IPL ମହାସମର…ଆଜି ରାଜସ୍ଥାନ-ପଞ୍ଜାବ ମୁକାବିଲା

IPLରେ ଆଜି ଗୋଟିଏ ମ୍ୟାଚ୍ ଖେଳାଯିବ । ରାଜସ୍ଥାନ ରୟାଲ୍ସ(Rajasthan Royals) ଏବଂ ପଞ୍ଜାବ କିଙ୍ଗସ(Punjab Kings) ମଧ୍ୟରେ ଏହି ମୁକାବିଲା ହେବ । ଗୌହାଟିରେ ସନ୍ଧ୍ୟା ୭.୩୦ରେ ମ୍ୟାଚ୍ ଖେଳାଯିବ ।

ରାଜସ୍ଥାନ ରୟାଲ୍ସ ତାର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ବିଜୟରୁ ଅଭିଯାନ ଆରମ୍ଭ କରିଥିବା ବେଳେ ଆଜି ପଞ୍ଜାବକୁ ହରାଇବା ପାଇଁ ଦଳ ପ୍ରୟାସ କରିବ । ଅଧିନାୟକ ସଞ୍ଜୁ ସାମସନ, ବିସ୍ଫୋରକ ବଟଲର, ହେଟମ୍ୟାର, ଅଶ୍ୱିନ, ଚହଲ, ବୋଲ୍ଟଙ୍କ ପରି ଖେଳାଳିଙ୍କୁ ନେଇ ପଡି଼ଆକୁ ଓହ୍ଲାଇବେ ଅଧିନାୟକ ।

ସେପଟେ, ପଞ୍ଜାବ ମଧ୍ୟ ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରି କୋଲକାତାକୁ ହରାଇଛି । ଅଧିନାୟକ ଧାୱନ, ଭାନୁକା ରାଜପକ୍ଷେ,ସିକନ୍ଦର ରାଜା,ସାମ କରନଙ୍କ ପରି ପ୍ଲେୟାର ଏବେ ପୁରା ଫର୍ମରେ(inform) ଅଛନ୍ତି । ତେଣୁ ଦଳ ରାଜସ୍ଥାନ ବିପକ୍ଷରେ ଲଢ଼ି ବିଜୟୀ(win) ହେବାକୁ ପ୍ରୟାସ କରିବ । ଗତକାଲି ଏକ ମ୍ୟାଚରେ ଦିଲ୍ଲୀକୁ ପରାସ୍ତ କରିଥିଲା ଗୁଜରାଟ ଟାଇଟନ୍ସ ।

Leave a Reply

Your email address will not be published. Required fields are marked *