Category: ଦେଶ-ବିଦେଶ

  • ଗ୍ୟାଙ୍ଗଷ୍ଟର ଭାଇଙ୍କ ହତ୍ୟା ମାମଲା, ସୁପ୍ରିମ କୋର୍ଟରେ ଯାଚିକା

    ଗ୍ୟାଙ୍ଗଷ୍ଟର ଭାଇଙ୍କ ହତ୍ୟା ମାମଲା, ସୁପ୍ରିମ କୋର୍ଟରେ ଯାଚିକା

     ଆତିକ ଅହମଦ ଓ ଅସରଫ ହତ୍ୟା ମାମଲାରେ ଆଉ ଏକ ଯାଚିକା ସୁପ୍ରିମ କୋର୍ଟରେ ଦାୟର ହୋଇଛି। ଏହାକୁ ପୂର୍ବତନ ଆଇପିଏସ ଅଫିସର ଅମିତାଭ ଠାକୁର ଦାୟର କରିଛନ୍ତି। ମାମଲାର ତଦନ୍ତ ସୁପ୍ରିମ କୋର୍ଟ ବା ହାଇକୋର୍ଟଙ୍କ ତତ୍ୱାବଧାନରେ କରିବାକୁ ଠାକୁର ଦାବି କରିଛନ୍ତି। ଠାକୁର ନି଼ଜ ଯାଚିକାରେ କହିଛନ୍ତି କି, ଅବଶ୍ୟ ଆତିକ ଓ ତାର ଭାଇ ଅପରାଧିକ ମାମଲାରେ ଲିପ୍ତ ଥିଲେ, କିନ୍ତୁ ଯେଉଁ ଭାବରେ ସେମାନଙ୍କ ହତ୍ୟା କରାଯାଇଛି, ସେଥିରେ ରାଜ୍ୟର ହାତ ଥିବା ସମ୍ଭାବନା ଦେଖିବାକୁ ମିଳୁଛି।

    ଯାଚିକାରେ କୁହାଯାଇଛି କି, ହତ୍ୟାର ପୃଷ୍ଠଭୂମିରୁ ଏଥିରେ ରାଜ୍ୟର ଅର୍ଥ ଲାଗିଥିବା ସମ୍ଭାବନା ବଢିଯାଉଛି। ଏହି ହତ୍ୟା ପରେ ଯେଉଁ ପ୍ରକାରରେ  ଉତ୍ତର ପ୍ରଦେଖ ପୋଲିସ ମାମଲାରେ ଢିଲା କାର୍ଯ୍ୟପନ୍ଥା ଆପଣେଇବାର ପ୍ରୟାସ କରୁଛି ଓ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ହୋଇନାହିଁ, ଏଥିରୁ ଗମ୍ଭୀର ଷଡଯନ୍ତ୍ରର ଗନ୍ଧ ବାରି ହୋଇ ଯାଉଛି। ସେ ଆହୁରି କହିଛନ୍ତି କି, ବ୍ୟକ୍ତି ଅପରାଧୀ ହୋଇଥାଉ ନା କାହିଁ, ପୋଲିସ କଷ୍ଟଡିରେ ରାଜ୍ୟ ଦ୍ୱାରା ଷଡଯନ୍ତ୍ର କରି ହତ୍ୟା କରିବାକୁ କୌଣସି ସଭ୍ୟ ସମାଜ ଗ୍ରହଣ କରିବ ନାହିଁ। ମାମଲାରେ ରାଜ୍ୟର ହାତ ଥିବାର ସମ୍ଭାବନା ଦେଖା ଦେବା ପରେ,   ସ୍ଥାନୀୟ ପୋଲିସ ଦ୍ୱାରା ମାମଲାର ଯାଞ୍ଚ କରାଯିବା ଉଚିତ୍ ନୁହେଁ। ଏଥିସହ, ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମ କୋର୍ଟ ବା ହାଇକୋର୍ଟଙ୍କ ଦ୍ରଷ୍ଟବ୍ୟରେ ସିବିଆଇ କରିବାର ଆବଶ୍ୟକତା ରହିଛି।

    ସେହିପରି ଅନ୍ୟଏକ ଯାଚିକା ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରାଯାଇଛି। ଏଥିରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଯାଞ୍ଚ ପାଇଁ ଆବେଦନ କରାଯାଇଛି। ଓକିଲ ବିଶାଲ ତିୱାରୀଙ୍କ ପକ୍ଷରୁ ଦାୟର ଯାଚିକାରେ ମାମଲାର ଯାଞ୍ଚ ପାଇଁ ଏକ ସମିତି ଗଠନ କରିବାକୁ ଦାବି ହୋଇଛି। ଶନିବାର ରାତିରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଆତିକ ଅହମଦ ଓ ତାର ଭାଇର ହତ୍ୟା କରାଯାଇଥିଲା। ଆତିକ ଓ ଅହମଦଙ୍କ ଶବ ବ୍ୟବଚ୍ଛେଦ ରବିବାର ହୋଇଛି। ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟରୁ ଜଣାପଡିଛି କି, ଆତିକର ଶରୀରରେ 9 ଗୁଳି ଲାଗିଥିବା ବେଳେ ଅସରଫ ଶରୀରରେ ବାଜିଛି 5 ଗୁଳି। ଉଭୟଙ୍କ ଶରୀରରେ ଡାକ୍ତର 14 ଗୁଳିର ଚିହ୍ନ ପାଇଛନ୍ତି। ଏକ ଡାକ୍ଚରୀ ଟିମ ଏହି ପୋଷ୍ଟମର୍ଟମ କରିଥିବା ବେଳେ ଟିମରେ 5 ଜଣ ବରିଷ୍ଠ ଡାକ୍ତର ଥିଲେ। ପୂରା ପୋଷ୍ଟମର୍ଟମକୁ  ଭିଡିଓଗ୍ରାଫି କରାଯାଇଛି।

