ରେପୋ ରେଟ୍ ଅପରିବର୍ତ୍ତିତ,ଗ୍ରାହକଙ୍କୁ ଖୁସିକଲା RBI

REPO RATE UNCHANGED : RBI

ଭାରତୀୟ ରିଜର୍ଭ ବ୍ୟାଙ୍କ ବା RBI ପକ୍ଷରୁ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା ହୋଇଛି । ଲୋକଙ୍କ ବଡ଼ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଲୋକଙ୍କ ପାଇଁ ଏକ ଖୁସି ଖବର ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।

RBI ପକ୍ଷରୁ ରେପୋ ରେଟ୍ ଅପରିବର୍ତ୍ତିତ ରଖାଯାଇଛି । ପୂର୍ବଭଳି ରେପୋ ରେଟରେ କୌଣସି ପରିବର୍ତ୍ତନ ନ ହୋଇ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ପୂର୍ବରୁ ୬ ଥର ବଢ଼ିଥିଲା ସୁଧହାର । ମୁଦ୍ରାନୀତି ନେଇ ଚଳିତମାସ ୩ ଏବଂ ୫ ତାରିଖରେ ବୈଠକ ହୋଇଥିବା ବେଳେ ଗତ ଫେବୃଆରୀରେ ରେପୋ ରେଟ୍ ବଢ଼ି ୬.୫ % ହୋଇଥିଲା।

ତେବେ, ଚଳିତଥର ରେପୋ ରେଟ୍ ବଢ଼ି ନଥିବାରୁ ଇଏମଆଇ ବଢ଼ିବନି ବୋଲି କହିଛନ୍ତି RBI ଗଭର୍ଣ୍ଣର । ରେପୋ ରେଟ୍ ୨୫ ବେସିସ ପଏଣ୍ଟ ବୃଦ୍ଧି ହେବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ହେଲେ RBI ଏଥିରେ କୌଣସି ପରିବର୍ତ୍ତିନ କରିନାହିଁ । ଦେଶର ଅର୍ଥ ବ୍ୟବସ୍ଥାକୁ ବଜାଇ ରଖିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ହୋଇଥିବା ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି ।

RBI ପକ୍ଷରୁ ନିଆଯାଇଥିବା ଏଭଳି ନିଷ୍ପତ୍ତି ଯୋଗୁଁ ଗ୍ରାହକ ଏବେ ଫାଇଦାରେ ରହିବେ । କାରଣ ରେପୋ ରେଟ୍ ବୃଦ୍ଧି ହୋଇନଥିବାରୁ ଗ୍ରାହକଙ୍କୁ ଇଏମଆଇ କ୍ଷେତ୍ରରେ ଫାଇଦା ମିଳିବ ।

Leave a Reply

Your email address will not be published. Required fields are marked *