Category: ଦେଶ-ବିଦେଶ

  • କୋରୋନାର ସାଇଡ୍ ଇଫେକ୍ଟ

    କୋରୋନାର ସାଇଡ୍ ଇଫେକ୍ଟ

    ଲୋକେ କୋରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛନ୍ତି ଏହା କହି ହେବନି। ହେଲେ ଏହି ମହାମାରୀ ପାଇଁ ଭାରତୀୟଙ୍କ ମଧ୍ୟରେ କେତେକ ଭୟଙ୍କର ରୋଗ ଦେଖିବାକୁ ମିଳୁଛି। ଦିଲ୍ଲୀର ଫର୍ଟିସ ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି କି, ମହାମାରୀ ପରେ ରକ୍ତଚାପ, ହୃଦରୋଗ, ଡାଇବେଟିସ ପରି ଖରାପ ଜୀବନ ଶୈଳୀ ସହ ଜଡ଼ିତ ରୋଗ ଦ୍ରୁତ ବୃଦ୍ଧି ଘଟିଛି । କୋରୋନା ପରେ ଦେଖାଦେଉଥିବା ଅନ୍ୟ ରୋଗ ବିଶେଷଜ୍ଞଙ୍କ ମୁଣ୍ଡ ବିନ୍ଧାର କାରଣ ହେଲାଣି।

    ଏକ ଗବେଷଣାରୁ ବାହାରିଛି କି,ସମ୍ପ୍ରତି ଲୋକଙ୍କ ଭିତରେ ଅନେକ ରୋଗ ବାହାରିଛି । କୋରୋନା ପାଇଁ ବହୁ ଲୋକ ଚିନ୍ତା, ଅବସାଦ, ସ୍ମରଣ ଶକ୍ତି ସମସ୍ୟାର ଶିକାର ହେଉଛନ୍ତି । ମହାମାରୀରେ ଆତ୍ମୀୟ ସ୍ୱଜନଙ୍କୁ ହରାଇବା,ସମସ୍ତଙ୍କ ଠାରୁ ଅଲଗା ରହିବା, ଆର୍ଥିକ ଦୁରାବସ୍ଥା ମୁଖ୍ୟତଃ ଏସବୁର କାରଣ ହୋଇଛି। କୋଭିଡ-19 କିଛି ପ୍ରୋଟିନକୁ ପ୍ରଭାବିତ କରିବା କାରଣରୁ ଅନେକ ପ୍ରକାରର କର୍କଟ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ଶ୍ୱାସ ସମ୍ବନ୍ଧିତ, ଶ୍ୱାସକ୍ରିୟାରେ ସମସ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଆସ୍ଥମା,କ୍ରନିକ ଆସ୍ୱଟ୍ରକ୍ଟିଭ ପଲ୍ମୋନାରପ ଡିଜିଜ ଭୟ ସୃଷ୍ଟି ହୋଇଛି ।

    ତେବେ ଏହି ସବୁ ରୋଗରୁ ମୁକ୍ତି ପାଇବାକୁ ହେଲେ ଆମକୁ କେତେକ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ। ସେସବୁ ମଧ୍ୟରେ ରହିଛି ଖାଦ୍ୟ ପାନୀୟ ଓ ଜୀବନଚର୍ଯ୍ୟା। ପୁଷ୍ଟିକର ଖାଦ୍ୟ ସହ ନିୟମିତ ବ୍ୟାୟାମ କରିବାକୁ ହେବ । ସେହିପରି ଧୂମପାନ,ମାଦକ ଦ୍ରବ୍ୟଠାରୁ ଦୂରେଇ ରହିବାକୁ ହେବ ।

  • 155 ଦେଶର ଜଳରେ ଜଳାଭିଷେକ

    155 ଦେଶର ଜଳରେ ଜଳାଭିଷେକ

    2024ରେ ହେବାକୁ ଯାଉଛି ଲୋକସଭା ନିର୍ବାଚନ । ହିନ୍ଦୁତ୍ୱ ଏଜେଣ୍ଡାକୁ ଆଧାର କରି ରାଜନୀତି କରୁଥିବା କେନ୍ଦ୍ରର ବିଜେପି ସରକାର, ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛି। ରାମ ଲଲାଙ୍କୁ ଅଧିଷ୍ଠିତ କରିବାକୁ ରଖାଯାଇଛି ଭବ୍ୟ ଆୟୋଜନ। ଏପ୍ରିଲ 23ରେ ଅଯୋଧ୍ୟାରେ ରାମ ଲାଲାଙ୍କ ଜଳାଭିଷେକ କରାଯିବ। ଜଳାଭିଷେକ ପାଇଁ ଆମେରିକା, ଚୀନ, ଇରାନ, ପାକିସ୍ଥାନ, ସମେତ 155ଟି ଦେଶର ନଦୀ ଜଳ ସଂଗ୍ରହ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ରହିଛ ।

