ଭାରତୀୟ ବିମାନ କମ୍ପାନୀ ଅଭ୍ୟାସଗତ ଅସମୟାନୁବର୍ତ୍ତି

ଲୋକେ ଆଜିକାଲି ସମୟ ବଞ୍ଚାଇବାକୁ ବିମାନ ଯାତ୍ରାକୁ ଆପଣେଇ ନେଇଛନ୍ତି। ଅଧିକ ଖର୍ଚ୍ଚ ପଛେ ହେଉ ସ୍ୱଳ୍ପ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ଦରକାର। କିନ୍ତୁ ଅନେକ ସମୟରେ ବିମାନ ଯାତ୍ରା ମଧ୍ୟ ସମୟ ନଷ୍ଟ କରିଥାଏ। ଏଥିପାଇଁ ବିମାନ କମ୍ପାନୀ କେତେବେଳେ ଖରାପ ପାଗକୁ ଦାୟୀ କରି ନିଜ ମୁଣ୍ଡରୁ ଦୋଷ ଉତାରି ଦେଇଥାନ୍ତି ତ ପୁଣି କେତେବେଳେ ବିମାନ ବନ୍ଦରର ପକ୍ଷରୁ ସଠିକ ସମୟରେ କ୍ଲିୟରାନ୍ସ ନ ମିଳିବାକୁ।

କିନ୍ତୁ ଏମିତି କିଛି ବିମାନ ସେବା ଯୋଗାଣକାରୀ ସଂସ୍ଥା ରହିଛନ୍ତି ଯେଉଁମାନେ ଅଭ୍ୟାସଗତ ବିଳମ୍ବ କରିଥାନ୍ତି। କଦାପି ଠିକ ସମୟରେ ଗନ୍ତବ୍ୟ ସ୍ଥଳରେ ଯାତ୍ରୀଙ୍କୁ ପହଞ୍ଚାଇ ନ ଥାନ୍ତି।  ଏହି ଆଭ୍ୟାସଗତ ବିଳମ୍ବ ବିମାନ ସେବା ଯୋଗାଇବା କ୍ଷେତ୍ରରେ ରହିଛି ଭାରତର ବିମାନ କମ୍ପାନୀ ସବୁ। ସେହିପରି ସଠିକ ସମୟ ବା ସମୟ ପୂର୍ବରୁ ଉଦ୍ଦିଷ୍ଟ ସ୍ଥାନରେ ପହଞ୍ଚାଇ ମଧ୍ୟ ନାମ ଅର୍ଜନ କରିଛନ୍ତି ବହୁ ଦେଶର ବିମାନ କମ୍ପାନୀ। ସଠିକ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ବିମାନ କମ୍ପାନୀ ତାଲିକାରେ ୧ ନମ୍ବରରେ ରହିଛି ବ୍ରାଜିଲ୍ ଏୟାରଲାଇନ୍ସ। ବ୍ରାଜିଲ୍ ଏୟାରଲାଇନ୍ସର ସମୟାନୁବର୍ତ୍ତିତାକୁ ମୂଲ୍ୟଙ୍କନ କରାଯାଇ ୮୮.୯୩ ପ୍ରତିଶତ ନମ୍ବର ମିଳିଛି।

ୱାର୍ଲଡ ଅଫ ଷ୍ଟାଟିଟିକସ୍ ରିପୋର୍ଟ ମୁତାବାକ, ବ୍ରାଜିଲ ଏୟାରଲାଇନ୍ସ ପରେ ଦ୍ୱିତୀୟ ଓ ତୃତୀୟରେ ଆସୁଛି ଜାପାନର ଅଲ୍ ନିପନ୍ ଏୟାରଲାଇନ୍ସ ଓ ଜାପାନ ଏୟାରଲାଇନ୍ସ। ଯାହାର ସମୟାନୁବର୍ତ୍ତିତା ହାର ଯଥାକ୍ରମେ ୮୮.୬୧ ପ୍ରତିଶତ ଏବଂ ୮୮ ପ୍ରତିଶତ ରହିଛି । ସେହିପରି ଲାଟିନ୍ ଆମେରିକାର ସବୁଠାରୁ ବଡ ବିମାନସେବା ଯୋଗାଉଥିବା କମ୍ପାନୀ ଲତାମର ଏୟାରଲାଇନ୍ସର ସମୟାନୁବର୍ତ୍ତିତା ହାର ୮୬.୩୧ ପ୍ରତିଶତ ଥିବାବେଳେ ଏହା ରହିଛି ଚତୁର୍ଥ ସ୍ଥାନରେ। ଲତାମର ଏୟାରଲାଇନ୍ସର ମୋଟ କର୍ମଚାରୀଙ୍କ ସଂଖ୍ୟା ୪୩ ହଜାର। ୨୦୧୮ରେ ଏହାର ମୋଟ ସମ୍ପତ୍ତି ୧୭.୫୬୬ ବିଲିୟନ ଡ଼ଲାର୍ ଥିଲା।

ସେହିପରି ଆମେରିକାର ଡେଲଟା ଏୟାରଲାଇନ୍ସର ସମୟାନୁବର୍ତ୍ତିତା ହାର ୮୩.୬୩ ପ୍ରତିଶତ ରହିଛି। ଏହାର ପ୍ରତିଦିନ ୫୪୦୦ ରୁ ଅଧିକ ବିମାନ ଚଳାଚଳ କରିଥାଏ। ଦୁବାଇର ଏମିରେଟ୍ସର ସମୟାନୁବର୍ତ୍ତିତା ହାର ୮୧.୩୦ ପ୍ରତିଶତ ଏବଂ ୟୁନାଇଟେଡ୍ ଏୟାରଲାଇନ୍ସର ସମୟାନୁବର୍ତ୍ତିତା ହାର ୮୦.୪୬ ପ୍ରତିଶତ ରହିଛି। କିନ୍ତୁ ସମୟାନୁବର୍ତ୍ତିତା ତାଲିକାରେ ନାହିଁ ଭାରତର ନାଁ।

Leave a Reply

Your email address will not be published. Required fields are marked *