4 ମହଲାରେ ନିଆଁ ଲାଗି 4 ଭାରତୀୟଙ୍କ ମୃତ୍ୟୁ

ଦୁବାଇର ଏକ ଜନବସତିପୂର୍ଣ୍ଣ କୋଠାରେ ନିଆଁ ଲାଗିଯିବାରୁ 16 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକଙ୍କ ମଧ୍ୟରେ 4 ଜଣ ଭାରତୀୟ ମଧ୍ୟ ଅଛନ୍ତି। ଶନିବାର ମଧ୍ୟରାତ୍ରୀରେ ଏହି ଅଘଟଣ ଘଟିଥିବା ରବିବାର ମିଡିଆ ରିପୋର୍ଟରୁ ସୂଚନା ମିଳିଛି।

ଖବର ମୁତାବକ, ଦୁବାଇର ଅଲ ରାସ ଅଞ୍ଚଳରେ ଶନିବାର ରାତି 12ଟା 30ରେ ଗୋଟିଏ ଜନଗହଳିପୂର୍ଣ୍ଣ କୋଠାରେ ନିଆଁ ଲାଗିଯାଇଥିଲା। ନିଆଁ କୋଠାର 4ର୍ଥ ମହଲାରେ ଲାଗିଥିଲା। ସୂଚନା ପାଇ ଦୁବାଇର ସିଭିଲ ଡିଫେନ୍ସ କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ସେଠାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା କାମ ଆରମ୍ଭ କରିଦେଇଥିଲେ। 2 ଘଣ୍ଟାର ପରିଶ୍ରମ ପରେ ନିଆଁ ଉପରେ ନିୟନ୍ତ୍ରଣ ମିଳିଥିଲା।

ଏହି ଅଗ୍ନିକାଣ୍ଡରେ 4 ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ଭିତରେ କେରଳର ଏକ ଦମ୍ପତି ଓ ତାମୁଲନାଡୁର 2 ଜଣ ରହିଛନ୍ତି। ଭାରତୀୟ ଦୂତାବାସ ସହାୟତାରେ ମୃତଦେହ ସବୁକୁ ଭାରତ ପଠାଇବା ବ୍ୟବସ୍ଥା କରାଯାଉଛି। ପ୍ରାଥମିକ ଯାଞ୍ଚରେ ଜଣାପଡିଛି କି, କୋଠାରେ ସୁରକ୍ଷାର ବ୍ୟାପକ ବ୍ୟବସ୍ଥା କରାଯାଇ ନ ଥିଲା। ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଦେଇଛି।

Leave a Reply

Your email address will not be published. Required fields are marked *