  • ସର୍ବୋଚ୍ଚ ନ୍ୟାୟାଳୟରୁ ଆଶାରାମ ବାପୁଙ୍କୁ ଝଟକା

    ସର୍ବୋଚ୍ଚ ନ୍ୟାୟାଳୟରୁ ଆଶାରାମ ବାପୁଙ୍କୁ ଝଟକା

    ଯୋଧପୁର ନାବାଳିକା ଦୁଷ୍କର୍ମ ମାମଲାରେ ଆତ୍ମଘୋଷିତ ବାବା ଆଶାରାମଙ୍କୁ ସୁପ୍ରିମ କୋର୍ଟରୁ ଝଟକା। ଆଇପିଏସ୍ ଅଜୟ ପାଲ ଲାମ୍ବାଙ୍କୁ କେଶରେ ସାକ୍ଷୀ ଭାବେ ଉପସ୍ଥିତ ହେବାକୁ ଆଶାରାମଙ୍କ ଆବେଦନ ଉପରେ ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରି ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ଏଥିସହ, ହାଇକୋର୍ଟଙ୍କୁ ଦୋଷ ବିରୋଧରେ ହୋଇଥିବା ଆବେଦନର ଶୁଣାଣି ଶୀଘ୍ର ସାରିବାକୁ କହିଛନ୍ତି। ଲାମ୍ବାଙ୍କୁ ସମନ କରିବାକୁ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମ କୋର୍ଟ ଯାଇଥିଲା ରାଜ୍ୟ ସରକାର।

    ମାମଲାର ତଦନ୍ତ କରିଥିବା ଆଇପିଏସ ଲାମ୍ବା ପୁଲିସର ତଦନ୍ତ ଉପରେ ପ୍ରଶ୍ନବାଚୀ ଠିଆକରିଥିଲେ ବାବାଙ୍କ ଉପରେ ସେ ଲେଖିଥିବା ପୁସ୍ତକ – ଗନିଂ ଫର ଦ ଗଡମ୍ୟାନ। ତେଣୁ ଆଶାରାମ ହାଇକୋର୍ଟରେ ଅପିଲ କରିଥିଲେ କି ଲାମ୍ବାଙ୍କୁ ସାକ୍ଷୀ ଭାବେ ଉପସ୍ଥାପନ କରାଯାଉ, ଯାହାକୁ ଅନୁମତି ଦେଇ ହାଇକୋର୍ଟ ଲାମ୍ବାଙ୍କୁ ସମନ କରିଥିଲେ। ରାଜସ୍ଥାନ ସରକାର ପକ୍ଷରୁ ଓକିଲ କହିଛନ୍ତି କି, ପୁସ୍ତକ  ମନଗଢା। ଏହାର ଆଧାରରେ ପୂରା ମାମଲାକୁ ଦ୍ୱିତୀୟଥର ପାଇଁ ଖୋଲିବା ସମ୍ଭବ ନୁହେଁ। ପୁସ୍ତକରେ ହିଁ କୁହାଯାଇଛି କି, ଏହା ଏକ ନାଟ୍ୟରୂପାନ୍ତର।

    ସୂଚନାଯୋଗ୍ୟ, 2013ରେ ଜଣେ ମହିଳା ଭକ୍ତଙ୍କ ଦ୍ୱାରା ବାବା ଆଶାରାମଙ୍କ ବିରୋଧରେ ଦୁଷ୍କର୍ମ ମାମଲାରେ ଗାନ୍ଧୀନଗର କୋର୍ଟ ଚଳିତ ଫେବୃଆରୀ ପ୍ରଥମ ସପ୍ତାହରେ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଥିଲେ। ଏଥିସହ, ପୀଡିତାଙ୍କୁ 50ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ଆଦେଶ ଦେଇଥିଲେ। ବର୍ତ୍ତମାନ 81 ବର୍ଷୀୟ ବାବା ଯୋଧପୁର ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି। ଆଶାରାମଙ୍କ ଆଶ୍ରମରେ ବାବା ନାବାଳିକା ଓ ମହିଳା ଭକ୍ତଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା।   

  • ଆତିକ ଓ ଅସରଫ ଶରୀରରେ ଲାଗିଛି 14 ଗୁଳି: ପୋଷ୍ଟମର୍ଟମ ରିପୋର୍ଟ

    ଆତିକ ଓ ଅସରଫ ଶରୀରରେ ଲାଗିଛି 14 ଗୁଳି: ପୋଷ୍ଟମର୍ଟମ ରିପୋର୍ଟ

    ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଆତିକ ଅହମଦ ଓ ତାର ଭାଇର ଶବ ବ୍ୟବଚ୍ଛେଦ ରବିବାର ହୋଇଛି। ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟରୁ ଜଣାପଡିଛି କି, ଆତିକର ଶରୀରରେ 9 ଗୁଳି ଲାଗିଥିବା ବେଳେ ଅସରଫ ଶରୀରରେ ବାଜିଛି 5 ଗୁଳି। ଉଭୟଙ୍କ ଶରୀରରେ ଡାକ୍ତର 14 ଗୁଳିର ଚିହ୍ନ ପାଇଛନ୍ତି। ଏକ ଡାକ୍ଚରୀ ଟିମ ଏହି ପୋଷ୍ଟମର୍ଟମ କରିଥିବା ବେଳେ ଟିମରେ 5 ଜଣ ବରିଷ୍ଠ ଡାକ୍ତର ଥିଲେ। ପୂରା ପୋଷ୍ଟମର୍ଟମକୁ  ଭିଡିଓଗ୍ରାଫି କରାଯାଇଛି।

    ପୋଷ୍ଟମର୍ଟମରୁ ଜଣାପଡିଛି କି, ଆତିକର ମୁଣ୍ଡରେ ଗୋଟିଏ ଗୁଳି ଲାଗିଥିବା ବେଳେ 8 ଗୁଳି ତାର ଛାତି ଓ ପିଠିରେ ଲାଗିଥିଲା। ସେହିପରି ଅସରଫର ମୁହଁରେ 1 ଗୁଳି ଲାଗିଥିବା ସହ 4ଟି ତାର ପିଠିରେ ବାଜି ଆରପଟେ ବାହାରି ଯାଇଥିଲା। ଶନିବାର ରାତିରେ ଉଭୟଙ୍କୁ ମେଡିକାଲ ଯାଞ୍ଚ ପାଇଁ ଅଣାଯାଇଥିବା ବେଳେ ଯେତେବେଳେ ମିଡିଆକୁ ବାଇଟ ଦେଉଥିଲେ ମିଡିଆ କର୍ମୀଙ୍କ ବେଶରେ 3 ଜଣ ଆସି ସେମାନଙ୍କ ଉପରକୁ ଅତି ନିକଟରୁ ଗୁଳି ଚଳାଇଥିଲେ। ଆତିକକୁ ସାବରମତି ଜେଲ ଓ ଅସରଫକୁ ବରେଲି ଜେଲରୁ ପ୍ରୟାଗରାଜ ଯାଞ୍ଚ ପାଇଁ ଅଣାଯାଇଥିଲା।

    ଆତିକ ଓ ଅସରଫଙ୍କ ହତ୍ୟା ପରେ ତେଜିଛି ରାଜନୀତି। ଯୋଗୀ ସରକାର ଉପରେ ଉଠିଛି ଅଙ୍ଗୁଳି। ଅନ୍ୟପଟେ ଏହି ମାମଲା ସୋମବାର ଦିନ ସୁପ୍ରିମ କୋର୍ଟରେ ପହଞ୍ଚିଛି। ଏଥିସହ, 2017ରୁ ୟୁପିରେ ଯୋଗୀ ସରକାର ସମୟରେ ହୋଇଥିବା 187 ଏନକାଉଣ୍ଟର ଯାଞ୍ଚ କରିବାକୁ ଦାବି ହୋଇଛି।

  • ୨୪ ଘଣ୍ଟାରେ ୨୪ ଜୀବନ ନେଲା କୋରୋନା, ଦିନକରେ ୯୧୧୧ ପଜିଟିଭ୍

    ୨୪ ଘଣ୍ଟାରେ ୨୪ ଜୀବନ ନେଲା କୋରୋନା, ଦିନକରେ ୯୧୧୧ ପଜିଟିଭ୍

    ଦେଶରେ କୋରୋନା ସଂକ୍ରମଣ ମାମଲା ଅଣାୟତ୍ତ ହୋଇଛି । କମିବାର ନାଁ ଧରୁନି କୋରୋନା । କିଛି ଦିନ ବନ୍ଦ ରହିବା ପରେ ପୁଣି ଥରେ ଦୈନିକ ମାମଲା ବୃଦ୍ଧି ପାଉଛି । ଯଦିଓ ଗତକାଲି ଅପେକ୍ଷା ସଂକ୍ରମଣରେ ସାମାନ୍ୟ ହ୍ରାସ ଘଟିଛି ତଥାପ ଲୋକଙ୍କ ପାଇଁ ଏହା ଚିନ୍ତାଜନକ ହୋଇଛି ।

    ଗତ ୨୪ ଘଣ୍ଟାରେ ଦେଶରେ ୯ ହଜାର ୧୧୧ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୮.୪୦ ପ୍ରତିଶତ ରହିଛି ।
    ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୩୧୩କୁ ବଢ଼ିଛି । ଦିନକରେ ୨୪ ଆକ୍ରାନ୍ତଙ୍କ ଜୀବନ ନେଇଛି କୋରୋନା । ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୫,୩୧,୧୪୧ ଛୁଇଁଛି । ସେହିପରି ଗତ ୨୪ ଘଣ୍ଟାରେ ୬ ହଜାର ୩୧୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

    କୋରୋନାର ଦ୍ରୁତ ସଂକ୍ରମଣ ଏବେ ଲୋକଙ୍କୁ ଅଡୁଆରେ ପକାଇଛି । କିଛି ରାଜ୍ୟରେ କଟକଣା ବି ଲାଗୁ ହେଲାଣି । ଦିଲ୍ଲୀ,ମହାରାଷ୍ଟ୍ର, କେରଳ, ହରିଆଣାରେ ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଛି । କୋରୋନା ମୁକାବିଲା ପାଇଁ ଓଡ଼ିଶା ସରକାର ବି ବିଭିନ୍ନ ପଦକ୍ଷେପ ନେଲେଣି ।

  • ଯୌନ ଶୋଷଣ ଅଭିଯୋଗରେ 6 ଶିକ୍ଷୟିତ୍ରୀ ଗିରଫ

    ଯୌନ ଶୋଷଣ ଅଭିଯୋଗରେ 6 ଶିକ୍ଷୟିତ୍ରୀ ଗିରଫ

    ଆମେରିକାରେ ଦୁଇ ଦିନ ଭିତରେ 6 ମହିଳା ଶିକ୍ଷୟିତ୍ରୀ ଗିରଫ କରାଯାଇଛି। ଛାତ୍ରଙ୍କୁ ଜୋରଜବରଦସ୍ତି ଯୌନ ଶୋଷଣ ଅଭିଯୋଗରେ ଏହି ଗିରଫଦାରୀ ହୋଇଛି। ଏଲନ ଶେଲ (୩୮), ହିଦର ହାରେ (୩୨), ଏମିଲୀ ହ୍ୟାନକକ (୨୬), କ୍ରିଷ୍ଟେନ ଗାଣ୍ଟ (୩୬), ଆଲିଆଜ ଖେରାଡମାଣ୍ଡ (୩୩) ଓ ହେନା ମାର୍ଥ (୨୬)। ଏମାନେ ସମସ୍ତେ ଆମେରିକାର ବିଭିନ୍ନ ସ୍କୁଲରେ ଶିକ୍ଷାଦାନ କରିଥାନ୍ତି। ଛାତ୍ରଙ୍କୁ ସ୍କୁଲ ଭିତରେ ଓ ବାହାରେ ବାରମ୍ବାର ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା।

    ସୂଚନା ମୁତାବକ, ଡେନୱେଲର 38 ବର୍ଷୀୟା ଏଲେନ ଶେଲଙ୍କ ବିରୋଧରେ ଥାର୍ଡ ଡିଗ୍ରୀ ରେପ ଅଭିଯୋଗ ହୋଇଛି। ସେ ଦୁଇ 16 ବର୍ଷର ବାଳକଙ୍କୁ ତିନି ଥର ଯୌନ ଶୋଷଣ ଦେଇଥିଲେ। ଏହି ଘଟଣା ପଦାକୁ ଆସିବା ପରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଛୁଟିରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ସେ ଗିରଫ ହୋଇଛନ୍ତି। ସେହିପରି ଆମେରିକାର ଦକ୍ଷିଣରେ ଥିବା ଏକ ସ୍କୁଲରେ ହିଦର ହାରେ ଶିକ୍ଷୟିତ୍ରୀ, ଓକଲାହୋମାର ଏକ ସ୍କୁଲରେ ଏମିଲୀ ହ୍ୟାନକକ ପଢାଉଥିଲେ, ଡେ ମୋଇନର ଏକ କ୍ୟାଥୋଲିକ ହାଇସ୍କୁଲରେ ଇଂରାଜୀ କ୍ରିଷ୍ଟେନ ଗାଣ୍ଟ, ଜେମ୍‌ସ ମେଡିସନ ହାଇସ୍କୁଲର ଆଲିଆଜ ଖେରାଡମାଣ୍ଡ, ପେନସିଲଭେନିଆର ଏକ ସ୍କୁଲର ଜାଭଲିନ କୋଚ୍ ଛାତ୍ରଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ପରେ ସେମାନଙ୍କୁ ଗିରଫ କରାଯାଇଛି।

    ଆମେରିକାରେ ନିକଟ ଅତିତରେ ମଧ୍ୟ 6 ଜଣ ବିରୋଧରେ ମଧ୍ୟ ଅଭିଯୋଗ ଆସିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା।

