ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ କାଣ୍ଡ, ଟାଙ୍ଗିଆ ଆକ୍ରମଣରେ ଦୁଇ ଯୁବକ ଆହାତ

ନିଜ ମାମୁଁ ଘରକୁ ବୁଲିବାକୁ ଆସିଥିବା ଭଣଜା , ମାମୁଁ ଘର ଗାଁରେ ଘଟାଇଲା ଉନ୍ମତ କାଣ୍ଡ । ଗାଁ ଦାଣ୍ଡରେ ହାତରେ ଟାଙ୍ଗିଆ ଧରି ଯାହାକୁ ପାଇଲା ତାକୁ ମାରିବାକୁ ତାହା କୁ ହାଣିଲା । ଯୁବକର ଟାଙ୍ଗିଆ ଚୋଟରେ ଖେରଙ୍ଗ ପଞ୍ଚାୟତର ପଳାଶପୁର ଗ୍ରାମର ଦୁଇ ଜଣ ଆହତ ହୋଇଥିବା ବେଳେ ଯୁବକକୁ କାବୁ କରିବକୁ ଯାଇଥିବା ପୋଲିସକୁ ଘଟଣା ସ୍ଥଳରେ ମଧ୍ୟ ନାକେଦମ ହେବାକୁ ପଡ଼ିଥିଲା । ଚାନ୍ଦବାଲି ପୋଲିସର ୧୧୨ ଗାଡିକୁ ମଧ୍ୟ ଟାଙ୍ଗିଆରେ ବାରମ୍ବାର ଚଟୋ ପକାଇବା ସହ ୧୦୮ ଆମ୍ବୁଲାନ୍ସ ଗାଡିର ଆଗ କାଚକୁ ଭାଙ୍ଗି ଚୁନା କରିଦେଇଥିବା ଦେଖିବାକୁ ମିଳିଛି ।

ଶେଷରେ ବହୁ କଷ୍ଟରେ ମତୋ ଫାଣ୍ଡି ପୋଲିସ ଓ ୧୧୨ ପୋଲିସ ଉକ୍ତ ଯୁବକକୁ କାବୁ କରି ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣି ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ ପରେ ଥାନାକୁ ଆଣିଛି । ଉକ୍ତ ଯୁବକ ଜଣେ ମାନସିକ ବିକାରଗ୍ରସ୍ତ ବୋଲି କୁହାଯାଉଛି ।ଯୁବକଙ୍କ ଘର ବାସୁଦେବପୁର ଅଞ୍ଚଳର । ତାଙ୍କ ନାମ ଭିମସେନ ନାୟକ, ସେ ମାମୁଁ ଘରକୁ ବୁଲିବାକୁ ଆସି ଏପରି କାଣ୍ଡ ଘଟାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *