ଥାନାରେ ଅଭିଯୋଗ ଆଣିଲେ ଡିଜେ ମାଲିକ

ଯୋଡ଼ା ବ୍ଲକ୍ ଭଦ୍ରାସାହି ପଂଚାୟତ ଟୋଣ୍ଟ ଗ୍ରାମରେ ମାଘେ ପର୍ବ ପାଳନ ଅବସରରେ ଲାଗିଥିବା ଡିଜେ ସାଉଣ୍ଡ ସିଷ୍ଟମରେ ନିଆଁ ଲଗାଇ ପୋଡ଼ି ଦେଲେ ଦୃବୃର୍ତ୍ତ । ଗତ ବିଳମ୍ବିତ ରାତିରେ କେହି ଦୃବୃର୍ତ୍ତ ନିଆଁ ଲଗାଇ ଦେଇଥିବା ନେଇ ବଡ଼ବିଲ ଥାନାରେ ଆଜି ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଟୋଣ୍ଟ ଗ୍ରାମରେ ଆଦିବାସୀଙ୍କ ବଡ଼ ପର୍ବ ମାଘେ ପର୍ବ ୩ ଦିନ ଧରି ପାଳନ ନିମନ୍ତେ ଟେଣ୍ଟ ଓ ସାଉଣ୍ଡ ସିଷ୍ଟମ ଲଗାଇ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଗତକାଲି ପ୍ରଥମ ଦିନ ସନ୍ଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମ ସାଙ୍ଗକୁ ନାଚ ଗୀତର ଆସର ଜମିଥିଲା । ମାତ୍ର ରାତିରେ ଗ୍ରାମବାସୀ ଘରକୁ ଚାଲିଯିବା ପରେ ସାଉଣ୍ଡ ଅପରେଟର ଓ ଗ୍ରାମର କିଛି ଯୁବକ ପେଣ୍ଡାଲରେ ଶୋଇଥିଲେ । ତେବେ ରାତି ପାଖାପାଖି ୩ ଟା ୩୦ ମିନିଟ ସମୟରେ ସେଠାରେ ଲାଗିଥିବା ଡିଜେ ସାଉଣ୍ଡ ସିଷ୍ଟମରେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ । ପରେ ପାଣି ଢ଼ାଳି ନିଆଁକୁ ଆୟତ୍ତ କରାଯାଇଥିଲା ମାତ୍ର ସେତେବେଳକୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା । ଏନେଇ ଡିଜେ ମାଲିକଙ୍କ ପକ୍ଷରୁ ଆଜି ବଡ଼ବିଲ ଥାନାରେ ଅଭିଯୋଗ ହେବାପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *