Blog

  • ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀକୁ ବିଭିନ୍ନ ମହଲରୁ ନିନ୍ଦା

    ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀକୁ ବିଭିନ୍ନ ମହଲରୁ ନିନ୍ଦା

    ଦିଲ୍ଲୀ ମୁଖ୍ଯମନ୍ତ୍ରୀଙ୍କ ଗିରଫଦାରୀକୁ ନେଇ ଦିଲ୍ଲୀରେ ହଙ୍ଗାମା। ଗିରଫଦାରୀକୁ ବିରୋଧକରି ଆମ ଆଦମୀ ପାର୍ଟି ପକ୍ଷରୁ ଦେଶବ୍ୟାପୀ ବିରୋଧ। ବିଭିନ୍ନ ସ୍ଥାନରେ ଜାରି ରହିଛି ଆପ ନେତାଙ୍କ ବିରୋଧ ପ୍ରଦର୍ଶନ। ଗର୍ଜୁଛନ୍ତି କେଜରିୱାଲଙ୍କ ସମର୍ଥକ। ସେପଟେ ସୁପ୍ରିମ କୋର୍ଟରେ ଇଡି ଗିରଫଦାରୀ ବିରୋଧରେ କେଜରିୱାଲ କରିଥିବା ଆବେଦନକୁ ଫେରାଇ ନେଇଛନ୍ତି। ଏହାକୁ ସେ ନିମ୍ନ ଅଦାଲତରେ ଆବେଦନ କରିବେ ବୋଲି କହିଛନ୍ତି ତାଙ୍କ ଓକିଲ ଅଭିଷେକ ମନୁ ସିଂଘଭି। ଗତକାଲି ଦିଲ୍ଲୀ ହାଇକୋର୍ଟ କେଜରିୱାଲଙ୍କ ଦ୍ବାରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫଦାରୀରୁ ବର୍ତ୍ତିବାକୁ ହୋଇଥିବା ଆବେଦନକୁ ଖାରଜ କରିଦେଇ ତଦନ୍ତରେ ସାମିଲ ହେବାକୁ ତାଗିଦ କରିଥିଲେ। ଏହାପରେ ଇଡି ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ପ୍ରାୟ ଦୁଇ ଘଣ୍ଟା ଜେରା କରିବା ପରେ ଗିରଫ କରିନେଇଥିଲା। କେଜରିୱାଲଙ୍କ ଗିରଫଦାରୀ ଖବର ପ୍ରଚାର ହେବା ପରେ ଆପ ପକ୍ଷରୁ ଏହାକୁ ଅବୈଧ, ଅନୈତିକ ବୋଲି କୁହାଯାଇଛି। କିଛି ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଥିଲେ ଦଳର ନେତା। ଦିଲ୍ଲୀ ଅର୍ଥମନ୍ତ୍ରୀ ଅତିସି ଗିରଫଦାରୀକୁ ନିନ୍ଦା କରିବା ସହ ମୋଦି କେବଳ କେଜରିୱାଲଙ୍କୁ ଭୟ କରୁଥିବାରୁ ଏପରି କରିଥିବା ଅଭିଯୋଗ ଆଣିଛନ୍ତି। ଏଥିସହ କେଜରିୱାଲ ଯେଉଁଠି ରହିଲେ ବି ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରହିବେ ଓ ଜେଲରୁ ସରକାର ଚଳାଇବେ ବୋଲି କହିଛନ୍ତି ଅତିସି। ଆଜି ସୂର୍ଯ୍ୟୋଦୟ ହେଉ ହେଉ ଆପ ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯାଇଛି। କେଜରିୱାଲ ଜିନ୍ଦାବାଦ, ମୁଁ ବି କେଜରିୱାଲର ପ୍ଲା କାର୍ଡ ଧରି ନାନା ନାରାବାଜି ଦିଆଯାଇଛି। ସ୍ଥିତି ଏମିତି ହୋଇଛି କି ଚଣ୍ଡିଗଡ ସମେତ କିଛି ସ୍ଥାନରେ ପୋଲିସକୁ ଆନ୍ଦୋଳନକାରୀଙ୍କୁ ଘଉଡାଇବାକୁ ପାଣି ମାଡ କରିବାକୁ ପଡିଛି। ଦିଲ୍ଲୀ ମନ୍ତ୍ରୀ ଅତିସି ଓ ସୌରଭ ଭରଦ୍ବାଜଙ୍କ ନେତୃତ୍ବରେ ଦିଲ୍ଲୀରେ ହୋଇଥିବା ମେଗା ବିରୋଧକୁ ନେଇ ପୋଲିସ ଉଭୟ ନେତାଙ୍କ ସହ ବହୁ ଆପ ନେତାଙ୍କୁ ଅଟକ ରଖିଛି। ଚଣ୍ଡିଗଡ, ଲକ୍ଷ୍ନୌ, ପରି ବହୁ ରାଜ୍ୟର ରାଜଧାନୀରେ ଆପ ପକ୍ଷରୁ ବିରୋଧ କରାଯାଇଛି। ଅନ୍ୟପଟେ ଏହି ଗିରଫଦାରୀକୁ ବିଭିନ୍ନ ଦଳ ପକ୍ଷରୁ ନିନ୍ଦା କରାଯାଇଛି। ବିଭିନ୍ନ ମହଲରୁ ଏହାକୁ ବିରୋଧ କରାଯାଇଛି। କିନ୍ତୁ ଏକଦା କେଜରିୱାଲଙ୍କ ଗୁରୁ ବୋଲାଉଥିବା ସମାଜସେବୀ ଆନ୍ନ ହଜାରେ କହିଛନ୍ତି, ଏହା ହେବାର ଥିଲା। ଦିନେ ମୋ ସହ ମଦ ବିରୋଧରେ ଆନ୍ଦୋଳନ କରିଥିବା କେଜରିୱାଲ ଆଜି ଅର୍ଥ ପାଇଁ ମଦ ନୀତିକୁ କାର୍ଯ୍ୟକ୍ଷମ କରିଲେ। ତେବେ ଯାହା କିଛି ହେବ, ନିୟମ ଅନୁଯାୟୀ ହେବ। ଅନ୍ୟପଟେ ଇଡି କେଜରିୱାଲଙ୍କୁ ରିମାଣ୍ଡରେ ନେବାକୁ ପିଏମଏଲଏ କୋର୍ଟରେ ଦସ୍ତାବିଜ ସହ ଦାବି ରଖିଛି। ତେବେ କୌଣସି ଦୁର୍ନୀତି ମାମଲାରେ ଏହା ଦେଶର ପ୍ରଥମ ଘଟଣା, ଯେଉଁଥିରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ଏବେ ଦେଖିବାକୁ ରହିଲା ଏହି ଘଟଣା କେଉଁ ମୋଡ ନେଉଛି।

  • ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗିରଫ

    ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗିରଫ

    ଆମ୍ ଆଦମୀ ପାର୍ଟି ସମର୍ଥକମାନେ ରାଉସ୍ ଆଭେନ୍ୟୁ କୋର୍ଟ ବାହାରେ ବିରୋଧ ଆରମ୍ଭ କରିଛନ୍ତି। ଅପରାହ୍ନ ୨ ଟାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି କୋର୍ଟରେ ହାଜର କରାଯିବ। PMLA କୋର୍ଟ ପରିସରରେ ଏହି ମାମଲାର ଶୁଣାଣି କରିବେ ।

    ଇଡି ଗିରଫ ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରତ୍ୟାହାର କରି ନେଇଛନ୍ତି। କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଭି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ବେଞ୍ଚକୁ ଏହା ଜଣାଇଛନ୍ତି। କେଜ୍ରିୱାଲଙ୍କ ରିମାଣ୍ଡରେ ନେଇ ଶୁଣାଣି ନିମ୍ନ ଅଦାଲତରେ ହେବ ବୋଲି ସେ କହିଛନ୍ତି। ଏଭଳି ପରିସ୍ଥିତିରେ ଆମେ ଆବେଦନକୁ ଏଠାରୁ ପ୍ରତ୍ୟାହାର କରୁଛୁ, ଅର୍ଥାତ୍ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ ନାହିଁ। ଏହା ଅଭିଷେକ ମନୁ ସିଂଭି ନିଜେ ନିଶ୍ଚିତ କରିଛନ୍ତି।

    ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି, “ଦେଶ ଆଇନ ଅନୁଯାୟୀ କାର୍ଯ୍ୟ କରିଥଏ । ଅରବିନ୍ଦ କେଜ୍ରିୱାଲଙ୍କୁ ଅନେକ ଥର ସମନ ପଠାଯାଇଥିଲା। ଏହା ପରେ ମଧ୍ୟ ସେ ହାଇକୋର୍ଟରେ ପହଞ୍ଚିଛନ୍ତି, କିନ୍ତୁ କୋର୍ଟ ତାଙ୍କୁ ଆଶ୍ବସ୍ତି ଦେଇନାହିଁ । ଆଜି ତାଙ୍କ ମୁଖା ସମ୍ପୂର୍ଣ୍ଣ ଭାବେ ହଟି ଯାଇଛି | ଲୋକମାନେ ତାଙ୍କୁ ସମର୍ଥନ କରିଥିଲେ, କିନ୍ତୁ ପ୍ରତିବଦଳରେ କେଜ୍ରିୱାଲ ସେମାନଙ୍କ ପ୍ରତି ବିଶ୍ୱାସଘାତକତା କରିଥିଲେ। “

    ସୂତ୍ରରୁ ପ୍ରକାଶ ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ଅପରାହ୍ନ ୨ ଟା ପରେ କୋର୍ଟରେ ହାଜର କରାଯିବ। ସମ୍ପ୍ରତି ଇଡି ଦଳ କେଜ୍ରିୱାଲଙ୍କୁ ପଚରାଉଚରା କରୁଛନ୍ତି। ଇଡି ଦଳ ଦ୍ୱାରା ଏକ ରିମାଣ୍ଡ ନୋଟ୍ ପ୍ରସ୍ତୁତ କରାଯାଉଛି।

  • ବିହାର: କୋସୀ ନଦୀ ଉପରେ ନିର୍ମାଣାଧୀନ ପୋଲ ଖସି ଜଣଙ୍କ ମୃତ୍ୟୁ, ୯ ଆହତ

    ବିହାର: କୋସୀ ନଦୀ ଉପରେ ନିର୍ମାଣାଧୀନ ପୋଲ ଖସି ଜଣଙ୍କ ମୃତ୍ୟୁ, ୯ ଆହତ

    ବିହାରର ସୁପୌଲ ଜିଲ୍ଲାରେ ଶୁକ୍ରବାର ଭୋରୁ ଭୋରୁ ଘଟିଯାଇଛି ବିରାଟ ବଡ ଦୁର୍ଘଟଣା। ଜିଲ୍ଲାରେ ନିର୍ମାଣାଧୀନ ପୋଲର ଏକ ଅଂଶ ଖସିପଡିବାରୁ ଜଣଙ୍କ ମୃତ୍ୟୁ ହେବା ସହ ୯ ଜଣ ଆହତ ହୋଇଥିବା ଆଧିକାରିକ ସୂତ୍ରରୁ ପ୍ରକାଶ। ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା କହିଛନ୍ତି କି, ସୁପୌଲ ଓ ମଧୁବନୀ ଜିଲ୍ଲା ମଝିରେ ଭେଜା-ବକୌର ଠାରେ କୋସି ନଦୀ ଉପରେ ନିର୍ମାଣ ହେଉଥିବା ପୋଲର ଏକ ଅଂଶ ଖସିପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କିଛି ଶ୍ରମିକ ଆହତ ହୋଇଛନ୍ତି। ଘଟଣାକୁ ନେଇ ସିହ୍ନା ଦୁଃଖ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ରାଶି ଦେବାକୁ ଘୋଷଣା ହୋଇଛି। ସେହିପରି ପୀଡିତଙ୍କୁ ମଧ୍ୟ ସହାୟତା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଘଟଣାର ତଦନ୍ତ କରି କାମ କରୁଥିବା କମ୍ପାନୀ ଓ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ସିହ୍ନା ଆହୁରି କହିଛନ୍ତି, ଡବଲ ଇଞ୍ଜିନ ସରକାରରେ କୌଣସି ଭ୍ରଷ୍ଟାଚାରକୁ ବରଦାସ୍ତ କରାଯିବ ନାହିଁ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଘଟଣାରେ ୧୦ ଜଣ ଶ୍ରମିକ ଫସିଯାଇଥିଲେ ଓ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ହସ୍ପିଟାଲ ନେବା ବାଟରେ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏହି ନିର୍ମାଣାଧୀନ ପୋଲରେ ମୋଟ ୧୭୧ ପିଲର ନିର୍ମାଣ ହେଉଥିବା ବେଳେ ୧୫୦ ପିଲର ନିର୍ମାଣ ଶେଷ ହୋଇସାରିଲାଣି। ପୋଲର ଦୈର୍ଘ୍ୟ ୧୦.୫ କିଲୋମିଟର ଥିବା ବେଳେ ଏଥିରେ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ପୋଲ କାର୍ଯ୍ୟକ୍ଷମ ହେଲେ ସୁପୌଲ ଓ ମଧୁବନୀ ମଧ୍ୟରେ ଦୂରତା ୩୦ କିଲୋମିଟର କମିଯିବ। ବର୍ତ୍ତମାନ ଉଭୟ ଜିଲ୍ଲା ମଧ୍ୟରେ ଲୋକଙ୍କୁ ୧୦୦ କିଲୋମିଟର ବୁଲିବାକୁ ପଡୁଛି।

