କୋରୋନାର ସାଇଡ୍ ଇଫେକ୍ଟ

ଲୋକେ କୋରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିଛନ୍ତି ଏହା କହି ହେବନି। ହେଲେ ଏହି ମହାମାରୀ ପାଇଁ ଭାରତୀୟଙ୍କ ମଧ୍ୟରେ କେତେକ ଭୟଙ୍କର ରୋଗ ଦେଖିବାକୁ ମିଳୁଛି। ଦିଲ୍ଲୀର ଫର୍ଟିସ ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି କି, ମହାମାରୀ ପରେ ରକ୍ତଚାପ, ହୃଦରୋଗ, ଡାଇବେଟିସ ପରି ଖରାପ ଜୀବନ ଶୈଳୀ ସହ ଜଡ଼ିତ ରୋଗ ଦ୍ରୁତ ବୃଦ୍ଧି ଘଟିଛି । କୋରୋନା ପରେ ଦେଖାଦେଉଥିବା ଅନ୍ୟ ରୋଗ ବିଶେଷଜ୍ଞଙ୍କ ମୁଣ୍ଡ ବିନ୍ଧାର କାରଣ ହେଲାଣି।

ଏକ ଗବେଷଣାରୁ ବାହାରିଛି କି,ସମ୍ପ୍ରତି ଲୋକଙ୍କ ଭିତରେ ଅନେକ ରୋଗ ବାହାରିଛି । କୋରୋନା ପାଇଁ ବହୁ ଲୋକ ଚିନ୍ତା, ଅବସାଦ, ସ୍ମରଣ ଶକ୍ତି ସମସ୍ୟାର ଶିକାର ହେଉଛନ୍ତି । ମହାମାରୀରେ ଆତ୍ମୀୟ ସ୍ୱଜନଙ୍କୁ ହରାଇବା,ସମସ୍ତଙ୍କ ଠାରୁ ଅଲଗା ରହିବା, ଆର୍ଥିକ ଦୁରାବସ୍ଥା ମୁଖ୍ୟତଃ ଏସବୁର କାରଣ ହୋଇଛି। କୋଭିଡ-19 କିଛି ପ୍ରୋଟିନକୁ ପ୍ରଭାବିତ କରିବା କାରଣରୁ ଅନେକ ପ୍ରକାରର କର୍କଟ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ଶ୍ୱାସ ସମ୍ବନ୍ଧିତ, ଶ୍ୱାସକ୍ରିୟାରେ ସମସ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଆସ୍ଥମା,କ୍ରନିକ ଆସ୍ୱଟ୍ରକ୍ଟିଭ ପଲ୍ମୋନାରପ ଡିଜିଜ ଭୟ ସୃଷ୍ଟି ହୋଇଛି ।

ତେବେ ଏହି ସବୁ ରୋଗରୁ ମୁକ୍ତି ପାଇବାକୁ ହେଲେ ଆମକୁ କେତେକ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ। ସେସବୁ ମଧ୍ୟରେ ରହିଛି ଖାଦ୍ୟ ପାନୀୟ ଓ ଜୀବନଚର୍ଯ୍ୟା। ପୁଷ୍ଟିକର ଖାଦ୍ୟ ସହ ନିୟମିତ ବ୍ୟାୟାମ କରିବାକୁ ହେବ । ସେହିପରି ଧୂମପାନ,ମାଦକ ଦ୍ରବ୍ୟଠାରୁ ଦୂରେଇ ରହିବାକୁ ହେବ ।

Your email address will not be published. Required fields are marked *