ମେ’ ୧୩ରେ ରାଘବ-ପରିଣୀତିଙ୍କ ବିବାହ !

ବହୁଦିନ ଧରି ଚର୍ଚ୍ଚାରେ ଥିବା ବଲିଉଡର ଚୁଲବୁଲି ନାୟିକା ପରିଣୀତି ଚୋପ୍ରାଙ୍କର  ଆପର ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ସହ ଆଫେୟାରକୁ ନେଇ  ହେଉଥିବା ଚର୍ଚାରେ ପୂର୍ଣ୍ଣଛେଦ ପଡିଛି । ଏବେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେବେ ଉଭୟଙ୍କୁ ମାର୍ଚ୍ଚ ମାସରେ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିଥିଲା । ପରେ ଅନେକ ଥର ସେମାନଙ୍କୁ ଏକାଠି ଦେଖିବା ପରେ ସେମାନଙ୍କ ଭିତରେ  ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ସେମାନଙ୍କଠାରୁ ଏ ନେଇ କୌଣସି ପ୍ରତିକ୍ରିୟା ମିଳିନଥିଲା । ରାଘବ ଏବଂ ପରିଣୀତିଙ୍କର ବିବାହ ଏବଂ ନିର୍ବନ୍ଧଙ୍କୁ ନେଇ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଉଛି ।

କେତେକ ଜାତୀୟ ଗଣମାଧ୍ୟମ ଅନୁସାରେ ରାଘବ-ପରିଣୀତି ପୂର୍ବରୁ ଲୁଚିଛପି ନିର୍ବନ୍ଧ କରିସାରିଛନ୍ତି । ଆସନ୍ତା ମେ୧୩ ରେ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶିତ କରିଥିବା ବେଳେ ଅନ୍ୟ କେତେକ ଗଣମାଧ୍ୟମ ମେ ୧୩ରେ ରାଘବ-ପରିଣୀତି ନିର୍ବନ୍ଧ କରିବା କଥା ସୂଚିତ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଏକ ରାତ୍ରୀ ଭୋଜନରେ ନିଜ ନିଜର ନିର୍ବନ୍ଧ ମୁଦି ପଦର୍ଶନ କରିବା କଥା ମଧ୍ୟ ଆଲୋଚନାର ପରିସରଭୂକ୍ତ ହୋଇଥିଲା ।

ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଅନୁସାରେ ମେ ୧୩  ତାରିଖରେ ରାଘବ-ପରିଣୀତି ପରସ୍ପରକୁ ବିବାହ କରିବେ । କିନ୍ତୁ ଏବେ ପରିଣୀତି-ରାଘବ ବିବାହ ବନ୍ଧନରେ ବାନ୍ଧି ହେବାକୁ ଥିବାବେଳେ ଆସନ୍ତାକାଲି ଅର୍ଥାତ ମେ ୧୩ ତାରିଖରେ ଦିଲ୍ଲୀସ୍ଥିତ  କପୁରଥାଲା ହାଉସରେ ନିର୍ବନ୍ଧ ହେବାକୁ ଯାଉଛି । ତେବେ ଏକଥା ମଧ୍ୟ ଶୁଣିବାକୁ ମିଳୁଛି ଯେ ପରିଣୀତିଙ୍କ ନିର୍ବନ୍ଧରେ ଭଉଣୀ ପ୍ରିୟଙ୍କା  ସାମିଲ ହେବା ସହ ଉଭୟଙ୍କୁ ଦାମ୍ପତ୍ୟ ଜୀବନରେ ଖୁସି ରହିବାକୁ ଆର୍ଶୀବାଦ ଦେବେ ।  ଏହା ସହ ଅନେକ ନାମିଦାମି କଳାକାରମାନେ ମଧ୍ୟ ସାମିଲ ହେବାର ଚର୍ଚ୍ଚା ହେଉଛି ।

ତେବେ  ବଲିଉଡ ଅଭିନେତା ହୁଅନ୍ତୁ ଅବା ଅଭିନେତ୍ରୀ ସେମାନଙ୍କ କିଛି ବି ସ୍ବତନ୍ତ୍ର ମୁହୂର୍ତ୍ତରେ ବଡ ବଡ ଡିଜାଇନରଙ୍କ ଡ୍ରେସ ପିନ୍ଧିଥାନ୍ତି । ଏହି କ୍ରମରେ ପରିନିତି ତାଙ୍କ ନିର୍ବନ୍ଧରେ ମନିସ୍ ମଲୋହୋତ୍ରା ଏବଂ ପଓ୍ବନ ସଜଦେବାଙ୍କ ଡିଜାଇନ ଡ୍ରେସ ପିନ୍ଧିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *