ପାରାଦୀପର ବିଭିନ୍ନ ମଠ, ମନ୍ଦିର, ମସଜିଦ ଓ ଚର୍ଚ୍ଚ କୁ ୧ କୋଟି ୬୨ ଲକ୍ଷ ଟଙ୍କାର ଅନୁଦାନ

ମାନ୍ୟବର ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ପାରାଦ୍ଵୀପ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି। ପାରାଦ୍ଵୀପର ସର୍ବାଙ୍ଗୀନ ବିକାଶ ପାଇଁ ସର୍ବଦା ତତ୍ପର ମାନ୍ଯବର ମୁଖ୍ଯମନ୍ତ୍ରୀ । ବନ୍ଦର ଅଞ୍ଚଳର ୨୦ ଟି ବିଭିନ୍ନ ମଠ, ମନ୍ଦିର, ମସଜିଦ ଓ ଚର୍ଚ୍ଚ କୁ ୧ କୋଟି ୬୨ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି। ଯାହାକୁ ପାରାଦ୍ଵୀପ ବାସୀ ସ୍ବାଗତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଙ୍କ ପାରାଦ୍ଵୀପ ଗ୍ରସ୍ତ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ପ୍ରସ୍ତାବ ଗୁଡିକୁ ଅନୁମୋଦନ କରାଯାଇଛି।ଗୁରୁବାର ଅପରାହ୍ନ ରେ ପୌରପରିଷଦ ବୈଠକ ଗୃହରେ ଅନୁଷ୍ଠିତ ସଭାରେ ସବୁ କମ୍ୟୁନିଟି ର ବରିଷ୍ଠ କର୍ମକର୍ତ୍ତା ପହଞ୍ଚି ଧନ୍ୟବାଦ ଅର୍ପଣ କରିଛନ୍ତି।

Leave a Reply

Your email address will not be published. Required fields are marked *