ଭୁବନେଶ୍ୱର ସମେତ ଦେଶର ୨୭ଟି ସହରରେ NEET ପରୀକ୍ଷା

ରାଜଧାନୀ ଭୁବନେଶ୍ୱର ସମେତ ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷା ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୨୦ରେ ଶେଷ ହୋଇଥିଲା। ଚଳିତବର୍ଷ ଦେଶର ୪୯୯ ସହରରେ ମୋଟ ୨୦ ଲକ୍ଷ ୮୭ ହଜାର ୪୪୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।

ଆମ ରାଜ୍ୟ ଓଡ଼ିଶାରୁ ପ୍ରତିବର୍ଷ ୩୦ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାନ୍ତି । କିନ୍ତୁ ଚଳିତବର୍ଷ ଓଡ଼ିଶାରୁ ୫୬ ହଜାର ଛାତ୍ରଛାତ୍ରୀ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ। ଭୁବନେଶ୍ୱର ସମେତ ମୋଟ ୨୭ଟି ସହରରେ ପରୀକ୍ଷା କେନ୍ଦ୍ରର ଆୟୋଜନ ହୋଇଥିଲା । ପରୀକ୍ଷାର୍ଥୀମାନଙ୍କୁ ୨ ଘଣ୍ଟା ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଶାନ୍ତିଶୃଙ୍ଖଳା ରକ୍ଷା କରି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ । ପରୀକ୍ଷା ଦେବା ପୂର୍ବରୁ ହଲ୍ ଭିତରକୁ ହଲ୍ ଟିକେଟ, ନିଜ ନିଜର ପାସଫଟୋ,ପରିଚୟ ପତ୍ର ବ୍ୟତୀତ ଅନ୍ୟ ସମସ୍ତ ଜିନିଷ ନେବାକୁ ବାରଣ କରାଯାଇଥିଲା। ଏଥିସହ ଢିଲା ପୋଷାକ,ସୁନାଗହଣା,ପାଠ ବହି,ପେନସିଲ, ପେନ୍ ନେବାକୁ ମନା ହୋଇଥିଲା । ଦେଶର ବିଭିନ୍ନ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ନ୍ୟାସନାଲ ଏଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ କରାଯାଇଥାଏ ।

Your email address will not be published. Required fields are marked *