    ବିଶ୍ୱର 155 ଦେଶରୁ ସଂଗୃହିତ ଜଳପାତ୍ରରେ ସେ ଦେଶର ନାଁ, ଜାତୀୟ ପତାକା ଓ ନଦୀର ନାଁ ଉଲ୍ଲେଖ ରହିବ। ଏହି ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଯୋଗ ଗୁରୁ ରାମଦେବ ମଧ୍ୟ ସାମିଲ ହେବେ। ଏହି କାର୍ଯ୍ୟକ୍ରମରେ ଅନେକ ଦେଶର ରାଜଦୂତ ଏହି କାର୍ଯକ୍ରମରେ ଅଂଶ ଗ୍ରହଣ କରିବେ ବୋଲି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ସୂଚନା ଦେଇଛନ୍ତି ।

    ସୂଚନାଯୋଗ୍ୟ, ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ଦେଶର ପ୍ରାୟ ଏକ ହଜାର ସ୍ଥାନରୁ ଜଳ ଅର୍ପଣ କରାଯାଇଥିଲା। ସେହି ସମୟରେ 155 ଦେଶର ନଦୀରୁ ଜଳ ଆଣିବାର ସଂକଳ୍ପ ନିଆଯାଇଥିଲା।

  • ଅଜବ ହେୟାର ଷ୍ଟାଇଲ୍, ଗଜବ ରେକର୍ଡ

    ଅଜବ ହେୟାର ଷ୍ଟାଇଲ୍, ଗଜବ ରେକର୍ଡ

    ନିଜର ଆକର୍ଷଣୀୟ,ଦୀର୍ଘ କେଶ ପାଇଁ ୱାର୍ଲ୍ଡ ରେକର୍ଡ କଲେ 47 ବର୍ଷୀୟ ମହିଳା। ଲୁଇସିଆନାର ଆଭିନ ଡୁଗାସ ବିରାଟ,ଆକର୍ଷଣୀୟ ହେୟାର ଷ୍ଟାଇଲ ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡ ନିଜ ନାମରେ କରିନେଇଛନ୍ତି । ତାଙ୍ର ମୁଣ୍ଡରେ 9.84 ଇଞ୍ଚ ଉଚ୍ଚ, 10.4 ଇଞ୍ଚ ଚଉଡ଼ା ଓ 5.41 ଫୁଟ ଡାଇମିଟର ଚୁଟି ରହିଛି ଯାହାକୁ ନେଇ ପୁଣି ଥରେ ଆଭିନ ଡୁଗାସ ଗିନିଜ୍ ୱାର୍ଲ୍ଡ ରେକର୍ଡ ବ୍ରେକ୍ କରିଛନ୍ତି ।

    ରେକର୍ଡ ଅନୁଯାୟୀ,ଆଭିନ ଡୁଗାସ ନିଜ ନାମରେ ଦ୍ୱିତୀୟ ଥର ପାଇଁ ଏହି ରେକର୍ଡ କରିଛନ୍ତି । 2010ରେ ଆଭିନ ପ୍ରଥମ ଥର ୱାର୍ଲ୍ଡ ରେକର୍ଡ ହାତେଇଥିଲେ । ସେତେବେଳେ ତାଙ୍କ ମୁଣ୍ଡର ଚୁଟି ଷ୍ଟାଇଲ 4.4 ଇଞ୍ଚ ଥିଲା । ବର୍ତ୍ତମାନର ରେକର୍ଡ ହାସଲ କରିବାକୁ ଆଭିନାଙ୍କି 24 ବର୍ଷ ଧରି ଚୁଟି ବଢ଼ାଇବାକୁ ହୋଇଥିଲା। ତେବେ ତାଙ୍କୁ ବିଶ୍ୱ ରେକର୍ଡ କରିବାରେ ସହାୟକ ହୋଇଥିବା ଏହି ହେୟାର ଷ୍ଟାଇଲ ସମ୍ପର୍କରେ ଆଭିନା କହିଛନ୍ତି କି,ସେ କେବେ ମଧ୍ୟ ଏପରି ଘନ କିଞ୍ଚ ଚୁଟି ବଢାଇବାକୁ ଚାହିଁନଥିଲେ, ହେଲେ ଚୁଟିକୁ ପ୍ରାକୃତିକ ଉପାୟରେ ବଢ଼ିବାକୁ ଦେଇଥିଲେ ।

