ଜନସଂଖ୍ୟାକୁ ନେଇ ଭାରତକୁ ପାଠ ପଢାଇଲା ଚୀନ

ଭାରତ ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର ହୋଇଛି । ଜନସଂଖ୍ୟାରେ ଚୀନକୁ ପଛରେ ପକାଇ ଦେଇଛି ଭାରତ।  ଭାରତ ପାଇଁ ଚିନ୍ତା ବଢାଇଥିବା ଜନସଂଖ୍ୟାକୁ ନେଇ କଟାକ୍ଷ କରିଛି ଚୀନ। ସତେ ଯେମିତି ତାର 1 ନମ୍ବର ଭାରତ ନେଇ ଯିବାରୁ ଅସହିଷ୍ଣୁ ହୋଇ ଉଠିଛି ଚୀନ। ତେଣୁ କ୍ୱାଣ୍ଟିଟି ନୁହେଁ, କ୍ୱାଲିଟିରେ  ଆମେ ବିଶ୍ୱାସ କରୁ ବୋଲି କହିଛନ୍ତି ଚୀନ ବିଦେଶ ମନ୍ତ୍ରଣାଳୟ।

ଚୀନ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଭାରତର ନାଁ ନିଆ ନ ଯାଇ କୁହାଯାଇଛି କି, କେବଳ ଜନସଂଖ୍ୟା ବଢ଼ିଗଲେ ଫାଇଦା ନାହିଁ, ଜନସଂଖ୍ୟାରେ ଗୁଣବତ୍ତା ବି ଥିବା ଦରକାର। ଆମେ କେବଳ କ୍ୱାଣ୍ଟିଟି ନୁହେଁ, କ୍ୱାଲିଟିରେ ବି ବିଶ୍ୱାସ କରୁ। ତେଣୁ ଆମ ଜନସଂଖ୍ୟାର ୯୦ କୋଟି ୱାର୍କଫୋର୍ସ ପାଲଟି ଦେଶର ଅର୍ଥନୀତିକୁ ତ୍ୱରାନ୍ୱିତ କରୁଛନ୍ତି। ଚୀନ୍‌ ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ଆହୁରୁ କହିଛନ୍ତି କି, ଜନସଂଖ୍ୟାର କ୍ଷମତା ଥିଲେ ପ୍ରତ୍ୟକ ଦେଶ ପାଇଁ ଏହା ସବୁଠୁ ବଡ଼ ସମ୍ପଦ। ଦକ୍ଷ କର୍ମଠ ଜନତାଙ୍କ ପାଇଁ ବୟସ୍କଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ଦେଶ ତାର ସାମ୍ନା କରିଛି ।

ନିକଟରେ ୟୁଏନ ପକ୍ଷରୁ ଜାରି ବିଶ୍ୱ ଜନସଂଖ୍ୟା ତାଲିକାରେ ଭାରତର ଜନସଂଖ୍ୟା ୧୪୨ କୋଟି ୮୬ ଲକ୍ଷରେ ପହଞ୍ଚିଛିଥିବା ବେଳେ ଚୀନ୍‌ର ଜନସଂଖ୍ୟା ୧୪୨ କୋଟି ୫୭ ଲକ୍ଷ ସହ ଦ୍ୱିତୀୟ ସ୍ଥାନରେ ରହିଛି।

Leave a Reply

Your email address will not be published. Required fields are marked *