୨୪ ଘଣ୍ଟାରେ ୨୪ ଜୀବନ ନେଲା କୋରୋନା, ଦିନକରେ ୯୧୧୧ ପଜିଟିଭ୍

ଦେଶରେ କୋରୋନା ସଂକ୍ରମଣ ମାମଲା ଅଣାୟତ୍ତ ହୋଇଛି । କମିବାର ନାଁ ଧରୁନି କୋରୋନା । କିଛି ଦିନ ବନ୍ଦ ରହିବା ପରେ ପୁଣି ଥରେ ଦୈନିକ ମାମଲା ବୃଦ୍ଧି ପାଉଛି । ଯଦିଓ ଗତକାଲି ଅପେକ୍ଷା ସଂକ୍ରମଣରେ ସାମାନ୍ୟ ହ୍ରାସ ଘଟିଛି ତଥାପ ଲୋକଙ୍କ ପାଇଁ ଏହା ଚିନ୍ତାଜନକ ହୋଇଛି ।

ଗତ ୨୪ ଘଣ୍ଟାରେ ଦେଶରେ ୯ ହଜାର ୧୧୧ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୮.୪୦ ପ୍ରତିଶତ ରହିଛି ।
ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୩୧୩କୁ ବଢ଼ିଛି । ଦିନକରେ ୨୪ ଆକ୍ରାନ୍ତଙ୍କ ଜୀବନ ନେଇଛି କୋରୋନା । ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୫,୩୧,୧୪୧ ଛୁଇଁଛି । ସେହିପରି ଗତ ୨୪ ଘଣ୍ଟାରେ ୬ ହଜାର ୩୧୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କୋରୋନାର ଦ୍ରୁତ ସଂକ୍ରମଣ ଏବେ ଲୋକଙ୍କୁ ଅଡୁଆରେ ପକାଇଛି । କିଛି ରାଜ୍ୟରେ କଟକଣା ବି ଲାଗୁ ହେଲାଣି । ଦିଲ୍ଲୀ,ମହାରାଷ୍ଟ୍ର, କେରଳ, ହରିଆଣାରେ ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଛି । କୋରୋନା ମୁକାବିଲା ପାଇଁ ଓଡ଼ିଶା ସରକାର ବି ବିଭିନ୍ନ ପଦକ୍ଷେପ ନେଲେଣି ।

Leave a Reply

Your email address will not be published. Required fields are marked *