    ସେ ଆହୁରି କହିଛନ୍ତି କି,କାରଣ ଚୁଟିକୁ ସିଧା କରିବାକୁ ବ୍ୟବହାର କରାଯାଉଥିବା ରାସାୟନ ସାମଗ୍ରୀ ବ୍ୟବହାର କରି କରି ମୁଁ ଥକି ଯାଇଥିଲି। ତେଣୁ ତାକୁ ବ୍ୟବହାର କରିବା ଛାଡ଼ି ଦେଇଥିଲି । ସେହିସବୁ କେମିକାଲ ବ୍ୟବହାରରୁ ବର୍ତ୍ତମାନ କର୍କଟ ହେଉଛି ତଥା ତାକୁ ନେଇ ନ୍ୟାୟିକ ପ୍ରକ୍ରିୟା ଚାଲିଛି। ମୁଁ ଖୁସି କି ତାକୁ ବ୍ୟବହାର କରିବା ଏକ ବର୍ଷ ପୂର୍ବରୁ ଛାଡ଼ି ଦେଇଛି ।

    ତେବେ ମୁଁ ଗରମ ତେଲ ଟ୍ରିଟମେଣ୍ଟ ବା ଚୁଟି ସାମ୍ପୁ କରିବା ପୂର୍ବରୁ ଲହୁଣି ଲଗାଇଥାଏ ଯାହା କଣ୍ଡିଶନର ଭାବେ କାମ କରେ। ପ୍ରତି ସାତ ଦିନରେ ଏପରି କରିଥାଏ ବୋଲି କହିଛନ୍ତି ଆଭିନ । ଏଥିସହ,ମୋ କେଶର ଶେଷ ଭାଗର ପରିଚାଳନା କରିବାବେଳେ ମୁଁ ଅଧିକ ଯତ୍ନବାନ ଥାଏ। କାରଣ ସେଗୁଡ଼ିକ ସବୁଠାରୁ ସୂକ୍ଷ୍ମ ଏବଂ ପୁରାତନ ଅଂଶ । ମୁଁ ଷ୍ଟାଇଲ କରିବାକୁ ଚେଷ୍ଟା କରେ ଯାହା ଏହାକୁ ଲୁଚାଇଥାଏ।

    ତେବେ ଆଭିନଙ୍କ ହେୟାର ଡ୍ରେସର ଯିଏ ତାଙ୍କ ଆଫ୍ରୋ ଦ୍ୱାରା ସର୍ବଦା ଆଶ୍ଚର୍ଯ୍ୟ ହୋଇଥାନ୍ତି। କାରଣ ଆଭିନ ନିଜ କେଶର ସବୁ ଯତ୍ନ ନିଅନ୍ତି,ହେୟାର ଡ୍ରେସର କେବଳ କେଶ କାଟିବା କାମ କରିଥାନ୍ତି ।

  • ଡରାଉଛି କୋରୋନା, ଦିନକରେ ଗଲା ୧୩ ଜୀବନ

    ଡରାଉଛି କୋରୋନା, ଦିନକରେ ଗଲା ୧୩ ଜୀବନ

    ଦେଶରେ କୋରୋନା ଉପରମୁହାଁ ହୋଇ ରହିଛି । ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ୬୦୫୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

    ଗତ କିଛି ଦିନର ବିରାମ ପରେ ପୁଣି ଥରେ ଦେଶକୁ କୋରୋନା ଚିନ୍ତା ବଢ଼ିଛି । ଦିନକରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ରାଜସ୍ଥାନରେ ୨ ଜଣ, ଦିଲ୍ଲୀରେ ଜଣେ ପ୍ରାଣ ହରାଇଛନ୍ତି । ସେହିପରି, କର୍ଣ୍ଣାଟକରେ ୨, ମହାରାଷ୍ଟ୍ରରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପଞ୍ଜାବ, ହରିୟାଣା, ଜମ୍ମୁକାଶ୍ମୀର, ହିମାଚଳପ୍ରଦେଶ,ଗୁଜରାଟରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୨୮,୩୦୩ ରହିଛି ।

    ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କୋରୋନା ସମୀକ୍ଷା କରିବେ । ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭର୍ଚ୍ୟୁଆଲରେ ବୈଠକ କରିବେ । ଦେଶରେ ପୁଣି କୋରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ ଏହାର ମୁକାବିଲା ପାଇଁ ଆଲୋଚନା କରିବେ ସ୍ୱାସ୍ଥ୍ୟମନ୍ତ୍ରୀ ।

  • ପାଇଲଟଙ୍କ ସିଟ୍ ତଳେ ବିଷଧର ସାପ…

    ପାଇଲଟଙ୍କ ସିଟ୍ ତଳେ ବିଷଧର ସାପ…

    ବିମାନ ଆକାଶ ମାର୍ଗରେ ଥିବା ବେଳେ ଯଦି ପାଇଲଟଙ୍କ ଆଗରେ ବିଷଧର ସାପ ବାହାରେ! ନିଶ୍ଚିତ ଭୟରେ ପାଇଲଟ ମୁର୍ଚ୍ଛା ଯିବେ କି ବିମାନରୁ ଡିଆଁ ମାରିବେ? କିନ୍ତୁ ଏମିତି କିଛି କରିନଥିଲେ ପାଇଲଟ । ବରଂ ଧୈର୍ଯ୍ୟର ସହ ବିମାନକୁ ଜରୁରୀକାଳୀନ ଅବତରଣ କରିଥିଲେ। ଦକ୍ଷିଣ ଆଫ୍ରିକାର ପାଇଲଟ୍ ରଡୋଲ୍ଫ ଏରାସ୍ମସଙ୍କ ପାଇଁ ବଞ୍ଚିଗଲା 5 ଜୀବନ ।
    ସାଧାରଣତଃ ଏରାସ୍ମସ ବିମାନ ଯାତ୍ରା କାଳରେ ଏକ ପାଣି ବୋତଲ ନିଜ ସହ ନେଇଥାନ୍ତି। ସେହି ବୋତଲକୁ ସେ ନିଜ ଗୋଡ ଓ ବିମାନ କାନ୍ଥ ମଝିରେ ରଖିଥାନ୍ତି। ଏରାସ୍ମସ ସୋମବାର ସକାଳୁ 4 ଜଣ ଯାତ୍ରୀଙ୍କୁ ଏକ ଛୋଟ ଏୟାର କ୍ରାପ୍ଟ ଯୋଗେ ୱର୍ସେଷ୍ଟରରୁ ନେଲ୍ସପ୍ରୁଟ ଉଡ଼ାଣ ଭରିଥିଲେ। ବିମାନ ମଝି ଆକାଶରେ,ହଠାତ୍ ଏରାସ୍ମସଙ୍କୁ କିଛି ଗୋଟିଏ ଶୀତଳ ଅନୁଭୂତି ହୋଇଥିଲା। ସେ ଭାବିଲେ ତାଙ୍କ ପାଣି ବୋତଲରୁ ପାଣି ଝରୁଛି। ତେଣୁ ବୋତଲ ଉଠାଇବାକୁ ଯେତେବେଳେ ବାମ ପାଖକୁ ଦେଖନ୍ତି, ଆଖିରେ ପଡିଥିଲା ଏକ ନାଗ। ପାଇଲଟଙ୍କ ସିଟ ତଳେ ସାପ ମୁଣ୍ଡ ବାହାର କରିଛି।
    ସାପକୁ ଦେଖି ପାଇଲଟ କିଛି ସମୟ ସ୍ତବ୍ଧ ରହିଯାଇଥିଲେ। କଣ କରିବେ କିଛି ବୁଝିପାରିନଥିଲେ ଏରାସ୍ମସ। ବିମାନରେ ସାପ ଅଛି, ଏକଥା ଯାତ୍ରୀଙ୍କୁ କହିବାକୁ ଟାହିଁ ନଥିଲେ। ସେ ଯାତ୍ରୀଙ୍କୁ ଅଯଥାରେ ଭୟଭୀତ କରିବାକୁ ଚାହିଁ ନ ଥିଲେ। ସେ ସହଜ ସୁଲଭ ସ୍ୱରରେ ଯାତ୍ରୀଙ୍କୁ ସୂଚିତ କରିଥିଲେ କି, ବିମାନରେ ଏକ ସାପ ଅଛି, ଯାହା ତାଙ୍କ ସିଟ ତଳେ ରହିଛି। ତେଣୁ ତାଙ୍କୁ ବିମାନର ଜରୁରୀ ଅବତରଣ କରିବାକୁ ହେବ।
    ସେହି ସମୟରେ ବିମାନ ୱେଲକମ ବିମାନ ବନ୍ଦରର ନିକଟତର ଥିଲା, ତେଣୁ ଏରାସ୍ମସ ବିମାନକୁ ସେଠାରେ ଜରୁରୀ ଅବତରଣ ପାଇଁ ଜୋହନ୍ସବର୍ଗ ବିମାନ ନିୟନ୍ତ୍ରକଙ୍କୁ ଜଣାଇଥିଲେ। ବିମାନରେ ଥିବା ଯାତ୍ରୀମାନେ ବିମାନରୁ ଯିବା ପରେ ଏରାସ୍ମସ ସିଟରୁ ଓହ୍ଲାଇଥିଲେ ଓ ନିଜ ସିଟ ଓଲଟାନ୍ତି ତ ଏକ ବିରାଟ ନାଗ ଗୁଡାଇ ହୋଇ ରହିଛି।
    ସାପ ଉଦ୍ଧାରକାରୀ ଟିମ ପହଞ୍ଚି ବହୁ ଖୋଜାଖୋଜି କରିଲେ ହେଲେ ସାପ ମିଳିଲା ନାହିଁ। ବିମାନର ଇଞ୍ଜିନିୟର ମଧ୍ୟ ଯନ୍ତ୍ରାଂଶ ଖୋଲି ଦେଖିଲେ, କିନ୍ତୁ କିଛି ଫଳ ମିଳି ନଥିଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା ।

  • ସଂସଦ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ

    ସଂସଦ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ

    PARLIAMENT ADJOURNED

    ପାର୍ଲିଆମେଣ୍ଟର ବଜେଟ ଅଧିବେଶନ ଗୁରୁବାର ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ଘୋଷଣା ହୋଇଛି । ଉଭୟ ଲୋକସଭା ଓ ରାଜ୍ୟସଭାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ଜାରି ହଙ୍ଗାମା ଭିତରେ ସ୍ୱାଭାବିକ ହୋଇପାରି ନଥିଲା ସଂସଦ । ବିରୋଧୀ ଆଦାନୀ ପ୍ରସଙ୍ଗରେ ସରକାରକୁ ଘେରିଥିବା ବେଳେ ଶାସକ ଦଳ ରାହୁଲ ଗାନ୍ଧିଙ୍କ ୟୁକେ ପ୍ରସଙ୍ଗକୁ ନେଇ ତମ୍ବିତୁଫାନ କରିଥିଲା । ଗୁରୁବାର ଆରମ୍ଭରୁ ମଧ୍ୟ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ସଂସଦକୁ କଳା ପୋଷାକ ପିନ୍ଧି ଆସିବା ସହ ଜେପିସି ତଦନ୍ତ ଦାବିରେ ଅଡି ବସିଥିଲେ। ବିରୋଧୀଙ୍କ ହୋହଲ୍ଲା ଭିତରେ ଚାଲି ପାରିନଥିଲା ଗୃହ । ଏହାକୁ ନେଇ ଲୋକସଭା ବାଚସ୍ପତି ଅସନ୍ତୋଷ ବ୍ୟକ୍ତ କରିଥିଲେ ।

    ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା କହିଥିଲେ କି,ଲୋକସଭାର 11ତମ ଅଧିବେଶନ 31 ଜାନୁଆରୀରେ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା । ଏହି ଅଧିବେଶନରେ ପ୍ରାୟ 45 ଘଣ୍ଟା 55 ମିନିଟ୍ କାମ ହୋଇଥିଲା ଯେଉଁଥିରେ 14 ଘଣ୍ଟା 45 ମିନିଟ୍ ଚର୍ଚ୍ଚା ହୋଇଥିଲା । ଅଧିବେଶନରେ 29 ତାରକା ପ୍ରଶ୍ନର ଉତ୍ତର ଦିଆଯାଇଥିବା ବେଳେ 133 ଲୋକ ମହତ୍ୱପୂର୍ଣ୍ଣ ମୁଦ୍ଦା ଉଠାଯାଇଥିଲା । ..

    ସେହିପରି, ରାଜ୍ୟସଭାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା ରହିଥିଲା । ତେଣୁ ଗୁରୁବାର 2ଟାରେ ଗୃହକୁ ସ୍ଥଗିତ ଘୋଷଣା କରାଗଲା । ଏହାପରେ ମଧ୍ୟ ଗୃହ ଚାଲିପାରି ନ ଥିଲା । ତେଣୁ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ସ୍ଥଗିତ ଘୋଷଣା କଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ।

  • ଦିଲ୍ଲୀ ହାଇକୋର୍ଟରୁ ସତ୍ୟେନ୍ଦ୍ର ଜୈନ ନିରାଶ

    ଦିଲ୍ଲୀ ହାଇକୋର୍ଟରୁ ସତ୍ୟେନ୍ଦ୍ର ଜୈନ ନିରାଶ

    SATYENDARA JAIN

    ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା । ସତ୍ୟେନ୍ଦ୍ରଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି କୋର୍ଟ । ଜଷ୍ଟିସ ଦିନେଶ କୁମାରଙ୍କ କୋର୍ଟରେ ଜାମିନ ଆବେଦନ କରାଯାଇଥିଲା। କୋର୍ଟରେ ଇଡି ସତ୍ୟେନ୍ଦ୍ରଙ୍କ ଜାମିନକୁ ବିରୋଧ କରିଥିଲା । ଇଡି କୋର୍ଟଙ୍କୁ ଜଣାଇଥିଲା କି, ଜୈନଙ୍କୁ ଜାମିନ ଦିଆଗଲେ ସାକ୍ଷୀଙ୍କ ଜୀବନ ପ୍ରତି ବିପଦ ହୋଇପାରେ ଓ ଯାଞ୍ଚ ପ୍ରକ୍ରିୟା ମଧ୍ଯ ପ୍ରଭାବିତ ହୋଇପାରେ ।

    ପୂର୍ବରୁ ସୁପ୍ରିମକୋର୍ଟ ଯାଇଥିଲେ, କିନ୍ତୁ ସେଠାରୁ ମଧ୍ୟ ତାଙ୍କୁ ନିରାଶ ହେବାକୁପଡ଼ିଥିଲା । ସର୍ବୋଚ୍ଚ କୋର୍ଟରେ ସେ ମାମଲାର ତ୍ୱରିତ ଶୁଣାଣି ପାଇଁ ଅପିଲ କରିଥିଲେ। ସେତେବେଳେ ଇଡି ପକ୍ଷରୁ ସଲିସେଟର ଜେନେରାଲ ତୁଷାର ମେହେଟ୍ଟା ଏହାକୁ ବିରୋଧ କରିଥିଲେ । ସୁପ୍ରିମକୋର୍ଟ କହିଥିଲେ କି, କୋର୍ଟରେ ଜାମିନ ଆବେଦନ ଅଧିକ ସଂଖ୍ୟାରେ ରହିଛି । ଏମିତି ଅଳ୍ପ କିଛି ମାମଲା ଥିବ ଯାହାର ଶୁଣାଣି ପୂରା ହେଉଥିବ । ଫଳରେ ଜୈନଙ୍କୁ ଯାଚିକା ଫେରାଇ ନେବାକୁ ହୋଇଥିଲା । ତେବେ ସେ କୋର୍ଟରେ ଆବେଦନ କରିଥିଲେ କି ତାଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟରେ ତୁରନ୍ତ ଶୁଣାଣି କରାଯାଉ ।
    ସୂଚନାଯୋଗ୍ୟ, ମନି ଲଣ୍ଡରିଂ ମାମଲାରେ ଇଡି, ଜୈନଙ୍କୁ ଗତ ମେ 30ରେ ଗିରଫ କରିଥିଲା । ବର୍ତ୍ତମାନ ସେ ତିହାର ଜେଲରେ ଅଛନ୍ତି। ଏହାବ୍ୟତୀତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୈନଙ୍କ ସହ ତାଙ୍କ ପତ୍ନୀ ପୁନମଙ୍କ ବିରୋଧରେ ମାମଲା ଦାୟର କରାଯାଇଛି।

  • ରେପୋ ରେଟ୍ ଅପରିବର୍ତ୍ତିତ,ଗ୍ରାହକଙ୍କୁ ଖୁସିକଲା RBI

    ରେପୋ ରେଟ୍ ଅପରିବର୍ତ୍ତିତ,ଗ୍ରାହକଙ୍କୁ ଖୁସିକଲା RBI

    REPO RATE UNCHANGED : RBI

    ଭାରତୀୟ ରିଜର୍ଭ ବ୍ୟାଙ୍କ ବା RBI ପକ୍ଷରୁ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା ହୋଇଛି । ଲୋକଙ୍କ ବଡ଼ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଲୋକଙ୍କ ପାଇଁ ଏକ ଖୁସି ଖବର ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।