  • ଆତିକର ହତ୍ୟାକାରୀଙ୍କ ନିକଟରୁ ତୁର୍କୀ ବନ୍ଧୁକ ଜବତ

    ଆତିକର ହତ୍ୟାକାରୀଙ୍କ ନିକଟରୁ ତୁର୍କୀ ବନ୍ଧୁକ ଜବତ

    ମାଫିଆ ଡନ ଆତିକ ଅହମଦ ଓ ତାର ଭାଇ ଅସରଫର ହତ୍ୟା ପରେ ଦେଶରେ ପ୍ରତିବନ୍ଧିତ ହତିଆରର ଉପସ୍ଥିତି ସାମ୍ନାକୁ ଆସିଛି। ପୋଲିସ 3 ହତ୍ୟାକାରୀଙ୍କ ନିକଟରୁ ଯେଉଁ ବନ୍ଧୁକ ଜବତ କରିଛି ତାହା ତୁର୍କୀରେ ତିଆରି ହୋଇଛି। ଦେଶରେ ଏହି ବନ୍ଧୁକ ଉପରେ ବ୍ୟାନ ଲଗାଯାଇଛି। କିନ୍ତୁ ପ୍ରତିବନ୍ଧିତ ବନ୍ଧୁକରେ ଆତିକ ବ୍ରଦର୍ସଙ୍କୁ ହତ୍ୟା କରାଯାଇଛି। ଖାଲି ଏହି ଦୁଇ ଜଣ ନୁହଁନ୍ତି, ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମଧ୍ୟ ଏହି ବନ୍ଧୁକରେ ମରାଯାଇଥିବା କୁହାଯାଉଛି।

    ଆତିକ ଓ ଅସରଫଙ୍କ ଉପରକୁ ମାତ୍ର 40 ସେକେଣ୍ଡରେ 18 ରାଉଣ୍ଡ ଗୁଳି ବର୍ଷା କରିଥିଲେ 3 ଯୁବକ। ଏହାପରେ ଉଭୟଙ୍କ ମୃତଦେହ ପଡିଥିଲା ଚଟାଣ ଉପରେ। ପୋଲିସ 3 ଜଣଙ୍କୁ ଗିରଫ କରିବା ପରେ ସେମାନଙ୍କ ନିକଟରୁ ଯେଉଁ ପିସ୍ତଲକୁ ଜବତ କରିଥିଲା, ତାହା ତୁର୍କୀରେ ତିଆରି ହୋଇଛି ଓ ତାର ନାଁ ଜିଗାନା ପିସ୍ତଲ। ମିଡିଆ ରିପୋର୍ଟ ମୁତାବକ, ଏହି ବନ୍ଧୁକକୁ ତୁର୍କୀ ଓ ମାଲେସିଆ ମିଳିତ ଭାବେ ତିଆରି କରିଥାନ୍ତି। ଜିଗାନାର ଦାମ ପ୍ରାୟ 5-7 ଲକ୍ଷ ଟଙ୍କା ହେବ। ହେଲେ ଏହା ଭାରତରେ ବ୍ୟାନହୋଇଛି। ତେଣୁ ଏହାକୁ ବେଆଇନ ଉପାୟରେ, ଦେଶକୁ ଅଣାଯାଉଛି।  ବନ୍ଧୁକର ବିଶେଷତ୍ୱ କି, ଗୋଟିଏ ଥରରେ ଏଥିରେ 15 ଗୁଳି ଲୋଡ ହୋଇଥାଏ। ଆଧିକାରିକ ଭାବେ ଜିଗାନାକୁ ମାଲେସିଆ ସେନା, ଫିଲିଫାଇନ୍ସ ପୋଲିସ, ୟୁଏସ କୋଷ୍ଟ ଗାର୍ଡ ଏହାର ବ୍ୟବହାର କରିଥାନ୍ତି।

    ଏଠି ପ୍ରଶ୍ନ ଉଠୁଛି, ଆତିକଙ୍କ ହତ୍ୟାକାରୀଙ୍କ ପାଖକୁ ଏହି ଅତ୍ୟାଧୁନିକ, ଦାମୀ ବନ୍ଧୁକ ଆସିଲା କେମିତି। କେଉଁଠୁ ଆଣିଲେ ଏତେ ଟଙ୍କା। ତେବେ କଣ ଏହି ହତ୍ୟା ପଛରେ କୌଣସି ବଡବଡିଆଙ୍କ ହାତ ରହିଛି। ଏମିତି ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ।

  • 4 ମହଲାରେ ନିଆଁ ଲାଗି 4 ଭାରତୀୟଙ୍କ ମୃତ୍ୟୁ

    4 ମହଲାରେ ନିଆଁ ଲାଗି 4 ଭାରତୀୟଙ୍କ ମୃତ୍ୟୁ

    ଦୁବାଇର ଏକ ଜନବସତିପୂର୍ଣ୍ଣ କୋଠାରେ ନିଆଁ ଲାଗିଯିବାରୁ 16 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ 4 ଜଣ ଭାରତୀୟ ମଧ୍ୟ ଅଛନ୍ତି। ଶନିବାର ମଧ୍ୟରାତ୍ରୀରେ ଏହି ଅଘଟଣ ଘଟିଥିବା ରବିବାର ମିଡିଆ ରିପୋର୍ଟରୁ ସୂଚନା ମିଳିଛି।

