Category: ମୁଖ୍ୟ ଖବର

  • ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ପାୱାରକଟ୍ ଘଟଣା, ୭ ଦିନରେ ରିପୋର୍ଟ ଦିଅ: ରାଜ୍ୟପାଳ

    ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ପାୱାରକଟ୍ ଘଟଣା, ୭ ଦିନରେ ରିପୋର୍ଟ ଦିଅ: ରାଜ୍ୟପାଳ

    ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ପାୱାରକଟକୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଛି । ହେଲେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଷ୍ଟ୍ରପତିଙ୍କ ତିନି ଦିନିଆ ମୟୂରଭଞ୍ଜ ଗସ୍ତର ପ୍ରଥମ ଦିନରେ ଟାଟା ପାୱାରର ଦୁଇ ବାବୁ ଟିପିଏନଓଡିଏଲର ସିଇଓ ଭାସ୍କର ସରକାର ଓ ଟାଟା ପାୱାରର ଜଣେ ଉଚ୍ଚ ଅଧିକାରୀ ରାଇରଙ୍ଗପୁରଠାରେ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଗସ୍ତର ଶେଷଦିନରେ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଅଭିଭାଷଣ ଦେଉଥିବା ବେଳେ ବିଜୁଳି କଟିଗଲା । ରାଷ୍ଟ୍ରପତି ୯ ମିନିଟ୍ ଅନ୍ଧାରରେ ରହି ଅଭିଭାଷଣ ଦେଲେ ଯାହାକୁ ନେଇ ନିନ୍ଦିତ ହେବାକୁ ପଡ଼ିଛି ।

    ଏଭଳି ଘଟଣାକୁ ୩ ଦିନ ପରେ ହେଲାଣି । ବିଦ୍ୟୁତ ସରବରାହ ସଂସ୍ଥା ଟାଟା ପାୱାର୍ ହାତ ଝାଡ଼ିଦେଇ ବସିଛି । ଦିନକ ଆଗରୁ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ବାଲେଶ୍ୱର ରେଞ୍ଜ ସିଇଓ ଭାସ୍କର ବାବୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଜୁଳି କଟିଯିବାରେ ସେମାନଙ୍କର କିଛି ଦୋଷ ନାହିଁ ବୋଲି ସଫେଇ ଦେଇଛନ୍ତି । ଦେଶର ପ୍ରଥମ ନାଗରିକଙ୍କ କାର୍ଯ୍ୟକ୍ରମରେ ଏତେବଡ଼ ବିଭ୍ରାଟ ପାଇଁ ଏହି ବାବୁ ଦୁଃଖପ୍ରକାଶ କଲେ ନାହିଁ କି କ୍ଷମା ପ୍ରାର୍ଥନା କଲେ ନାହିଁ । ଦାୟିତ୍ୱହୀନତା,ଅସୌଜନ୍ୟତା ଓ ଅହଂକାରର ଏହା ଶ୍ରେଷ୍ଠ ନିଦର୍ଶନ । ଏଭଳି ଘଟଣାରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବଙ୍କ ମଧ୍ୟ କୌଣସି ରିଆକ୍ସନ ନାହିଁ । ୭ ଦିନ ଆଗରୁ ବ୍ୟବସ୍ଥାର ତଦାରଖ ହୋଇଥିଲା । ଅଡିଟୋରିୟମ୍ ଦାୟିତ୍ୱ ନେଇଥିବା ଇଡକୋର ୮ ଜଣ ଅଧିକାରୀଙ୍କ ଉପସ୍ଥିତିରେ ବିଦ୍ୟୁତ୍ ସରବରାହର ଯାଞ୍ଚ ହୋଇଥିବା ବେଳେ ଏଭଳି ଘଟଣା କିପରି ଘଟିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

    ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ନୈତିକତା ଦୃଷ୍ଟିରୁ ସବୁ ଦୋଷ ନିଜ ଉପରକୁ ନେଇଛନ୍ତି । ପୂରା ଘଟଣା ପାଇଁ ଦୁଃଖିତ ଓ ମର୍ମାହତ ବୋଲି କୁଳପତି କହିଛନ୍ତି । ବିଦ୍ୟୁତ ପରିଚାଳନା ଦାୟିତ୍ୱରେ ଥିବା ଜଣେ ତଳିଆ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମିତ କରାଯାଇଛି । ଘଟଣାର ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩ ଜଣିଆ କମିଟି ଗଠନ ହୋଇଛି । କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ କୁମାର ଦଳେଇ ବାରିପଦା ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

    ସେପଟେ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କିନ୍ତୁ ଆକ୍ସନ ମୁଡରେ ଅଛନ୍ତି । ଏହି ଘଟଣାରେ ମୁଖ୍ୟ ଶାସନ ସଚିବ ଏବଂ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।

  • ଶେଷ ବଲରେ ଚୌକା,କୋଲକାତାକୁ ଜିତାଇ ପୁଣି ହିରୋ ବନିଲେ ରିଙ୍କୁ

    ଶେଷ ବଲରେ ଚୌକା,କୋଲକାତାକୁ ଜିତାଇ ପୁଣି ହିରୋ ବନିଲେ ରିଙ୍କୁ

    IPLରେ ଗୁଜରାଟ ପରେ ପଞ୍ଜାବର ପାଳି । ରିଙ୍କୁ ସିଂଙ୍କ ପ୍ରହାରରୁ ବର୍ତ୍ତିପାରିଲାନି ଦଳ । ଶେଷରେ କୋଲକାତାକୁ ପୁଣି ଏକ ବିଜୟ ଭେଟି ଦେଇଛନ୍ତି ରିଙ୍କୁ ସିଂ । ଏବେ ପ୍ଲେ ଅଫ୍ ଖେଳିବା ପାଇଁ କେକେଆର୍ ଆଶା ଉଜ୍ଜିବୀତ ରହିଛି ।

