ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ CEOଙ୍କ ନିକଟରେ ଫେରାଦ

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ CEOଙ୍କ ନିକଟରେ ଫେରାଦ ହେଲେ ବିଜେଡି ନେତା ।ନିର୍ବାଚନରେ ନିୟୋଜିତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନାଲି ଆଖି ଦେଖାଉଥିବା ନେଇ ବିଜେଡିର ଏକ ଟିମ ସିଇଓଙ୍କୁ ଭେଟି ଫେରାଦ ହୋଇଛି ।

ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀପ୍ରଦୀପଙ୍କ ବିରୁଦ୍ଧରେ ସିଇଓଙ୍କୁ କାର୍ଯ୍ୟାନୁଷ୍ଠନ ପାଇଁ ଦାବି କରିଛି ବିଜେଡି।ପ୍ରଦୀପଙ୍କ କଥା ନ ମାନିଲେ ତାଙ୍କୁ ବଦଳି କରିଦେବା ପାଇଁ ବ୍ରହ୍ମପୁରର ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ଧମକ ଦେଉଛନ୍ତି। ସେଥିପାଇଁ ପ୍ରଦୀପଙ୍କ ବିରୁଦ୍ଧରେ ସିଇଓଙ୍କୁ କାର୍ଯ୍ୟାନୁଷ୍ଠନ ପାଇଁ ଦାବି କରିଛି ବିଜେଡି। ବିଜେଡି ସବୁବେଳେ ଗଣତନ୍ତ୍ରରେ ବିଶ୍ବାସ କରିଆସିଛି । ତେଣୁ ଜନବିରୋଧୀ ନେତାଙ୍କ ନାଲି ଆଖି ବିରୋଧରେ ସିଇଓ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଜେଡି ପ୍ରକାଶ କରିଛି।

Leave a Reply

Your email address will not be published. Required fields are marked *