  • ନକଲି RTO ଅଫିସରେ ପୋଲିସ ଚଢ଼ାଉ, ୨ ଗିରଫ

    ନକଲି RTO ଅଫିସରେ ପୋଲିସ ଚଢ଼ାଉ, ୨ ଗିରଫ

    ବାଲେଶ୍ବର ଜିଲ୍ଲାରେ ଚାଲୁଥିଲା ନକଲି ଆରଟିଓ। କିଛି ଦଲାଲ ଅଫିସ ଖୋଲି ନକଲି ପରମିଟ, ଦସ୍ତାବିଜ ସହ ନମ୍ବର ଯୋଗାଉଥିବା ଅଭିଯୋଗରେ ପୋଲିସ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରିଛ। ସୂଚନା ଅନୁଯାୟୀ, ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଳେଶ୍ୱର ପୋଲିସ ଏନଏଚ-୬୦ର ଲକ୍ଷ୍ମଣ ନାଥ ଟୋଲ୍ ପ୍ଲାଜା ନିକଟରେ ଏକ ନକଲି RTO କାର୍ଯ୍ୟାଳୟରେ ଚଡାଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ନହଞ୍ଜୋରାର ମଧୁସୂଦନ ପରିଡାଙ୍କ ୩୪ ବର୍ଷୀୟ ପୁଅ ତୁଷାର ରଞ୍ଜନ ପରିଡା ଓ ଝାରଖଣ୍ଡ ନନ୍ଦିକାଆ ଗାଁର ଦେବେନ୍ଦ୍ର ନାଥ ସାହୁଙ୍କ ୨୭ ବର୍ଷୀୟ ପୁଅ ସମ୍ଭୁ ସାହୁ।

    ସୂଚନା ପାଇ ଜଳେଶ୍ୱର ଥାନାର ସବଇନିସ୍ପେକ୍ଟର ସି ରାଉତ ଓ ପୋଲିସ କର୍ମଚାରୀଙ୍କ ସହିତ ଟୋଲ ଗେଟ ନିକଟରେ ପହଂଚି ଚିହ୍ନଟ ହୋଇଥିବା RTO ର ଏକ ଘରେ ବସିଥିଲେ। ସେମାନଙ୍କନିକଟରୁ ଆନ୍ଧ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ଆଦି ବାହାର ରାଜ୍ୟର ୧୧ଟି ଷ୍ଟାମ୍ପ, ମୋଟର ଭେହିକିଲ ରସିଦ, ଚେକ ପୋଷ୍ଟ ଦସ୍ତାବିଜ ଓ ଅନ୍ୟାନ୍ୟ ଦଲିଲ ଜବତ କରିଛି ପୋଲିସ। ଏମାନେ ଏହି ଆରଟିଓରେ ଦଲାଲ କାମ କରିବା ସହ ବାହାର ରାଜ୍ୟକୁ ଯିବାକୁ ନକଲି ପରମିଟ କାଗଜପତ୍ର ଓ ନମ୍ବର ପ୍ରଦାନ କରୁଥିବା ସନ୍ଦେହ କରାଯାଉଛି। ଏହି ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଛି।

  • ବନବିଭାଗ ଓ ପୋଲିସର ମିଳିତ କୁମ୍ବିଂ ଅପରେସନରେ ବନ୍ଧୁକ କାରଖାନା ଠାବ

    ବନବିଭାଗ ଓ ପୋଲିସର ମିଳିତ କୁମ୍ବିଂ ଅପରେସନରେ ବନ୍ଧୁକ କାରଖାନା ଠାବ

    ବାଲେଶ୍ଵର ଜିଲ୍ଲା କୁଲଡିହା ଅଭୟାରଣ୍ୟ ରେ ଶିକାରୀ ଗୁଳି ରେ ଦୁଇ ସବୁଜ ବାହିନୀ କର୍ମଚାରୀ ଶୀକାର ହୋଇ କଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବନ କର୍ମଚାରୀ ଆହତ ହେବାପରେ ବନବିଭାଗ ଓ ପୋଲିସ ର ମିଳିତ କୁମ୍ବିଂ ଅପରେସନରେ ବନ୍ଧୁକ କାରଖାନା ଠାବ କରିବାସହ ଚାରି ବନ୍ଧୁକ ଜବତ କରାଯାଇଛି । ଘଟଣାରେ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି ।ମାତ୍ର ପୁଣି ନୀଳଗିରି ଥାନା ଅନ୍ତର୍ଗତ ଶିଆଡ଼ିମାଳ ପଞ୍ଚାୟତର ଡେମୁଚଖାଲ ଗ୍ରାମରେ ଚଢ଼ାଉ କରି ଚାରି ଜଣଙ୍କ ଘରୁ ଦେଶୀ ବନ୍ଧୁକ ଜବତ କରାଯାଇଛି । ସେମାନଙ୍କୁ ଡାକ୍ତର ମାଇନା ପରେ କୋଟ୍ ଚାଲାଣ କରିଛି ନୀଳଗିରି ପୋଲିସ । ବେଆଇନ୍ ଭାବେ ଘରେ ବନ୍ଧୁକ ରଖିଥିବାରୁ ପୋଲିସ ମୋକଦ୍ଦମା ରୁଜୁ କରି କୋର୍ଟଚାଲାଣ କରିଛି । ଏହା ମଧ୍ଯରେ ଦଶ ଗୋଟି ବନ୍ଧୁକ ଜବତ କରାଯାଇ ଥିବାବେଳେ ଛ ଶିକାରୀ ସମେତ ବନ୍ଧୁକ ତିଆରି କାରିଗରକୁ ମଧ୍ଯ ଗିରଫ କରି କୋର୍ଟଚାଲାଣ କରାଯାଇଥିବା କୁଲଡିହା ରେଞ୍ଜର ପ୍ରବୀର କୁମାର ମୁର୍ମୁ ପ୍ରକାଶ କରିଛନ୍ତି ।

  • ଦୁଇ ଭାଇ ଗଣ୍ଡଗୋଳରେ ବଳି ପଡ଼ିଲା ଖୁଡୀ

    ଦୁଇ ଭାଇ ଗଣ୍ଡଗୋଳରେ ବଳି ପଡ଼ିଲା ଖୁଡୀ

    ବାଲେଶ୍ଵର ଜିଲା ନୀଳଗିରି ଥାନା ଅନ୍ତର୍ଗତ କୁଲାହାପାଳ ଗ୍ରାମରେ ଗତକାଲି ଦ୍ଵିପ୍ରହରରେ ଦୁଇ ଭାଇ କୌଣସି କାରଣରୁ ମାରପିଟ୍ ହୋଇଥିଲେ । ଘଟଣା ପରିବାର କାନକୁ ଆସିଥିଲା । ସନ୍ଧ୍ୟାବେଳେ ସମାଧାନ କରିବା ପାଇଁ ସଂଯୁଲତା ପଣ୍ଡା ଦେଢଶୂର ସନ୍ତୋଷ ପଣ୍ଡା ଘରକୁ ଯାଇଥିଲେ । ସଞ୍ଜୁଲତା କଥାବାର୍ତ୍ତା କରି ଫେରିବା ବାଟରେ ସନ୍ତୋଷ ପଣ୍ଡାଙ୍କ ପୁଅ ଅମିତ ପଣ୍ଡା ସଂଯୁଲତା ପଣ୍ଡାଙ୍କୁ ଏକ ପଥରରେ ମୁଣ୍ଡକୁ ବାଡ଼େଇ ଦେବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା ।

    ମହିଳା ଜଣଙ୍କ ସଙ୍ଗେ ସଙ୍ଗେ ଚେତା ଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ ତୁରନ୍ତ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଛନ୍ତି । ଅପରପକ୍ଷେ ସନ୍ତୋଷ ପଣ୍ଡା ଓ ତାର ପୁଅ ଅମିତ୍ ପଣ୍ଡା ଆହତ ହୋଇ ନୀଳଗିରି ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି ।