    କୋଲକାତାରେ ଇଡେନ୍ ଗାର୍ଡେନ । କୋଲକାତା ପାଇଁ ୧୮୦ ରନ୍ ଟାର୍ଗେଟ୍ ରଖିଥିଲା ପଞ୍ଜାବ । ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିଲେ ଜସନ ରୟ ଏବଂ ଗୁରବାଜ । ତେବେ ରୟ ୨୪ ବଲରୁ ୩୮ ଏବଂ ୧୨ ବଲରୁ ୧୫ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଅଧିନାୟକ ନିତିଶ ରାଣା ୩୮ ବଲରୁ ୫୧ ଏବଂ ଭେଙ୍କେଟସ୍ ଆୟର ମାତ୍ର ୧୧ ରନ୍ କରି ଆଉଟ୍ ହୋଇଥିଲେ । ତେବେ ବିପଦ ବେଳେ ଟିମ୍ ପାଇଁ ସାହାରା ବନିଥିଲେ ଦୁଇ ବିସ୍ଫୋରକ ବ୍ୟାଟସମ୍ୟାନ୍ ରସେଲ ଏବଂ ରିଙ୍କୁ ସିଂ । ୨୩ ବଲରୁ ୩ଟି ଛକା ଏବଂ ୩ଟି ଚୌକା ସହାୟତାରେ ୪୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ରସେଲ ।

    ଶେଷ ଓଭରରେ କୋଲକାତାକୁ ବିଜୟ ପାଇଁ ୬ ବଲରେ ୬ ରନ୍ ଆବଶ୍ୟକ ଥିଲା । ରସେଲଙ୍କୁ ବୋଲିଂ କରିଥଲେ ଅର୍ଶଦୀପ । ପ୍ରଥମ ବଲ୍ ଫେଲ୍ ମାରିଥିଲା । ଦ୍ୱିତୀୟ ବଲ୍ ଏବଂ ତୃତୀୟ ବଲରେ ମାତ୍ର ୨ ରନ୍ ଆସିଥିବା ବେଳେ ଚତୁର୍ଥ ବଲରେ ଦଳକୁ ମିଳିଥିଲା ମାତ୍ର ୨ ରନ୍ । ପଞ୍ଚମ ବଲରେ କିନ୍ତୁ ରନ୍ ଆଉଟ୍ ହୋଇଥିଲେ ବିସ୍ଫୋରକ ରସେଲ୍ । ମ୍ୟାଚ୍ ରୋମାଞ୍ଚକ ସ୍ଥିତିରେ । କିଏ ଜିତିବ ସେ ନେଇ ଦର୍ଶକ ହୋହଲ୍ଲା ବି ବନ୍ଦ । ସମସ୍ତେ ସ୍ତବ୍ଧ । କାହାର ବାଜିମାତ୍ ହେବ, ସେଇ ନେଇ ସସପେନ୍ସରେ ଦର୍ଶକ ।

    କୋଲକାତାକୁ ବିଜୟ ପାଇଁ ୧ ବଲରେ ଆବଶ୍ୟକ ଥିଲା ୨ ରନ୍ । ସାମ୍ନାରେ ଥିଲେ ବ୍ୟାଟସମ୍ୟାନ୍ ରିଙ୍କୁ ସିଂ । ଅର୍ଶଦୀପ ସିଂ ବି ପୁରା ଯୋଶରେ ବୋଲିଂ କଲେ । ହେଲେ ଶେଷ ବଲ୍ କିନ୍ତୁ ଅର୍ଶଦୀପଙ୍କୁ ଅଡୁଆରେ ପକାଇଲା । ଫୁଲ୍ ଟସ୍ ବଲକୁ ଚୌକା ମାରିଲେ ରିଙ୍କୁ । କେହି ଅଟକାଇପାରିଲାନି । ଚୌକା ମାରି ଦଳକୁ ପୁଣି ଏକ ବିଜୟ ଭେଟି ଦେଲେ ରିଙ୍କୁ ସିଂ । ଅପରାଜିତ ୧୦ ବଲରୁ ୨ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ୨୧ ରନର ଇନିଂସ ଖେଳି ସେ ଟିମକୁ ପୁଣି ଥରେ ବିଜୟୀ କରାଇଛନ୍ତି । ବେଷ୍ଟ ଫିନିସର ଭାବେ କୋଲକାତା ପାଇଁ ପୁଣି ଥରେ ଲକି ପ୍ଲେୟାର ବନିଛନ୍ତି ଏହି ବିସ୍ଫୋରକ ବ୍ୟାଟସମ୍ୟାନ୍ ।

    କିଛି ଦିନ ପୂର୍ବେ ଗୁଜରାଟ ବିପକ୍ଷରେ ଶେଷ ୫ ବଲରେ ଲଗାତାର ୫ଟି ଛକା ମାରି କୋଲକାତାକୁ ଜିତାଇଥିଲେ । ଗୁଜରାଟ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ ରିଙ୍କୁ । ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଅବିଶ୍ୱାସନୀୟ ବିଜୟ ଭେଟି ଦେଇଥିଲେ । ଆଉ ରାତାରାତି ସେ ଷ୍ଟାର ପାଲଟି ଯାଇଥିଲେ । ଏବେ ପଞ୍ଜାବ ବିପକ୍ଷରେ ଦଳ ଭଲ ସ୍ଥିତିରେ ଥିଲା କିନ୍ତୁ ଶେଷ ବଲରେ ସ୍ଥିତି ବେଶ୍ ରୋମାଞ୍ଚକ ହୋଇଥିଲା । ରିଙ୍କୁ ଏହି ମୌକାର ଫାଇଦା ନେଇ ଚୌକା ମାରିବା ସହ ପଞ୍ଜାବ ହାତରୁ ମ୍ୟାଚ୍ ଛଡ଼ାଇ ନେଲେ ।

  • ମା’ଙ୍କୁ ମୁଖାଗ୍ନି ଦେଲା ଝିଅ, ପଚାରିଲେନି ୩ ପୁଅ

    ମା’ଙ୍କୁ ମୁଖାଗ୍ନି ଦେଲା ଝିଅ, ପଚାରିଲେନି ୩ ପୁଅ

    ଦୃଶ୍ୟ ଦେଖିବା ଭାରି କଷ୍ଟକର । ପୁଅ କାହାପାଇଁ,କାହାର ସେବା କରିବାକୁ ସେମାନେ ଜନ୍ମ । ଯେଉଁ ମା’ଦଶ ମାସ ଗର୍ଭରେ ଧରି, କଷ୍ଟ ଯନ୍ତ୍ରଣା ସହି ପୁଅକୁ ଜନ୍ମଦିଏ ଆଉ ଦୁନିଆ ଦେଖାଏ ଶେଷରେ କ’ଣ ଏମିତି କିଛି ଆଶା ରଖେ । ବାର୍ଦ୍ଧକ୍ୟ ଅବସ୍ଥାରେ ମା’ର ମୃତ୍ୟୁ ପରେ ପୁଅଙ୍କ ଅବହେଳା ନିହାତି ନିନ୍ଦନୀୟ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ତେଲକୋଇ ଥାନା ସଲେଇକେନା ଗାଁରେ ।

    ଯୋଡ଼ା ବ୍ଲକ୍ ମରସୁଆଁ ଗାଁର ମୁକୁନ୍ଦ ନାଏକଙ୍କ ୮୦ ବର୍ଷୀୟ ସ୍ତ୍ରୀ ଅପୂର୍ବ ନାଏକ । ଆଜି ତାଙ୍କର ବାର୍ଦ୍ଧକ୍ୟଜନିତ ମୃତ୍ୟୁ ହୋଇଥିଲା । ତେଲକୋଇ ବ୍ଲକ୍ ସଲେଇକେନା ଗାଁରେ ଅପୂର୍ବଙ୍କ ବଡ଼ ଝିଅ ନିରାଶ ନାଏକ ବିବାହ କରିଥିଲେ । ପୁଅଙ୍କ ଅବହେଳା ଯୋଗୁଁ ଦୀର୍ଘ ୫ ବର୍ଷ ହେଲା ଝିଅ ଘରେ ରହି ଆସୁଥିଲେ ଅପୂର୍ବ ନାୟକ । ଆଜି ମା’ଙ୍କ ମୃତ୍ୟୁ ଖବର ୩ ଭାଇଙ୍କ ନିକଟକୁ ପଠାଇଥିଲେ ଭଉଣୀ ନିରାଶ ନାଏକ । କିନ୍ତୁ ସର୍ବଦା ଅବହେଳା କରୁଥିବା ଭାଇ ମନୁ, ଅନାମ ଓ ସାଇବ ଶବ ନେବା ପାଇଁ ମନା କଲେ । ଶେଷରେ ବୃଦ୍ଧାଙ୍କ ଝିଅ ନିରାଶ ଏବଂ ଜ୍ୱାଇଁ ସତ୍ୟାନନ୍ଦ ନିଜ ଗାଁରେ ଶବ ସତ୍କାର କଲେ ।

    ସରପଞ୍ଚ ପାଙ୍ଗେଲା ମୁଣ୍ଡା, ଗାଁର ୱାର୍ଡମେମ୍ବର ଏବଂ ଭଦ୍ରବ୍ୟକ୍ତିଙ୍କ ସହଯୋଗରେ ବୃଦ୍ଧାଙ୍କ ଝିଅ ନିରାଶ, ଶ୍ମଶାନ ଯାଏ ଶବକୁ କାନ୍ଧରେ ନେଇଥିଲେ । ସମସ୍ତଙ୍କ ଉପସ୍ଥିତିରେ ସେ ମା’ଙ୍କୁ ମୁଖାଗ୍ନି ଦେଇଥିଲେ । ପୁଅଙ୍କ ଅବହେଳା, ଜିଦଖୋର ମନୋଭାବ ଯୋଗୁଁ ଶେଷରେ ଝିଅ ଶବ ସତ୍କାର କରିବାକୁ ବାଧ୍ୟ ହୋଇଥିଲେ ।

    ବାପା ମୁକୁନ୍ଦଙ୍କ ମୃତ୍ୟୁ ପରେ ୩ ପୁଅ ମା’ଙ୍କ ସେବାରେ ଅବହେଳା କଲେ, ତାଙ୍କୁ ହଇରାଣ କରିବାରୁ ବୃଦ୍ଧା ଶେଷରେ ଝିଅ ଘରେ ରହି ଆସୁଥିଲେ । ହେଲେ ମଲା ପରେ ବି ପୁଅମାନେ ଶବ ଛୁଇଁଲେ ନାହିଁ । ଯାହା ସମାଜ ପାଇଁ ଏକ କଳଙ୍କ । ବାପାମାଙ୍କ ପ୍ରତି ପୁଅମାନଙ୍କ ଏଭଳି ବ୍ୟବହାର, ଅବହେଳା, ମୁହଁମୋଡ଼ା ନୀତି ସମାଜରେ ଗ୍ରହଣୀୟ ନୁହେଁ । ମା’ଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ ଏଭଳି ସ୍ଥିତିରେ ମା’ଙ୍କ ପ୍ରତି ପୁଅଙ୍କ ଅବହେଳା ନେଇ ପ୍ରଶ୍ନ ଉଠିଛି ।

  • ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି

    ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି

    ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରକୁ ଦେଖି ରାଜ୍ୟ ସରକାର ସଜାଗ। ଆଜି ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ସମ୍ଭାବ୍ୟ ବାତ୍ୟାକୁ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏସଆରସି ତାଙ୍କ ବାର୍ତ୍ତାରେ ମତ୍ସଜୀବୀ ଓ ଚାଷୀମଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

     ବାତ୍ୟା ଓ ବର୍ଷାରେ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ତେଣୁ ସମ୍ଭାବିତ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀମାନେ ପନିପରିବା, ଉଦ୍ୟାନ କୃଷି, ଅମଳ ହୋଇଥିବା ଫସଲ ତଥା ମଣ୍ଡିରେ ପଡ଼ିଥିବା ଧାନକୁ ସୁରକ୍ଷିତ ରଖନ୍ତୁ। ସେହିପରି ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ସମୁଦ୍ରରେ ଉଚ୍ଚ ତରଙ୍ଗର ସମ୍ଭାବନା ଥିବାରୁ ମତ୍ସଜୀବୀମାନେ ମେ’ ୯ ତାରିଖରୁ ଛୋଟ ଜାହାଜ, ଡଙ୍ଗା ଓ ଟ୍ରଲର ଯୋଗେ  ନେଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ନଯିବା ପାଇଁ ବାରଣ କରିଛନ୍ତି ଏସଆରସି।

    ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହାର ଗତିପଥ ସଂପର୍କରେ ପୂର୍ବାନୁମାନ କରାଯାଇଥିଲା। ବିଭାଗର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୋମବାର ଏହି ଲଘୁଚାପ ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ବାତ୍ୟାରେ ପରିଣତ ହେବ । କିନ୍ତୁ ଏହା ବାଂଲାଦେଶ ଓ ମିଆଁମାର ଅଭିମୁଖେ ଗତି କରିବାର ସମ୍ଭାବନା ରହିଛି । ଏଣୁ ଓଡ଼ିଶା ପ୍ରତି କୌଣସି ବିପଦର ଆଶଙ୍କା ନାହିଁ ବୋଲି କହିଥିଲେ।

    ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା କି, ଏହି ଲଘୁଚାପ ଆସନ୍ତାକାଲି ସୁଦ୍ଧା ଡିପ୍ରେସନରେ ପରିଣତ ହେବ ଓ ଉତ୍ତର ଓ ଉତ୍ତରପଶ୍ଚିମ ଦିଗରେ ଗତି କରିବ। ମେ’ ୧୦ରେ ଏହା ଏକ ସାମୁଦ୍ରିକ ବାତ୍ୟା ରୂପ ନେବ।  ମେ’ ୧୨ ତାରିଖ ସୁଦ୍ଧା ଏକ ବଡ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଥିବା କହିଥିଲେ।

  • ଦଳ ନାହିଁ, ବିଚାର ଧାରାରେ ପରିବର୍ତ୍ତନ ହୋଇଛି : ସୌମ୍ୟରଞ୍ଜନ

    ଦଳ ନାହିଁ, ବିଚାର ଧାରାରେ ପରିବର୍ତ୍ତନ ହୋଇଛି : ସୌମ୍ୟରଞ୍ଜନ

    ସାମ୍ପ୍ରତିକ ରାଜନୀତିକୁ ନେଇ ବର୍ଷିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟାନୟକ।  ରାଜନୀତିରେ ବର୍ତ୍ତମାନ ଦେଖାଦେଉଥିବା ଚଳଣି, ରାଜନୈତିକ ଦଳଗୁଡିକର କ୍ଷମତା ଲୋଭ, ନେତା ବନାମ ପ୍ରଶାସନିକ ଅଧିକାରୀ ପରି ବିଭିନ୍ନ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପଟ୍ଟନାୟକ। ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ଆଲୋଚନା, ‘ଜାନକୀବାବୁ ଓ ବସନ୍ତବାବୁଙ୍କ ଯୋଡି, ଓଡିଶା ରାଜନୀତିର ସୁବର୍ଣ୍ଣଯୁଗ’ ଅବସରେ ବର୍ତ୍ତମାନର ରାଜନୈତିକ ବାତାବରଣକୁ ନେଇ ନିଜ ଅସନ୍ତୋଷ ଜାହିର କରିଛନ୍ତି ସୌମ୍ୟ।

    ସେ କହିଛନ୍ତି, ଏବେ ରାଜନୀତିର ପରିଭାଷା ବଦଳି ଯାଇଛି। ସବୁ ଦଳ ଏବେ କ୍ଷମତାକୁ ଆସିବା ପାଇଁ ନିର୍ବାଚନ ଲଢୁଛନ୍ତି। କୌଣସି ଉପାୟରେ ରାଜନୀତିକୁ ଆସିବାକୁ ପଡିବ, ନିର୍ବାଚନ ଜିତିବାକୁ ହେବ । ନିର୍ବାଚନ କହିଲେ ଏବେ କେବଳ ପଇସା। ସର୍ଭେ କହୁଛି ୩୦ ହଜାର କୋଟି ଖର୍ଚ୍ଚ ହୋଇଛି କର୍ଣ୍ଣାଟକ ନିର୍ବାଚନରେ। ଏଥିରେ ପ୍ରଧାନମନ୍ତ୍ରୀଙ୍କ ରାଲି ଖର୍ଚ୍ଚ ଯୋଡାଯାଇନାହିଁ। ଏହା ଗଣିଲେ ଦିଆଯାଇଥିବା ସଂଖ୍ୟା ଆହୁରି ବଢିଯିବ।

    ବିଜେପିକୁ ଆକ୍ଷେପ କରି ପଟ୍ଟନାୟକ କହିଛନ୍ତି, ବିଜେପି ଆଉ ରାଜ୍ୟରେ ଦଳ ହୋଇ ନାହିଁ ବୋଲି ମୁଁ ଭାବୁଛି । ରାଜ୍ୟରେ ବିରୋଧୀ ଅଛି ବୋଲି ମୁଁ ବିଧାନସଭାରେ ଅନୁଭବ କରି ପାରୁନି । ଅର୍ଥାତ୍ ରାଜ୍ୟର ବିରୋଧୀ ଦଳ ବିଜେପି ବିଧାନସଭାରେ ସ୍ୱର ଶାଣିତ କରିବାରେ ବିଫଳ ହୋଇଛି। ସେ ଆହୁରି ବିଜେପିକୁ ନେଇ କହିଛନ୍ତି କି, ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ଟାର୍ଗେଟରେ ଥିଲା କଂଗ୍ରେସ। ସେତେବେଳେ ମୋଦି କଂଗ୍ରେସ ମୁକ୍ତ ଭାରତର ଆହ୍ୱାନ ଦେଇଥିଲେ। ତେବେ କଣ ଦେଶରେ ଗୋଟିଏ ଦଳ? ଆଉ ସେ ହେଉଛି କଂଗ୍ରେସ ବୋଲି ବିଜେପିକୁ ପ୍ରଶ୍ନ କରିଛନ୍ତି ଖଣ୍ଡପଡା ବିଧାୟକ।