    ଖବର ମୁତାବକ, ଦୁବାଇର ଅଲ ରାସ ଅଞ୍ଚଳରେ ଶନିବାର ରାତି 12ଟା 30ରେ ଗୋଟିଏ ଜନଗହଳିପୂର୍ଣ୍ଣ କୋଠାରେ ନିଆଁ ଲାଗିଯାଇଥିଲା। ନିଆଁ କୋଠାର 4ର୍ଥ ମହଲାରେ ଲାଗିଥିଲା। ସୂଚନା ପାଇ ଦୁବାଇର ସିଭିଲ ଡିଫେନ୍ସ କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ସେଠାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା କାମ ଆରମ୍ଭ କରିଦେଇଥିଲେ। 2 ଘଣ୍ଟାର ପରିଶ୍ରମ ପରେ ନିଆଁ ଉପରେ ନିୟନ୍ତ୍ରଣ ମିଳିଥିଲା।

    ଏହି ଅଗ୍ନିକାଣ୍ଡରେ 4 ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ଭିତରେ କେରଳର ଏକ ଦମ୍ପତି ଓ ତାମୁଲନାଡୁର 2 ଜଣ ରହିଛନ୍ତି। ଭାରତୀୟ ଦୂତାବାସ ସହାୟତାରେ ମୃତଦେହ ସବୁକୁ ଭାରତ ପଠାଇବା ବ୍ୟବସ୍ଥା କରାଯାଉଛି। ପ୍ରାଥମିକ ଯାଞ୍ଚରେ ଜଣାପଡିଛି କି, କୋଠାରେ ସୁରକ୍ଷାର ବ୍ୟାପକ ବ୍ୟବସ୍ଥା କରାଯାଇ ନ ଥିଲା। ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଦେଇଛି।

  • ସିବିଆଇ ପରେ କେଜରିୱାଲଙ୍କୁ କୋର୍ଟ ନୋଟିସ

    ସିବିଆଇ ପରେ କେଜରିୱାଲଙ୍କୁ କୋର୍ଟ ନୋଟିସ

    ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗୁଛି। ଗୋଟିଏ ପଟେ ସିବିଆଇ ମଦ ଦୁର୍ନୀତିରେ ତାଙ୍କୁ ରବିବାର ପଚରାଉଚରା କରିଛି, ଅନ୍ୟପଟେ ଅହମଦାବାଦର ଏକ କୋର୍ଟ କେଜରିୱାଲଙ୍କୁ ସମନ କରିଛନ୍ତି। ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଗୁଜରାଟ ବିଶ୍ୱବିଦ୍ୟାଳୟ ବିରୋଧରେ ଦେଇଥିବା ବ୍ୟଙ୍ଗାତ୍ମକ ବୟାନ ପାଇଁ କେଜରିୱାଲଙ୍କ ବିରୋଧରେ ହୋଇଥିଲା ମାମଲା ରିଜୁ। ଏହା ଉପରେ କୋର୍ଟ କେଜରିୱାଲ ଓ ସଞ୍ଜୟ ସିଂହଙ୍କୁ ସମନ କରିଛନ୍ତି।

    ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଜୟସଭାଇ ଚୋୱଟିୟାଙ୍କ କୋର୍ଟ ଏହି ଦୁଇ ଆପ ନେତାଙ୍କୁ ମେ 23ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପିୟୁଥ ପଟେଲଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ଆଇପିସିର ଧାରା 500(ମାନହାନୀ) ମାମଲା ହୋଇଛି। ଯାଚିକାକର୍ତ୍ତା ଅଭିଯୋଗ କରିଥିଲେ କି, ବିଶ୍ୱବିଦ୍ୟାଳୟକୁ ଟାର୍ଗେଟ କରି ଦେଇଥିବା ବୟାନ ଅପମାନଜନକ ଥିଲା, ଯାହା ସଂସ୍ଥାର ପ୍ରତିଷ୍ଠା କ୍ଷୁନ୍ନ କରିଛି।

    କୋର୍ଟରେ ମାମଲା ହେବା ପରେ ଘଟଣାରେ କେଜରିୱାଲଙ୍କ ନାମରେ ମୁଖ୍ୟମନ୍ତ୍ରୀ  ହଟାଇବାକୁ ଆଦେଖ ଦେଇ କହିଥିଲେ କି, ସେ ବ୍ୟକ୍ତିଗତ ଜ୍ଞାନ ଆଧାରରେ ବୟାନ ଦେଇଛନ୍ତି। ଗୁଜରାଟ ହାଇକୋର୍ଟ ପ୍ରଧାନମନ୍ତୀଙ୍କ ଡିଗ୍ରୀ ଆଧାରରେ ଗୁଜରାଟ ବିଶ୍ୱବିଦ୍ୟାଳୟକୁ ସୂଚନାକ ଉପଲବ୍ଧ କରିବାକୁ ମୁଖ୍ୟ ସୂଚନା କମିଶନଙ୍କ ଆଦେଶକୁ ରଦ୍ଦ କରି ଦେଇଥିଲେ, ଯାହା ପରେ ସଞ୍ଜୟ ସିଂହ ଓ କେଜରିୱାଲ ବୟାନ ଦେଇଥିଲେ।

  • ତେହେଲକା ସୃଷ୍ଟି କରିଛି ସତ୍ୟପାଳଙ୍କ ବୟାନ

    ତେହେଲକା ସୃଷ୍ଟି କରିଛି ସତ୍ୟପାଳଙ୍କ ବୟାନ

    ପୁଲୱାମା ଆକ୍ରମଣ ଘଟଣା ସୁରକ୍ଷାଗତ ତ୍ରୁଟି ପାଇଁ ହୋଇଥିଲା। ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କ ଏପରି ବୟାନ ପରେ ତେଜିଛି ରାଜନୀତି। ନିକଟରେ ସତ୍ୟପାଳ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ କି, ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ପାଇଁ 2019ରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 40 ସୁରକ୍ଷା କର୍ମୀଙ୍କ ପ୍ରାଣହାନୀ ଘଟିଥିଲା। ପାରାମିଲିଟାରୀ ଫୋର୍ସ ଦ୍ୱାରା ସେତେବେଳେ ପରିବହନ ପାଇଁ ଏକ ବିମାନର ଦାବି ହୋଇଥିଲା, କିନ୍ତୁ ଏହାକୁ ସରକାର ମନାକରିଦେଇଥିଲା। ଯେଉଁଥି ପାଇଁ ଯବାନଙ୍କୁ ସଡକ ପଥରେ ଯିବାକୁ ହୋଇଥିଲା। ସାକ୍ଷାତକାରରେ ସତ୍ୟପାଳ କହିଥିଲେ କି, ପ୍ରଧାନମନ୍ତ୍ରୀଙ୍କୁ ଜମ୍ମୁ କାଶ୍ମୀର କ୍ଷେତ୍ର ସମ୍ପର୍କରେ ଭୁଲ ତଥ୍ୟ ପ୍ରଦାନ କରାଯାଇଥିଲା।

    ସତ୍ୟପାଳଙ୍କ ଏପରି ବୟାନ ପରେ ବିଜେପି ଆଇଟି ସେଲ ଆକ୍ଟିଭ ହୋଇଯାଇଛି। ପୂର୍ବରୁ ସତ୍ୟପାଳଙ୍କ ଦ୍ୱାରା ସରକାରକୁ ବିଭିନ୍ନ ସମୟରେ ପ୍ରଶଂସା କରିବାର ଭିଡିଓ ସେୟାର କରାଯାଇଛି। ବିଜେପିର ଆଇଟି ମୁଖ୍ୟ ଅମିତ ମାଲଭିୟାଙ୍କ ଦ୍ୱାରା ଭିଡିଓ ସେୟାର କରାଯାଇଥିବା ବେଳେ ଏମିତି ଏକ ଭିଡିଓ ମଧ୍ୟ ଅଛି, ଯେଉଁଥିରେ ସତ୍ୟପାଳ କହିଥିଲେ, ରାଜନୀତିରେ ରାହୁଲ ଗାନ୍ଧୀ ଅପରିପକ୍ୱ।  ଏଥିସହ, ମୋଦି ସରକାର ଦ୍ୱାରା ଜମ୍ମୁ କାଶ୍ମୀରରୁ ଉଚ୍ଛେଦ କରାଯାଇଥିବା ଧାରା 370 କୁ ରାହୁଲ ଯଦି ସମର୍ଥନ କରିଥିବା କୁହନ୍ତି ତେବେ ତାଙ୍କୁ ଲୋକେ ଚପଲରେ ପିଟିବେ।

    ମାଲଭିୟା ଟ୍ୱିଟ କରି ଆହୁରି କହିଛନ୍ତି କି, ସତ୍ୟପାଳ ସରକାର ଉପରେ ନେଇଥିବା ୟୁ-ଟର୍ନକୁ ଲୋକେ ଗମ୍ଭୀରତାର ସହ ନେଉ ନାହାନ୍ତି। ହେଲେ ତାଙ୍କର ଏପରି ବୟାନ ତାଙ୍କ ବିରୋଧାଚରଣ କରୁଛି ଓ ତାଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଚି କରୁଛି।

    ଅନ୍ୟପଟେ ସତ୍ୟପାଳଙ୍କ ପୁଲୱାମା ବୟାନକୁ ନେଇ କଂଗ୍ରେସ ଉଭୟ ସତ୍ୟପାଳ ଓ ସରକାରକୁ ଘେରିଛି। ପୁଲୱାମା ଘଟଣା ସମୟରେ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର କୋର୍ବେଟ ନାସନାଲ ପାର୍କରେ ଡକ୍ୟୁମେଣ୍ଟାରୀ ସୁଟ କରୁଥିଲେ ଓ ପୁଲବାମା ଘଟଣାକୁ ଜାଣି ମଧ୍ୟ ଅଣଦେଖା କରିଥିଲେ। ସେହି ସମୟରେ ମୋଦିଙ୍କ କାର୍ଯ୍ୟକଳାପ ଓ ଫୋନ ଡିଟେଲ୍ସର ଯାଞ୍ଚ କରିବାକୁ କଂଗ୍ରେସ କହିଛି।  

