ଦୁଇ ଭାଇ ଗଣ୍ଡଗୋଳରେ ବଳି ପଡ଼ିଲା ଖୁଡୀ

ବାଲେଶ୍ଵର ଜିଲା ନୀଳଗିରି ଥାନା ଅନ୍ତର୍ଗତ କୁଲାହାପାଳ ଗ୍ରାମରେ ଗତକାଲି ଦ୍ଵିପ୍ରହରରେ ଦୁଇ ଭାଇ କୌଣସି କାରଣରୁ ମାରପିଟ୍ ହୋଇଥିଲେ । ଘଟଣା ପରିବାର କାନକୁ ଆସିଥିଲା । ସନ୍ଧ୍ୟାବେଳେ ସମାଧାନ କରିବା ପାଇଁ ସଂଯୁଲତା ପଣ୍ଡା ଦେଢଶୂର ସନ୍ତୋଷ ପଣ୍ଡା ଘରକୁ ଯାଇଥିଲେ । ସଞ୍ଜୁଲତା କଥାବାର୍ତ୍ତା କରି ଫେରିବା ବାଟରେ ସନ୍ତୋଷ ପଣ୍ଡାଙ୍କ ପୁଅ ଅମିତ ପଣ୍ଡା ସଂଯୁଲତା ପଣ୍ଡାଙ୍କୁ ଏକ ପଥରରେ ମୁଣ୍ଡକୁ ବାଡ଼େଇ ଦେବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା ।

ମହିଳା ଜଣଙ୍କ ସଙ୍ଗେ ସଙ୍ଗେ ଚେତା ଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ ତୁରନ୍ତ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଛନ୍ତି । ଅପରପକ୍ଷେ ସନ୍ତୋଷ ପଣ୍ଡା ଓ ତାର ପୁଅ ଅମିତ୍ ପଣ୍ଡା ଆହତ ହୋଇ ନୀଳଗିରି ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *