ଡରାଉଛି କୋରୋନା…ରାଜ୍ୟ ସମେତ ଦେଶକୁ ପୁଣି କୋରୋନା ଟେନସନ୍

COVID-19

ରାଜ୍ୟ ସମେତ ସାରା ଦେଶକୁ ଏବେ କୋରୋନା ଚିନ୍ତା । ଗତ ୨୪ ଘଣ୍ଟାରେ ଦେଶରେ ୫,୩୩୫ଟି କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କୋରୋନା ସଂକ୍ରମଣରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨୫,୫୮୭କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୯୧୬କୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ରରେ କୋରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଶରେ ସଂକ୍ରମଣର ୩୮% ପାଇଁ ଭାଇରସ ଦାୟୀ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । INSACOG ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ NITI ଆୟୋଗଙ୍କ ନିକଟରେ ରିପୋର୍ଟ ଦାଖଲ ହୋଇଛି । ଏବେ ଓମିକ୍ରନ୍ ଏବଂ ଏହାର ପ୍ରକାରଗୁଡ଼ିକ ଦେଶରେ ଆରମ୍ଭ ହୋଇଥିବାରୁ ଦକ୍ଷିଣ, ଉତ୍ତର ଏବଂ ପଶ୍ଚିମାଂଶରେ ସଂକ୍ରମଣ ହାରରେ ବ୍ୟାପକ ବୃଦ୍ଧି ଘଟିଛି । ଦେଶର ଅନେକ ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଥିବା INSACOG ପକ୍ଷରୁ କୁହାଯାଇଛି । ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହୋଇନଥିବା ବେଳେ ଅଧିକାଂଶ ସ୍ଥାନରେ ଲୋକଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି । ସମସ୍ତଙ୍କୁ ହୋମ୍ ଆଇସୋଲେସନ ରହିବାକୁ ପରାମର୍ଶ ଦିଆଯାଉଛି ।

ସେପଟେ ରାଜ୍ୟରେ ୨୪ ଘଣ୍ଟାରେ ୯୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୩୫୯କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୨୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave a Reply

Your email address will not be published. Required fields are marked *