    ସମ୍ପ୍ରତି ରାଜ୍ୟରେ ମନ୍ତ୍ରୀ ବନାମ ସଚିବ ଚର୍ଚ୍ଚାରେ କିଏ ବଡ଼ ? ମନ୍ତ୍ରୀ ବଡ଼ ନା ସଚିବ ? ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ମନ୍ତ୍ରୀ ତଥା ଜନପ୍ରତିନିଧିଙ୍କ ଗୁରୁତ୍ୱ ହ୍ରାସକୁ ନେଇ ପରୋକ୍ଷରେ ସରକାରକୁ ଟାର୍ଗେଟ କରିଛନ୍ତି ସୌମ୍ୟ। ଏହାକୁ ନେଇ  ସେ କହିଛନ୍ତି, ପ୍ରାଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଛି । ମନ୍ତ୍ରୀଙ୍କୁ କେବଳ ସଂଗଠନ ବୁଝିବାକୁ ଛାଡ଼ି ଦିଆଯାଇଛି। ବାକି ସବୁକିଛି  ପ୍ରଶାସନ ବୁଝୁଛି। ଖବରକାଗଜରେ ବିଭିନ୍ନ ଯୋଜନାକୁ ତଥା ସରକାରୀ କାର୍ଯ୍ୟକ୍ରମରେ ବାହାରୁ ଥିବା ଫଟୋରେ ମନ୍ତ୍ରୀ ନାହିଁନ୍ତି। କେବଳ ସଚିବଙ୍କର ରହୁଛି। ସଚିବମାନେ ହିଁ ଆଜି ସବୁକିଛି।

    ତେବେ ଆଲୋଚନାଟି ଜାନକୀ ପଟ୍ଟନାୟକ ଓ ବସନ୍ତ ବିଶ୍ୱାଳଙ୍କ ଜୁଗଳବନ୍ଦୀକୁ ନେଇ ହୋଇଥିବା ବେଳେ ସୌମ୍ୟଙ୍କର ଉପସ୍ଥିତି କେମିତି ଗୋଟିଏ ଅଡୁଆ ଲାଗୁଛି। ଖାଲି ଶ୍ୱଶୁର ଏଥିର ବିଷୟ ବସ୍ତୁ ଥିବାରୁ ସୌମ୍ୟ ସେଠାରେ ଉପସ୍ଥିତ ଥିଲେ ନାଁ ଜଣେ ବରିଷ୍ଠ ସାମ୍ବାଦିକ ରୂପେ? ଅଥବା ଦଳରେ ଏକ ପ୍ରକାର କୋଣଠେଁସା ହୋଇରହିବା ଓ ସଚିବଙ୍କ କାୟାବିସ୍ତାରରେ ନିଜ ଛବି ହଜିଯାଉଥିବାରୁ ପୁଣି କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି ସୌମ୍ୟ?କାରଣ ଜାତୀୟସ୍ତରରେ ରାହୁଲ ଓ ପ୍ରିୟଙ୍କାଙ୍କ ନେତୃତ୍ୱ ଦଳକୁ ପୁଣି ଲୋକାଦୃତ କରିବାରେ ଲାଗିଥିବା ବେଳେ ରାଜ୍ୟ କଂଗ୍ରେସ ନିଜକୁ ସୁଦୃଢ କରିବାରେ ଲାଗିଛି।

  • ୧୦ ତାରିଖରେ ଅବପାତର ରୂପ ନେବ

    ୧୦ ତାରିଖରେ ଅବପାତର ରୂପ ନେବ

    ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ଘନୀଭୂତ ହୋଇ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ୧୦ ତାରିଖରେ ଘନୀଭୂତ ହୋଇ ଅବପାତର ରୂପ ନେବ। ପ୍ରଥମେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ବାଙ୍ଗଲାଦେଶ ଓ ମିଆଁମାର ଉପକୂଳ ମୁହାଁ ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର।

    ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ଘନୀଭୂତ ହୋଇ ଆଜି ଲଘୁଚାପର ରୂପ ନେଇଛି।  ମେ’୯ ତାରିଖରେ  ଏହି ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହେବ ଓ ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେବାର ଅନୁମାନ କରୁଛି ବିଭାଗ। ତେବେ

    ବାତ୍ୟା ଓଡିଶା ସ୍ଥଳଭାଗ ଛୁଇଁବ କି ନାହିଁ ତାହା ସ୍ପଷ୍ଟ ହୋଇନଥିଲେ ବି, ଏହି ସମୟରେ ସମୁଦ୍ର ଅଶାନ୍ତ ରହୁବାରୁ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ଯିବାକୁ ବାରଣ କରାଯାଇଛି।

    ବାତ୍ୟାକୁ ନେଇ ପାଣିପାଗ ବିଭାଗ ସମ୍ଭାବନା ଥିବା କହୁଥିବା ବେଳେ କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ଗତ କାଲି ଓ ଆଜି ଅସମ୍ଭାଳ ତାତି ଅନୁଭୂତ ହେଉଛି। ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୩୧ ଡିଗ୍ରୀ ହୋଇଥିବା ବେଳେ ଆର୍ଦ୍ରତା ୮୫ ପ୍ରତିଶତ ହୋଇଥିବାରୁ ଅସହ୍ୟ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି। ରାଜଧାନୀବାସୀ ଅସରାଏ ବର୍ଷାକୁ ଯେମିତି ଅପେକ୍ଷା କରି ରହିଛନ୍ତି।