  • ଆତିକ,ଅସରଫଙ୍କୁ ହତ୍ୟା ପରେ ୟୁପିରେ ୧୪୪ ଧାରା

    ଆତିକ,ଅସରଫଙ୍କୁ ହତ୍ୟା ପରେ ୟୁପିରେ ୧୪୪ ଧାରା

    ଗ୍ୟାଙ୍ଗଷ୍ଟାରରୁ ନେତା ହୋଇଥିବା ଆତିକ ଅହମ୍ମଦ ଆଉ ତାଙ୍କ ଭାଇ ଅସରଫଙ୍କୁ ଗତକାଲି ପୋଲିସ ସାମ୍ନାରେ ହତ୍ୟା କରାଯାଇଛି । ମେଡିକାଲ ଯାଞ୍ଚ ପାଇଁ ତାଙ୍କୁ ପ୍ରୟାଗରାଜ ନିଆଯାଇଥିଲା,ହେଲେ ସେଠାରେ ଗଣମାଧ୍ୟମକୁ ସେ କିଛି କହୁଥିବା ବେଳେ ହଠାତ୍ କିଛି ବନ୍ଧୁକଧାରୀ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଆଉ ପୋଲିସ କେବଳ ଦେଖଣାହାରୀ ପାଲଟି ଯାଇଥିଲା । ଏହି ଗୁଳିକାଣ୍ଡ ପରେ ୟୁପି ସରକାରଙ୍କ ଉପରେ ଅନେକ ପ୍ରଶ୍ନ ଉଠିଛି । ସମଗ୍ର ଉତ୍ତରପ୍ରଦେଶରେ ଧାରା 144 ଲାଗୁ କରାଯାଇଛି । ଏହାରି ଭିତରେ ଏକ ବଡ଼ ଖୁଲାସା କରିଛି ପୋଲିସ । ଆତିକ ଆଉ ଅସରଫଙ୍କୁ ଗୁଳି କରି ହତ୍ୟା କରିଥିବା 3 ଜଣ ଅଭିଯୁକ୍ତଙ୍କ ଘର ପ୍ରୟାଗରାଜ ଅଞ୍ଚଳରେ ନୁହେଁ ।

    ଆତିକ ଓ ଆସରଫଙ୍କୁ ଗୁଳି ଚଳାଇଥିବା ତିନି ଅଭିଯୁକ୍ତଙ୍କ ଆଗରୁ ଅପରାଧିକ ଇତିହାସ ରହିଛି । ପୋଲିସ ବର୍ତ୍ତମାନ ଅପରାଧିଙ୍କ ଅପରାଧିକ ପୃଷ୍ଠଭୂମିର ଯାଞ୍ଚରେ ଲାଗି ପଡ଼ିଛିନ୍ତି । ପୋଲିସ ପଚରାଉଚୁରା କରିବା ସମୟରେ ଅଭିଯୁକ୍ତ ଦର୍ଶାଇଛନ୍ତି ଯେ,ସେମାନେ ବଡ଼ ମାଫିଆ ହେବାକୁ ଚାହୁଁଛନ୍ତି । ତେଣୁ,ଏଭଳି ଘଟଣା ଘଟାଇଛନ୍ତି । ଆଉ କେତେ ଦିନ ପର୍ଯ୍ୟନ୍ତ ଏମିତି ଛୋଟମଟ ସୁଟର ହୋଇ ରହିବୁ । ବଡ଼ ମାଫିଆ ହେବୁ ବୋଲି ଏମିତି ଏକ କାଣ୍ଡ କରିଥିବା ଅଭିଯୁକ୍ତମାନେ କହିଛନ୍ତି । କିନ୍ତୁ ପୋଲିସ ସେମାନଙ୍କ ବୟାନକୁ ସମ୍ପୂର୍ଣ୍ଣ ରୂପେ ବିଶ୍ବାସ କରିପାରୁ ନାହିଁ । କାରଣ ସେମାନଙ୍କ ବୟାନରେ ଅନେକ ବିରୋଧାଭାସ ରହିଛି । ଆଉ ପଚରାଉଚୁରା ଜାରି ରହିଛି ।

    ଧରାପଡ଼ିଥିବା ତିନି ଜଣ ଅଭିଯୁକ୍ତଙ୍କ ଠିକଣା ଅଲଗା ଅଲଗା ସ୍ଥାନରେ ହୋଇଥିବାର ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଆତିକ ଆଉ ଆସରଫଙ୍କୁ ହତ୍ୟା କରିଥିବା ଲବଲେଶ ତିୱାରୀ ବାନ୍ଦା ଅଞ୍ଚଳର ହୋଇଥିବା ବେଳେ ଅରୁଣ ମୌର୍ଯ୍ୟା ହମିରପୁରର ବାସିନ୍ଦା ଅଟନ୍ତି । ସେହିପରି ତୃତୀୟ ଅଭିଯୁକ୍ତ ସନିଙ୍କ ଘର କାସଗଞ୍ଜର ଜନପଦ ଅଞ୍ଚଳରେ । ପୋଲିସ ସେମାନଙ୍କ ବୟାନର ଭେରିଫାଇ କରୁଛନ୍ତି । ସେମାନଙ୍କ ବୟାନରୁ ଜଣାପଡୁଛି ଉଭୟଙ୍କୁ ହତ୍ୟା କରିବା ପାଇଁ ସେମାନେ ପ୍ରୟାଗରାଜ ଆସିଥିଲେ ।