‘ଆଦିପୁରୁଷ’ର ଆଉ ଏକ ପୋଷ୍ଟର ରିଲିଜ

ADIPURUSH

ହନୁମାନ ଜୟନ୍ତୀ ଅବସରରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆଦିପୁରୁଷ’ର ଆଉ ଏକ ପୋଷ୍ଟର ରିଲିଜ ହୋଇଛି। ‘ରାମାୟଣ’ର କଥାବସ୍ତୁ ଆଧାରରେ ଏହି ଫିଲ୍ମ ନିର୍ମିତ ହୋଇଛି। ଫିଲ୍ମ ନିର୍ମାତା ଓମ ରାଉତଙ୍କ ଦ୍ୱାରା ରିଲିଜ ପୋଷ୍ଟରରେ ଅଭିନେତା ଦେବଦତ୍ତ ନାଗେଙ୍କୁ ହନୁମାନଙ୍କ ବେଶରେ ଧ୍ୟାନମଗ୍ନ ଥିବା ଦେଖିବାକୁ ମିଳିଛି।

ଆଦିପୁରୁଷ’ରେ ସାଉଥ ସୁପର ଷ୍ଟାର ପ୍ରଭାସଙ୍କ ସହିତ କ୍ରିତି ସାନନ, ସୈଫ ଅଲି ଖାନ ଏବଂ ସନ୍ନି ସିଂ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ସୈଫ ଅଲି ଖାନ ରାବଣ ଭୂମିକାରେ ଅଭିନୟ କରୁଛନ୍ତି, ଯାହା ଆଗରୁ ରିଲିଜ ହୋଇଥିବା ଟିଜରରୁ ଅନୁମାନ କରାଯାଉଛି। ସେହି ଟ୍ରିଜରକୁ ନେଇ ସୈଫଙ୍କୁ ଅନେକ ଟ୍ରୋଲ କରାଯାଇଥିଲା।
‘ଆଦିପୁରୁଷ’କୁ ନେଇ ବିବାଦ ଲାଗି ରହିଥିଲା ବେଳେ ଚଳିତ ଜୁନ୍ ୧୬ ତାରିଖରେ ଫିଲ୍ମଟି ଫ୍ଲୋରକୁ ଆସିବ। ଏହି ଫିଲ୍ମର ନିର୍ଦ୍ଦେଶନା ଓମ୍‌ ରାଉତ ଦେଇଥିବା ବେଳେ ଏହାର ପ୍ରଯୋଜନା କରିଛନ୍ତି ଟି-ସିରିଜ୍‌ ମୁଖ୍ୟ ଭୂଷଣ କୁମାର, ଓମ୍‌ ରାଉତ, କୃଷ୍ଣ କୁମାର, ପ୍ରସାଦ ସୁତାର ଓ ରାଜେଶ ନାୟର ।

Leave a Reply

Your email address will not be published. Required fields are marked *