ମୋଟ୍‌ ପାସ୍‌ ହାର ୮୭.୩୩ ପ୍ରତିଶତ

ଆଜି ପ୍ରକାଶ ପାଇଛି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଯୁକ୍ତ ଦୁଇ ପରୀକ୍ଷା ଫଳ। ଚଳିତ ବର୍ଷ ମୋଟ୍‌ ୧୭ ଲକ୍ଷ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ମୋଟ୍‌ ପାସ୍‌ ହାର ୮୭.୩୩ ପ୍ରତିଶତ ରହିଥିବା ସିବିଏସଇ ପକ୍ଷରୁ ସୂଚନା ରହିଛି। ଛାତ୍ରଛାତ୍ରୀ ସିବିଏସଇ ୱେବ ସାଇଟ Cbse.nic.in, cbseresults.nic.in କିମ୍ବା digilocker.gov.inକୁ ଯାଇ ନିଜ ଫଳାଫଳ ଜାଣିପାରିବେ।

ଫଳ ଜାଣିବାକୁ ୱେବ ସାଇଟ ଖୋଲିବା ପରେ ଏକ ଅପସନ ଆସିବ, ଯେଉଁଥିରେ ଛାତ୍ରୀଛାତ୍ରଙ୍କୁ ସେମାନଙ୍କ ନିଜ ନିଜର ରୋଲ ନମ୍ବର, ସ୍କୁଲ ନମ୍ବର, ଆଡମିଟ କାର୍ଡ ଆଇଡି ଏବଂ ଜନ୍ମ ତାରିଖ ମଗାଯିବ। ଏସବୁ ପୂରଣ କରି ସେମାନେ ନିଜ ମାର୍କ ଯାଞ୍ଚ କରିପାରିବେ। ପରୀକ୍ଷାର୍ଥୀଙ୍କ ଡିଜି ଲକର୍‌ ଆକାଉଣ୍ଟକୁ ସକ୍ରିୟ କରିବା ପାଇଁ ସିବିଏସ୍‌ଇ ଛଅ ଅଙ୍କ ବିଶିଷ୍ଟ ସୁରକ୍ଷା ପିନ୍‌ ଜାରି କରିଛି।

digilocker.gov.inରୁ ବିଦ୍ୟାଳୟଗୁଡ଼ିକ ସେମାନଙ୍କର ଏଲ୍‌ଓସି ପ୍ରମାଣପତ୍ର ବ୍ୟବହାର କରି ଡାଉନଲୋଡ କରିପାରିବେ। ଛାତ୍ରୀଛାତ୍ରଙ୍କୁ ସେମାନଙ୍କର ସୁରକ୍ଷା ପିନ ବ୍ୟବହାର କରି ସେମାନଙ୍କ ଆକାଉଣ୍ଟକୁ ଆକ୍ଟିଭ୍‌ କରିବାକୁ ପଡ଼ିବ। ଯାହା ଫଳରେ ଫଳାଫଳ ଘୋଷଣା ହେବା ପରେ ସେମାନେ ସେମାନଙ୍କର ମାର୍କ ସିଟ ଏବଂ ସାର୍ଟିଫିକେଟର ଡିଜିଟାଲ କପି ଡାଉନଲୋଡ୍‌ କରିପାରିବେ। ବୋର୍ଡ ମଧ୍ୟ ଆଇଭିଆର୍‌ଏସ୍‌ ଏବଂ ଏ୍‌ଏମ୍‌ଏସ୍‌ ମାଧ୍ୟମରେ ଫଳାଫଳ ପ୍ରଦାନ କରିପାରିବ।

Leave a Reply

Your email address will not be published. Required fields are marked *