ସମଲିଙ୍ଗି ବିବାହ: ପୁରୁଣା SMAରେ ବିସ୍ତାର କରିବାର ଆବଶ୍ୟକତା ରହିଛି

ସମଲିଙ୍ଗି ବିବାହ ବିବାଦ ଉପରେ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ପ୍ରଶ୍ନ କରିଛନ୍ତି, କଣ କେବଳ ବିବାହ ପୁରୁଷ ଓ ମହିଳାଙ୍କ ମଧ୍ୟରେ ହିଁ ହେବା ଆବଶ୍ୟକ? ସୁପ୍ରିମକୋର୍ଟଙ୍କ ସମ୍ୱିଧାନିକ ପୀଠର ତୃତୀୟ ଦିନର ଶୁଣାଣି କାଳରେ ସିଜେଆଇ ସୁପ୍ରିମ କୋର୍ଟ ସମଲିଙ୍ଗି ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାହାର କରି ଖାଲି ସମଲିଙ୍ଗି ବୟସ୍କଙ୍କ ଭିତରେ ସମ୍ପର୍କକୁ ମାନ୍ୟତା ଦେଇ ନାହାନ୍ତି, ବରଂ କହିଛନ୍ତି କି, ସମଲିଙ୍ଗି ସମ୍ବନ୍ଧ ଥରକର ସମ୍ପର୍କ ନୁହେଁ, ଏବେ ଏ ସମ୍ପର୍କ ସବୁ ଦିନ ପାଇଁ ରହିବ। ଏହା ଖାଲି ଶାରୀରିକ ନୁହେଁ ଭାବାତ୍ମକ ମିଳନ ହେବ।  ସମାନ ଲିଙ୍ଗ ବିବାହ ପାଇଁ 69 ବର୍ଷ ପୁରୁଣା ସ୍ପେଶାଲ ମ୍ୟାରେଜ ଆକ୍ଟରେ ବିସ୍ତାର କରିବା ଭୁଲ ନୁହେଁ। ଟ୍ରୋଲ ହେବା ଆଶଙ୍କା ପ୍ରକାଟକରି ସିଜେଆଇ କହିଛନ୍ତି କି, ବିଷମ ଲିଙ୍ଗି ପରିବାରରେ ଛୁଆଙ୍କୁ ଘରୋଇ ହିଂସାର ସାମ୍ନା କରିବାକୁ ପଡିଲେ କଣ ହେବ?

ନିଜ ଉକ୍ତିକୁ ସ୍ପଷ୍ଟ କରିବାକୁ ସମଲିଙ୍ଗିକୁ ଅପରାଧ ଶ୍ରେଣୀରୁ ବାହାର କରି କୋର୍ଟ ପୂର୍ବରୁ ମଧ୍ୟବର୍ତ୍ତି ଚରଣରେ ପହଞ୍ଚାଇ ଦେଇଥିବା କହିଛନ୍ତି ସିଜେଆଇ। ତେଣୁ ବିବାହ ଆଇନରେ ବିସ୍ତାର କରିବା ଉପରେ ଜୋର ଦେଇଛନ୍ତି ଖଣ୍ଡପୀଠ। ବର୍ତ୍ତମାନ କେବଳ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବିବାହ ହେଉଥିବାରୁ ସିଜେଆଇ ପ୍ରଶ୍ନ କରିଛନ୍ତି ବିବାହ କଣ କେବଳ ପୁରୁଷ ଓ ମହିଳାଙ୍କ ମଧ୍ୟ ହେବା ଆବଶ୍ୟକ।  ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଚିସ ଏସ ରବୀନ୍ଦ୍ର ଭଟ, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ପିଏସ ନରସିଂହାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ସମ୍ୱିଧାନିକ ପୀଠର ତୃତୀୟ ଦିନର ଶୁଣାଣି କାଳରେ ଏପରି କିଛି କହିଛନ୍ତି।

ଶୁଣାଣି କଳରେ ସମଲିଙ୍ଗି ବିବାହ ସଂଦର୍ଭରେ ସିଜେଆଇ 2018ର ଏକ ନିର୍ଣାୟକ ଆଦେଶର ଉଲ୍ଲେଖ କରି କହିଛନ୍ତି କି, ସେତେବେଳେ କୋର୍ଟ ସମଲିଙ୍ଗି ସମ୍ବନ୍ଧକୁ ମାନ୍ୟତା ଖାଲି ଏଥିପାଇଁ ଦେଇନଥିଲେ କି ଏହି ଶ୍ରେଣୀର ବୟସ୍କମାନେ ସମ୍ପର୍କ ସ୍ଥାପନ କରି ପାରିବେ, ବରଂ କୋର୍ଟ ମାନିଥିଲେ ଏମାନେ ସ୍ଥିର ସମ୍ପର୍କରେ ରହି ପାରିବେ।

ତେବେ ସିଜେଆଇଙ୍କ ଏପରି ଟିପ୍ପଣୀ ସେତେବେଳେ ଆସିଛି ଯେତେବେଳେ କେନ୍ଦ୍ର ଏହାକୁ କଡା ବିରୋଧ କରୁଛି। ଯାଚକାକର୍ତ୍ତାଙ୍କ ଆବେଦନକୁ କେନ୍ଦ୍ର ଚ୍ୟାଲେଞ୍ଜ କରିଛି।  ଏହାକୁ ସରକାର ପକ୍ଷରୁ ସହରୀସମ୍ଭାନ୍ତବାଦୀ ଚିନ୍ତାଧାରା ଭାବେ ଉପସ୍ଥାପନ କରାଯାଇଛି। ଏଥିସହ କୋର୍ଟ ହିଁ ଏହି ବିବାଦ ଉପରେ ବିତର୍କ କରିବାର ଉପଯୁକ୍ତ ମଞ୍ଚ କହିଛନ୍ତି ସିଜେଆଇ।

Leave a Reply

Your email address will not be published. Required fields are marked *