    RBI ପକ୍ଷରୁ ରେପୋ ରେଟ୍ ଅପରିବର୍ତ୍ତିତ ରଖାଯାଇଛି । ପୂର୍ବଭଳି ରେପୋ ରେଟରେ କୌଣସି ପରିବର୍ତ୍ତନ ନ ହୋଇ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ପୂର୍ବରୁ ୬ ଥର ବଢ଼ିଥିଲା ସୁଧହାର । ମୁଦ୍ରାନୀତି ନେଇ ଚଳିତମାସ ୩ ଏବଂ ୫ ତାରିଖରେ ବୈଠକ ହୋଇଥିବା ବେଳେ ଗତ ଫେବୃଆରୀରେ ରେପୋ ରେଟ୍ ବଢ଼ି ୬.୫ % ହୋଇଥିଲା।

    ତେବେ, ଚଳିତଥର ରେପୋ ରେଟ୍ ବଢ଼ି ନଥିବାରୁ ଇଏମଆଇ ବଢ଼ିବନି ବୋଲି କହିଛନ୍ତି RBI ଗଭର୍ଣ୍ଣର । ରେପୋ ରେଟ୍ ୨୫ ବେସିସ ପଏଣ୍ଟ ବୃଦ୍ଧି ହେବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ହେଲେ RBI ଏଥିରେ କୌଣସି ପରିବର୍ତ୍ତିନ କରିନାହିଁ । ଦେଶର ଅର୍ଥ ବ୍ୟବସ୍ଥାକୁ ବଜାଇ ରଖିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ହୋଇଥିବା ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି ।

    RBI ପକ୍ଷରୁ ନିଆଯାଇଥିବା ଏଭଳି ନିଷ୍ପତ୍ତି ଯୋଗୁଁ ଗ୍ରାହକ ଏବେ ଫାଇଦାରେ ରହିବେ । କାରଣ ରେପୋ ରେଟ୍ ବୃଦ୍ଧି ହୋଇନଥିବାରୁ ଗ୍ରାହକଙ୍କୁ ଇଏମଆଇ କ୍ଷେତ୍ରରେ ଫାଇଦା ମିଳିବ ।

  • ପ୍ରେମିକର ଉନ୍ମତ୍ତକାଣ୍ଡ,ଉପହାର ଆଳରେ ଭିଆଇଲା ବିସ୍ଫୋରଣ

    ପ୍ରେମିକର ଉନ୍ମତ୍ତକାଣ୍ଡ,ଉପହାର ଆଳରେ ଭିଆଇଲା ବିସ୍ଫୋରଣ

    BLAST

    ଛତିଶଗଡ଼ରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ପୁନରାବୃତ୍ତି। ପ୍ରେମରେ ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ। ପ୍ରେମକୁ ପାଇ ନ ପାରିବାରୁ ଉପହାର ଆଳରେ ବୋମା ବିସ୍ଫୋରଣ କରାଇ ପ୍ରେମିକା ମଥାରୁ ଲିଭାଇଦେଲା ସିନ୍ଦୁର। ବୋମା ବିସ୍ଫୋରଣରେ ପ୍ରେମିକାର ସ୍ୱାମୀ ଓ ଦିଅରଙ୍କ ମୃତ୍ୟୁ ହୋଇଥିବା ବେଳେ 7 ଜଣ ଆହତ ହୋଇଛନ୍ତି। ଏହି ଘଟଣା ଛତିଶଗଡ଼ କବିରଧାମ ଜିଲ୍ଲା ରେଙ୍ଗାର ଗ୍ରାମରେ ଖେଳାଇଦେଇଛି ଶୋକ। ପୋଲିସ ଅଭିଯୁକ୍ତ ଯୁବକକୁ ଗରଫ କରି ତଦନ୍ତ ଚଳାଇଛି ।

    ସୂଚନା ଅନୁଯାୟୀ,33 ବର୍ଷୀୟ ମରକାମଙ୍କର ସମ୍ପୃକ୍ତ ଯୁବତୀଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ମରକାମ ପୂର୍ବରୁ ବିବାହିତ ଥିବା ସହ ତାଙ୍କର 2ଟି ସନ୍ତାନ ଅଛନ୍ତି। ତଥାପି ମରକାମ ଯୁବତୀଙ୍କୁ ବିବାହ କରିବାକୁ ଚାହିଁଥିଲେ, ଯାହାକୁ ଯୁବତୀଙ୍କ ପରିବାର ମନା କରି ଦେଇଥିଲେ। ଏଥିସହ ଯୁବତୀଙ୍କ ବିବାହ ହେମେନ୍ଦ୍ର ନାମକ ଯୁବକଙ୍କ ସହ କରାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପ୍ରତିଶୋଧ ପରାୟଣ ହୋଇଉଠିଥିଲା ମରକାମ। ଯୁବତୀଙ୍କୁ ଉପହାର ଦେବା ବାହାନାରେ ଏକ ହୋମ ଥିଏଟର ଭିତରେ 2 କେଜି ଓଜନର ବିସ୍ଫୋରକ ସାମଗ୍ରୀ ଖଞ୍ଜିଥିଲା। ମାର୍ଚ୍ଚ 31ରେ ପ୍ରେମିକାର ବିବାହ ଉତ୍ସବରେ ଉପହାର ଦେଇ ଆସିଥିଲା। ହେଲେ ଉପହାର ଉପରେ ନିଜ ନାମ ଲେଖିନଥିଲା।