  • ଅଫିସରୁ ଫେରୁଥିବା ବେଳେ ପଛରୁ ପିଟିଲା ଟ୍ରକ, ଚାଲିଗଲା ମହିଳାଙ୍କ ଜୀବନ

    ଅଫିସରୁ ଫେରୁଥିବା ବେଳେ ପଛରୁ ପିଟିଲା ଟ୍ରକ, ଚାଲିଗଲା ମହିଳାଙ୍କ ଜୀବନ

    ଗୁରୁବାର ରାତି ପ୍ରାୟ ସାଢେ଼ ଆଠଟା ସମୟରେ ଯାଜପୁର କୋରେଇ ଥାନା ଅଧୀନ ନୂଆଗଡ ଗୋଲେଇ ଛକ ନିକଟରେ ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ୟୁ। ମହିଳା ଜଣକ ସ୍କୁଟିରେ ଯାଜପୁର ରୋଡ ବଜାରରୁ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ରାତିରେ ମହିଳା ଜଣକ ନିଜ ସ୍କୁଟି ଗାଡିକୁ ଧରି ନୂଆଗଡ ଗୋଳେଇ ଛକ ଦେଇ ଘରକୁ ଫେରୁଥିଲେ । ପଛରେ ତାଙ୍କ ଭାଇ ଅନ୍ୟ ଏକ ବାଇକରେ ଆସୁଥିଲେ। ଏହି ସମୟରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ମହିଳାଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିରେ ଥିବା ମହିଳା ଛିଟିକି ରାସ୍ତା କଡ଼ରେ ପଡ଼ିଥିଲେ।

    ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଆମ୍ବୁଲାନ୍ସକୁ ଡାକି ମହିଳାଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିଥିଲେ। କିନ୍ତୁ ତାଙ୍କ ଅବସ୍ଥା ସଂଗୀନ ଥିବାରୁ ଅଳ୍ପ ସମୟ ମଧ୍ୟ ମୃତ୍ୟୁ ହୋଇଥିଲା। ମୃତା ମହିଳା ଜଣକ ନିକଟସ୍ଥ ସୁଜଳନଗର ଅଞ୍ଚଳର ବର୍ଷାରାଣୀ ବେହେରା ବୋଲି ସୂଚନା ମିଳିଛି। ବର୍ଷାରାଣୀ ନିକଟରେ ବ୍ୟାସନଗର ତହସିଲ ଅଫିସରେ କନିଷ୍ଠ କିରାଣି ଭାବେ କାର୍ଯ୍ୟରତ ଥିଲେ। ଖବର ପାଇ ସ୍ଥାନୀୟ ତହସିଲଦାର ଓ ପୋଲିସ ଅଧିକାରୀ ମେଡିକାଲରେ ପହଞ୍ଚି ଘଟଣାର ଅନୁସନ୍ଧାନ ଜାରି ରଖିଥିଲେ।

  • ୮୨ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗକଲେ ବରିଷ୍ଠ ବିଜେଡି ନେତା ଡା. ଦାମ ରାଉତ

    ୮୨ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗକଲେ ବରିଷ୍ଠ ବିଜେଡି ନେତା ଡା. ଦାମ ରାଉତ

    ଓଡିଶା ରାଜନୀତିର ପିତାମହ କୁହାଯାଉଥିବା ପାରାଦ୍ବୀପ, ଏରସମାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଆଉ ନାହାନ୍ତି। ଶୁକ୍ରବାର ସକାଳେ ସେ ଶେଷ ନିଶ୍ବାସ ତ୍ୟାଗକରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଦାମଙ୍କ ମୃତ୍ୟୁନେଇ ସୂଚନା ଦେଇଛନ୍ତି ପୁତ୍ର, ବିଧାୟକ ସମ୍ବିତ ରାଉତରାୟ। ଗତ ୧୮ ତାରିଖରେ ହଠାତ୍ ତାଙ୍କ ବ୍ରେନ ଡେଡ ହୋଇଥିଲା, ଚିକିତ୍ସିତ ଅବସ୍ଥାରେ ସେ ଇହଲୀଳା ସମ୍ବରଣ କରିଥିବା କହିଛନ୍ତି ସମ୍ବିତ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ବେଳକୁ ପାରାଦୀପ ସମେତ ଏରସମା ଓ ସାରା ରାଜ୍ୟରେ ଖେଳିଯାଇଛି ଶୋକର ଲହରୀ।

    ତାଙ୍କ ଶେଷ ଦର୍ଶନ ପାଇଁ ହସ୍ପିଟାଲଠୁ ଆରମ୍ଭ କରି ସରକାରୀ ବାସଭବନରେ ଦେଖିବାକୁ ମିଳିଛି ପ୍ରବଳ ଭିଡ। ଆଜି ତାଙ୍କ ମରଶରୀରକୁ ତାଙ୍କର ପୂର୍ବ କର୍ମସ୍ଥଳୀ ଏରସମା ଓ ପାରାଦ୍ବୀପ ନେବା ପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପାଦନ କରାଯିବ। ଦାମଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେଡି ସମେତ ବିରୋଧୀ ଦଳର ରାଜନେତା ଦୁଃଖ ବ୍ୟକ୍ତ କରିଛନ୍ତି ଓ ତାଙ୍କ ସ୍ମୃତିଚାରଣ କରିଛନ୍ତି।

