ଝାରସୁଗୁଡ଼ା ପାଇଁ ବିଜେଡିର ୧୨ ନେତାଙ୍କୁ ଦାୟିତ୍ୱ

ମେ’୧୦ ତାରଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟିଂ । ଆସନ ହାତେଇବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି । ପ୍ରଥମେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି ବିଜେଡି । ଏବେ ସାରଦା ପ୍ରସାଦ ନାୟକଙ୍କ ସମେତ ୩ ଜଣଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ଦଳ । ଆଜି ଝାରସୁଗୁଡ଼ାରେ ବରିଷ୍ଠ ନେତା ଏବଂ ପର୍ଯ୍ୟବେକ୍ଷକମାନଙ୍କ ବୈଠକ ହୋଇଥିଲା । ଦଳ କିପରି ବିଜୟୀ ହେବ ସେ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି ।

୧୨ ନେତାଙ୍କୁ ୪ଟି ବ୍ଲକ୍ ଏବଂ ଗୋଟିଏ ମ୍ୟୁନିସିପାଲଟି ଦାୟିତ୍ୱ ପ୍ରଦାନ କରାଯାଇଛି ।
କିରମିରା ବ୍ଲକ୍-ଅତନୁ ସବ୍ୟସାଚୀ ନାୟକ,ଟୁକୁନି ସାହୁ
କୋଲାବିରା ବ୍ଲକ୍-ନିରଞ୍ଜନ ପୂଜାରୀ,ସରୋଜ ମେହେର
ଝାରସୁଗୁଡ଼ା ବ୍ଲକ-ପଦ୍ମନାଭ ବେହେରା,ଅରୁଣା ସାହୁ
ଲାଇକେରା ବ୍ଲକ୍-ପ୍ରତାପ କେଶରୀ ଦେବ,ଦିବ୍ୟଶଙ୍କର ମିଶ୍ର
ଝାରସୁଗୁଡ଼ା ମ୍ୟୁନିସିପାଲଟି-ପ୍ରତାପ ଜେନା,ପୁଷ୍ପେନ୍ଦ୍ର ସିଂଦେଓ ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ

ନିର୍ବାଚନରେ ଭୋଟ୍ ହାତେଇବା ପାଇଁ ଏମାନେ ଅଞ୍ଚଳ ଅଞ୍ଚଳ ବୁଲିବେ । ଶାସକ ବିଜେଡିର ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବେ । ଲୋକଙ୍କର ଭାବମୂର୍ତ୍ତି ତଥା ଲୋକପ୍ରିୟତା ସମ୍ପର୍କରେ ବାର୍ତ୍ତା ଦେବେ । ‘ଶଙ୍ଖ’ ଚିହ୍ନରେ ଭୋଟ୍ ଦେବାକୁ ଲୋକଙ୍କୁ ଅନୁରୋଧ କରିବେ । ବିରୋଧୀଙ୍କ ବିଫଳତା, ସରକାରଙ୍କ ସଫଳତା ନେଇ ଆଗକୁ ବଢ଼ିବେ ନେତା ।

Leave a Reply

Your email address will not be published. Required fields are marked *