ମୁକ୍ତମଞ୍ଚରେ ରାମାୟଣ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକରେ କଳାକାରଙ୍କ ଦ୍ୱାରା ରାମାୟଣ ପରିବେଷଣ ହୋଇଛି । ଅସୁରେଶ୍ୱର ଦଣ୍ଡ ଯାତ୍ରାରେ ପବିତ୍ର ରାମ ନବମୀ ଠାରୁ ୧୧ ଦିନ ଧରି ପରିବେଷିତ ହୋଇଛି ସମ୍ପୂର୍ଣ୍ଣ ରାମାୟଣ । ରାମ ଜନ୍ମଠାରୁ ଆରମ୍ଭ ହୋଇଥାଏ ଏହି ରାମାୟଣ । ଖଡ଼ିଛୁଆଁ,ଶିବ ବିବାହ,ସୀତା ବିବାହ,ସୀତା ହରଣ,ହନୁମାନ ଭେଟ,ବାଳିବଧ,ନାଗଫାସ ବନ୍ଧନ,ସେତୁବନ୍ଧ ପ୍ରତିଷ୍ଠା,ରାବଣ ବଧ,ଶ୍ରୀ ରାମଙ୍କ ରାଜାଭିଷେକ ପର୍ଯ୍ୟନ୍ତ ଚାଲିଥାଏ ଏହି ମୁକ୍ତ ମଞ୍ଚ ରାମାୟଣ ।

ବିଭିନ୍ନ ବସ୍ତ୍ର ପିନ୍ଧିଥାନ୍ତି କଳାକାର । ରାମାୟଣର ବିଭିନ୍ନ ଚରିତ୍ରରେ ସେମାନେ ଅଭିନୟ କରି ଦର୍ଶକଙ୍କୁ ମତୁଆଲା କରିଥାନ୍ତି । ଏହି କଳାକାରଙ୍କୁ ସୁଆଙ୍ଗି ସେବକ କୁହାଯାଏ । ସୁଆଙ୍ଗିମାନେ କେବଳ ଅଭିନୟ କରନ୍ତି । ଆଉ ସଂଳାପ, ଗୀତ ଓ ବାଦ୍ୟ ମାଧ୍ୟମରେ ବୋଲାଯାଏ ଯାହାକୁ ବଚନିକା କୁହାଯାଏ । ପବିତ୍ର ଦଣ୍ଡଯାତ୍ରାରେ ଏସବୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।

Leave a Reply

Your email address will not be published. Required fields are marked *