
ଯାଜପୁର ରୋଡ଼ ଉପ-କାରାଗାରରୁ ଜଣେ ବିଚାରାଧୀନ କଏଦୀ ଫେରାର। ମେଡ଼ିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିଆଯାଉଥିବା ବେଳେ କଏଦୀ ଜଣକ ଅଧା ରାସ୍ତାରୁ ଫେରାର ହୋଇଥିବା ନେଇ କୋରାଇ ଥାନାରେ ଅଭିଯୋଗ ହୋଇଛି। ଫେରାର କଏଦୀଙ୍କ ହେଲେ ରାଣା ପ୍ରତାପ ସିଂ, ତାଙ୍କ ଘର ପାଣିକୋଇଲି ଥାନା ଜହ୍ନା ଗାଁରେ।ରାଣା ପ୍ରତାପ ସିଂ କିଛିଦିନ ତଳେ ଏକ ଦୁଷ୍କର୍ମ ଓ ଯୁବତୀଙ୍କ ଫଟୋ ଭାଇରାଲ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ଅସୁସ୍ଥ ହେବାରୁ ଆଜି ତାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଜପୁର ରୋଡ଼ ଉପ-କାରାଗାର ରୁ ଯାଜପୁର ରୋଡ଼ ମେଡିକାଲକୁ ନିଆଯାଇଥିଲା।
ମେଡିକାଲରୁ ସ୍ୱାସ୍ଥ୍ୟ ପରୀକ୍ଷା ସାରି ମେଡିସିନ କିଣିବା ବେଳେ ସେଠାରୁ ସେ ଚମ୍ପଟ୍ ମାରିଥିଲା।ଏନେଇ ଜେଲ୍ କତୃପକ୍ଷ କୋରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗ ଆଧାରରେ କୋରାଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଅନ୍ୟ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି କୋରାଇ ପୋଲିସ l
Your article helped me a lot, is there any more related content? Thanks! https://www.binance.bh/futures/ref?code=MBLCVVZG