଖଣ୍ଡ, ପଶ୍ଚିମ ସିଂହଭୂମ ଜିଲ୍ଲାର ଚକ୍ରଧରପୁର ରେଳ ବିଭାଗର ତାଲାବୁରୁ ଏବଂ କେନ୍ଦୋପୋସି ରେଳ ଷ୍ଟେସନ ମଧ୍ୟରେ ଥିବା ରେଳ ଟ୍ରାକରୁ ଚାରି ଜଣଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଛି । ଟ୍ରାକରେ ପଡ଼ିଥିବା ଶବଗୁଡ଼ିକରେ ଜଣେ ଯୁବକ, ଜଣେ ମହିଳା ଏବଂ ଦୁଇ ଶିଶୁ, ଗୋଟିଏ ଆଠ ମାସର ଶିଶୁ, ଏବଂ ଗୋଟିଏ ଅଢେଇ ବର୍ଷ ଝିଅର ଶବ ରହିଥିବା ସୂଚନା ରହିଛି ।

    ଶବ ଗୁଡ଼ିକୁ ଅନେକ ଖଣ୍ଡରେ ବିଭକ୍ତ କରାଯାଇଛି । ଦୁଇ ଶିଶୁଙ୍କ ମୃତ ଦେହକୁ ପ୍ଲାଷ୍ଟିକ ଆଖାରେ ଭର୍ତ୍ତି କରାଯାଇ ଥିଲାବେଳେ, ୪ ଟି ଯାକ ମୃତ ଦେହ ତ୍ରାକର ଅଲଗା ଅଲଗା ସ୍ଥାନରେ ପଡିଥିବା ଦେଖିବାକୁ ମିଳିଛି । ମହିଳାଙ୍କ ଶରୀରର ହାତ ଓ ଗୋଡ଼ ବନ୍ଧା ଯାଇଥିଲା ବେଳେ, ତାଙ୍କ ଶରୀରକୁ ଦୁଇ ଭାଗରେ କଟିଥିବା ଦେଖିବାକୁ ମିଳିଛି । ସେହିପରି ଯୁବକଙ୍କ ମୁଣ୍ଡ ତାଙ୍କ ଶରୀରରୁ ଅଲଗା ହୋଇ ଥିବା ଦେଖାଯାଇଛି । ହତ୍ୟା ପରେ ସେମାନଙ୍କ ମୃତଦେହକୁ ରେଲୱେ ଟ୍ରାକରେ ଫୋପାଡି ଦିଆଯାଇଥିବା ସନ୍ଦେହ କରାଯାଉଛି ।

    ତେବେ ଏହା ହତ୍ୟାକାଣ୍ଡ ନା ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଗତକାଲି ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି। ମୃତଦେହ ଦେଖିବା ପରେ ଟ୍ରାକରେ ଟ୍ରେନ୍ ଚଳାଚଳ ବନ୍ଦ ରଖାଯାଇଛି । ମୃତ ୪ ଜଣଙ୍କର ପରିଚୟ ମଧ୍ୟ ମିଳିପାରିନାହିଁ । ପୋଲିସ ମୃତଦେହ ଚିହ୍ନଟ କରିବା ପାଇଁ ଚେଷ୍ଟାଚଳାଇଛି । ଡିଏସପି ରାକେଶ ମିନଜଙ୍କ ସହ ଜଗନ୍ନାଥପୁର ରେଳବାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି । ଘଟଣାର ଅନୁସନ୍ଧାନ ପାଇଁ ଫୋରେନସିକ୍ ଟିମ୍ ଓ ଡଗ୍ ସ୍କ୍ୱାର୍ଡ ଡକାଯାଇ ଅନୁସନ୍ଧାନ ଜାରୀ ରଖାଯାଇଛି ।

  • ଥାନାରେ ଅଭିଯୋଗ ଆଣିଲେ ଡିଜେ ମାଲିକ

    ଥାନାରେ ଅଭିଯୋଗ ଆଣିଲେ ଡିଜେ ମାଲିକ

    ଯୋଡ଼ା ବ୍ଲକ୍ ଭଦ୍ରାସାହି ପଂଚାୟତ ଟୋଣ୍ଟ ଗ୍ରାମରେ ମାଘେ ପର୍ବ ପାଳନ ଅବସରରେ ଲାଗିଥିବା ଡିଜେ ସାଉଣ୍ଡ ସିଷ୍ଟମରେ ନିଆଁ ଲଗାଇ ପୋଡ଼ି ଦେଲେ ଦୃବୃର୍ତ୍ତ । ଗତ ବିଳମ୍ବିତ ରାତିରେ କେହି ଦୃବୃର୍ତ୍ତ ନିଆଁ ଲଗାଇ ଦେଇଥିବା ନେଇ ବଡ଼ବିଲ ଥାନାରେ ଆଜି ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଟୋଣ୍ଟ ଗ୍ରାମରେ ଆଦିବାସୀଙ୍କ ବଡ଼ ପର୍ବ ମାଘେ ପର୍ବ ୩ ଦିନ ଧରି ପାଳନ ନିମନ୍ତେ ଟେଣ୍ଟ ଓ ସାଉଣ୍ଡ ସିଷ୍ଟମ ଲଗାଇ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଗତକାଲି ପ୍ରଥମ ଦିନ ସନ୍ଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମ ସାଙ୍ଗକୁ ନାଚ ଗୀତର ଆସର ଜମିଥିଲା । ମାତ୍ର ରାତିରେ ଗ୍ରାମବାସୀ ଘରକୁ ଚାଲିଯିବା ପରେ ସାଉଣ୍ଡ ଅପରେଟର ଓ ଗ୍ରାମର କିଛି ଯୁବକ ପେଣ୍ଡାଲରେ ଶୋଇଥିଲେ । ତେବେ ରାତି ପାଖାପାଖି ୩ ଟା ୩୦ ମିନିଟ ସମୟରେ ସେଠାରେ ଲାଗିଥିବା ଡିଜେ ସାଉଣ୍ଡ ସିଷ୍ଟମରେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ । ପରେ ପାଣି ଢ଼ାଳି ନିଆଁକୁ ଆୟତ୍ତ କରାଯାଇଥିଲା ମାତ୍ର ସେତେବେଳକୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା । ଏନେଇ ଡିଜେ ମାଲିକଙ୍କ ପକ୍ଷରୁ ଆଜି ବଡ଼ବିଲ ଥାନାରେ ଅଭିଯୋଗ ହେବାପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

  • ଯାଜପୁରରେ ଲକ୍ଷ୍ମୀ ବସର ଶୁଭ ଉଦଘାଟନ

    ଯାଜପୁରରେ ଲକ୍ଷ୍ମୀ ବସର ଶୁଭ ଉଦଘାଟନ

    ଯାଜପୁରରେ ଗଡ଼ିଲା ଲକ୍ଷ୍ମୀ ବସ । ଆଜି ଅପରାହ୍ନରେରେ ଯାଜପୁର ସଦର କୁସୁମା ପଡ଼ିଆ ନିକଟରୁ ୨୫ଟି ବସର ଶୁଭାରମ୍ଭ କରାଯାଇଛି । ଦୂରାଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ବସ ସେବାକୁ ଶୁଭାରମ୍ଭ କରିଥିବା ବେଳେ ରାଜ୍ୟ ସଡକ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସମେତ ବାଚସ୍ପତି ପ୍ରମିଳା ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ ।

    ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ସମେତ ଅନ୍ୟ ବିଧାୟକ ମାନେ ଉପସ୍ଥିତ ଥିଲେ । ଏହି ବସ ଗୁଡିକ ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟକୁ ଗଡିବ ଏବଂ ଏହା ଦ୍ୱାରା ମହିଳା ମାନେ ବିଶେଷ ଉପକାର ପାଇବେ ବୋଲି ମତ ପ୍ରକାଶ ପାଇଥିଲା ।