  • ରାଜସ୍ଥାନ: ମିଗ-୨୧ ବିମାନ ଖସିପଡିବାରୁ ୩ ମୃତ

    ରାଜସ୍ଥାନ: ମିଗ-୨୧ ବିମାନ ଖସିପଡିବାରୁ ୩ ମୃତ

    ବାୟୁ ସେନାର ମିଗ-୨୧ ବିମାନ ଦୁର୍ଘଟଣାଗ୍ରସ୍ତ। ବିମାନର ଏକ ଅଂଶ ଗୋଟିଏ ଘର ଉପରେ ଖସି ପଡିବାରୁ ୩ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ସୋମବାର ସକାଳୁ ରାଜସ୍ଥାନର ହନୁମାନଗଡରେ ଏହି ଦୁର୍ଘଟଣା ଘଟିଛି। ତେବେ ବିମାନର ପାଲଟ ସୁରକ୍ଷିତ ଥିବା ଜିଲ୍ଲାପାଳ ରୁକ୍ମଣି ରିଆର କହିଛନ୍ତି। ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦେଖି ପାଇଲଟ ପାରାଚୁଟ ସାହାଯ୍ୟରେ ବିମାନରୁ ତଳକୁ କୁଦି ପଡିଥିଲେ। ଏଥିରେ ସେ ଆହତ ହୋଇଛନ୍ତି।

    ମିଗ ବିମାନ ଦୁର୍ଘଟଣା ନେଇ ବାୟୁ ସେନା ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିରେ ଉଲ୍ଳେଖ ରହିଛି କି, ସୁରତଗଡରୁ ଆଜି ସକାଳୁ ବାୟୁସେନାର ମିଗ୨୧ ବିମାନ ନିୟମିତ ତାଲିମ ପାଇଁ ଉଡାଣ ଭରିଥିଲା। ତେବେ  ବିମାନର ପାଇଲଟ ସୁରକ୍ଷିତ ବିମାନରୁ ବାହାରି ଆସିବାରେ ସକ୍ଷମ ହୋଇଛନ୍ତି, ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାର ତଦନ୍ତ ପାଇଁ ଏକ ଟିମ ଗଠନ କରାଯାଇଛି। କିପରି ବିମାନ ଦୁର୍ଘଟଣାଗ୍ରସ୍ତ ହେଲା ତାର କାରଣ ଖୋଜା ଚାଲିଛି।

    ସୋମବାର ସକାଳୁ ସକାଳୁ ମିଗ ୨୧ ବିମାନ ସୁରତଗଡରୁ ଉଡାଣ ଭରିଥିଲା। କିନ୍ତୁ ହନୁମାନଗଡରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର ଏକ ଅଂଶ ଗୋଟିଏ ଘରେ ଖସିପଡିବାରୁ  ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ଭିତରେ ଦୁଇ ମହିଳା ରହିଛନ୍ତି। ଉକ୍ତ ଘରେ ମୋଟ ୩ ଜଣ ଥିଲେ ଓ ସମସ୍ତଙ୍କର ମୃତ୍ୟୁ ହୋଇଛି। ସେପଟେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜାଣି ବିମାନରୁ ପାରାଚୁଟ ସାହାଯ୍ୟରେ ଡେଇଁ ପଡିଥିଲେ ପାଇଲଟ। ଏଥିରେ ସେ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଏୟାର ଲିପ୍ଟ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।  ପାଇଲଟଙ୍କୁ ନେବାକୁ ବାୟୁସେନାର ଏମଆଇ ୧୭କୁ ପଠାଯାଇଥିଲା।  

    ସେନାର ବିମାନ ଦୁର୍ଘଟଣାର ସିଲସିଲା ଗତ କିଛି ବର୍ଷ ଧରି ଜାରି ରହିଛି। ଏହା ପୂର୍ବରୁ ରାଜସ୍ଥାନର ଭରତପୁରରେ ଟ୍ରେନିଂ ସମୟରେ ଦୁଇ ଭାରତୀୟ ବିମାନ ସୁଖୋଇ ଏସୟୁ-୩୦ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଥିଲା। ଗୋଟିଏ ବିମାନ ମଧ୍ୟପ୍ରଦେଶର ମୁରୈନାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଅନ୍ୟଟି ରାଜସ୍ଥାନର ଭରତପୁରରେ ଓହ୍ଲାଇଥିଲା। ସେହିପରି ଗତ ସପ୍ତାହରେ ଜମ୍ମୁ କାଶ୍ମୀରର କିଶ୍ତୱାଡା ଜିଲାରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

    ସେହିପରି ଏପ୍ରିଲରେ କୋଚିରେ ଏକ ତାଲିମ ତଟରକ୍ଷୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଗତ ବର୍ଷ ଅକ୍ଟୋବରରେ ଅରୁଣାଚଳପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାର ଦୁଇଟି ଘଟଣା ସାମ୍ନାକୁ ଆସିଥିଲା। ୫ ଅକ୍ଟୋବର 2022ରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ କ୍ଷେତ୍ର ନିକଟରେ ଏକ ଚାତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସେନାର ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଥିଲା। ଏହାର କିଛି ଦିନ ପରେ ୨୧ ଅକ୍ଟୋବରକୁ ଭାରତୀୟ ସେନାର ଏଭିଏସନ ଆଡଭାନ୍ସ ଲାଇଟ ହେଲିକପ୍ଟର ଖସିପଡିବାରୁ ୫ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା। ତୁତିଙ୍ଗରୁ ୨୫ କିଲୋମିଟର ଦୂର ସିୟାଙ୍ଗ ଗାଁ ନିକଟରେ ଦୁର୍ଘଟଣା ହୋଇଥିଲା।

    https://twitter.com/Parwati_93/status/1655462430372405248
  • ସ୍ତ୍ରୀ ଓ ପିଲା ଥାଉ ଥାଉ ଦ୍ବିତୀୟ ବିବାହ କରୁଥିଲା ଯୁବକ, ଟେକିନେଲା ପୋଲିସ

    ସ୍ତ୍ରୀ ଓ ପିଲା ଥାଉ ଥାଉ ଦ୍ବିତୀୟ ବିବାହ କରୁଥିଲା ଯୁବକ, ଟେକିନେଲା ପୋଲିସ

    ଜଣେ ସ୍ତ୍ରୀ ଓ ପିଲା ଥାଉ ଥାଉ ଅନ୍ୟଜଣଙ୍କୁ ବିବାହ କରୁଥିଲା ଯୁବକ । ହେଲେ ହାତଗଣ୍ଠି ପଡିବା ଆଗରୁ ବେକରେ ମଙ୍ଗଳ ସୂତ୍ର ପିନ୍ଧାଇବା ପୂର୍ବରୁ ମାଡି ବସିଲା ପୋଲିସ । ଘଟଣାଟି ହେଉଛି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ସୁନାମୁହିଁ ଗ୍ରାମର । ଗାଁର ସୁନାରାମ ନାଏକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ନାଏକ ୨୦୨୦ ମସିହାରେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଯମୁନାପଶି ଗ୍ରାମର ମାମିନା ନାଏକକୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ତାଙ୍କ ଏକ ଦିବ୍ୟାଙ୍ଗ ପୁତ୍ର ସନ୍ତାନ ମଧ୍ୟ ରହିଛି । ହେଲେ ପ୍ରଥମ ସ୍ତ୍ରୀ ପଖେ ପୂର୍ଣ୍ଣଚନ୍ଦ୍ରଙ୍କ ମନ ଭରି ଯାଇଥିଲା । ଘରେ ପ୍ରତ୍ୟକ ଦିନ କଳି ଝଗଡା ଲାଗି ରହିଲା । ଏାପରେ ପୂର୍ଣ୍ଣଚନ୍ଦ୍ର ସ୍ତ୍ରୀକୁ ପିଟାପିଟି କରିବା ସହ ଘରୁ ତଡି ଦେଇଥିଲା । ଆଉ ଛାଡପତ୍ର ହୋଇନଥିବା ବେଳେ ଲୁଚିଲୁଚି ଆଉ ଜଣେ ଝିଅକୁ ବିବାହ କରୁଥିଲା ।

    ଗତକାଲି ପୂର୍ଣ୍ଣଚନ୍ଦ୍ର ପୁନର୍ବାର ହରିଚନ୍ଦନପୁର ଥାନା ଶଗଡ଼ପଟା ଗ୍ରାମର ଜଣେ ଯୁବତୀଙ୍କୁ ବିବାହ କରୁଥିଲା । ଯାହାର ଖବର ପାଇଥିଲା ସ୍ତ୍ରୀ ମାମିନା । ଏହାପରେ ମାମିନା କେନ୍ଦୁଝର ଏସପିଙ୍କ ଦ୍ୱାରାସ୍ତ ହୋଇଥିଲେ । ଗତକାଲି ଢେଙ୍କାନାଳ ଜିଲ୍ଲା କଙ୍କଡା ହାଡ଼ ଥାନା ପାଟବେଡା ଗ୍ରାମରେ ବିବାହ କରୁଥିବା ସମୟରେ ରଙ୍ଗିଲା ବରକୁ ଉଠାଇ ନେଲା କେନ୍ଦୁଝର ତୁରୁମୁଙ୍ଗା ପୋଲିସ ।

  • କେରଳରେ ଡଙ୍ଗା ବୁଡି ୨୧ ଜଣଙ୍କ ମୃତ୍ୟୁ, ଖୋଜାଖୋଜିରେ ଲାଗିଛନ୍ତି ରେସ୍କ୍ୟୁ ଟିମ୍

    କେରଳରେ ଡଙ୍ଗା ବୁଡି ୨୧ ଜଣଙ୍କ ମୃତ୍ୟୁ, ଖୋଜାଖୋଜିରେ ଲାଗିଛନ୍ତି ରେସ୍କ୍ୟୁ ଟିମ୍

    କେରଳର ମଲପ୍ପୁରମ ଜିଲ୍ଲାରେ ୨୫ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡିବାରୁ ପାଣିରେ ବୁଡ଼ିଯିବା ଅତି କମରେ ୨୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ମେ ୭ ତାରିଖ ପାଖାପାଖି ସନ୍ଧ୍ୟା ୭ଟା ସମୟରେ ତନ୍ନୁରର ତୁଭାଲ ତେରମ ପର୍ଯ୍ୟଟନ ସ୍ଥଳରେ ଏହି ଦୁର୍ଘଟଣା ଘଟିଛି । ଆଞ୍ଚଳିକ ଫାୟାର ରେଞ୍ଜ ଅଧିକାରୀ ସିଜୁ କେ.କେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୨୧ଟି ମୃତଦେହ ଉଦ୍ଧାର କରାଯାଇଛି । ଏପର୍ଯ୍ୟନ୍ତ ଡଙ୍ଗାରେ କେତେଜଣ ବସିଥିଲେ ତାର ବାସ୍ତବ ସଂଖ୍ୟା ଜଣାପଡି ନାହିଁ । ତେଣୁ ଏପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରହିଛି ।

    ଘଟଣା ଜଣାପଡିବା ମାତ୍ରେ ଅନେକ ଗାଡି ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜର୍ଜ ମଧ୍ୟରାତ୍ରିରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜରୁରୀକାଳିନ ବୈଠକ ଡାକି ଆହତଙ୍କୁ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୋଷ୍ଟମର୍ଟମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ଆହତମାନଙ୍କୁ ଉତ୍ତମ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ସକାଳ ୬ଟାରୁ ବ୍ୟବଚ୍ଛେଦ ଆରମ୍ଭ କରିବାକୁ ମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି ।

    ରବିବାର ଦିନ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଲପ୍ପୁରମରେ ଡଙ୍ଗା ବୁଡ଼ିଯିବା ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ବ୍ୟକ୍ତ କରିବ ସହିତ ଉଦ୍ଧାର କାର୍ଯ୍ୟକୁ ପ୍ରଭାବଶାଳୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିଏମ ପିନାରାଇ ବିଜୟନ କହିଛନ୍ତି, “ମଲପ୍ପୁରମରେ ତନୁର ଡଙ୍ଗା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମୁଁ ଦୁଃଖିତ । କ୍ୟାବିନେଟ ମନ୍ତ୍ରୀଙ୍କ ଦ୍ବାରା ତଦାରଖ କରାଯାଉଥିବା ବେଳେ ଉଦ୍ଧାର କାର୍ଯ୍ୟକୁ ତ୍ବରିତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି । ଟ୍ବିଟ ମାଧ୍ୟମରେ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପିନାରାଇ ।

