ଅଜବ ହେୟାର ଷ୍ଟାଇଲ୍, ଗଜବ ରେକର୍ଡ

ନିଜର ଆକର୍ଷଣୀୟ,ଦୀର୍ଘ କେଶ ପାଇଁ ୱାର୍ଲ୍ଡ ରେକର୍ଡ କଲେ 47 ବର୍ଷୀୟ ମହିଳା। ଲୁଇସିଆନାର ଆଭିନ ଡୁଗାସ ବିରାଟ,ଆକର୍ଷଣୀୟ ହେୟାର ଷ୍ଟାଇଲ ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡ ନିଜ ନାମରେ କରିନେଇଛନ୍ତି । ତାଙ୍ର ମୁଣ୍ଡରେ 9.84 ଇଞ୍ଚ ଉଚ୍ଚ, 10.4 ଇଞ୍ଚ ଚଉଡ଼ା ଓ 5.41 ଫୁଟ ଡାଇମିଟର ଚୁଟି ରହିଛି ଯାହାକୁ ନେଇ ପୁଣି ଥରେ ଆଭିନ ଡୁଗାସ ଗିନିଜ୍ ୱାର୍ଲ୍ଡ ରେକର୍ଡ ବ୍ରେକ୍ କରିଛନ୍ତି ।

ରେକର୍ଡ ଅନୁଯାୟୀ,ଆଭିନ ଡୁଗାସ ନିଜ ନାମରେ ଦ୍ୱିତୀୟ ଥର ପାଇଁ ଏହି ରେକର୍ଡ କରିଛନ୍ତି । 2010ରେ ଆଭିନ ପ୍ରଥମ ଥର ୱାର୍ଲ୍ଡ ରେକର୍ଡ ହାତେଇଥିଲେ । ସେତେବେଳେ ତାଙ୍କ ମୁଣ୍ଡର ଚୁଟି ଷ୍ଟାଇଲ 4.4 ଇଞ୍ଚ ଥିଲା । ବର୍ତ୍ତମାନର ରେକର୍ଡ ହାସଲ କରିବାକୁ ଆଭିନାଙ୍କି 24 ବର୍ଷ ଧରି ଚୁଟି ବଢ଼ାଇବାକୁ ହୋଇଥିଲା। ତେବେ ତାଙ୍କୁ ବିଶ୍ୱ ରେକର୍ଡ କରିବାରେ ସହାୟକ ହୋଇଥିବା ଏହି ହେୟାର ଷ୍ଟାଇଲ ସମ୍ପର୍କରେ ଆଭିନା କହିଛନ୍ତି କି,ସେ କେବେ ମଧ୍ୟ ଏପରି ଘନ କିଞ୍ଚ ଚୁଟି ବଢାଇବାକୁ ଚାହିଁନଥିଲେ, ହେଲେ ଚୁଟିକୁ ପ୍ରାକୃତିକ ଉପାୟରେ ବଢ଼ିବାକୁ ଦେଇଥିଲେ ।

ସେ ଆହୁରି କହିଛନ୍ତି କି,କାରଣ ଚୁଟିକୁ ସିଧା କରିବାକୁ ବ୍ୟବହାର କରାଯାଉଥିବା ରାସାୟନ ସାମଗ୍ରୀ ବ୍ୟବହାର କରି କରି ମୁଁ ଥକି ଯାଇଥିଲି। ତେଣୁ ତାକୁ ବ୍ୟବହାର କରିବା ଛାଡ଼ି ଦେଇଥିଲି । ସେହିସବୁ କେମିକାଲ ବ୍ୟବହାରରୁ ବର୍ତ୍ତମାନ କର୍କଟ ହେଉଛି ତଥା ତାକୁ ନେଇ ନ୍ୟାୟିକ ପ୍ରକ୍ରିୟା ଚାଲିଛି। ମୁଁ ଖୁସି କି ତାକୁ ବ୍ୟବହାର କରିବା ଏକ ବର୍ଷ ପୂର୍ବରୁ ଛାଡ଼ି ଦେଇଛି ।

ତେବେ ମୁଁ ଗରମ ତେଲ ଟ୍ରିଟମେଣ୍ଟ ବା ଚୁଟି ସାମ୍ପୁ କରିବା ପୂର୍ବରୁ ଲହୁଣି ଲଗାଇଥାଏ ଯାହା କଣ୍ଡିଶନର ଭାବେ କାମ କରେ। ପ୍ରତି ସାତ ଦିନରେ ଏପରି କରିଥାଏ ବୋଲି କହିଛନ୍ତି ଆଭିନ । ଏଥିସହ,ମୋ କେଶର ଶେଷ ଭାଗର ପରିଚାଳନା କରିବାବେଳେ ମୁଁ ଅଧିକ ଯତ୍ନବାନ ଥାଏ। କାରଣ ସେଗୁଡ଼ିକ ସବୁଠାରୁ ସୂକ୍ଷ୍ମ ଏବଂ ପୁରାତନ ଅଂଶ । ମୁଁ ଷ୍ଟାଇଲ କରିବାକୁ ଚେଷ୍ଟା କରେ ଯାହା ଏହାକୁ ଲୁଚାଇଥାଏ।

ତେବେ ଆଭିନଙ୍କ ହେୟାର ଡ୍ରେସର ଯିଏ ତାଙ୍କ ଆଫ୍ରୋ ଦ୍ୱାରା ସର୍ବଦା ଆଶ୍ଚର୍ଯ୍ୟ ହୋଇଥାନ୍ତି। କାରଣ ଆଭିନ ନିଜ କେଶର ସବୁ ଯତ୍ନ ନିଅନ୍ତି,ହେୟାର ଡ୍ରେସର କେବଳ କେଶ କାଟିବା କାମ କରିଥାନ୍ତି ।

Leave a Reply

Your email address will not be published. Required fields are marked *