ଛୁରୀ ଭୁଷିଲେ…ପଥର ଛେଚି ଜୀବନ ନେଲେ !

BRUTAL MURDER !

ଜଣେ ମହିଳାଙ୍କୁ ନିର୍ମମ ହତ୍ୟା (Brutal murder)। ଅଫିସରୁ କାମ ସାରି ଘରକୁ ଫେରୁଥିଲେ । ମହିଳା ଜଣଙ୍କ ଏକ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଘରକୁ ଫେରିବା ସମୟରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଦେବଗଡ଼ ସହର ପ୍ରଧାନପାଟ ରାସ୍ତାର ଏସକେଏସ ଫାଇନାନ୍ସ ଅଫିସ ସମ୍ମୁଖରେ ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ମୃତ ମହିଳା ସମ୍ବଲପୁର କୁଚିଣ୍ଡା ଅଞ୍ଚଳର ରିତା ସାହୁ । ସୂଚନା ଅନୁଯ।ୟୀ ଗତକାଲି ରାତି ପ୍ରାୟ ୧୨ଟା ବେଳେ ରିତା, ଫାଇନାନ୍ସ ଅଫିସରୁ କାମ ସାରି ସ୍କୁଟିରେ ଭଡ଼ା ଘରକୁ ବାହାରୁଥିଲେ । ଏହି ସମୟରେ ୨ ଜଣ ଦୁର୍ବୃତ୍ତ(miscreants) ରୀତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ସେ ସ୍କୁଟିରୁ ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡ ଉପରେ ପଥର କଚାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ସେଠାରେ ମହିଳାଙ୍କ ମତ୍ୟୁ ହୋଇଥିଲା । ଖବର ପାଇ ଦେବଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ (seized)କରି ଘଟଣାର ତଦନ୍ତ ଜାରି ରଖିଛି । ଆଜି ସକାଳେ ଏସପି ପ୍ରମୋଦ ରଥ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ହତ୍ୟାର କାରଣ ଅସ୍ପଷ୍ଟ (unclear)ଥିବାବେଳେ ପୋଲିସ ତଦନ୍ତକୁ ତ୍ୱରାନ୍ୱିତ (accelerated)କରିଛି ।

Leave a Reply

Your email address will not be published. Required fields are marked *