    ଏହି ଘଟଣାରେ ଲୋକଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି । ଏଥିସହ ସେ ଟ୍ୱିଟ୍ କରି ନିଜର ଦୁଃଖ ପ୍ରକାଶ କରିଛନ୍ତି । ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କୁ PMNRFରୁ ୨ ଲକ୍ଷ ଟଙ୍କା ଏକ୍ସ-ଗ୍ରାଟିଆ ରାଶି ପ୍ରଦାନ କରାଯିବ ।

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ମଲାପୁରାମରେ ଡଙ୍ଗା ବୁଡ଼ିଯିବା ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ଟୁଇଟ୍ କରି କହିଛନ୍ତି, “କେରଳର ମଲାପ୍ପୁରମ ଡଙ୍ଗା ଦୁର୍ଘଟଣାରେ ଲୋକଙ୍କ ଦୁଃଖଦ ମୃତ୍ୟୁ ଅତ୍ୟନ୍ତ ଚକିତ କଲାଭଳି ଏବଂ ଦୁଃଖଦାୟକ । ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କୁ ମୋର ହୃଦୟରୁ ସମବେଦନା ଜଣାଉଛି । ଦୁର୍ଘଟଣାରେ ବର୍ତ୍ତିଯାଇଥିବା ଲୋକଙ୍କ ମଙ୍ଗଳ ପାଇଁ ମୁଁ ପ୍ରାର୍ଥନା କରୁଛି ।”

  • ଆସନ୍ତା ସାଧାରଣତନ୍ତ୍ର ଦିବସ ହେବ ମହିଳା ଯବାନଙ୍କ ପାଇଁ

    ଆସନ୍ତା ସାଧାରଣତନ୍ତ୍ର ଦିବସ ହେବ ମହିଳା ଯବାନଙ୍କ ପାଇଁ

    ୨୦୨୪ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସକୁ ସ୍ମରଣୀୟ କରିବାକୁ ଭାରତ ସରକାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ କର୍ତ୍ତବ୍ୟ ପଥରେ କେବଳ ମହିଳାଙ୍କୁ ଦେଖିବାକୁ ମିଳିବ। କର୍ତ୍ତବ୍ୟ ପଥରେ ଏହି ଅବସରେ ହେବାକୁ ଥିବା ପରେଡରେ ସେନାର କେବଳ ମହିଳା ଯବାନ ପରେଡ କରିବେ। ପରେଡରେ ମହିଳା ଯବାନ ସେମାନଙ୍କ ଦୁଃସାହସ, ଦକ୍ଷତା ପ୍ରତିପାଦନ କରିବେ

    ଖାଲି ଏତିକି ନୁହେଁ ମାର୍ଚ୍ଚିଂ ଓ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମଧ୍ୟ କେବଳ ମହିଳାଙ୍କ ଦ୍ୱାରା ହେବା ନେଇ ନିଷ୍ପତ୍ତି ହୋଇଛି। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗତ ମାର୍ଚ୍ଚ ମାସରେ ଏକ ପ୍ରସ୍ତାବ ଦିଆଯାଇଥିଲା। ବ୍ୟାପକ ବିଚାର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି। ଏହି ନିଷ୍ପତ୍ତି ସମ୍ପର୍କରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଗୃହ, ସଂସ୍କୃତି ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟକୁ ସୂଚିତ କରାଯାଇଛି।

    ଭାରତର ସାଧାରଣତନ୍ତ୍ର ପରେଡ ଦେଶର ସୈନ୍ୟ ଶକ୍ତି, ସାସ୍କୃତିକ ବିବିଧତା ଓ ଜାତୀୟ ଏକତାକୁ ଦର୍ଶାଇଥାଏ। ଏହାକୁ ବ୍ୟକ୍ତିଗତସ୍ତରରେ ହଜାର ହଜାର ଲୋକ ଦେଖିବା ସହ କୋଟି କୋଟି ଲୋକ ବିଶ୍ବ ବ୍ୟାପୀ ଟେଲିଭିଜନ ମାଧ୍ୟମରେ ଦେଖିଥାନ୍ତି। ଏଥିରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେପକା ଯାଇଥାଏ। ତେବେ ନିକଟରେ ମହିଳା ପ୍ରତିନିଧିଙ୍କ ପ୍ରଦର୍ଶନ ଓ ନେତୃତ୍ୱକୁ ସେନା ସହ ଅନ୍ୟାନ୍ୟ କ୍ଷତ୍ରରେ ଦେଖିବାକୁ ମିଳୁଛି।

    ଧୀରେ ଧୀରେ ଅଧିକରୁ ଅଧିକ ମହିଳା ସେନା ଓ ପାରାମିଲିଟାରୀ ଫୋର୍ସରେ ସାମିଲ ହେଉଛନ୍ତି।  ୨୦୧୫ରୋ ପ୍ରଥମ ଥର ପାଇଁ ତିନି ସେନାର ମହିଳା ୱିଂସ ପାରେଡରେ ସାମିଲ ହୋଇଥିଲେ। ୨୦୧୯ର ପରେଡ ବେଳେ ସ୍ଥଳ ସେନାର ଡେୟାର ଡେଭିଲ ଟିମରେ କ୍ୟାପ୍ଟେନ ଶିଖା ସୁରଭି ସାମିଲ ହୋଇ ବାଇକ ଷ୍ଟଣ୍ଟ ଦେଖାଇଥିଲେ। ପରବର୍ତ୍ତି ବର୍ଷ କ୍ୟାପଟେନ ତାନିଆ ସେରଗିଲ ପ୍ରଥମ ମହିଳା ଅଧିକାରୀ ହୋଇଥିଲେ, ଯିଏ ସମସ୍ତ ପୁରୁଷ ଦଳର ନେତୃତ୍ୱ ନେଇଥିଲେ। ୨୦୨୧ରେ ଫ୍ଲାଇଟ ଲେପ୍ଟନାଣ୍ଟ ଭାବନା କାନ୍ଥ ପରେଡରେ ଭାଗ ନେଇ ପ୍ରଥମ ଫାଇଟର ପାଇଲଟର ଗୌରବ ହାସଲ କରିଥିଲେ।