ସୀମା ବିବାଦକୁ ନେଇ ଗଣ୍ଡଗୋଳ, ପୋଲିସ ମୁତୟନ

ଭଦ୍ରକ ଜିଲ୍ଲାର ଆପଣ୍ଡା ଓରାଳି ମଧ୍ୟରେ ବହୁ ଦିନରୁ ସୀମା ବିବାଦ ଲାଗିରହିଛି । ଏବେ ଏହା ତୀବ୍ର ରୂପ ନେଇଛି । ପୂର୍ବରୁ ବନ୍ତ ତହସିଲଦାରଙ୍କ ନିର୍ଦ୍ଦେଶରେ ଆପଣ୍ଡା ଓରାଳି ବିବାଦୀୟ ସ୍ଥାନରେ ମାପ କରିଥିଲେ । କିନ୍ତୁ ଏହି ମାପରେ ଅସନ୍ତୁଷ୍ଟ ପରେ ତୁମୁଳ କାଣ୍ଡ ଘଟିଛି ।

ଗତକାଲି କାର୍,ବାଇକ୍ ସହ ଦୋକାନବଜାର ପୋଡ଼ାଜଳା କରାଯାଇଛି । ଭଦ୍ରକ କେନ୍ଦୁଝର ସୀମାନ୍ତ ଆପଣ୍ଡା ଛକରେ ସୀମା ବିବାଦକୁ ନେଇ ଗଣ୍ଡଗୋଳ ହୋଇଛି । ଦୁଇ ଗାଁ ମଧ୍ୟରେ ସୀମାକୁ ନେଇ ଗଣ୍ଡଗୋଳ ପରେ ଆପଣ୍ଡା ଛକରେ ଦୋକାନ, ୪ ବାଇକ ସହ ଦୁଇ କାର୍ ପୋଡ଼ାଜଳା ହୋଇଛି । ଘଟଣାସ୍ଥଳରେ ବନ୍ତ ଏବଂ ନନ୍ଦିପଦା ଥାନା ପୋଲିସ ପହଞ୍ଚି ବୁଝାସୁଝା କରିଛି । ଉତ୍ତେଜନାକୁ ନଜରରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ସ୍ଥାନୀୟ ଲୋକ କହିଛନ୍ତି ଓରାଳି ଛକଟି ପୂର୍ବରୁ ଆନନ୍ଦପୁର ଅଧିନରେ ଯାଉଥିଲା । ସୀମା ନିର୍ଦ୍ଧାରଣ ବେଳେ ଏହା ଭଦ୍ରକ ଜିଲ୍ଲା ଅଧିନରେ ଥିବା ଜଣାପଡ଼ିଛି । ତେବେ ଏହି ସୀମା ନିର୍ଦ୍ଧାରଣକୁ ଉଭୟ ପକ୍ଷ ନିଜର ବୋଲି ଦାବି କରିବା ସହ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *