ଡରାଉଛି କୋରୋନା, ଦିନକରେ ଗଲା ୧୩ ଜୀବନ

ଦେଶରେ କୋରୋନା ଉପରମୁହାଁ ହୋଇ ରହିଛି । ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ୬୦୫୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଗତ କିଛି ଦିନର ବିରାମ ପରେ ପୁଣି ଥରେ ଦେଶକୁ କୋରୋନା ଚିନ୍ତା ବଢ଼ିଛି । ଦିନକରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ରାଜସ୍ଥାନରେ ୨ ଜଣ, ଦିଲ୍ଲୀରେ ଜଣେ ପ୍ରାଣ ହରାଇଛନ୍ତି । ସେହିପରି, କର୍ଣ୍ଣାଟକରେ ୨, ମହାରାଷ୍ଟ୍ରରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପଞ୍ଜାବ, ହରିୟାଣା, ଜମ୍ମୁକାଶ୍ମୀର, ହିମାଚଳପ୍ରଦେଶ,ଗୁଜରାଟରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୨୮,୩୦୩ ରହିଛି ।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କୋରୋନା ସମୀକ୍ଷା କରିବେ । ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭର୍ଚ୍ୟୁଆଲରେ ବୈଠକ କରିବେ । ଦେଶରେ ପୁଣି କୋରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ ଏହାର ମୁକାବିଲା ପାଇଁ ଆଲୋଚନା କରିବେ ସ୍ୱାସ୍ଥ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *