ଆତିକର ହତ୍ୟାକାରୀଙ୍କ ନିକଟରୁ ତୁର୍କୀ ବନ୍ଧୁକ ଜବତ

ମାଫିଆ ଡନ ଆତିକ ଅହମଦ ଓ ତାର ଭାଇ ଅସରଫର ହତ୍ୟା ପରେ ଦେଶରେ ପ୍ରତିବନ୍ଧିତ ହତିଆରର ଉପସ୍ଥିତି ସାମ୍ନାକୁ ଆସିଛି। ପୋଲିସ 3 ହତ୍ୟାକାରୀଙ୍କ ନିକଟରୁ ଯେଉଁ ବନ୍ଧୁକ ଜବତ କରିଛି ତାହା ତୁର୍କୀରେ ତିଆରି ହୋଇଛି। ଦେଶରେ ଏହି ବନ୍ଧୁକ ଉପରେ ବ୍ୟାନ ଲଗାଯାଇଛି। କିନ୍ତୁ ପ୍ରତିବନ୍ଧିତ ବନ୍ଧୁକରେ ଆତିକ ବ୍ରଦର୍ସଙ୍କୁ ହତ୍ୟା କରାଯାଇଛି। ଖାଲି ଏହି ଦୁଇ ଜଣ ନୁହଁନ୍ତି, ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମଧ୍ୟ ଏହି ବନ୍ଧୁକରେ ମରାଯାଇଥିବା କୁହାଯାଉଛି।

ଆତିକ ଓ ଅସରଫଙ୍କ ଉପରକୁ ମାତ୍ର 40 ସେକେଣ୍ଡରେ 18 ରାଉଣ୍ଡ ଗୁଳି ବର୍ଷା କରିଥିଲେ 3 ଯୁବକ। ଏହାପରେ ଉଭୟଙ୍କ ମୃତଦେହ ପଡିଥିଲା ଚଟାଣ ଉପରେ। ପୋଲିସ 3 ଜଣଙ୍କୁ ଗିରଫ କରିବା ପରେ ସେମାନଙ୍କ ନିକଟରୁ ଯେଉଁ ପିସ୍ତଲକୁ ଜବତ କରିଥିଲା, ତାହା ତୁର୍କୀରେ ତିଆରି ହୋଇଛି ଓ ତାର ନାଁ ଜିଗାନା ପିସ୍ତଲ। ମିଡିଆ ରିପୋର୍ଟ ମୁତାବକ, ଏହି ବନ୍ଧୁକକୁ ତୁର୍କୀ ଓ ମାଲେସିଆ ମିଳିତ ଭାବେ ତିଆରି କରିଥାନ୍ତି। ଜିଗାନାର ଦାମ ପ୍ରାୟ 5-7 ଲକ୍ଷ ଟଙ୍କା ହେବ। ହେଲେ ଏହା ଭାରତରେ ବ୍ୟାନହୋଇଛି। ତେଣୁ ଏହାକୁ ବେଆଇନ ଉପାୟରେ, ଦେଶକୁ ଅଣାଯାଉଛି।  ବନ୍ଧୁକର ବିଶେଷତ୍ୱ କି, ଗୋଟିଏ ଥରରେ ଏଥିରେ 15 ଗୁଳି ଲୋଡ ହୋଇଥାଏ। ଆଧିକାରିକ ଭାବେ ଜିଗାନାକୁ ମାଲେସିଆ ସେନା, ଫିଲିଫାଇନ୍ସ ପୋଲିସ, ୟୁଏସ କୋଷ୍ଟ ଗାର୍ଡ ଏହାର ବ୍ୟବହାର କରିଥାନ୍ତି।

ଏଠି ପ୍ରଶ୍ନ ଉଠୁଛି, ଆତିକଙ୍କ ହତ୍ୟାକାରୀଙ୍କ ପାଖକୁ ଏହି ଅତ୍ୟାଧୁନିକ, ଦାମୀ ବନ୍ଧୁକ ଆସିଲା କେମିତି। କେଉଁଠୁ ଆଣିଲେ ଏତେ ଟଙ୍କା। ତେବେ କଣ ଏହି ହତ୍ୟା ପଛରେ କୌଣସି ବଡବଡିଆଙ୍କ ହାତ ରହିଛି। ଏମିତି ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ।

Leave a Reply

Your email address will not be published. Required fields are marked *