ସିବିଆଇ ପରେ କେଜରିୱାଲଙ୍କୁ କୋର୍ଟ ନୋଟିସ

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗୁଛି। ଗୋଟିଏ ପଟେ ସିବିଆଇ ମଦ ଦୁର୍ନୀତିରେ ତାଙ୍କୁ ରବିବାର ପଚରାଉଚରା କରିଛି, ଅନ୍ୟପଟେ ଅହମଦାବାଦର ଏକ କୋର୍ଟ କେଜରିୱାଲଙ୍କୁ ସମନ କରିଛନ୍ତି। ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଗୁଜରାଟ ବିଶ୍ୱବିଦ୍ୟାଳୟ ବିରୋଧରେ ଦେଇଥିବା ବ୍ୟଙ୍ଗାତ୍ମକ ବୟାନ ପାଇଁ କେଜରିୱାଲଙ୍କ ବିରୋଧରେ ହୋଇଥିଲା ମାମଲା ରିଜୁ। ଏହା ଉପରେ କୋର୍ଟ କେଜରିୱାଲ ଓ ସଞ୍ଜୟ ସିଂହଙ୍କୁ ସମନ କରିଛନ୍ତି।

ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଜୟସଭାଇ ଚୋୱଟିୟାଙ୍କ କୋର୍ଟ ଏହି ଦୁଇ ଆପ ନେତାଙ୍କୁ ମେ 23ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପିୟୁଥ ପଟେଲଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ଆଇପିସିର ଧାରା 500(ମାନହାନୀ) ମାମଲା ହୋଇଛି। ଯାଚିକାକର୍ତ୍ତା ଅଭିଯୋଗ କରିଥିଲେ କି, ବିଶ୍ୱବିଦ୍ୟାଳୟକୁ ଟାର୍ଗେଟ କରି ଦେଇଥିବା ବୟାନ ଅପମାନଜନକ ଥିଲା, ଯାହା ସଂସ୍ଥାର ପ୍ରତିଷ୍ଠା କ୍ଷୁନ୍ନ କରିଛି।

କୋର୍ଟରେ ମାମଲା ହେବା ପରେ ଘଟଣାରେ କେଜରିୱାଲଙ୍କ ନାମରେ ମୁଖ୍ୟମନ୍ତ୍ରୀ  ହଟାଇବାକୁ ଆଦେଖ ଦେଇ କହିଥିଲେ କି, ସେ ବ୍ୟକ୍ତିଗତ ଜ୍ଞାନ ଆଧାରରେ ବୟାନ ଦେଇଛନ୍ତି। ଗୁଜରାଟ ହାଇକୋର୍ଟ ପ୍ରଧାନମନ୍ତୀଙ୍କ ଡିଗ୍ରୀ ଆଧାରରେ ଗୁଜରାଟ ବିଶ୍ୱବିଦ୍ୟାଳୟକୁ ସୂଚନାକ ଉପଲବ୍ଧ କରିବାକୁ ମୁଖ୍ୟ ସୂଚନା କମିଶନଙ୍କ ଆଦେଶକୁ ରଦ୍ଦ କରି ଦେଇଥିଲେ, ଯାହା ପରେ ସଞ୍ଜୟ ସିଂହ ଓ କେଜରିୱାଲ ବୟାନ ଦେଇଥିଲେ।

Leave a Reply

Your email address will not be published. Required fields are marked *