Category: ଦେଶ-ବିଦେଶ

  • ପାକିସ୍ଥାନକୁ ଚୀନର ନାଲି ଆଖି

    ପାକିସ୍ଥାନକୁ ଚୀନର ନାଲି ଆଖି

    ପାକିସ୍ଥାନ ସବୁ ସମୟରେ ଚୀନକୁ ନିଜର ପ୍ରକୃତ ବନ୍ଧୁ ମାନି ଆସିଛି। ଚୀନର ସଂରକ୍ଷଣ ଓ ସହଯୋଗରୁ ଭାରତକୁ ଆତଙ୍କବାଦୀଙ୍କ ଦ୍ୱାରା ହଇରାଣ କରୁଛି। ହେଲେ ଯେଉଁ ବନ୍ଧୁକୁ ନେଇ ଏତେ ଦମ୍ଭ ଦେଖାଉଥିଲା ପାକିସ୍ଥାନ , ଏବେ ସେହିଁ ନାଲି ଆଖି ଦେଖାଇବାକୁ ପଛାଇନି। ପାକିସ୍ଥନ ବର୍ତ୍ତମାନ ଆର୍ଥିକ ଦୁରାବସ୍ଥା ଦେଇ ଗତି କରୁଛି। ଲୋକଙ୍କୁ ମିଳୁ ନାହିଁ ଖାଦ୍ୟ ସାମଗ୍ରୀ। ଲୋକଙ୍କ ସମସ୍ୟା ଦୂର କରିବାରେ ବିଫଳ ହୋଇଛି ସରକାର। ଏପରି ସମୟରେ ଚୀନ କହୁଛି, ତାର ବାକି ୬୦ ମିଲିୟନ ଡଲାର ଫେରାଇଦେବାକୁ କରିଛି ତାଗିଦ। ତୁରନ୍ତ ଟଙ୍କା ନ ଫେରାଇଲେ ଉନ୍ନୟନ କାମରେ ତାଲା ପକାଇବାକୁ କରିଛି ତାଗିଦ।

    ଯଦି 60 ମିଲିୟନ ଶୀଘ୍ର ପଇଠ କରା ନ ଯାଏ ତେବେ ପାକିସ୍ଥାନ ଅନ୍ଧାରରେ ଘୋଟିଯିବ। କାରଣ ଚୀନ ଯେଉଁ ଟଙ୍କା ମାଗୁଛି ତାହା ପାକିସ୍ଥାନରେ କୋଇଲା ଖନନ କରି ବିଜୁଳି ଉତ୍ପାଦନ କରିବାରେ ନିୟୋଜିତ ଚୀନ୍‌ର ବହୁ କମ୍ପାନୀଙ୍କ ବକେୟା। ତେବେ ପାକିସ୍ଥାନ ଯେତେବେଳେ ଦେବାଲିଆ ସ୍ଥିତିରେ ରହିଛି, ସେପରି ସମୟରେ ଟଙ୍କା ମାଗିବା କେତେ ଦୂର ଠିକ୍। ଚୀନ ଯଦି କାମ ବନ୍ଦ କି ଦିଏ ତେବେ କୋଇଲା ଖନନ ବନ୍ଦ ହୋଇଯିବ ଓ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେବ। ଫଳରେ ସାରା ଦେଖ ପୁଣି ଅନ୍ଧାରରେ ଛାଇଯିବ।

    ବର୍ତ୍ତମାନର ଗ୍ରୀଷ୍ମ ପ୍ରବାହ ବେଳେ ବିଦ୍ୟୁତ କାଟ ଲୋକଙ୍କ ଜୀବନ ଯାତ୍ରାକୁ ବ୍ୟାପକ ଭାବେ ପ୍ରଭାବିତ କରିବ। ଗରମରେ ଲୋକେ କେମିତି ଚଳିବେ ତାକୁ ନେଇ ଉଠିଛି ପ୍ରଶ୍ନ। ଅନ୍ୟପଟେ, ପ୍ରାୟ ବର୍ଷେ ହେବ ପାକିସ୍ଥାନ ଚୀନ କମ୍ପାନୀଗୁ଼ଡିକୁ ଟଙ୍କା ପଇଠ କରିନାହିଁ।  

  • ଡବ୍ଲୁଏମଓର ରିପୋର୍ଟ ବଢାଇଲା ବିଶ୍ୱର ଚିନ୍ତା

    ଡବ୍ଲୁଏମଓର ରିପୋର୍ଟ ବଢାଇଲା ବିଶ୍ୱର ଚିନ୍ତା

    ଜଳବାୟୁ ପରିବର୍ତ୍ତନ ସାରା ବିଶ୍ବ ପାଇଁ ହୋଇଛି ଚିନ୍ତାର କାରଣ। ୱାର୍ଲ୍ଡ ମେଟେରୋଲୋଜି ସାଇନ୍ସ ଅର୍ଗାନାଇଜେସନ ବା ଡବ୍ଲୁଏମଏସଓର ସଦ୍ୟତମ ରିପୋର୍ଟ ପୁଣି ଥରେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଦିଗରେ ସମସ୍ତଙ୍କ ଦୃଷ୍ଟି କେନ୍ଦ୍ରୀଭୂତ କରିଛି। ସମୁଦ୍ରର ଗଭୀରରୁ ଗଭୀରତମ ପ୍ରଦେଶରୁ ପର୍ବତର ଉଚ୍ଚତମ ଶୀଖର ଯାଏଁ  ଜଳବାୟୁ ପରିବର୍ତ୍ତନ ନିଜ ପରିଧି ବଢାଇ ଚାଲିଛି। ଯାହାର ଫଳ ସ୍ୱରୂପ ଗ୍ରୀଷ୍ମ ପ୍ରବାହ, ଦୁର୍ବିକ୍ଷ, ବନ୍ୟା, ମରୁଡି, ଭୂସ୍ଖଳନ, ଜଙ୍ଗଲ ନିଆଁର ପ୍ରଭାବ ଭୋଗୁଛି ସାରା ବିଶ୍ୱ।

    ଦ ଷ୍ଟେଟ ଅଫ ଦ ଗ୍ଲୋବାଲ କ୍ଲାଇମେଟ 2022 ନାମକ ରିପୋର୍ଟ ଦର୍ଶାଉଛି କି, ଉଷ୍ମତାକୁ ଶୋଷି ନେଉଥିବା ଗ୍ରୀନହାଉସ ଗ୍ୟାସ ରେକର୍ଡସ୍ତରରେ ପହଞ୍ଚି ଯିବା କାରଣରୁ ଭୂମି, ସମୁଦ୍ର ଓ ଜଳବାୟୁକୁ ନେଇ ବିଶ୍ବସ୍ତରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ରିପୋର୍ଟରୁ କୁହାଯାଇଛି କି, ଗତ 8 ବର୍ଷରେ ବିଶ୍ୱର ତାପମାତ୍ରା ରେକର୍ଡଠାରୁ ଅଧିକ ରହିଆସୁଛି। ଏମିତି କି, 2022ର ଗ୍ଲେସିୟର ତରଳିବା ଓ ସମୁଦ୍ରର ଜଳସ୍ତର ବୃଦ୍ଧି ପୁଣି ରେକର୍ଡ କରିଛି। ବିଗତ 8 ବର୍ଷରେ ବୈଶ୍ୱିକ ହାରାହାରି ତାପମାତ୍ରା ରେକର୍ଡଠାରୁ ଅଧିକ ରହିଛି। 2022ରେ ଏହା 1850-1900 ମଧ୍ୟରେ ହାରାହାରି ତାପମାତ୍ରାଠାରୁ 1.5 ଡିଗ୍ରୀ ସେଲ୍ସିୟସରୁ ଉପରକୁ ଚାଲି ଯାଇଥିଲା।

    ରିୟଲ ଟାଇମ ଡାଟାରୁ ଜଣାପଡୁଛି କି, କାର୍ବନ ଡାଇଅକ୍ସାଇଡ, ମିଥେନ ଓ ନାଇଟ୍ରସ ଅକ୍ସାଇଡ ପରି ତିନ ଗ୍ରୀନ ହାଉସ ଗ୍ୟାସ ସ୍ତର 2022ରେ ବୃଦ୍ଧି ପାଇବାରେ ଲାଗିଛି। 2022ରେ ଲା ନିନାର ସ୍ଥିତି ରହିବା ସତ୍ତ୍ୱେ ବିଶ୍ୱ ହାରାହାରି ସମୁଦ୍ର ଜଳସ୍ତରରେ ବୃଦ୍ଧି ଜାରି ରହିଛି । ସମୁଦ୍ର ପୃଷ୍ଠର 58% ଅଂଶ  2022 କାଳରେ ଏକ ସାମୁଦ୍ରିକ ହିଟ ୱେଭ ଅନୁଭବ କରିଛି। ଗ୍ରୀଷ୍ମ କାଳରେ ଚୀନ ଓ ୟୁରୋପରେ  ହିଟ ୱେଭ ସର୍ବାଧିକ ପ୍ରଭାବିତ କରିଛି। ଭାରତରେ ମଧ୍ୟ ଜଳବାୟୁ ପରିବର୍ତ୍ତନର କୁପରିଣାମ ଦେଖିବାକୁ ମିଳିଛି। ମନସୁନ କାଳରେ ବିଭିନ୍ନ ପ୍ରକାରରେ ବନ୍ୟା ଦେଖିବାକୁ ମିଳିଛି ଭାରତରେ। ଜୁନରେ ବିଶେଷକରି ଭାରତର ଉତ୍ତର-ପୂର୍ବାଞ୍ଚଳରେ ବନ୍ୟାର ପ୍ରକୋପ ଦେଖିବାକୁ ମିଳୁଛି। ଏହି ସମୟରେ ବନ୍ୟା ଓ ଭୂସ୍ଖଳନରୁ 700ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବଜ୍ରାଘାତରେ 900ରୁ ଅଧିକ ଲୋକ ପ୍ରାଣ ହାନି ଘଟିଛି।

  • ଗୁଡ୍ଡୁ ମୁସଲିମ୍ କେଉଁଠି ? ଖୋଜୁଛି ୟୁପି ପୋଲିସ

    ଗୁଡ୍ଡୁ ମୁସଲିମ୍ କେଉଁଠି ? ଖୋଜୁଛି ୟୁପି ପୋଲିସ

    ଗୁଡ୍ଡୁ ମୁସଲିମ୍ କିଏ ? । ଉତ୍ତରପ୍ରଦେଶ ପୋଲିସ ଏବେ ଗୁଡ୍ଡୁ ମୁସଲିମକୁ ଖୋଜୁଛି । ଗ୍ୟାଙ୍ଗଷ୍ଟର ଆତିକ ଅହମ୍ମଦର ଘନିଷ୍ଠ ସହଯୋଗୀ ଥିଲା । ଆତିକ ଓ ତାର ଭାଇକୁ ହତ୍ୟା ପରେ ଫେରାର୍ ଅଛି ମୁଖ୍ୟ ସହଯୋଗୀ ଗୁଡ୍ଡୁ । ଏବେ ୟୁପି ପୋଲିସ ଟାର୍ଗେଟରେ ଏହି କୁଖ୍ୟାତ ଅପରାଧୀ ।

    ଗ୍ୟାଙ୍ଗଷ୍ଟରର ଓଡ଼ିଶା ଲିଙ୍କ୍ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି । ୟୁପି ଏସଟିଏଫ୍ ଟିମ୍ ବରଗଡ ଭଟଲିରେ ଜଣଙ୍କୁ ପଚରାଉଚୁରା କରିଛି । ଗ୍ୟାଙ୍ଗଷ୍ଟର ଗୁଡ୍ଡୁଙ୍କ ଡ୍ରାଇଭର ସହ ସେହି ବ୍ୟକ୍ତିର ସମ୍ପର୍କ ଥିବା କହିଛି ଟିମ୍ । STFର ୫ ଜଣିଆ ଟିମ୍ ଆସିଥିବା ନେଇ ବରଗଡ଼ ଏସପି ପ୍ରହ୍ଲାଦ ସାହି ମୀନା ନିଶ୍ଚିତ କରିଛନ୍ତି । ଜିଲ୍ଲା ପୋଲିସ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ କରିଥିବା ନେଇ ସେ କହିଛନ୍ତି ।

    ଏହି ଗ୍ୟାଙ୍ଗଷ୍ଟର ପୁରୀ ଜିଲ୍ଲାରେ ଆଶ୍ରୟ ନେଇଥିବା ପୂର୍ବରୁ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଥିଲା । ତେବେ ପୋଲିସ ଏଯାଏ କୌଣସି ନିଶ୍ଚିତ କରିନାହିଁ । ମହାରାଷ୍ଟ୍ରର ନାସିକରେ ଗୁଡ୍ଡୁଙ୍କୁ ଗିରଫ କରାଯିବା ନେଇ ରିପୋର୍ଟ ଆସିବା ପରେ ୟୁପି ଟିମ୍ ମଧ୍ୟ ଯାଇଥିଲା । ହେଲେ ଗୁଡ୍ଡୁ ନୁହେଁ ହୋଟେଲ ୱେଟରକୁ ଗିରଫ କରାଯାଇଥିବା କହିଥିଲା ମହାରାଷ୍ଟ୍ର ପୋଲିସ ।

    ଉମେଶ ପାଲ ହତ୍ୟା ମାମଲାରେ ସଂପୃକ୍ତ ୧୦ ଅଭିଯୁକ୍ତଙ୍କ ମଧ୍ୟରେ ଅଛି ଗୁଡ୍ଡୁ ମୁସଲିମ୍ । ସେମାନଙ୍କ ମଧ୍ୟରୁ ୬ଜଣଙ୍କ ମୃତ୍ୟୁ ଘଟିଛି । ଫେରାର୍ ଥିବା ୪ ଅଭିଯୁକ୍ତଙ୍କ ମଧ୍ୟରେ ଗୁଡ୍ଡୁର ନାଁ ରହିଛି । ମୃତ୍ୟୁ ପୂର୍ବରୁ ଅସରଫ, ଗୁଡ୍ଡୁ ମୁସଲିମଙ୍କ ନାଁ ନେଇଥିଲା । ଉମେଶ ପାଲ ହତ୍ୟା ମାମଲାରେ ସେ ସଂପୃକ୍ତ କିନ୍ତୁ ଏପର୍ଯ୍ୟନ୍ତ ତାକୁ ଅଭିଯୁକ୍ତ ତାଲିକାରେ ନାମିତ କରାଯାଇନଥିଲା । ସେ ‘ବୋମା ବିଶେଷଜ୍ଞ’ ଭାବେ ବେଶ୍ ଜଣାଶୁଣା । ଯିଏ ଲୋକଙ୍କୁ ଗୁଳିମାଡ଼ କରିବା ବଦଳରେ ସେମାନଙ୍କ ଉପରକୁ ବୋମା ଫିଙ୍ଗିବାକୁ ବେଶ୍ ପସନ୍ଦ କରୁଥିଲା ।

  • ଜମ୍ମୁକାଶ୍ମୀର ପୁଞ୍ଚ ସେକ୍ଟରରେ ଆତଙ୍କୀ ହମଲା, ୫ ସହିଦ

    ଜମ୍ମୁକାଶ୍ମୀର ପୁଞ୍ଚ ସେକ୍ଟରରେ ଆତଙ୍କୀ ହମଲା, ୫ ସହିଦ

    କିଛି ଦିନର ନୀରବତା ପରେ ପୁଣି ଥରେ ସକ୍ରିୟ ହୋଇଛନ୍ତି ଆତଙ୍କବାଦୀ । ଜମ୍ମୁକାଶ୍ମୀରରେ ପୁଣି ହିଂସା ଘଟାଇଛନ୍ତି ଯାହାକୁ ନେଇ ଟେନସନ୍ ବଢ଼ିଛି । ସମସ୍ତେ ଭାବୁଥିଲେ କି ପାଗରେ ପରିବର୍ତ୍ତନ ହୋଇଛି ସେଥିପାଇଁ ହୁଏତ ଏଭଳି କିଛି ଘଟଣା ଘଟିଗଲା କିନ୍ତୁ ବାସ୍ତବରେ ସତ କିଛି ଅଲଗା ଥିଲା ।

    ଗୁରୁବାର ସେନା ଗାଡ଼ିରେ କିପରି ନିଆଁ ଲାଗିଲା । ସେନା ଗାଡ଼ି ଯାଉଥିବା ବେଳେ ନିଆଁ ଲାଗି ୫ ଯବାନ ସହିଦ ହୋଇଛନ୍ତି । ଜଣେ ଗୁରୁତର ବି ଅଛନ୍ତି । ଘଟଣା କଣ ଥିଲା, କାହିଁକି ଏପରି ହେଲା, କାହାର ଅବହେଳା ସେ ନେଇ ଅନେକ ପ୍ରଶ୍ନ ।

    ତେବେ, ଘଟଣା ସମ୍ପର୍କରେ ସେନା ବିଭାଗ ସ୍ପଷ୍ଟୀକରଣ ରଖିଛି । ଏହା ଥିଲା ଆତଙ୍କବାଦୀ ହମଲା । ସେମାନଙ୍କ ହିଂସା ଯୋଗୁଁ ୫ ଯବାନଙ୍କ ଜୀବନ ଯାଇଛି । ସୂଚନା ଅନୁସାରେ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟର କିଛି ଯବାନ, ଗାଡ଼ି ନେଇ ଜମ୍ମୁକାଶ୍ମୀର ରାଜୌରୀ ସେକ୍ଟର ଅଞ୍ଚଳ ଯାଉଥିଲେ । ପାଗ ମେଘୁଆ ଥିବାବେଳେ ରାସ୍ତାରେ ଯାଆସ କରିବା କଷ୍ଟକର ଥିଲା । ଏହାର ସୁଯୋଗ ନେଇ ଗାଡ଼ି ଉପରେ ଆଟାକ୍ କରିଥିଲେ ଆତଙ୍କବାଦୀ । ଏଥିସହ ଗ୍ରେନେଡ୍ ମାଡ଼ ବି କରିଥିଲେ । ଗାଡ଼ିରେ ନିଆଁ ଲାଗିବା ପରେ ଗୁଳିମାଡ଼ କରିଥିଲେ । ଯେଉଁଥିରେ ୫ ସେନା ସହିଦ ହୋଇଛନ୍ତି । ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ଅଛି । ସହିଦ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି ।

    https://www.youtube.com/watch?v=qiRZrwUb2N0&t=15s

    ସେପଟେ ଆତଙ୍କବାଦୀମାନେ ପାକିସ୍ତାନର ଥିବା ନେଇ ପୋଲିସ କହିଛି । NIA,ଫରେନସିକ୍ ଟିମ୍, ପୋଲିସ ସହ ସେନା ପକ୍ଷରୁ ଆକ୍ରମଣ ଘଟଣାର ତଦନ୍ତ ଜାରି ରହିଛି । ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆତଙ୍କବାଦୀଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ସହିଦ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ବୀର ଯବାନଙ୍କ ବଳିଦାନ ବ୍ୟର୍ଥ ହେବନି ବୋଲି ରାଜନାଥ କହିଛନ୍ତି । ଅନ୍ୟପଟେ ରାଜନେତା, ଅଭିନେତା, ବରିଷ୍ଠ ବ୍ୟକ୍ତିମାନେ ଏଭଳି ଆକ୍ରମଣକୁ ନିନ୍ଦା କରିଛନ୍ତି …।

    ଦୀର୍ଘଦିନ ପରେ ପୁଣି ଥରେ ସେହି ଅଞ୍ଚଳରେ ଆତଙ୍କବାଦୀ ହମଲା କରିଛନ୍ତି । ୩ ମାସ ପୂର୍ବେ ହିନ୍ଦୁ ଫ୍ୟାମିଲିଙ୍କୁ ଟାର୍ଗେଟ୍ କରିଥିଲେ । ଘଟଣାରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ଆହତ ହୋଇଥିଲେ ପ୍ରାଏ ଏକ ଡଜନ । ଦେଶର ବିଭିନ୍ନ ସ୍ଥାନରେ ନିର୍ବାଚନ ହେବାକୁ ଅଛି । ଏଭଳି ଘଟଣା ପ୍ରଶାସନ ଏବଂ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇପାରେ । ତେଣୁ ଦେଶରେ ସୁରକ୍ଷା ପ୍ରତି ପ୍ରଶ୍ନ ଆସିପାରେ । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇଛି ।

  • ରମଜାନ ମାସର ଶେଷ ଶୁକ୍ରବାର ପାଇଁ ମସଜିଦରେ ଭିଡ

    ରମଜାନ ମାସର ଶେଷ ଶୁକ୍ରବାର ପାଇଁ ମସଜିଦରେ ଭିଡ

    ରମଜାନ ମାସର ଆଜି ହେଉଛି ଶେଷ ଶୁକ୍ରବାର। ଏହି ଅବସରରେ ଦେଶର ବିଭିନ୍ନ ମସଜିଦରେ ଦେଖିବାକୁ ମିଳିଛି ପ୍ରବଳ ଭିଡ। ହଜାର ହଜାର ସଂଖ୍ୟାରେ ମୁସଲମାନ ମସଜିଦ ଯାଇ ନମାଜ ଅଦା କରିଛନ୍ତି। ରମଜାନ ହେଉଛି ମୁସଲମାନଙ୍କ 10ମ ଇସଲାମିକ ମାସ। ଇଦ ଉଲ ଫିତର ବା ଇଦ ଅଲ ଫିତର ଅବସରରେ ମୁସଲମାନ ଅଲ୍ଲାହଙ୍କୁ ପବିତ୍ର କୋରାନ ଗ୍ରନ୍ଥ ସର୍ଜନା କରିଥିବାରୁ ଧନ୍ୟବାଦ ଜଣାଇଥାନ୍ତି।

    ଅନୁମାନ କରାଯାଉଛି କି ଚଳିତ ବର୍ଷ ଏପ୍ରିଲ 21 ବା 22 ତାରିଖରେ ଇଦ ପଡୁଛି। ଏହା ମୁଖ୍ୟତଃ ଚନ୍ଦ୍ର ଦର୍ଶନ ଉପରେ ନିର୍ଭର କରୁଛି। ଯଦି ଟନ୍ଦ୍ର ଦର୍ଶନ ନ ହୁଏ ତେବେ ଏହାକୁ ଆଉ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯିବ।   ରମଜାନ ମାସର ଶେଷ ଶୁକ୍ରବାର ହୋଇଥିବାକରୁ ନମାଜ ଅଦାକାରୀଙ୍କ ଭିଡକୁ ଦେଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

  • ଜନସଂଖ୍ୟାକୁ ନେଇ ଭାରତକୁ ପାଠ ପଢାଇଲା ଚୀନ

    ଜନସଂଖ୍ୟାକୁ ନେଇ ଭାରତକୁ ପାଠ ପଢାଇଲା ଚୀନ

    ଭାରତ ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର ହୋଇଛି । ଜନସଂଖ୍ୟାରେ ଚୀନକୁ ପଛରେ ପକାଇ ଦେଇଛି ଭାରତ।  ଭାରତ ପାଇଁ ଚିନ୍ତା ବଢାଇଥିବା ଜନସଂଖ୍ୟାକୁ ନେଇ କଟାକ୍ଷ କରିଛି ଚୀନ। ସତେ ଯେମିତି ତାର 1 ନମ୍ବର ଭାରତ ନେଇ ଯିବାରୁ ଅସହିଷ୍ଣୁ ହୋଇ ଉଠିଛି ଚୀନ। ତେଣୁ କ୍ୱାଣ୍ଟିଟି ନୁହେଁ, କ୍ୱାଲିଟିରେ  ଆମେ ବିଶ୍ୱାସ କରୁ ବୋଲି କହିଛନ୍ତି ଚୀନ ବିଦେଶ ମନ୍ତ୍ରଣାଳୟ।

    ଚୀନ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଭାରତର ନାଁ ନିଆ ନ ଯାଇ କୁହାଯାଇଛି କି, କେବଳ ଜନସଂଖ୍ୟା ବଢ଼ିଗଲେ ଫାଇଦା ନାହିଁ, ଜନସଂଖ୍ୟାରେ ଗୁଣବତ୍ତା ବି ଥିବା ଦରକାର। ଆମେ କେବଳ କ୍ୱାଣ୍ଟିଟି ନୁହେଁ, କ୍ୱାଲିଟିରେ ବି ବିଶ୍ୱାସ କରୁ। ତେଣୁ ଆମ ଜନସଂଖ୍ୟାର ୯୦ କୋଟି ୱାର୍କଫୋର୍ସ ପାଲଟି ଦେଶର ଅର୍ଥନୀତିକୁ ତ୍ୱରାନ୍ୱିତ କରୁଛନ୍ତି। ଚୀନ୍‌ ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ଆହୁରୁ କହିଛନ୍ତି କି, ଜନସଂଖ୍ୟାର କ୍ଷମତା ଥିଲେ ପ୍ରତ୍ୟକ ଦେଶ ପାଇଁ ଏହା ସବୁଠୁ ବଡ଼ ସମ୍ପଦ। ଦକ୍ଷ କର୍ମଠ ଜନତାଙ୍କ ପାଇଁ ବୟସ୍କଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ଦେଶ ତାର ସାମ୍ନା କରିଛି ।

    ନିକଟରେ ୟୁଏନ ପକ୍ଷରୁ ଜାରି ବିଶ୍ୱ ଜନସଂଖ୍ୟା ତାଲିକାରେ ଭାରତର ଜନସଂଖ୍ୟା ୧୪୨ କୋଟି ୮୬ ଲକ୍ଷରେ ପହଞ୍ଚିଛିଥିବା ବେଳେ ଚୀନ୍‌ର ଜନସଂଖ୍ୟା ୧୪୨ କୋଟି ୫୭ ଲକ୍ଷ ସହ ଦ୍ୱିତୀୟ ସ୍ଥାନରେ ରହିଛି।

  • ବିଲୁପ୍ତ ପ୍ରାୟ ଟକ ମକାକ ଦୂର କରିବ ଶ୍ରୀଲଙ୍କାର ଅର୍ଥାଭାବ

    ବିଲୁପ୍ତ ପ୍ରାୟ ଟକ ମକାକ ଦୂର କରିବ ଶ୍ରୀଲଙ୍କାର ଅର୍ଥାଭାବ

    ଆର୍ଥିକ ଦୁରାବସ୍ଥାରୁ ମୁକୁଳେଇବ ମାଙ୍କଡ। ମାଙ୍କଡ ଭରସାରେ ଏବେ ଶ୍ରୀଲଙ୍କା। ଦେଶରେ ଲୁପ୍ତପ୍ରାୟ 1 ଲକ୍ଷ ମାଙ୍କଡ ଚୀନକୁ ବିକି ଅର୍ଥବ୍ୟବସ୍ଥାରେ ସୁଧାର ଆଣିବାକୁ ଆଶାବାଦୀ ଲଙ୍କା ସରକାର। ଶ୍ରୀଲଙ୍କାର କୃଷି ମନ୍ତ୍ରଣାଳୟର ପ୍ରମୁଖ ଗୁନାଦାସ ସମରସିଂଘେ ଏହି ସୂଚନା ଦେଇଛନ୍ତି। ଜିଓଲୋଜିକାଲ ଗାର୍ଡେନ ସହ ଜଡିତ ଏକ ଚୀନ କମ୍ପାନୀ ମନ୍ତ୍ରଣାଳୟକୁ ଏନେଇ ଅନୁରୋଧ କରିଥିବା କହିଛନ୍ତି ସମରସିଂଘେ।

    ଦେଶ ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ଚୀନ ତରଫରୁ ଆସିଛି ମାଙ୍କଡ କିଣିବାକୁ ପ୍ରସ୍ତାବ। ଶ୍ରୀଲଙ୍କାର ସ୍ଥାନୀୟ ମାଙ୍କଡ ମଧ୍ୟରେ ଅନ୍ୟତମ ହେଉଛି ଟଙ୍କ ମକାକ ମାଙ୍କଡ। ତେବେ ଏହି  ମାଙ୍କଡ ବର୍ତ୍ତମାନ ଅନ୍ତର୍ଜାତୀୟ ଲୁପ୍ତପ୍ରାୟ ପ୍ରଜାତିରେ ସୂଚୀବଦ୍ଧ ହୋଇସାରିଛି। ଏହା ବ୍ୟତୀତ, ଶ୍ରୀଲଙ୍କାରେ ପ୍ରାୟ ସବୁ ପ୍ରକାରର ପ୍ରାଣୀଙ୍କ ରପ୍ତାନୀ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି। ଚୀନର ପ୍ରସ୍ତାବ ହେଉ କି ନିଜର ଅର୍ଥାଭାବ, ଚଳିତ ବର୍ଷ ବହୁ ଜୀବଙ୍କୁ ପ୍ରତିବନ୍ଧିତ ତାଲିକରୁ ହଟାଇ ଦେଇଛି ସରକାର। ଯେଉଁଥିରେ 3 ମାଙ୍କଡ ପ୍ରଜାତି ସହ ମୟୂର ଓ ଜଙ୍ଗଲୀ ଘୁଷୁରୀ ମଧ୍ୟ ରହିଛନ୍ତି।

    ଶ୍ରୀଲଙ୍କରେ ମାଙ୍କଡଙ୍କ ସଂଖ୍ୟା 2- 3 ମିଲିୟନ ଥିବା କୁହାଯାଉଥିବା ବେଳେ ଟଙ୍କ ମକାକ ମାଙ୍କଡ ଦେଶର ବିଭିନ୍ନ ଅଞ୍ଚଳରେ ଫସଲ ନଷ୍ଟ କରିବା ପାଇଁ ଅର୍ଜନ କରିଛନ୍ତି କୁଖ୍ୟାତି। ଅନେକ ସ୍ଥାନରେ ଲୋକଙ୍କ ଉପରେ ଆକ୍ରମଣ କରିଥାନ୍ତି। ଏହି ପ୍ରଜାତି ଦ୍ୱାରା ଫସଲ ହାନୀକୁ ନେଇ ବହୁ ଅଭିଯୋଗ ଆସିବା ପରେ ଚୀନକୁ ରପ୍ତାନୀ ପାଇଁ କୃଷୀ ମନ୍ତ୍ରଣାଳୟ ନୁଷ୍ପତ୍ତି ନେଇଥିବା ମନ୍ତ୍ରୀ କହିଛନ୍ତି। ଚୀନର ଟକ ମକାକ ଆମଦାନୀର ପ୍ରସ୍ତବ ପରେ ଏହାକୁ ବିରୋଧ କରିଛନ୍ତି ଦେଶର ପରିବେଶ ଓ ବନ୍ୟପ୍ରାଣୀ ପ୍ରେମୀ। ବିରୋଧାଭାଷ ପରେ କୃଷି ମନ୍ତ୍ରୀ  କହିଛନ୍ତି କି, କେବଳ ଯେଉଁଠି ମାଙ୍କଡଙ୍କ ଦ୍ୱାରା ଫସଲ ନଷ୍ଟ ହେଉଛି, ସେଠାରୁ ହିଁ ଏମାନଙ୍କୁ ରପ୍ତାନୀ କରାଯିବ। ସଂରକ୍ଷିତ ଅଞ୍ଚଳରୁ ନୁହେଁ।

    କୃଷି ମନ୍ତ୍ରୀ  ଆହୁରି କହିଛନ୍ତି କି, ଚୀନର 1ହଜାରରୁ ଅଧିକ ଚିଡିଆଘରକୁ 1 ଲକ୍ଷ ମାଙ୍କଡ ଯୋଗାଇବା ପାଇଁ ଅନୁରୋଧ କରାଯାଇଛି। ଏହା ଉପରେ ବିଚାର କରାଯିବ।   ଏଠାରେ ସୂଚନାଯୋଗ୍ୟ କି, ବନ୍ୟଜୀବ ସଂରକ୍ଷଣ ଆଇନ ଓ ଆଇନ ପ୍ରବର୍ତ୍ତନ ମାମଲାରେ ଚୀନ ଦୁନିଆର ଶ୍ରେଷ୍ଠ ଦେଶମାନଙ୍କ ଭିତରେ ଅନ୍ୟତମ। ଚୀନ ଦୂତାବାସ ପକ୍ଷରୁ ମାଙ୍କଡ ଆମଦାନୀକୁ ନେଇ କୁହାଯାଇଛି କି, ଚୀନ ସରକାର ସର୍ବଦା ବନ୍ୟଜୀବ ସଂରକ୍ଷଣକୁ ଗୁରୁତ୍ବ ଦେଇ ଆସୁଛନ୍ତି ଓ ଅନ୍ତର୍ଜାତୀୟ ଦାୟିତ୍ୱ ପୂରାକରିଥାନ୍ତି। ତେବେ ବାସ୍ତବରେ ଚିଡିଆଖାନା ପାଇଁ ଚୀନ ମାଙ୍କଡ ଆମଦାନୀ କରୁଛି ନାଁ କୌଣସି ଗବେଷଣା ପାଇଁ ଏହା ତ ସମୟ କହିବ। ହେଲେ ଶ୍ରୀଲଙ୍କର ଆର୍ଥିକ ମାନ୍ଦାବସ୍ଥାରେ ସରକାରକୁ ଟକ ମକାକ ମାଙ୍କଡ କେତେ ସହାୟକ ହେବ ତାହା ଦେଖିବାକୁ ଅପେକ୍ଷା । କାରଣ ପୂର୍ବରୁ ପାକିସ୍ତାନ ତାର ଦେବାଲିଆ ସ୍ଥିତିରୁ ମୁକୁଳିବା ପାଇଁ ଗଧ ରପ୍ତାନୀ କରିଥିବା ଦୁନିଆ ଦେଖିଛି ଓ ପାକ୍ ର ପରବର୍ତ୍ତି ସ୍ଥିତି ମଧ୍ୟ। 

    ବ୍ୟୁରୋ ରିପୋର୍ଟ, ସୂଚନା ଟିଭି

  • ସମଲିଙ୍ଗି ବିବାହ: ପୁରୁଣା SMAରେ ବିସ୍ତାର କରିବାର ଆବଶ୍ୟକତା ରହିଛି

    ସମଲିଙ୍ଗି ବିବାହ: ପୁରୁଣା SMAରେ ବିସ୍ତାର କରିବାର ଆବଶ୍ୟକତା ରହିଛି

    ସମଲିଙ୍ଗି ବିବାହ ବିବାଦ ଉପରେ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ପ୍ରଶ୍ନ କରିଛନ୍ତି, କଣ କେବଳ ବିବାହ ପୁରୁଷ ଓ ମହିଳାଙ୍କ ମଧ୍ୟରେ ହିଁ ହେବା ଆବଶ୍ୟକ? ସୁପ୍ରିମକୋର୍ଟଙ୍କ ସମ୍ୱିଧାନିକ ପୀଠର ତୃତୀୟ ଦିନର ଶୁଣାଣି କାଳରେ ସିଜେଆଇ ସୁପ୍ରିମ କୋର୍ଟ ସମଲିଙ୍ଗି ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାହାର କରି ଖାଲି ସମଲିଙ୍ଗି ବୟସ୍କଙ୍କ ଭିତରେ ସମ୍ପର୍କକୁ ମାନ୍ୟତା ଦେଇ ନାହାନ୍ତି, ବରଂ କହିଛନ୍ତି କି, ସମଲିଙ୍ଗି ସମ୍ବନ୍ଧ ଥରକର ସମ୍ପର୍କ ନୁହେଁ, ଏବେ ଏ ସମ୍ପର୍କ ସବୁ ଦିନ ପାଇଁ ରହିବ। ଏହା ଖାଲି ଶାରୀରିକ ନୁହେଁ ଭାବାତ୍ମକ ମିଳନ ହେବ।  ସମାନ ଲିଙ୍ଗ ବିବାହ ପାଇଁ 69 ବର୍ଷ ପୁରୁଣା ସ୍ପେଶାଲ ମ୍ୟାରେଜ ଆକ୍ଟରେ ବିସ୍ତାର କରିବା ଭୁଲ ନୁହେଁ। ଟ୍ରୋଲ ହେବା ଆଶଙ୍କା ପ୍ରକାଟକରି ସିଜେଆଇ କହିଛନ୍ତି କି, ବିଷମ ଲିଙ୍ଗି ପରିବାରରେ ଛୁଆଙ୍କୁ ଘରୋଇ ହିଂସାର ସାମ୍ନା କରିବାକୁ ପଡିଲେ କଣ ହେବ?

    ନିଜ ଉକ୍ତିକୁ ସ୍ପଷ୍ଟ କରିବାକୁ ସମଲିଙ୍ଗିକୁ ଅପରାଧ ଶ୍ରେଣୀରୁ ବାହାର କରି କୋର୍ଟ ପୂର୍ବରୁ ମଧ୍ୟବର୍ତ୍ତି ଚରଣରେ ପହଞ୍ଚାଇ ଦେଇଥିବା କହିଛନ୍ତି ସିଜେଆଇ। ତେଣୁ ବିବାହ ଆଇନରେ ବିସ୍ତାର କରିବା ଉପରେ ଜୋର ଦେଇଛନ୍ତି ଖଣ୍ଡପୀଠ। ବର୍ତ୍ତମାନ କେବଳ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବିବାହ ହେଉଥିବାରୁ ସିଜେଆଇ ପ୍ରଶ୍ନ କରିଛନ୍ତି ବିବାହ କଣ କେବଳ ପୁରୁଷ ଓ ମହିଳାଙ୍କ ମଧ୍ୟ ହେବା ଆବଶ୍ୟକ।  ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଚିସ ଏସ ରବୀନ୍ଦ୍ର ଭଟ, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ପିଏସ ନରସିଂହାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ସମ୍ୱିଧାନିକ ପୀଠର ତୃତୀୟ ଦିନର ଶୁଣାଣି କାଳରେ ଏପରି କିଛି କହିଛନ୍ତି।

    ଶୁଣାଣି କଳରେ ସମଲିଙ୍ଗି ବିବାହ ସଂଦର୍ଭରେ ସିଜେଆଇ 2018ର ଏକ ନିର୍ଣାୟକ ଆଦେଶର ଉଲ୍ଲେଖ କରି କହିଛନ୍ତି କି, ସେତେବେଳେ କୋର୍ଟ ସମଲିଙ୍ଗି ସମ୍ବନ୍ଧକୁ ମାନ୍ୟତା ଖାଲି ଏଥିପାଇଁ ଦେଇନଥିଲେ କି ଏହି ଶ୍ରେଣୀର ବୟସ୍କମାନେ ସମ୍ପର୍କ ସ୍ଥାପନ କରି ପାରିବେ, ବରଂ କୋର୍ଟ ମାନିଥିଲେ ଏମାନେ ସ୍ଥିର ସମ୍ପର୍କରେ ରହି ପାରିବେ।

    ତେବେ ସିଜେଆଇଙ୍କ ଏପରି ଟିପ୍ପଣୀ ସେତେବେଳେ ଆସିଛି ଯେତେବେଳେ କେନ୍ଦ୍ର ଏହାକୁ କଡା ବିରୋଧ କରୁଛି। ଯାଚକାକର୍ତ୍ତାଙ୍କ ଆବେଦନକୁ କେନ୍ଦ୍ର ଚ୍ୟାଲେଞ୍ଜ କରିଛି।  ଏହାକୁ ସରକାର ପକ୍ଷରୁ ସହରୀସମ୍ଭାନ୍ତବାଦୀ ଚିନ୍ତାଧାରା ଭାବେ ଉପସ୍ଥାପନ କରାଯାଇଛି। ଏଥିସହ କୋର୍ଟ ହିଁ ଏହି ବିବାଦ ଉପରେ ବିତର୍କ କରିବାର ଉପଯୁକ୍ତ ମଞ୍ଚ କହିଛନ୍ତି ସିଜେଆଇ।

  • ଜମ୍ମୁରେ ଜଳିଗଲା ସେନା ଗାଡ଼ି

    ଜମ୍ମୁରେ ଜଳିଗଲା ସେନା ଗାଡ଼ି

    ଜମ୍ମୁ କାଶ୍ମୀରରେ ଆଜି ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ପୁଞ୍ଛ-ଜମ୍ମୁ ଜାତୀୟ ରାଜପଥରେ ସେନା ଗାଡ଼ିରେ ଭୀଷଣ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ ଅତି କମରେ ୪ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି ।

    ଭାଟାଦୁଡ଼ିଆଁ କ୍ଷେତ୍ରରେ ଏହି ଘଟଣା ଘଟିଥିଲା । ସୂଚନା ମିଳିବା କ୍ଷଣି ସେନା ଉଚ୍ଚ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ହୁତୁହୁତୁ ହୋଇ ଜଳୁଛି ସେନା ଗାଡ଼ି । ଏହାର ଉଚ୍ଚସ୍ତରୀୟ ଯାଞ୍ଚ ଆରମ୍ଭ ହୋଇଛି ।