
ହିଞ୍ଜିଳିକାଟୁ ବ୍ଳକ ପୁଟିଆପଦର ଗ୍ରାମପଞ୍ଚାୟତର ସମିତି ସଭ୍ୟ ଓ ବ୍ଲକ୍ ଉପାଧ୍ୟକ୍ଷ ସୁନିଲ୍ କୁମାର୍ ଗନ୍ତାୟତଙ୍କ ତତ୍ବାବଧାନରେ ଆମ ଓଡ଼ିଶା ନବୀନ ଓଡ଼ିଶା ,ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର, ବିକାଶ ଓ ପ୍ରଗତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁଟିଆପଦର ଗ୍ରାମପଞ୍ଚାୟତର ଦୟାନିଧି ପୁର ଶାଶନ,ଦିଗାପଡା ପୁଟିଆପଦର, ବାଳକୃଷ୍ଣ ପୁର ଗ୍ରାମର ମିଶନ ଶକ୍ତି ମାଆ ଓ ସ୍ଥାନୀୟ ଜନସାଧାରଣଙ୍କୁ ସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା। ଏହି ଅବସରରେ ସମସ୍ତ ଅତିଥିଙ୍କୁ ଉପଢ଼ୌକନ ସହ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଗ୍ରାମର କୁନି କୁନି ପିଲାମାନଙ୍କୁ ନେଇ ନୃତ୍ୟ ପରିବେଷଣ କରାଯାଇଥିଲା। ପଞ୍ଚାୟତର ତିନି ହଜାରରୁ ଉର୍ଦ୍ଧ ଜନସମାଗମ ଦେଖିବାକୁ ମିଳିଥିଲା ଏହି କାର୍ଯ୍ୟକ୍ରମରେ ।
Thanks for sharing. I read many of your blog posts, cool, your blog is very good. https://accounts.binance.bh/register/person?ref=JW3W4Y3A