୧୦ ତାରିଖରେ ଅବପାତର ରୂପ ନେବ

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ଘନୀଭୂତ ହୋଇ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ୧୦ ତାରିଖରେ ଘନୀଭୂତ ହୋଇ ଅବପାତର ରୂପ ନେବ। ପ୍ରଥମେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ବାଙ୍ଗଲାଦେଶ ଓ ମିଆଁମାର ଉପକୂଳ ମୁହାଁ ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର।

ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ଘନୀଭୂତ ହୋଇ ଆଜି ଲଘୁଚାପର ରୂପ ନେଇଛି।  ମେ’୯ ତାରିଖରେ  ଏହି ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହେବ ଓ ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେବାର ଅନୁମାନ କରୁଛି ବିଭାଗ। ତେବେ

ବାତ୍ୟା ଓଡିଶା ସ୍ଥଳଭାଗ ଛୁଇଁବ କି ନାହିଁ ତାହା ସ୍ପଷ୍ଟ ହୋଇନଥିଲେ ବି, ଏହି ସମୟରେ ସମୁଦ୍ର ଅଶାନ୍ତ ରହୁବାରୁ ମତ୍ସ୍ୟଜୀବୀଙ୍କୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ଯିବାକୁ ବାରଣ କରାଯାଇଛି।

ବାତ୍ୟାକୁ ନେଇ ପାଣିପାଗ ବିଭାଗ ସମ୍ଭାବନା ଥିବା କହୁଥିବା ବେଳେ କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ଗତ କାଲି ଓ ଆଜି ଅସମ୍ଭାଳ ତାତି ଅନୁଭୂତ ହେଉଛି। ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀର ତାପମାତ୍ରା ୩୧ ଡିଗ୍ରୀ ହୋଇଥିବା ବେଳେ ଆର୍ଦ୍ରତା ୮୫ ପ୍ରତିଶତ ହୋଇଥିବାରୁ ଅସହ୍ୟ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି। ରାଜଧାନୀବାସୀ ଅସରାଏ ବର୍ଷାକୁ ଯେମିତି ଅପେକ୍ଷା କରି ରହିଛନ୍ତି।

Leave a Reply

Your email address will not be published. Required fields are marked *