ବିଲୁପ୍ତ ପ୍ରାୟ ଟକ ମକାକ ଦୂର କରିବ ଶ୍ରୀଲଙ୍କାର ଅର୍ଥାଭାବ

ଆର୍ଥିକ ଦୁରାବସ୍ଥାରୁ ମୁକୁଳେଇବ ମାଙ୍କଡ। ମାଙ୍କଡ ଭରସାରେ ଏବେ ଶ୍ରୀଲଙ୍କା। ଦେଶରେ ଲୁପ୍ତପ୍ରାୟ 1 ଲକ୍ଷ ମାଙ୍କଡ ଚୀନକୁ ବିକି ଅର୍ଥବ୍ୟବସ୍ଥାରେ ସୁଧାର ଆଣିବାକୁ ଆଶାବାଦୀ ଲଙ୍କା ସରକାର। ଶ୍ରୀଲଙ୍କାର କୃଷି ମନ୍ତ୍ରଣାଳୟର ପ୍ରମୁଖ ଗୁନାଦାସ ସମରସିଂଘେ ଏହି ସୂଚନା ଦେଇଛନ୍ତି। ଜିଓଲୋଜିକାଲ ଗାର୍ଡେନ ସହ ଜଡିତ ଏକ ଚୀନ କମ୍ପାନୀ ମନ୍ତ୍ରଣାଳୟକୁ ଏନେଇ ଅନୁରୋଧ କରିଥିବା କହିଛନ୍ତି ସମରସିଂଘେ।

ଦେଶ ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ଚୀନ ତରଫରୁ ଆସିଛି ମାଙ୍କଡ କିଣିବାକୁ ପ୍ରସ୍ତାବ। ଶ୍ରୀଲଙ୍କାର ସ୍ଥାନୀୟ ମାଙ୍କଡ ମଧ୍ୟରେ ଅନ୍ୟତମ ହେଉଛି ଟଙ୍କ ମକାକ ମାଙ୍କଡ। ତେବେ ଏହି  ମାଙ୍କଡ ବର୍ତ୍ତମାନ ଅନ୍ତର୍ଜାତୀୟ ଲୁପ୍ତପ୍ରାୟ ପ୍ରଜାତିରେ ସୂଚୀବଦ୍ଧ ହୋଇସାରିଛି। ଏହା ବ୍ୟତୀତ, ଶ୍ରୀଲଙ୍କାରେ ପ୍ରାୟ ସବୁ ପ୍ରକାରର ପ୍ରାଣୀଙ୍କ ରପ୍ତାନୀ ଉପରେ ପ୍ରତିବନ୍ଧକ ଜାରି କରାଯାଇଛି। ଚୀନର ପ୍ରସ୍ତାବ ହେଉ କି ନିଜର ଅର୍ଥାଭାବ, ଚଳିତ ବର୍ଷ ବହୁ ଜୀବଙ୍କୁ ପ୍ରତିବନ୍ଧିତ ତାଲିକରୁ ହଟାଇ ଦେଇଛି ସରକାର। ଯେଉଁଥିରେ 3 ମାଙ୍କଡ ପ୍ରଜାତି ସହ ମୟୂର ଓ ଜଙ୍ଗଲୀ ଘୁଷୁରୀ ମଧ୍ୟ ରହିଛନ୍ତି।

