ଭାରତୀୟ ‘ଟଙ୍କା’ ହେଲା ଚତୁର୍ଥ ଆନ୍ତର୍ଜାତିକ ମୁଦ୍ରା

ଭାରତ ପାଇଁ ଖୁସି ଖବର ଆଣିଛି ‘ଟଙ୍କା’। ଆନ୍ତର୍ଜାତିକ ମୁଦ୍ରା ବିନିମୟ କ୍ଷେତ୍ରରେ ଦ୍ରୁତ ଗତିରେ ଅଗ୍ରସର ହେଉଛି ଭାରତୀୟ ‘ଟଙ୍କା’। ଡଲାର, ପାଉଣ୍ଡ ଏବଂ ୟୁରୋ ପରେ ବୈଷୟିକ କ୍ଷେତ୍ରରେ ବିମାନ ବନ୍ଦର ଗୁଡ଼ିକରେ ମୁଦ୍ରା ବିନିମୟ କାଉଣ୍ଟରରେ ଟଙ୍କା ସ୍ୱୀକାର କରାଯିବା ପରେ ଭାରତୀୟ ‘ଟଙ୍କା’ଚତୁର୍ଥ ଅନ୍ତର୍ଜାତୀୟ ମୁଦ୍ରା ହୋଇଛି ଯାହା ଭାରତୀୟଙ୍କ ପାଇଁ ଖୁସି ଖବର ଆଣିଦେଇଛି ।

ବର୍ତ୍ତମାନ ସମୟରେ ବିଶ୍ୱରେ ୧୭ଟି ରାଷ୍ଟ୍ର ଭାରତୀୟ ମୁଦ୍ରା​‌ରେ କାରବାର କରୁଛନ୍ତି । ଏହି ତାଲିକାରେ ଅନେକ ବିକଶିତ ଦେଶ ମଧ୍ୟ ରହିଛନ୍ତି । ଜର୍ମାନୀ,ଇସ୍ରାଏଲ ଭଳି ୬୪ଟି ବିକଶିତ ଦେଶ ଟଙ୍କା ମାଧ୍ୟମରେ କାରବାର କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ବିଶ୍ବରେ ଯେଉଁ ୧୭ ଦେଶ ଭାରତୀୟ ମୁଦ୍ରାରେ ବର୍ତ୍ତମାନ ବ୍ୟବସାୟ କରୁଛନ୍ତି ସେମାନେ ହେଲେ ୟୁକେ,ମାଲେସିଆ,ରୁଷ,ସିଙ୍ଗାପୁର, ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା, ମିଆଁମାର, ବୋତ୍ସୱାନା, ଇସ୍ରାଏଲ, ଫିଜି, ଓମାନ, ଜର୍ମାନୀ, କେନିଆ, ଗୁଏନା, ମରିସସ୍‌, ସିଚେଲ୍ସ ଏବଂ ତାଞ୍ଜାନିଆ । ଯଦି ଭାରତୀୟ ମୁଦ୍ରା ‘ଟଙ୍କା’ ବିଶ୍ୱର ୩୦ରୁ ଅଧିକ ଦେଶ ସହିତ ବ୍ୟବସାୟ କରେ ତେବେ ଏହାକୁ ଅନ୍ତର୍ଜାତୀୟ ବ୍ୟବସାୟିକ ମୁଦ୍ରା ଭାବେ ଘୋଷଣା କରାଯିବା ସମ୍ଭାବନା ରହିଛି ।

ସେପଟେ, ୟୁରୋପୀୟ ୟୁନିୟନରେ ସାମିଲ୍‌ ଜର୍ମାନୀ ପ୍ରଥମ ଥର ଏସିଆର ମୁଦ୍ରା ଅର୍ଥାତ୍‌ ଭାରତୀୟ ମୁଦ୍ରା ‘ଟଙ୍କା’ ସହ ବ୍ୟବସାୟ କରିବା ପାଇଁ ଆଗ୍ରହ ଦେଖାଇଛି । ଜର୍ମାନୀ ସହ ଇସ୍ରାଏଲ ମଧ୍ୟ ଭାରତୀୟ ମୁଦ୍ରା​ରେ କାରବାର କରିବା ପାଇଁ ଇଚ୍ଛା ପ୍ରକାଶ କରିଥିବା ବେଳେ ଏନେଇ କଥାବାର୍ତ୍ତା ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *