କଂଗ୍ରେସ ପରେ ବିଜେପି, କାଲି ଦୀପାଳିଙ୍କ ନାମାଙ୍କନ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରାଜନୀତି ଜୋର ଧରିଛି । କଂଗ୍ରେସ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି । ପ୍ରଥମେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଆଜି ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ।

ସମର୍ଥକ ଏବଂ ବରିଷ୍ଠ ନେତାମାନେ ଏଥିରେ ସାମିଲ ହେବେ । ଏକ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳ କାର୍ଯ୍ଯାଳୟରେ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ ଟଙ୍କଧର ତ୍ରିପାଠୀ ।

ତାଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁରେଶ ପୂଜାରୀ,ଜୁଏଲ୍‌ ଓରାମଙ୍କ ଭଳି ନେତା ଯିବେ । ବସନ୍ତ ପଣ୍ଡା, ସଙ୍ଗୀତା ସିଂଦେଓ,ସମୀର ମହାନ୍ତି ପ୍ରମୁଖ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ସେପଟେ, ଉପନିର୍ବାଚନରେ ଆସନ ହାତେଇବାକୁ ଦଳ ପକ୍ଷରୁ ୨ଟି କମିଟି ଗଠନ କରାଯାଇଛି ।

ଆସନ୍ତାକାଲି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ପ୍ରାର୍ଥିପତ୍ର ଦାଖଲ କରିବେ । ନିଜର ଦମ୍ ଦେଖାଇବା ସହ ନିଜ ସମର୍ଥକଙ୍କ ସହ ଉପଜିଲ୍ଲାପାଳଙ୍କ ଅଫିସ ଯିବେ ଦୀପାଳି ।

Leave a Reply

Your email address will not be published. Required fields are marked *