ଆସନ୍ତା ସାଧାରଣତନ୍ତ୍ର ଦିବସ ହେବ ମହିଳା ଯବାନଙ୍କ ପାଇଁ

୨୦୨୪ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସକୁ ସ୍ମରଣୀୟ କରିବାକୁ ଭାରତ ସରକାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ କର୍ତ୍ତବ୍ୟ ପଥରେ କେବଳ ମହିଳାଙ୍କୁ ଦେଖିବାକୁ ମିଳିବ। କର୍ତ୍ତବ୍ୟ ପଥରେ ଏହି ଅବସରେ ହେବାକୁ ଥିବା ପରେଡରେ ସେନାର କେବଳ ମହିଳା ଯବାନ ପରେଡ କରିବେ। ପରେଡରେ ମହିଳା ଯବାନ ସେମାନଙ୍କ ଦୁଃସାହସ, ଦକ୍ଷତା ପ୍ରତିପାଦନ କରିବେ

ଖାଲି ଏତିକି ନୁହେଁ ମାର୍ଚ୍ଚିଂ ଓ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମଧ୍ୟ କେବଳ ମହିଳାଙ୍କ ଦ୍ୱାରା ହେବା ନେଇ ନିଷ୍ପତ୍ତି ହୋଇଛି। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗତ ମାର୍ଚ୍ଚ ମାସରେ ଏକ ପ୍ରସ୍ତାବ ଦିଆଯାଇଥିଲା। ବ୍ୟାପକ ବିଚାର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି। ଏହି ନିଷ୍ପତ୍ତି ସମ୍ପର୍କରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଗୃହ, ସଂସ୍କୃତି ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟକୁ ସୂଚିତ କରାଯାଇଛି।

ଭାରତର ସାଧାରଣତନ୍ତ୍ର ପରେଡ ଦେଶର ସୈନ୍ୟ ଶକ୍ତି, ସାସ୍କୃତିକ ବିବିଧତା ଓ ଜାତୀୟ ଏକତାକୁ ଦର୍ଶାଇଥାଏ। ଏହାକୁ ବ୍ୟକ୍ତିଗତସ୍ତରରେ ହଜାର ହଜାର ଲୋକ ଦେଖିବା ସହ କୋଟି କୋଟି ଲୋକ ବିଶ୍ବ ବ୍ୟାପୀ ଟେଲିଭିଜନ ମାଧ୍ୟମରେ ଦେଖିଥାନ୍ତି। ଏଥିରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେପକା ଯାଇଥାଏ। ତେବେ ନିକଟରେ ମହିଳା ପ୍ରତିନିଧିଙ୍କ ପ୍ରଦର୍ଶନ ଓ ନେତୃତ୍ୱକୁ ସେନା ସହ ଅନ୍ୟାନ୍ୟ କ୍ଷତ୍ରରେ ଦେଖିବାକୁ ମିଳୁଛି।

ଧୀରେ ଧୀରେ ଅଧିକରୁ ଅଧିକ ମହିଳା ସେନା ଓ ପାରାମିଲିଟାରୀ ଫୋର୍ସରେ ସାମିଲ ହେଉଛନ୍ତି।  ୨୦୧୫ରୋ ପ୍ରଥମ ଥର ପାଇଁ ତିନି ସେନାର ମହିଳା ୱିଂସ ପାରେଡରେ ସାମିଲ ହୋଇଥିଲେ। ୨୦୧୯ର ପରେଡ ବେଳେ ସ୍ଥଳ ସେନାର ଡେୟାର ଡେଭିଲ ଟିମରେ କ୍ୟାପ୍ଟେନ ଶିଖା ସୁରଭି ସାମିଲ ହୋଇ ବାଇକ ଷ୍ଟଣ୍ଟ ଦେଖାଇଥିଲେ। ପରବର୍ତ୍ତି ବର୍ଷ କ୍ୟାପଟେନ ତାନିଆ ସେରଗିଲ ପ୍ରଥମ ମହିଳା ଅଧିକାରୀ ହୋଇଥିଲେ, ଯିଏ ସମସ୍ତ ପୁରୁଷ ଦଳର ନେତୃତ୍ୱ ନେଇଥିଲେ। ୨୦୨୧ରେ ଫ୍ଲାଇଟ ଲେପ୍ଟନାଣ୍ଟ ଭାବନା କାନ୍ଥ ପରେଡରେ ଭାଗ ନେଇ ପ୍ରଥମ ଫାଇଟର ପାଇଲଟର ଗୌରବ ହାସଲ କରିଥିଲେ।

Leave a Reply

Your email address will not be published. Required fields are marked *