ଯାଜପୁରରେ ଲକ୍ଷ୍ମୀ ବସର ଶୁଭ ଉଦଘାଟନ

ଯାଜପୁରରେ ଗଡ଼ିଲା ଲକ୍ଷ୍ମୀ ବସ । ଆଜି ଅପରାହ୍ନରେରେ ଯାଜପୁର ସଦର କୁସୁମା ପଡ଼ିଆ ନିକଟରୁ ୨୫ଟି ବସର ଶୁଭାରମ୍ଭ କରାଯାଇଛି । ଦୂରାଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ବସ ସେବାକୁ ଶୁଭାରମ୍ଭ କରିଥିବା ବେଳେ ରାଜ୍ୟ ସଡକ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସମେତ ବାଚସ୍ପତି ପ୍ରମିଳା ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ସମେତ ଅନ୍ୟ ବିଧାୟକ ମାନେ ଉପସ୍ଥିତ ଥିଲେ । ଏହି ବସ ଗୁଡିକ ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟକୁ ଗଡିବ ଏବଂ ଏହା ଦ୍ୱାରା ମହିଳା ମାନେ ବିଶେଷ ଉପକାର ପାଇବେ ବୋଲି ମତ ପ୍ରକାଶ ପାଇଥିଲା ।

Leave a Reply

Your email address will not be published. Required fields are marked *