୧୮ରେ ମାଟ୍ରିକ୍ ରେଜଲ୍ଟ, ୧୦ଟାରେ ଘୋଷଣା, ୧୨ଟାରେ ୱେବସାଇଟରେ ଉପଲବ୍ଧ

ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଫଳାଫଳ ଘୋଷଣା କରିବେ । ପରୀକ୍ଷା ପରିଚାଳନା କମିଟି ପରୀକ୍ଷାଫଳ ପ୍ରକାଶ ପାଇଁ ପ୍ରଥମେ ଅନୁମୋଦନ ପାଇବା ପରେ ଦିନ ୧୦ଟା ବେଳେ ରେଜଲ୍ଚ ପ୍ରକାଶ ପାଇବ ।

ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବନି । କାରଣ ଆସନ୍ତା ୧୮ ତାରିଖରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ଦିନ ୧୦ଟାରେ ରେଜଲ୍ଟ ଆସିବା ପରେ ମଧ୍ୟାହ୍ନ ୧୨ଟା ପରଠୁ ବୋର୍ଡ ୱେବସାଇଟ www.bseodisha.ac.inରେ ଛାତ୍ରଛାତ୍ରୀମାନେ ନିଜନିଜର ପରୀକ୍ଷା ଫଳ ଜାଣିପାରିବେ । ଯେଉଁଠି ଇଣ୍ଟରନେଟର ସୁବିଧା ନାହିଁ ସେଠାରେ ପରୀକ୍ଷାର୍ଥୀମାନେ ମଧ୍ୟ ମୋବାଇଲରେ ରେଜଲ୍ଟ ଜାଣିପାରିବେ । ନିଜର ମୋବାଇଲରୁ OR10 ଏବଂ ନିଜ ରୋଲ୍ ନମ୍ବରକୁ ଟାଇପ୍ କରି 5676750କୁ ମେସେଜ୍ ପଠାଇଲେ ଫଳାଫଳ ଜାଣିହେବ ବୋଲି ପ୍ରେସମିଟରେ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତବର୍ଷ ରାଜ୍ୟରେ ୩ହଜାର ୨୯ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ୨ ହଜାର ୯୧୪ ଜଣ ମଧ୍ୟମା ଏବଂ ୭ହଜାର ୧୮୧ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ଏଥିପାଇଁ ରାଜ୍ୟରେ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ସଭାପତି ରାମଶିଷ ହାଜରା,ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏବଂ ସମ୍ପାଦକ ସୁମିତ୍ରା ସରକାର ଉପସ୍ଥିତ ଥିଲେ ।

ପୂର୍ବରୁ ମାଟ୍ରିକ୍ ରେଜଲ୍ଟ କେବେ ପ୍ରକାଶ ହେବ ସେ ନେଇ ଛାତ୍ରଛାତ୍ରୀ ଟିକେ ଟେନସନରେ ଥିଲେ । ଏବେ ତାରିଖ ଘୋଷଣା ପରେ ସମସ୍ତଙ୍କ ମନରେ ଉତ୍ସାହ ଭରିଦେଇଛି କାରଣ ରେଜଲ୍ଟ ପ୍ରକାଶନରେ ଆଉ ବିଳମ୍ବ ହେବ ନାହିଁ । ଖୁବଶୀଘ୍ର ସେମାନେ ନିଜ ନିଜ ପରୀକ୍ଷାଫଳ ପାଇପାରିବେ । ଚଳିତଥର ତ୍ରୁଟିଶୂନ୍ୟ ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା । ଏଥର ଯେପରି କୌଣସି ଅଭିଯୋଗ ନ ଆସେ କି କିଛି ବିଭ୍ରାଟ ନଘଟେ ସେଥିପ୍ରତି ବିଶେଷ ଧ୍ୟାନ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ ।

Leave a Reply

Your email address will not be published. Required fields are marked *