    HOME THEATRE

    ବିବାହର 3 ଦିନ ପରେ ଉପହାର ଖୋଲୁଥିଲେ ହେମେନ୍ଦ୍ର ଓ ତାଙ୍କ ପରିବାର ଲୋକେ। ମରକାମଙ୍କ ଉପହାର ଖୋଲିବା ମାତ୍ରେ ଏହା ବିରାଟ ଶବ୍ଦ କରି ଫାଟିଥିଲା। ଏଥିରେ ହେମେନ୍ଦ୍ର ଓ ତାଙ୍କ ଭାଇଙ୍କର ମୃତ୍ୟୁ ହେବା ସହ 7 ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ଅଛି। ଏହି ଘଟଣାରେ ପୋଲିସ ମରକାମକୁ ମଧ୍ୟପ୍ରଦେଶରୁ ମଙ୍ଗଳବାର ଗିରଫ କରିଛି।

    ସୂଚନାଯୋଗ୍ୟ, 2018 ମସିହାରେ ସମାନ ଢଙ୍ଗରେ ପାଟଣାଗଡ଼ରେ ବିସ୍ଫୋରଣ ହୋଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲଙ୍କ ପାଖରେ ପହଞ୍ଚିପାରିଥିଲା।

  • ଶିଳ୍ପପତିଙ୍କୁ ନବୀନଙ୍କ ଆହ୍ୱାନ…ଓଡ଼ିଶାରେ ନିବେଶ କରିବାକୁ ନିମନ୍ତ୍ରଣ

    ଶିଳ୍ପପତିଙ୍କୁ ନବୀନଙ୍କ ଆହ୍ୱାନ…ଓଡ଼ିଶାରେ ନିବେଶ କରିବାକୁ ନିମନ୍ତ୍ରଣ

    ODISHA BUSINESS MEET

    ଟୋକିଓ ଓକୁରାରେ ଆୟୋଜିତ’ଓଡ଼ିଶା ବିଜିନେସ୍ ମିଟ୍’କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଜାପାନ ସମେତ ୨ ଶହରୁ ଅଧିକ ଶିଳ୍ପପତି ଓ ନିବେଶକ ଯୋଗ ଦେଇଥିଲେ । ସେମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁଞ୍ଜି ନିବେଶ ପାଇଁ ରାଜ୍ୟରେ ଉତ୍ତମ ପରିବେଶ ଥିବା କଥା ବୁଝାଇଛନ୍ତି । ଏଥିସହ ପୁଞ୍ଜି ନିବେଶ କରିବାକୁ ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରିଛନ୍ତି ନବୀନ । ଏବେ ରାଜ୍ୟରେ ସର୍ବବୃହତ ଅତ୍ୟାଧୁନିକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ୩୦ ନିୟୁତ ଟନର ମେଗା ଗ୍ରୀନ୍ ଫିଲ୍ଡ ଗଢ଼ିବ ଜାପାନର ନିପନ ଷ୍ଟିଲ୍ କମ୍ପାନୀ । ପ୍ରସ୍ତାବିତ ପ୍ରକଳ୍ପରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ନିବେଶ ହେବ ବୋଲି ଟାର୍ଗେଟ୍ ରହିଛି ।

    ସେପଟେ, ଜାପାନରେ ପ୍ରବାସୀ ଓଡି଼ଆଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଆ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ, ଶିଳ୍ପ ମନ୍ତ୍ରୀ,5T ସଚିବ ଭି.କେ ପାଣ୍ଡିଆନ୍, କ୍ରୀଡା ଓ ଯୁବ ବ୍ୟାପାର ସଚିବ, ଇପିକଲର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଜାପାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆସନ୍ତାକାଲି ଅର୍ଥାତ ଗୁରୁବାର ନିପନ ଷ୍ଟିଲ କର୍ପୋରେସନର କିମିସୁ ଷ୍ଟିଲ ୱାର୍କସ୍ ସେଣ୍ଟର ପରିଦର୍ଶନ କରିବେ ରାଜ୍ୟର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ।