ବନବିଭାଗ ଓ ପୋଲିସର ମିଳିତ କୁମ୍ବିଂ ଅପରେସନରେ ବନ୍ଧୁକ କାରଖାନା ଠାବ

ବାଲେଶ୍ଵର ଜିଲ୍ଲା କୁଲଡିହା ଅଭୟାରଣ୍ୟ ରେ ଶିକାରୀ ଗୁଳି ରେ ଦୁଇ ସବୁଜ ବାହିନୀ କର୍ମଚାରୀ ଶୀକାର ହୋଇ କଟକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବନ କର୍ମଚାରୀ ଆହତ ହେବାପରେ ବନବିଭାଗ ଓ ପୋଲିସ ର ମିଳିତ କୁମ୍ବିଂ ଅପରେସନରେ ବନ୍ଧୁକ କାରଖାନା ଠାବ କରିବାସହ ଚାରି ବନ୍ଧୁକ ଜବତ କରାଯାଇଛି । ଘଟଣାରେ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି ।ମାତ୍ର ପୁଣି ନୀଳଗିରି ଥାନା ଅନ୍ତର୍ଗତ ଶିଆଡ଼ିମାଳ ପଞ୍ଚାୟତର ଡେମୁଚଖାଲ ଗ୍ରାମରେ ଚଢ଼ାଉ କରି ଚାରି ଜଣଙ୍କ ଘରୁ ଦେଶୀ ବନ୍ଧୁକ ଜବତ କରାଯାଇଛି । ସେମାନଙ୍କୁ ଡାକ୍ତର ମାଇନା ପରେ କୋଟ୍ ଚାଲାଣ କରିଛି ନୀଳଗିରି ପୋଲିସ । ବେଆଇନ୍ ଭାବେ ଘରେ ବନ୍ଧୁକ ରଖିଥିବାରୁ ପୋଲିସ ମୋକଦ୍ଦମା ରୁଜୁ କରି କୋର୍ଟଚାଲାଣ କରିଛି । ଏହା ମଧ୍ଯରେ ଦଶ ଗୋଟି ବନ୍ଧୁକ ଜବତ କରାଯାଇ ଥିବାବେଳେ ଛ ଶିକାରୀ ସମେତ ବନ୍ଧୁକ ତିଆରି କାରିଗରକୁ ମଧ୍ଯ ଗିରଫ କରି କୋର୍ଟଚାଲାଣ କରାଯାଇଥିବା କୁଲଡିହା ରେଞ୍ଜର ପ୍ରବୀର କୁମାର ମୁର୍ମୁ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *