ମୋବାଇଲ ଗେମରେ ହାରି ନିଜ ବେକ କାଟିଲେ ଯୁବକ

ମୋବାଇଲରେ ଗେମ୍ ଖେଳି ନିଜ ବେକ କାଟିଲେ ଯୁବକ । ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକଙ୍କ ଘର ଅନୁଗୋଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜେରେଙ୍ଗ ଗ୍ରାମର ହୋଇଥିବା ବେଳେ ୨୪ ବର୍ଷୀୟ ଯୁବକ ସୌମ୍ୟରଞ୍ଜନ ନାଏକ ବୋଲି ଜଣାପଡିଛି । ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗତକାଲି ମୋବାଇଲ ଫୋନରେ ଗେମ୍ ଖେଳୁଥିଲେ । ଆଉ ଖେଳରେ ହାରିଯିବାରୁ ନିଜ ବେକକୁ ଧାରୁଆ ଅସ୍ତ୍ରରେ କାଟିଥିଲେ ସୌମ୍ୟରଞ୍ଜନ । ଏହାପରେ ତୁରନ୍ତ ପରିବାର ଲୋକେ ଏବଂ ତାଙ୍କ ସାଙ୍ଗମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସୌମ୍ୟରଞ୍ଜନଙ୍କର ଏବେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି ।

Leave a Reply

Your email address will not be published. Required fields are marked *