    ୧୯୪୨ ଜୁଲାଇ ୨ ତାରିଖରେ ଦାମରାଉତ ଜଗତସିଂହପୁର ମଲ୍ଲିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପେସାରେ ଜଣେ ଡାକ୍ତର ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ରାଜନୀତିରେ ପାଦଥାପିଥିଲେ। ବିଜୁବାବୁଙ୍କ ମୃତ୍ୟୁପରେ ବିଜେଡି ପ୍ରତିଷ୍ଠାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ। ୧୯୭୭ରେ ଜନତା ପାର୍ଟି, ୧୯୮୦ରେ ଜନତା ପାର୍ଟି ସେକୁଲାର, ୧୯୯୦ରେ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ, ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ୨୦୦୦ରୁ ୨୦୧୪ ମଧ୍ୟରେ ବିଜୁ ଜନତା ଦଳରୁ ପ୍ରଥମ ଦୁଇ ଥର ଏରସମାରୁ ନିର୍ବାଚିତ ହୋଇଥିବା ବେଳେ ପରବର୍ତ୍ତୀ ୨ ଥର ପାରାଦୀପରୁ ନିର୍ବାଚିତ ହୋଇଥିଲେ। ବିଭିନ୍ନ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇ ମନ୍ତ୍ରୀଭାବେ ଦକ୍ଷତାର ସହ ଦାୟିତ୍ବ ସମ୍ପାଦନ କରି ଥିଲେ।

    ଦାମ ତାଙ୍କ ରୋକଠୋକ କଥା ପାଇଁ ରାଜ୍ୟବ୍ୟାପୀ ପରିଚିତ ଥିଲେ। କିନ୍ତୁ ୨୦୧୮ରେ ସରକାର ବିରୋଧରେ ବୟାନ ଦେବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ପରେ ସେ ବିଜେପିରେ ସାମିଲ ହୋଇଥିଲେ। କିନ୍ତୁ ଅଳ୍ପ ଦିନରେ ସେ ବିଜେପି ଛାଡିଦେଇଥିଲେ। ଏହାପରେ ଅଧିକାଂଶ ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ମଧ୍ୟ ସେ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ। ତେବେ ଗତ ଜାନୁଆରୀ ୧ ତାରିଖରେ ତାଙ୍କୁ ପୁଣି ଦଳରେ ସାମିଲ କରିଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ। ଦାମ ତାଙ୍କ ସ୍ପଷ୍ଟବାଦିତା, ଜନପ୍ରିୟତା, ଓ ବିଚକ୍ଷଣ ବୁଦ୍ଧିମତାକୁ ନେଇ ଓଡିଶା ରାଜନୀତିରେ ଚିରସ୍ମରଣୀୟ ହୋଇ ରହିବେ।

  • ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ କାଣ୍ଡ, ଟାଙ୍ଗିଆ ଆକ୍ରମଣରେ ଦୁଇ ଯୁବକ ଆହାତ

    ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ କାଣ୍ଡ, ଟାଙ୍ଗିଆ ଆକ୍ରମଣରେ ଦୁଇ ଯୁବକ ଆହାତ

    ନିଜ ମାମୁଁ ଘରକୁ ବୁଲିବାକୁ ଆସିଥିବା ଭଣଜା , ମାମୁଁ ଘର ଗାଁରେ ଘଟାଇଲା ଉନ୍ମତ କାଣ୍ଡ । ଗାଁ ଦାଣ୍ଡରେ ହାତରେ ଟାଙ୍ଗିଆ ଧରି ଯାହାକୁ ପାଇଲା ତାକୁ ମାରିବାକୁ ତାହା କୁ ହାଣିଲା । ଯୁବକର ଟାଙ୍ଗିଆ ଚୋଟରେ ଖେରଙ୍ଗ ପଞ୍ଚାୟତର ପଳାଶପୁର ଗ୍ରାମର ଦୁଇ ଜଣ ଆହତ ହୋଇଥିବା ବେଳେ ଯୁବକକୁ କାବୁ କରିବକୁ ଯାଇଥିବା ପୋଲିସକୁ ଘଟଣା ସ୍ଥଳରେ ମଧ୍ୟ ନାକେଦମ ହେବାକୁ ପଡ଼ିଥିଲା । ଚାନ୍ଦବାଲି ପୋଲିସର ୧୧୨ ଗାଡିକୁ ମଧ୍ୟ ଟାଙ୍ଗିଆରେ ବାରମ୍ବାର ଚଟୋ ପକାଇବା ସହ ୧୦୮ ଆମ୍ବୁଲାନ୍ସ ଗାଡିର ଆଗ କାଚକୁ ଭାଙ୍ଗି ଚୁନା କରିଦେଇଥିବା ଦେଖିବାକୁ ମିଳିଛି ।