ଶ୍ରୀଲଙ୍କରେ ମାଙ୍କଡଙ୍କ ସଂଖ୍ୟା 2- 3 ମିଲିୟନ ଥିବା କୁହାଯାଉଥିବା ବେଳେ ଟଙ୍କ ମକାକ ମାଙ୍କଡ ଦେଶର ବିଭିନ୍ନ ଅଞ୍ଚଳରେ ଫସଲ ନଷ୍ଟ କରିବା ପାଇଁ ଅର୍ଜନ କରିଛନ୍ତି କୁଖ୍ୟାତି। ଅନେକ ସ୍ଥାନରେ ଲୋକଙ୍କ ଉପରେ ଆକ୍ରମଣ କରିଥାନ୍ତି। ଏହି ପ୍ରଜାତି ଦ୍ୱାରା ଫସଲ ହାନୀକୁ ନେଇ ବହୁ ଅଭିଯୋଗ ଆସିବା ପରେ ଚୀନକୁ ରପ୍ତାନୀ ପାଇଁ କୃଷୀ ମନ୍ତ୍ରଣାଳୟ ନୁଷ୍ପତ୍ତି ନେଇଥିବା ମନ୍ତ୍ରୀ କହିଛନ୍ତି। ଚୀନର ଟକ ମକାକ ଆମଦାନୀର ପ୍ରସ୍ତବ ପରେ ଏହାକୁ ବିରୋଧ କରିଛନ୍ତି ଦେଶର ପରିବେଶ ଓ ବନ୍ୟପ୍ରାଣୀ ପ୍ରେମୀ। ବିରୋଧାଭାଷ ପରେ କୃଷି ମନ୍ତ୍ରୀ  କହିଛନ୍ତି କି, କେବଳ ଯେଉଁଠି ମାଙ୍କଡଙ୍କ ଦ୍ୱାରା ଫସଲ ନଷ୍ଟ ହେଉଛି, ସେଠାରୁ ହିଁ ଏମାନଙ୍କୁ ରପ୍ତାନୀ କରାଯିବ। ସଂରକ୍ଷିତ ଅଞ୍ଚଳରୁ ନୁହେଁ।

କୃଷି ମନ୍ତ୍ରୀ  ଆହୁରି କହିଛନ୍ତି କି, ଚୀନର 1ହଜାରରୁ ଅଧିକ ଚିଡିଆଘରକୁ 1 ଲକ୍ଷ ମାଙ୍କଡ ଯୋଗାଇବା ପାଇଁ ଅନୁରୋଧ କରାଯାଇଛି। ଏହା ଉପରେ ବିଚାର କରାଯିବ।   ଏଠାରେ ସୂଚନାଯୋଗ୍ୟ କି, ବନ୍ୟଜୀବ ସଂରକ୍ଷଣ ଆଇନ ଓ ଆଇନ ପ୍ରବର୍ତ୍ତନ ମାମଲାରେ ଚୀନ ଦୁନିଆର ଶ୍ରେଷ୍ଠ ଦେଶମାନଙ୍କ ଭିତରେ ଅନ୍ୟତମ। ଚୀନ ଦୂତାବାସ ପକ୍ଷରୁ ମାଙ୍କଡ ଆମଦାନୀକୁ ନେଇ କୁହାଯାଇଛି କି, ଚୀନ ସରକାର ସର୍ବଦା ବନ୍ୟଜୀବ ସଂରକ୍ଷଣକୁ ଗୁରୁତ୍ବ ଦେଇ ଆସୁଛନ୍ତି ଓ ଅନ୍ତର୍ଜାତୀୟ ଦାୟିତ୍ୱ ପୂରାକରିଥାନ୍ତି। ତେବେ ବାସ୍ତବରେ ଚିଡିଆଖାନା ପାଇଁ ଚୀନ ମାଙ୍କଡ ଆମଦାନୀ କରୁଛି ନାଁ କୌଣସି ଗବେଷଣା ପାଇଁ ଏହା ତ ସମୟ କହିବ। ହେଲେ ଶ୍ରୀଲଙ୍କର ଆର୍ଥିକ ମାନ୍ଦାବସ୍ଥାରେ ସରକାରକୁ ଟକ ମକାକ ମାଙ୍କଡ କେତେ ସହାୟକ ହେବ ତାହା ଦେଖିବାକୁ ଅପେକ୍ଷା । କାରଣ ପୂର୍ବରୁ ପାକିସ୍ତାନ ତାର ଦେବାଲିଆ ସ୍ଥିତିରୁ ମୁକୁଳିବା ପାଇଁ ଗଧ ରପ୍ତାନୀ କରିଥିବା ଦୁନିଆ ଦେଖିଛି ଓ ପାକ୍ ର ପରବର୍ତ୍ତି ସ୍ଥିତି ମଧ୍ୟ। 

ବ୍ୟୁରୋ ରିପୋର୍ଟ, ସୂଚନା ଟିଭି

Leave a Reply

Your email address will not be published. Required fields are marked *