    ଶେଷରେ ବହୁ କଷ୍ଟରେ ମତୋ ଫାଣ୍ଡି ପୋଲିସ ଓ ୧୧୨ ପୋଲିସ ଉକ୍ତ ଯୁବକକୁ କାବୁ କରି ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣି ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ ପରେ ଥାନାକୁ ଆଣିଛି । ଉକ୍ତ ଯୁବକ ଜଣେ ମାନସିକ ବିକାରଗ୍ରସ୍ତ ବୋଲି କୁହାଯାଉଛି ।ଯୁବକଙ୍କ ଘର ବାସୁଦେବପୁର ଅଞ୍ଚଳର । ତାଙ୍କ ନାମ ଭିମସେନ ନାୟକ, ସେ ମାମୁଁ ଘରକୁ ବୁଲିବାକୁ ଆସି ଏପରି କାଣ୍ଡ ଘଟାଇଥିବା ସୂଚନା ମିଳିଛି ।

  • ଜୟଦେବ ଭବନରେ ବିଶ୍ବ ବନଦିବସ ପାଳିତ

    ଜୟଦେବ ଭବନରେ ବିଶ୍ବ ବନଦିବସ ପାଳିତ

    ଆଜି ବିଶ୍ବ ବନଦିବସ। ଜଙ୍ଗଲ, ବୃକ୍ଷଲତାର ଆମ ଜୀବନରେ ରହିଛି ମହତ୍ବପୂର୍ଣ୍ଣ ଭୂମିକା। ବୃକ୍ଷ ନ ଥିଲେ ଜୀବଜଗତ ଅସମ୍ଭବ। ଖାଦ୍ୟଠାରୁ ଆରମ୍ଭ କରି, ଘରତୋଳା, ଏମିତିକି ଚିକିତ୍ସାରେ ରହିଛି ଗଛବୃଚ୍ଛଙ୍କ ଗୁରୁତ୍ବ। କିନ୍ତୁ ଆଜିର ଏହି କଂକ୍ରିଟ ସହର ଭିତରେ ପଦାହୋଇ ଯାଉଛି ଜଙ୍ଗଲସବୁ। ଯାହା ଜଳବାୟୁ ପରିବର୍ତ୍ତନ ସହ ଜୀବନଧାରଣ, ଜୀବଜଗତ ଉପରେ ପକାଉଛି ନକାରାତ୍ମକ ପ୍ରଭାବ।

    ଏହାକୁ ନେଇ ପ୍ରତିବର୍ଷ ମାର୍ଚ୍ଚ ୨୧ ତାରିଖକୁ ବିଶ୍ବ ବନ ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସରୁ ରାଜ୍ୟସ୍ତରରେ ମଧ୍ୟ ପାଳନ କରାଯାଇଛି। ଜୟଦେବଭବନରେ ଏଥିପାଇଁ ଆୟୋଜନ ହୋଇଥିଲା ବିଶେଷ କାର୍ଯ୍ୟକ୍ରମ। ଏଥିରେ ରାଜ୍ୟ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗର ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବନସଂରକ୍ଷକ, ବନ୍ୟପ୍ରାଣୀ, ଜଙ୍ଗଲ ବିଭାଗ ସହ ଜଡିତ ଅଧିକାରୀ, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇ ମଣିଷ ଜୀବନରେ ବୃକ୍ଷର ଆବଶ୍ୟକତା, ଭୂମିକା ଉପରେ ଆଲୋଚନା କରିଥିଲେ।

    ମୁଖ୍ୟ ଅତିଥି କହିଲେ, ଓଡିଶାରେ ବୃକ୍ଷ ଓ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳର ପରିମାଣ ୫୭.୯୬୦ ବର୍ଗ କିଲୋମିଟର ରହିଛି, ଯାହା ରାଜ୍ୟର ସମଗ୍ର ଭୌଗୋଳିକ ଅଞ୍ଚଳର ୩୬.୭୧ ପ୍ରତିଶତ । ଏହା ଜାତୀୟ ସ୍ତରର ହାରାହାରି ୨୦.୬୨% ଠାରୁ ବହୁତ ଅଧିକ । ୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ ଉଭୟ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ଏବଂ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ରେ ୮୯୩ ବର୍ଗ କି ମି ଅଭିବୃଦ୍ଧି ଘଟିଅଛି।